About Me

Indore, Madhya Pradesh, India
e-mail-: theorissa@indiatimes.com

WELCOME TO THE LAND OF JAGANNATH

Friday, 21 September 2007

ଓଡିଶା ଇତିହାସ

ଗତ 2000 ହଜାର ବର୍ଷର ଗୌରବମୟ ଇତିହାସ ଓଡିଶା ବୀରପୁତ୍ରଙ୍କ କାହାଣୀ ଏପର୍ଯ୍ୟନ୍ତ ଜୀବନ୍ତ ରୂପେ ବର୍ଣ୍ଣନା କରିଆସୁଛି. ଅତୀତରେ କଳିଙ୍ଗନାମରେ ପରିଚିତ ଓଡିଶା ଦୀର୍ଘ ବର୍ଷ ଧରି ଦକ୍ଷିଣପୂର୍ବ ଏସିଆ ଯେପରିକି କମ୍ବୋଡିଆ, ଜାଭା, ସୁମାତ୍ରା, ବଳି ଓ ଥାଇଲ୍ୟାଣ୍ଡ ପରି ଦେଶ ସହ ନିଜର ବେପାର ବାଣିଜ୍ୟ କରି ଖୁବ୍ ସମୃଦ୍ଧଶୀଳ ହୋଇ ପାରିଥିଲା. ଏହି ସମୟରେ ଓଡିଶାର କଳା ଓ ସଂସ୍କୃତି ବିଶ୍ଵ ମାନଚିତ୍ରରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିଥିଲା.
ଖୀର୍ଷ୍ଟପୂର୍ବ 261ରେ ବୀର ପ୍ରତାପୀ ଅଶୋକଙ୍କ କଳିଙ୍ଗ ଆକ୍ରମଣ କରିଥିଲେ. କିନ୍ତୁ କଳିଙ୍ଗ ବାସୀଙ୍କ ମାତୃଭୂମୀ ପ୍ରତି ଅଗାଢ ଭକ୍ତି ଓ ଏଥିପାଇଁ ସେମାନଙ୍କ ବଳିଦାନରେ ସେ ଏତେଦୂର ପର୍ଯ୍ୟନ୍ତ ମର୍ମାହତ ହୋଇପଡିଥିଲେ ଯେ ଚଣ୍ଡାଶୋକ ରୁ ଧର୍ମାଶୋକ କୁ ପରିବର୍ତ୍ତନ ହେବାକୁ ତାଙ୍କୁ ମାତ୍ର କେଇଟି ମୂହୁର୍ତ୍ତ ଲାଗିଥିଲା. ପରବର୍ତ୍ତୀ ଜୀବନରେ ସେ ବୁଦ୍ଧ ଧର୍ମରେ ଦୀକ୍ଷିତ ହୋଇ ଲୋକଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ.ଏହା ପରେ, ଅଶୋକ ବୁଦ୍ଧ ଧର୍ମର ମହିମା ସମଗ୍ର ଭାରତ ବର୍ଷରେ ପ୍ରଚାର କରିବାସହ ଏହାକୁ ସୁଦୀର୍ଘ ଶ୍ରୀଲଙ୍କା, ଜାଭା ଇତ୍ୟାଦି ଦେଶଗୁଡିକରେ ତଥା ସମଗ୍ର ଏସୀଆ ମହାଦେଶରେ ମଧ୍ୟ ଲୋକପ୍ରୀୟ କରାଇ ପାରିଥିଲେ.
ଖୀର୍ଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀ ବେଳକୁ କଳିଙ୍ଗ ଥିଲା ଖାରବେଳଙ୍କ ଏକ ଶକ୍ତିଶାଳୀ ସାମ୍ରାଜ୍ୟ. ଖାରବେଳଙ୍କ ଶାସନ ସମୟରେ ଉଦୟଗିରୀ, ଖଣ୍ଡଗିରୀ ପ୍ରଭୃତି ଗୁମ୍ଫାର ନିର୍ମାଣ ହୋଇଥିଲା . ଏହା ପରେ ସମୁଦ୍ରଗୁପ୍ତ ଓ ସଶାଙ୍କ ପ୍ରଭୃତି ଶାସକଙ୍କ ସମୟରେ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ହୋଇଥିବା ବିଭିନ୍ନ ଐତିହାସିକ କୀର୍ତି ସ୍ଥାପନ ହୋଇଥିବାର ପ୍ରମାଣ ମିଳିଥାଏ.
ଖୀଷ୍ଟାବ୍ଦ 795 ବେଳକୁ କଳିଙ୍ଗ, କୋଶଳ ଓ ଉତ୍କଳ ଗୋଟିଏ ସାମ୍ରାଜ୍ୟରେ ପରିଣତ ହୋଇଥିଲା. ଏହାର ଶାସକ ଥିଲେ ବୀର ପ୍ରତାପୀ ଯଯାତୀ. ତାଙ୍କ ସମୟକୁ ଓଡିଶାର ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଥିଲା. ସେ ବିଶ୍ଵ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ. ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଶାସନ ସମୟରେ ନିର୍ମିତ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଆଜି ମଧ୍ୟ ଓଡିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଜ୍ଵଳନ୍ତ ଉଦାହରଣ ଭାବେ ପରିଗଣିତ ହେଉଛି. ବର୍ତ୍ତମାନର ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଥିବା ଏହି ମନ୍ଦିର ସୌନ୍ଦର୍ଯ୍ୟର ପ୍ରତିକ ତାଜମହଲ ସହ ତୁଳନା କରାଯାଏ.
ପରମ୍ପରା:ପରମ୍ପରା ଓ ସଂସ୍କୃତିକୁ ନେଇ ଓଡିଶା ସର୍ବଦା ଗର୍ବିତ. ଓଡିଶା ପାଇଁ ଜଗନ୍ନାଥ ସଂସ୍କୃତି ହେଉଛି ସବୁଠାରୁ ବଡ ସଂସ୍କୃତି. ଜଗନ୍ନାଥଙ୍କ ରଥଯାତ୍ରା ଆଜି ବିଶ୍ଵ ଦରବାରରେ ପରିଚିତ. ସେହି ପରି ଭିନ୍ନ ଭିନ୍ନ ଜାତିର ଲୋକଙ୍କ ଭିନ୍ନ ଭିନ୍ନ ଭାଷା ଓ ତାସହ ସେମାନଙ୍କ ଭକ୍ତି ଓ ଶ୍ରଦ୍ଧା ନେଇ ବିଭିନ୍ନ ପରମ୍ପରାରେ ଓଡିଶା ରଙ୍ଗମୂଖର ହୋଇଉଠେ. ସେହି ପରି ଓଡିଶୀ, ଛଉ, ସମ୍ବଲପୁରୀ ଇତ୍ୟାଦି ନୃତ୍ୟଶୈଳୀର ଜୀବନ୍ତ ପରିବେଶଣ ବିଶ୍ଵବ୍ୟାପୀ ଏହାର ଆଦର ବୃଦ୍ଧି କରିବାରେ ଲାଗିଛି.

No comments: