About Me

Indore, Madhya Pradesh, India
e-mail-: theorissa@indiatimes.com

WELCOME TO THE LAND OF JAGANNATH

Tuesday, 22 April 2008

Boss: Where were you born?

sardar : Punjab.

Boss : which part ?

sardar : Kya which part ? Whole body born in punjab.


2 sardar were fixing a bomb in a car.

Sardar 1 : What would you do if the bomb explodes while fixing.

sardar 2 : Dont worry, I have a one more.

Sardar : What is the name of your car ?

Lady : I forgot the name, but is starts with "T".

Sardar : Oye Kamaal ki gaadi hai, Tea se start hoti hai. Hamaara gaadi petrol se start hoti hai.

Sardar was busy removing a wheel from his auto. A man asks sardar whyare you removing a wheel from your auto.

sardar : Cant you read the board. Parking is only for 2 wheeler.

Sardar got into a bus on 1st April when conductor asked for ticket. HegaveRs.10/- and took the ticket and said April fool. I have pass.

Sardar joined new job. 1st day he worked till late evening on the computer.Boss was happy and asked what you did till evening.

Sardar : Keyboard alphabets were not in order, so I made it alright.

On a romantic day sardar's girlfriend asks him. Darling on our engagement day will you give me a ring.

Sardar : Ya sure, from landline or mobile.

Doctor to patient : You will die within 2 hours. Do you want to see anyone before you die?Patient : Yes. A good doctor.


How will you destroy a submarine full of sardars ?

Simple. Just knock the door and they will open it....
Santa apni girl friend ko I Luv U kehta hai aur gir jata hai.

Gal: Yeh kya kar rahe ho? Santa: I'm falling in love.
Santa: Today is Sunday & I wanna njoy, so I bought 3 movie tickets

Jeeto: Why 3?

Santa: For you and your parents

Museum Administrator: That's a 500-year-old statue u've broken.

Banta: Thanks God! I thought it was a new one.

A man to Santa: Aao ji chess khelein

Santa: Tu chal mein sports shoes pehen kar aaya.

In an interview,Interviewer: How does an electric motor run?

Santa: Dhhuuuurrrrrrrrrr. ....

Inteviewer shouts: Stop it.

Santa: Dhhuurrrr dhup dhup dhup...

Santa was getting bitten by mosquitoes the whole night. He got irritated...drank poison & said, Ab kaato saalon, sab maroge!

Banta: U cheated me.

Shopkeeper: No, I sold a good radio to u.

Banta: Radio label shows Made in Japan but radio says This is all India Radio!

Tourist: Whose skeleton is that?

Santa: Tipu's skeleton.

Tourist: Whose that smaller skeleton next to it?

Santa: That was Tipu's skeleton when he was child

Friday, 21 September 2007

ଓଡିଶା ଇତିହାସ

ଗତ 2000 ହଜାର ବର୍ଷର ଗୌରବମୟ ଇତିହାସ ଓଡିଶା ବୀରପୁତ୍ରଙ୍କ କାହାଣୀ ଏପର୍ଯ୍ୟନ୍ତ ଜୀବନ୍ତ ରୂପେ ବର୍ଣ୍ଣନା କରିଆସୁଛି. ଅତୀତରେ କଳିଙ୍ଗନାମରେ ପରିଚିତ ଓଡିଶା ଦୀର୍ଘ ବର୍ଷ ଧରି ଦକ୍ଷିଣପୂର୍ବ ଏସିଆ ଯେପରିକି କମ୍ବୋଡିଆ, ଜାଭା, ସୁମାତ୍ରା, ବଳି ଓ ଥାଇଲ୍ୟାଣ୍ଡ ପରି ଦେଶ ସହ ନିଜର ବେପାର ବାଣିଜ୍ୟ କରି ଖୁବ୍ ସମୃଦ୍ଧଶୀଳ ହୋଇ ପାରିଥିଲା. ଏହି ସମୟରେ ଓଡିଶାର କଳା ଓ ସଂସ୍କୃତି ବିଶ୍ଵ ମାନଚିତ୍ରରେ ନିଜର ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିପାରିଥିଲା.
ଖୀର୍ଷ୍ଟପୂର୍ବ 261ରେ ବୀର ପ୍ରତାପୀ ଅଶୋକଙ୍କ କଳିଙ୍ଗ ଆକ୍ରମଣ କରିଥିଲେ. କିନ୍ତୁ କଳିଙ୍ଗ ବାସୀଙ୍କ ମାତୃଭୂମୀ ପ୍ରତି ଅଗାଢ ଭକ୍ତି ଓ ଏଥିପାଇଁ ସେମାନଙ୍କ ବଳିଦାନରେ ସେ ଏତେଦୂର ପର୍ଯ୍ୟନ୍ତ ମର୍ମାହତ ହୋଇପଡିଥିଲେ ଯେ ଚଣ୍ଡାଶୋକ ରୁ ଧର୍ମାଶୋକ କୁ ପରିବର୍ତ୍ତନ ହେବାକୁ ତାଙ୍କୁ ମାତ୍ର କେଇଟି ମୂହୁର୍ତ୍ତ ଲାଗିଥିଲା. ପରବର୍ତ୍ତୀ ଜୀବନରେ ସେ ବୁଦ୍ଧ ଧର୍ମରେ ଦୀକ୍ଷିତ ହୋଇ ଲୋକଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ.ଏହା ପରେ, ଅଶୋକ ବୁଦ୍ଧ ଧର୍ମର ମହିମା ସମଗ୍ର ଭାରତ ବର୍ଷରେ ପ୍ରଚାର କରିବାସହ ଏହାକୁ ସୁଦୀର୍ଘ ଶ୍ରୀଲଙ୍କା, ଜାଭା ଇତ୍ୟାଦି ଦେଶଗୁଡିକରେ ତଥା ସମଗ୍ର ଏସୀଆ ମହାଦେଶରେ ମଧ୍ୟ ଲୋକପ୍ରୀୟ କରାଇ ପାରିଥିଲେ.
ଖୀର୍ଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀ ବେଳକୁ କଳିଙ୍ଗ ଥିଲା ଖାରବେଳଙ୍କ ଏକ ଶକ୍ତିଶାଳୀ ସାମ୍ରାଜ୍ୟ. ଖାରବେଳଙ୍କ ଶାସନ ସମୟରେ ଉଦୟଗିରୀ, ଖଣ୍ଡଗିରୀ ପ୍ରଭୃତି ଗୁମ୍ଫାର ନିର୍ମାଣ ହୋଇଥିଲା . ଏହା ପରେ ସମୁଦ୍ରଗୁପ୍ତ ଓ ସଶାଙ୍କ ପ୍ରଭୃତି ଶାସକଙ୍କ ସମୟରେ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ହୋଇଥିବା ବିଭିନ୍ନ ଐତିହାସିକ କୀର୍ତି ସ୍ଥାପନ ହୋଇଥିବାର ପ୍ରମାଣ ମିଳିଥାଏ.
ଖୀଷ୍ଟାବ୍ଦ 795 ବେଳକୁ କଳିଙ୍ଗ, କୋଶଳ ଓ ଉତ୍କଳ ଗୋଟିଏ ସାମ୍ରାଜ୍ୟରେ ପରିଣତ ହୋଇଥିଲା. ଏହାର ଶାସକ ଥିଲେ ବୀର ପ୍ରତାପୀ ଯଯାତୀ. ତାଙ୍କ ସମୟକୁ ଓଡିଶାର ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଥିଲା. ସେ ବିଶ୍ଵ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ. ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଶାସନ ସମୟରେ ନିର୍ମିତ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଆଜି ମଧ୍ୟ ଓଡିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଜ୍ଵଳନ୍ତ ଉଦାହରଣ ଭାବେ ପରିଗଣିତ ହେଉଛି. ବର୍ତ୍ତମାନର ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଥିବା ଏହି ମନ୍ଦିର ସୌନ୍ଦର୍ଯ୍ୟର ପ୍ରତିକ ତାଜମହଲ ସହ ତୁଳନା କରାଯାଏ.
ପରମ୍ପରା:ପରମ୍ପରା ଓ ସଂସ୍କୃତିକୁ ନେଇ ଓଡିଶା ସର୍ବଦା ଗର୍ବିତ. ଓଡିଶା ପାଇଁ ଜଗନ୍ନାଥ ସଂସ୍କୃତି ହେଉଛି ସବୁଠାରୁ ବଡ ସଂସ୍କୃତି. ଜଗନ୍ନାଥଙ୍କ ରଥଯାତ୍ରା ଆଜି ବିଶ୍ଵ ଦରବାରରେ ପରିଚିତ. ସେହି ପରି ଭିନ୍ନ ଭିନ୍ନ ଜାତିର ଲୋକଙ୍କ ଭିନ୍ନ ଭିନ୍ନ ଭାଷା ଓ ତାସହ ସେମାନଙ୍କ ଭକ୍ତି ଓ ଶ୍ରଦ୍ଧା ନେଇ ବିଭିନ୍ନ ପରମ୍ପରାରେ ଓଡିଶା ରଙ୍ଗମୂଖର ହୋଇଉଠେ. ସେହି ପରି ଓଡିଶୀ, ଛଉ, ସମ୍ବଲପୁରୀ ଇତ୍ୟାଦି ନୃତ୍ୟଶୈଳୀର ଜୀବନ୍ତ ପରିବେଶଣ ବିଶ୍ଵବ୍ୟାପୀ ଏହାର ଆଦର ବୃଦ୍ଧି କରିବାରେ ଲାଗିଛି.

Wednesday, 13 June 2007

-----ମାନବ ମନ-----

ଶିକ୍ଷାର ଯଥାର୍ଥ ଭିତ୍ତି ହେଉଛି ଶୈଶବ, କୈଶୋର ଓ ପ୍ରୌଢାବସ୍ଥାର ମାନବ-ମନର ଅନୁଶୀଳନ । ଜ୍ଞାନ-କୈନ୍ଦ୍ରିକ ପୂର୍ଣ୍ଣତାର ସିଦ୍ଧାନ୍ତ ଉପରେ ପ୍ରତିଷ୍ଠିତ ଶିକ୍ଷାବ୍ୟବସ୍ଥା ଯାହା ଅଧ୍ୟୟନର ଉପକରଣକୁ ଉପେକ୍ଷା କରେ ତାହା ପୂର୍ଣାଙ୍ଗ ଓ ସୁଷମ ମନର ଗଠନ ନ କରି ବୁଦ୍ଧିଗତ ଉତ୍କର୍ଷକୁ ଅଧିକାର ଭାବେ ବାଧାଦେବାର ଓ କ୍ଷତିଗ୍ରସ୍ତ କରିବାର ସମ୍ଭାବନା ଥାଏ । କାରଣ ଶିକ୍ଷାବିତ୍ କୁ କଳାକାର ବା ସ୍ଥପତି ସଦୃଶ ନିର୍ଜୀବ ଉପକରଣକୁ ନେଇ ନୁହେଁ, କିନ୍ତୁ ଅସୀମ ଭାବେ ସୂକ୍ଷ୍ମ ଓ ସଂବେଦନଶୀଳ ଜୀବନକୁ ନେଇ କାର୍ଯ୍ୟ କରିବାକୁ ହୁଏ । ସେ କାଷ୍ଠ ବା ପ୍ରସ୍ତର ସଦୃଶ କୌଣସି ମାନବକୁ ଶିକ୍ଷାକ୍ଷେତ୍ରରେ ଶ୍ରେଷ୍ଠ ଅବଦାନର ରୂପାୟିତ କରିପାରିବ ନାହିଁ, ଯେଉଁ ମନକୁ ବୁଝିବା ଦୁରୂହ ତାହାର ଉପାଦାନକୁ ନେଇ ତାକୁ କାର୍ଯ୍ୟ କରିବାକୁ ହେବ ଏବଂ ଭଙ୍ଗୁର ମାନବ-ଶରୀର ଦ୍ଵାରା ସେହି ମନ ଉପରେ ଆରୋପିତ ସୀମିତ ଅବସ୍ଥା ଉପରେ ତାକୁ ବିବେଚନା କରିବାକୁ ହେବ । ଏହି ନିଃସନ୍ଦେହ ଯେ ଇଉରୋପର ଆଧୁନିକ ଶିକ୍ଷାବ୍ୟବସ୍ଥା ପ୍ରାଚୀନ କାଳର ଅନେକ ଶିକ୍ଷାବ୍ୟବସ୍ଥା ଅପେକ୍ଷା ବିଶେଷ ଅଗ୍ରଗତି କରିଛି, କିନ୍ତୁ ଏହାର ତୃଟି ସକଳ ମଧ୍ୟ ସ୍ପଷ୍ଟ । ମାନବ-ମନସ୍ତତ୍ତ୍ଵର ଅପୂର୍ଣ୍ଣ ଜ୍ଞାନହିଁ ଏହାର ଭିତ୍ତିଭୂମି, ଏବଂ କେବଳ ଇଉରୋପରେହିଁ ଏହାକୁ ଏହାର ବିପଜ୍ଜନକ ପରିଣାମରୁ ସୁରକ୍ଷିତ କରାଯାଇ ପାରିଛି । କାରଣ ସେଠାରେ ଏହି ଶିକ୍ଷାବ୍ୟବସ୍ଥାର ପ୍ରକ୍ରିୟାକୁ ସାଧାରଣ ଛାତ୍ର ଅସ୍ଵୀକାର କରିଥାଏ, ଦଣ୍ଡରୁ ରକ୍ଷା ପାଇବା କିଂବା ତୁରନ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନିମିତ୍ତ ଯେତିକି ଆବଶ୍ୟକ କେବଳ ସେତିକି ଅଧ୍ୟୟନର ଅଭ୍ୟାସ କରେ, କେତେକ ସକ୍ରିୟ ଅଭ୍ୟାସ ଓ ଜୋରଦାର ଶାରୀରିକ ବ୍ୟାୟମ ଅବଲମ୍ବନ କରେ । କେବଳ ଭାରତରେହିଁ ଶରୀର, ମନ ଓ ଚରିତ୍ର ଉପରେ ଏହି ଶିକ୍ଷାବ୍ୟବସ୍ଥାର ଶୋଚନୀୟ ପରିଣାମ ବିଶେଷ ଭାବେ ପରିଲକ୍ଷିତ ହୁଏ । ଜାତୀୟ ଶିକ୍ଷା-ବ୍ୟବସ୍ଥାର ପ୍ରଥମ ସମସ୍ୟା ହେଲା ଇଉରୋପୀୟ ଶିକ୍ଷା-ବ୍ୟବସ୍ଥା ସଦୃଶ ବ୍ୟାପକ, ଏବଂ ତଦପେକ୍ଷୀ ଅଧିକ ସଂପୂର୍ଣ୍ଣ ତଥା ତୃଟିହୀନ ଶିକ୍ଷାଦାନ କରିବା ଯହିଁରେ ଅଧିକ ମାନସିକ ଶ୍ରାନ୍ତି ଓ ଅର୍ଥହୀନ ମୁଖସ୍ଥ କରିବାର କୁପରିଣାମ ଦେଖା ଦେବ ନାହିଁ । ଏହା କେବଳ ଜ୍ଞାନାର୍ଜନର ଉପକରଣର ଅଧ୍ୟୟନ ଏବଂ ଏକ ସ୍ଵାଭାବିକ, ସହଜ ଓ ଫଳପ୍ରଦ ଶିକ୍ଷା-ବ୍ୟବସ୍ଥାର ଆବିଷ୍କାର ଦ୍ଵାରା ସମ୍ଭବ ହୋଇପାରେ । କେବଳ ଏହି ଜ୍ଞାନାର୍ଜନର ଉପକରଣଗୁଡିକୁ ସେସବୁର ସର୍ବୋତ୍ତମ ସାମର୍ଥ୍ୟରେ ଶକ୍ତିଶାଳୀ ଓ ତୀକ୍ଷଣ କରିବା ଦ୍ଵାରାହିଁ ଆଧୁନିକ ଅବସ୍ଥାରେ ପ୍ରୟୋଜନୀୟ ବୃଦ୍ଧିପ୍ରାପ୍ତ ବ୍ୟବହାର ନିମିତ୍ତ ଫଳପ୍ରଦ କରାଯାଇପାରେ । ମାନସିକ ଶକ୍ତିସବୁକୁ ସରଳ ଓ ସହଜ ଉପାୟ ଦ୍ଵାରା ତନ୍ନ ତନ୍ନ ଭାବେ ତାଲିମ୍ କରିବାକୁ ହେବ, ତେବେହିଁ-ଏବଂ ତାହା ହେବା ପୂର୍ବରୁ ନୁହେଁ- ବୁଦ୍ଧିଗତ ଶକ୍ତିର ଅସାଧାରଣ କାର୍ଯ୍ୟସକଳ ସେସବୁ ଦ୍ଵାରା ସାଧିତ ହୋଇପାରିବ । ଯଥାର୍ଥ ଶିକ୍ଷାଦାନର ପ୍ରଥମ ନୀତି ଏହି ଯେ କିଛି ବି ଶିକ୍ଷା ଦିଆଯାଇ ପାରିବ ନାହିଁ । ଶିକ୍ଷକ ଜଣେ ଉପଦେଷ୍ଟା ବା ଅବଧାନ ନୁହନ୍ତି , ସେ ଜଣେ ସାହାଯ୍ୟଦାତା ଓ ପଥପ୍ରଦର୍ଶକ । ତାଙ୍କର କର୍ତ୍ତବ୍ୟ ହେଲା ସୂଚନା ଦେବା, କିନ୍ତୁ ଜବରଦସ୍ତି କିଛି ଲଦିଦେବା ନୁହେଁ । ବାସ୍ତବରେ ସେ ଛାତ୍ରର ମନକୁ ତାଲିମ କରନ୍ତି ନାହିଁ, ସେ କେବଳ ତାହାର ଜ୍ଞାନାର୍ଜନର ଯନ୍ତ୍ରଗୁଡିକୁ କିପରି ପୂର୍ଣ୍ଣତା ପ୍ରଦାନ କରିବାକୁ ହେବ, ତାହା ଦେଖାଇ ଦିଅନ୍ତି ଏବଂ ତାହାର ପଦ୍ଧତିରେ ଉତ୍ସାହିତ ଓ ସହାୟତା କରନ୍ତି । ସେ ତାକୁ ଜ୍ଞାନ ପ୍ରଦାନ କରନ୍ତି ନାହିଁ, ନିଜେ କିପରି ଜ୍ଞାନ୍ ଅର୍ଜନ କରିପାରିବ ତାହାର ଉପାୟ ଦେଖାଇ ଦିଅନ୍ତି । ସେ ଛାତ୍ର ମଧ୍ୟରେ ଅନ୍ତର୍ନିହିତ ଜ୍ଞାନକୁ ବହିର୍ଦେଶକୁ ଆଣି ତାହାର ପ୍ରୟୋଗ କରନ୍ତି ନାହିଁ, କେବଳ ତାକୁ ଦେଖାଇ ଦିଅନ୍ତି ଯେ ତାହା କେଉଁଠାରେ ନିହିତ ଏବଂ ତାହାକୁ ବହିର୍ଦେଶକୁ ଆଣିବାକୁ ସେ କିପରି ଅଭ୍ୟସ୍ତ ହୋଇପାରେ । ଏହି ନିୟମ କେବଳ କିଶୋର ଓ ପ୍ରୌଢ ମନକୁ ଶିକ୍ଷା ଦେବା ନିମିତ୍ତ ଏହା ପ୍ରଯୋଜ୍ୟ ନୁହେଁ, - ଏହା ଏକାନ୍ତ ରକ୍ଷଣଶୀଳ ଏବଂ ଅଜ୍ଞାନମୂଳକ ମତବାଦ । ଶିଶୁ ବା ବୟସ୍କ ବ୍ୟକ୍ତି, ବାଳକ ବା ବାଳିକା, ସମସ୍ତଙ୍କ ନିମିତ୍ତ ଶିକ୍ଷାଦାନର କେବଳ ଏହି ଏକମାତ୍ର ଉତ୍ତମ ନିୟମ ଅଛି । ବୟସର ତାରତମ୍ୟ ଅନୁସାରେ ପ୍ରୟୋଜନୀୟ ସାହାର୍ଯ୍ୟ ଓ ମାର୍ଗ ଦର୍ଶନର ନିର୍ଦେଶର ମାତ୍ରା କମ୍ ବା ବେଶି ହୋଇପାରେ କିନ୍ତୁ ମୂଳତଃ ଏହି ନିୟମର ପ୍ରକୃତିରେ କୌଣସି ପରିବର୍ତ୍ତନ ହୁଏ ନାହିଁ । ଦ୍ଵିତୀୟ ନୀତି ହେଲା ଉତ୍କର୍ଷସାଧନ ନିମିତ୍ତ ମନକୁ ନିଜର ପରାମର୍ଶ ଗ୍ରହଣ କରିବାକୁ ହେବ । ଛତ୍ରମାନଙ୍କୁ ପିତା-ମାତା ବା ଶିକ୍ଷକଙ୍କ ଅଭିଳଷିତ ଚାଞ୍ଚରେ ପିଟାପିଟି କରି ଗଢିତୋଳିବାର ଧାରଣା ଏକ ବର୍ବୋରଚିତ ଅଜ୍ଞାନ କୁସଂସ୍କାର ମାତ୍ର । ଛାତ୍ର ନିଜେ ହିଁ ନିଜର ସ୍ଵଭାବ ଅନୁଯାୟୀ ବିକାଶପ୍ରାପ୍ତ ହେବାକୁ ଅନୁପ୍ରାଣିତ ହେବା ଉଚିତ । ପୂତ୍ର-କନ୍ୟାଙ୍କୁ ପୂର୍ବନିର୍ଦ୍ଧାରିତ କୌଣସି ନିର୍ଦ୍ଦିଷ୍ଟ ଗୁଣାବଳୀ, ଶକ୍ତି, ଭାବଧାରା, ନୈତିକ ଉତ୍କର୍ଷର ଅଧିକାରୀ କରାଇବା ନିମିତ୍ତ ଅଥବା ପୂର୍ବ କଳ୍ପିତ ଏକ ଜୀବନନିର୍ବାହ-ପନ୍ଥା ନିମିତ୍ତ ପ୍ରସ୍ତୁତ କରାଇବାର ମନୋଭାବ ଧାରଣ କରିବାଠାରୁ ପିତାମାତାଙ୍କ ପକ୍ଷରେ ଆଉ କିଛି ବଡ ଭୁଲ ନାହିଁ । ସ୍ଵଭାବକୁ ତାହାର ନିଜ ଧର୍ମ ତ୍ୟାଗ ନିମିତ୍ତ ବାଧ୍ୟ କରିବାର ଅର୍ଥ ସବୁଦିନ ପାଇଁ ତାହାର କ୍ଷତି ଘଟାଇବା, ବିକାଶରେ ବ୍ୟାଘାତ ଆଣିବା ଓ ପୂର୍ଣ୍ଣତା ଲାଭକୁ ବିକୃତ କରିବା । ମାନବ ଆତ୍ମା ଉପରେ ଏହା ଏକ ସ୍ଵାର୍ଥଜଡିତ ଅତ୍ୟାଚାର ଏବଂ ରାଷ୍ଟ୍ର ସକାଶେ ଏକ ଆଘାତ; କାରଣ ଏହା ଫଳରେ ଏହାର ମଙ୍ଗଳ ନିମିତ୍ତ ବ୍ୟକ୍ତି ତାହାର ଯେଉଁ ସର୍ବୋତ୍କୃଷ୍ଟ ଦାନ ଦେଇଥା'ନ୍ତା ତାହା ରାଷ୍ଟ୍ର ହରାଇ ବସେ ଏବଂ ତତ୍ ପରିବର୍ତ୍ତେ ତାହାଠାରୁ ଗ୍ରହଣ କରିବାକୁ ବାଧ୍ୟ ହୁଏ ଯାହା ଅପୂର୍ଣ୍ଣ, କୃତ୍ରିମ, ଦ୍ଵିତୀୟ ଶ୍ରେଣୀୟ, ଆଗ୍ରହହୀନ ଓ ସାଧାରଣ । ପ୍ରତ୍ୟକ ମନୁଷ୍ୟ ମଧ୍ୟରେ ଏପରି କିଛି ନିହିତ ଯାହା ଦିବ୍ୟ, ଯାହା ତାହାର ନିଜସ୍ଵ, ଏବଂ ପୂର୍ଣ୍ଣତା ଓ ସାମର୍ଥ୍ୟପ୍ରାପ୍ତି ନିମିତ୍ତ ପ୍ରତ୍ୟକର ରହିଛି ସୁଯୋଗ - ତାହାର ପରିସର ଯେତେ କ୍ଷୁଦ୍ର ହେନୁନା କାହିଁକି - ଯାହା ଭଗବାନ ତାକୁ ଦାନ କରନ୍ତି ଏବଂ ତାକୁ ସେ ଗ୍ରହଣ ଅଥବା ବର୍ଜନ କରିପାରେ । ଆମର ଏକାନ୍ତ କର୍ତ୍ତବ୍ୟ ହେଲା ଏହାକୁ ଆବିଷ୍କାର କରିବା, ବିକଶିତ କରାଇବା ଓ ବ୍ୟବହାର କରିବା । ଶିକ୍ଷାର ସର୍ବପ୍ରଧାନ ଲକ୍ଷ୍ୟ ହେବା ଉଚିତ ଏକ ମହତ୍ ଉଦ୍ଦେଶ୍ୟସାଧନ ନିମିତ୍ତ ବିକାଶଶୀଳ ଅନ୍ତରତ୍ମାକୁ ତାହାର ନିଜ ମଧ୍ୟସ୍ଥ ସର୍ବୋତ୍କୃଷ୍ଟ ବସ୍ତୁକୁ ବାହାର କରି ଆଣିବା ଓ ତାହାକୁ ପୂର୍ଣ୍ଣତା ପ୍ରଦାନ କରିବାରେ ସାହାଯ୍ୟ କରିବା । ଶିକ୍ଷାଦାନର ତୃତୀୟ ନୀତି ହେଉଛି ନିକଟସ୍ଥ ପାରିପାର୍ଶ୍ଵ ଅବସ୍ଥାରୁ ଆରମ୍ଭ କରି ଦୂର-ଦୂରାନ୍ତ ପର୍ଯ୍ୟନ୍ତ, ବର୍ତ୍ତମାନ ଯାହା ଉପସ୍ଥିତ ତହିଁରୁ ଆରମ୍ଭ କରି ଭବିଷ୍ୟତରେ ଯାହା ଉଠିବ ସେଥି ନିମିତ୍ତ କାର୍ଯ୍ୟକରିବା । ପ୍ରାୟ ସଦାସର୍ବଦା, ମାନବପ୍ରକୃତିର ମୂଳଭିତ୍ତି ହେଲା ତାହାର ଅନ୍ତରାତ୍ମାର ଅତୀତ ଅବସ୍ଥା ଏବଂ ତାହାର ବଂଶପରମ୍ପରା, ପରିବେଶ, ଜାତୀୟତା, ଦେଶ, ଯେଉଁ ମୃତ୍ତିକାରୁ ସେ ଖାଦ୍ୟ ଗ୍ରହଣ କରେ, ଯେଉଁ ବାୟୁ ସେ ନିଃଶ୍ଵାସରେ ସେବନ କରେ, ଯେଉଁ ଦୃଶ୍ୟ , ଶବ୍ଦ ଓ ଅଭ୍ୟାସରାଜି ସହ ସେ ଅଭ୍ୟସ୍ତ । ଯେହେତୁ ସେସବୁ ତାହାକୁ ତାହାର ଅଜ୍ଞାତସାରରେ ପ୍ରଭାବିତ କରନ୍ତି, ତଥାପି ଏହା ନୁହେଁ ଯେ ସସବୁ କମ୍ ପ୍ରଭାବଶାଳୀ ଭାବେ ତାହାକୁ ଗଢି ତୋଳନ୍ତି । ତେଣୁ ସେହିସବୁକୁ ନେଇ ହିଁ ଆମକୁ ଶିକ୍ଷା ଆରମ୍ଭ କରିବାକୁ ହେବ । ବ୍ୟକ୍ତି ଯେଉଁ ଦେଶରେ ବାସ କରେ, ସ୍ଵଚ୍ଛନ୍ଦରେ ଗଢି ଉଠେ ଏବଂ ଯାହାର ପରିବେଶ ମନକୁ ପରିବେଷ୍ଟିତ କରେ ତହିଁରୁ ତାହାର ପ୍ରକୃତିର ଚେରମୂଳକୁ ଉତ୍ପାଟିତ କରି ତାହାର ବିପରୀତଧର୍ମୀ ଦେଶ ଓ ଜୀବନର ମାନସିକ ଚିତ୍ର ଓ ଭାବଧାରାକୁ ଗ୍ରହଣ କରିବା ଉଚିତ ନୁହେଁ । ଯଦି ବାହାରୁ କିଛି ଆଣିବାକୁ ହେବ ତେବେ ତାହାକୁ ଗ୍ରହଣ କରିବା ନିମିତ୍ତ ମନ ନିକଟରେ ସମର୍ପଣ କରିବାକୁ ହେବ, କିନ୍ତୁ ବାଧ୍ୟ କରି ଲଦି ଦେବାକୁ ହେବ ନାହିଁ । ଏକ ସ୍ଵାଧୀନ ଓ ସ୍ଵଭାବିକ ଅଭିବୃଦ୍ଧି ହିଁ ଯଥାର୍ଥ ବିକାଶର ସର୍ତ୍ତ । ଏପରି ମାନବାତ୍ମାସବୁ ଦେଖାଯାନ୍ତି ଯେଉଁମାନେ ସ୍ଵଭାବତଃ ସେମାନଙ୍କ ପରିବେଶ ବୋରୋଧରେ ବିଦ୍ରୋହୀ ହୋଇଉଠନ୍ତି ଏବଂ ଏହା ବୋଧ ହୁଏ ଯେ ସେମାନେ ଭିନ୍ନ ଯୁଗ ଓ ଦେଶର ବ୍ୟକ୍ତି । ସେମାନେ ସେମାନଙ୍କର ସ୍ଵାଭାବିକ ଆଗ୍ରହକୁ ଅନୁସରଣ କରିବା ଉଚିତ; କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅବସନ୍ନ, ଶକ୍ତିହୀନ, ଶୂନ୍ୟ ଓ ଅପ୍ରାକୃତିକ ହୋଇପଡନ୍ତି ଯଦି ସେମାନଙ୍କୁ କୃତ୍ରିମ ଭାବେ କୌଣସି ବିପରୀତ ଧର୍ମୀ ଛାଞ୍ଚରେ ପକାଇ ଗଢିବାର ପ୍ରୟାସ କରାଯାଏ । ଏହା ଇଶ୍ଵରଙ୍କର ବ୍ୟବସ୍ଥା ଯେ ସେମାନେ କୌଣସି ଏକ ନିର୍ଦ୍ଦିଷ୍ଟ ଦେଶ , ଯୁଗ ଓ ସମାଜର ବ୍ୟକ୍ତି ହେବା ଉଚିତ; ସେମାନେ ହେବା ଉଚିତ ବର୍ତ୍ତମାନର ଅଧିକାରୀ ଶିଶୁଗଣ, ଭବିଷ୍ୟତର ସ୍ରଷ୍ଟା । ଅତୀତ ହେଉଛି ଆମ୍ଭମାନଙ୍କର ଭିତ୍ତିଭୂମି, ବରର୍ତ୍ତମାନ ଆମ୍ଭମାନଙ୍କର ବିଷୟବସ୍ତୁ ଏବଂ ଭବିଷ୍ୟତ ହେଉଛି ଆମ୍ଭମାନଙ୍କର ଲକ୍ଷ୍ୟ ଓ ପ୍ରଗତିର ପରାକାଷ୍ଠା । ଜାତୀୟ ଶିକ୍ଷା ବ୍ୟବସ୍ଥାରେ ପ୍ରତ୍ୟକେହିଁ ନିଜ ନିଜର ଉପଯୁକ୍ତ ଓ ସ୍ଵାଭାବିକ ସ୍ଥାନ ଗ୍ରହଣ କରିବା ଉଚିତ ।

ଜାତୀୟ ଶିକ୍ଷା ସମ୍ବନ୍ଧେ ଏକ ଭୂମିକା

ବିଶ୍ଵଜନୀନ ଶିକ୍ଷାର ଯେଉଁ ଆବଶ୍ୟକତା ଓ ଅବିମିଶ୍ର ଉତ୍କର୍ଷ ରହିଛି ତାହା ଆଧୁନିକ ବିଚାର ବୁଦ୍ଧି ପାଇଁ ଏକ ଅପରିବର୍ତ୍ତନୀୟ ଅନ୍ଧ ମତବାଦରେ ପରିଣତ ହୋଇଛି, କୌଣସି ଉଦାର ଚିତ୍ତ ବା ଜାଗ୍ରତ ଜାତୀୟବିବେକ ଦ୍ଵାରା ଏହା ଏକ ବିବାଦତୀତ ବିଷୟଭାବେ ଗ୍ରହଣ କରି ନିଆଯାଇଛି, ଏବଂ ଏହି ମତବାଦଟି କୌଣସି ତ୍ରୁଟି ବା ଆପତ୍ତିର ସଂପୂର୍ଣ୍ଣ ଉର୍ଦ୍ଧ୍ଵରେ କି ନୁହେଁ, ଯାହାବି ହେଉନା କାହିଁକି, ଏହା ଜାତିର ବୌଦ୍ଧିକ ଓ ପ୍ରାଣିକ ପ୍ରୟାସର ସାଂପ୍ରତିକ ତଥା ଜରୁରୀ ଆବଶ୍ୟକତାରୁ ପୂରଣ କରୁଛି ବୋଲି ଧରି ନିଆ ଯାଇପାରେ । କିନ୍ତୁ ଶିକ୍ଷା କ'ଣ , ଅଥବା ବ୍ୟବହାରିକ କ୍ଷେତ୍ରରେ ଏବଂ ଆଦର୍ଶଗତ ଭାବେ ଏହା କିପରି ହେବା ଉଚିତ, ଏହା ଉପରେ ଯୁକ୍ତିଯୁକ୍ତ ବା ପ୍ରାଞ୍ଜଳ କୌଣସି ଧାରଣ ଅଥବା ସେପରି କୌଣସି ବିଶ୍ଵନୀନ ରାଜିନାମା ବା ସାର୍ବଜନୀନ ଉପଲବ୍ଧି ନାହିଁ । ଏହି ଅନିଶ୍ଚୟତା ସହ ଆଉ ଏକ ଦାବି ଯୋଗ କରାଯାଇଛି - ସେହି ଦାବିଟି ହେଉଛି ଜାତୀୟ ଧରଣ/ପଦ୍ଧତିର ଶିକ୍ଷା । ଆମ ଦେଶଭଳି ଏକ ଦେଶରେ, ଯେଉଁଠି ଏକ ପକ୍ଷରେ ଏସୀୟ ଚେତନା, ଅନ୍ୟ ପକ୍ଷରେ ଇଉରୋପୀୟ ବା ପାଶ୍ଚାତ୍ୟ ଚେତନା ଏବଂ ସେମାନେ ଯେଉଁ ଭିନ୍ନ ଭିନ୍ନ ସଭ୍ୟତା ଗଢିଥିଲେ, ସେଗୁଡିକ ମଧ୍ୟରେ ସଂଘର୍ଷ ଫଳରେ ଇଂରେଜୀ ଓ ଭାରତୀୟ ମନ ଓ ସଂସ୍କୃତିର ଜୋରଜବରଦସ୍ତି ମିଳନ ପାଇଁ ପ୍ରଚେଷ୍ଟା ଫଳରେ ଏବଂ ତା' ସହିତ ରାଜନୀତିକ ପରାଧୀନତା ଦ୍ଵାରା ଶିକ୍ଷାର ଚୁଡାନ୍ତ ରୂପରେଖ ନିର୍ଣ୍ଣୟ ଓ ନିୟନ୍ତ୍ରଣ ବିଦେଶୀମାନଙ୍କ ହାତକୁ ଚାଲିଯିବା ହେତୁ ସ୍ଵାଧୀନତା ପାଇଁ ଉନ୍ମାଦନା ଓ ଜାଗରଣ ସହ ସ୍ଵାଭାବିକ ଭାବରେ ଏହା ବାରଂବାର ଉତ୍ଥାପିତ ଏକ ତୁମୁଳ କୋଳାହଳ ପୂର୍ଣ୍ଣ ଦାବି ହୋଇ ଉଠିଛି । ଏବଂ ଏହି ବିଷୟଟି ଉପରେ ଆମର ଏକ ସ୍ପଷ୍ଟ ଧାରଣାର ଅଭାବ ହେତୁ , ଆମେ ବର୍ତ୍ତମାନ ଯେପରି ଏକ ବିରାଟ ଏବଂ ବିପର୍ଯ୍ୟସ୍ତ ବିଭ୍ରାନ୍ତି ଭିତରେ ପ୍ରବେଶ କରି ସାରିଲୁଣି, ସେହିପରି ଆଗକୁ ପୁଣି ଏକ ବିଭ୍ରାନ୍ତି ଭିତରେ ପ୍ରବେଶ କରିପାରୁ । କାରଣ ସାଧାରଣ ଭାବରେ ଶିକ୍ଷା ଯଥାର୍ଥରେ କ'ଣ ବା କ'ଣ ହେବା ଉଚିତ, ଏହା ଯଦି ସ୍ପଷ୍ଟତଃ ଆମେ ଜାଣି ନ ଥାଉଁ , ତେବେ ଜାତୀୟ ଶିକ୍ଷାର ଅର୍ଥ ଆମେ ତଦପେକ୍ଷା କମ୍ ଜାଣିଛ ବୋଲି ବୁଝିବାକୁ ହେବ । ଏ ସମ୍ବନ୍ଧେ ଯାହା ସର୍ବସମ୍ମତ ବୋଲି ମନେ ହୁଏ, ତାହା ହେଲା ବିଦ୍ୟାଳୟ ବା ବିଶ୍ଵବିଦ୍ୟାଳୟମାନଙ୍କରେ ଦିଆଯାଉଥିବା ଶିକ୍ଷା ନିକୃଷ୍ଟ ଧରଣର ଏବଂ ତାହା ସହିତ ଜାତୀୟ ମନ, ଆତ୍ମା ଓ ଚରିତ୍ରକୁ ଏହା ବିଜାତୀୟ, ଅଧଃପତିତ ଓ ଦୁର୍ବଳ କରାଏ କାରଣ ବିଦେଶୀ ଶକ୍ତି ଦ୍ଵାରା ଏହା ଆଶ୍ରିତ ଏବଂ ଲକ୍ଷ୍ୟ, ପଦ୍ଧତି, ତାତ୍ପର୍ଯ୍ୟ ଓ ଚେତନାରେ ମଧ୍ୟ ଏହା ବିଦେଶୀ । କିନ୍ତୁ ଏହି ସଂପୂର୍ଣ୍ଣ ନାସ୍ତିବାଚକ ରାଜିନାମ ଆମକୁ ବେସୀ ଦୂରକୁ ଅଗ୍ରସର କରାଇ ପାରେ ନାହିଁ ; ଏଥିରୁ ଆମେ ସ୍ପଷ୍ଟତଃ ବୁଝିପାରୁ ନାହିଁ ଯେ ନୀତି ବା ଅଭ୍ୟାସ ଦୃଷ୍ଟିରୁ ଆମେ କ'ଣ ଚାହୁଁ ବା ଏହା ସ୍ଥାନରେ ଆମେ ଅନ୍ୟ କ'ଣ ପ୍ରତିଷ୍ଠା କରିବା ଉଚିତ । କୌଣସି ଏକ ନାମ ବା ପଦରେ ଅଧିକ ବୈଶିଷ୍ଟ୍ୟ ଥାଇପାରେ କିନ୍ତୁ କୌଣସି ବିଦ୍ୟାଳୟ ବା ମହାବିଦ୍ୟାଳୟ ବା ଏପରିକି କୌଣସି ଶିକ୍ଷାପରିଷଦ ବା ବୋର୍ଡ୍ ସହିତ "ଜାତୀୟ" ଶବ୍ଦଟି ଯୋଡିବା, ବିଶେଷତଃ ଯେଉଁମାନେ କି ଆମ୍ଭେମାନେ ପ୍ରକାଶ୍ୟଭାବେ ନିନ୍ଦା କରୁଥିବା ପଦ୍ଧତିରେ ତାଲିମପ୍ରାପ୍ତ ହୋଇଛନ୍ତି, ସେପରି ସ୍ଵଦେଶୀ ସଂସ୍ଥା ହାତରେ ସେଗୁଡିକୁ ଛାଡିଦେବା, ଟିକିନିଖି ବିଷୟ ଓ ପାଠ୍ୟକ୍ରମର କେତେକ ପାର୍ଥକ୍ୟ, ଯୋଗ, ବିୟୋଗ ଓ ପରିବର୍ତ୍ତନ ସହ ସେହି ଦୋଷାରୋପିତ ପଦ୍ଧତିକୁ ପୁନରାୟ ପ୍ରୟୋଗ କରିବା, ବାହ୍ୟ କର୍ମରେ କିଛି ପରିବର୍ତ୍ତନ ଆଣି ସମସ୍ୟାର ସମାଧାନ ହୋଇଛି ବୋଲି ଭାବିବା - ଏହି ସବୁ ଦ୍ଵାରା ବାସ୍ତବରେ କିଛି ପରିବର୍ତ୍ତନ ହୁଏ ନାହିଁ । ଏହି ପ୍ରକାର କୌଶଳ ପ୍ରୟୋଗ କରି ସନ୍ତୁଷ୍ଟ ହେବାର ଅର୍ଥ ହେଉଛି ଆମର ବୁଦ୍ଧିଗତ ମାଧ୍ୟାକର୍ଷଣ କେନ୍ଦ୍ର ଚାରିପାଖରେ ଶୂନ୍ ଚିତ୍ ପ୍ରଦର୍ଶନ କରିବା ; ପୂର୍ବରୁ ଆମେ ଯେଉଁଠାରେ ଥିଲୁ ସେହିଠାରେହିଁ ପଡିରହି ଆମେ ଅନ୍ୟ ଏକ କ୍ଷେତ୍ରରେ ପହଞ୍ଚିଛୁ ବୋଲି ଭାବିବା - ଏହା ସ୍ପଷ୍ଟତଃ ଏକ ବିଶେଷ ଅସନ୍ତୋଷଜନକ କର୍ମଧାରା । ନୂତନ ନାମରେ ପରିଚାଳିତ ଅନୁଷ୍ଠାନଗୁଡିକ ଅନ୍ୟ ଅନୁଷ୍ଠାନଗୁଡିଅକ ଅପେକ୍ଷା ହୁଏତ ଅଧିକ ଉତ୍ତମ ଶିକ୍ଷାପ୍ରଦାନ କରୁଥିବେ ବା ନ କରୁଥିବେ, କିନ୍ତୁ କେଉଁ ଭାବରେ ଏଗୁଡିକ ଅଧିକ ଜାତୀୟ, ଏପରିକି ସବୁଠାରୁ ସମ୍ମତଭାବେ ସହାନୁଭୂତିସୂଚକ ସମାଲୋଚନାଶୀଳ ବୁଦ୍ଧି ନିକଟରେ ଏହା ଅଧିକ ଜାତିଧର୍ମୀ, ଏହା ଆଦୌ ସ୍ପଷ୍ଟ ନୁହେଁ । ଏହି ଯେ ସମସ୍ୟା, ବାସ୍ତବରେ ଏହାକୁ ଅତିକ୍ରମ କରିବାକୁ ହେଲେ ବାଧାବିଘ୍ନ ମଧ୍ୟଦେଇ ଯିବାକୁ ହେବ ଏବଂ ଚିନ୍ତା ବା କର୍ମର କେଉଁ ବିନ୍ଦୁରୁ ଆରମ୍ଭ କରିବାକୁ ହେବ, ନୂତନ ଅନୁଷ୍ଠାନଟିକୁ କେ ଉଁ ମୂଳନୀତି ଅନୁସରଣ କରି ଗଢିତୋଳିବାକୁ ହେବ ବା କେଉଁ ଧାରାରେ ଏହାର ନକ୍ସା ତିଆରି କରିବାକୁ ହେବ - ଏସବୁ ଆବିଷ୍କାର କରିବା ଆଦୌ ସହଜ ନୁହେଁ । ଅବସ୍ଥା ଅତି ଜଟିଳ ଏବଂ ଯାହା କରିବାକୁ ହେବ, ତାହାକୁ ସଂପୂର୍ଣ୍ଣ ଏକ ନୂତନ ଧାରାରେ ସୃଷ୍ଟି କରିବାକୁ ହେବ । ଭାରତରେ କୌଣସି ସମୟରେ ପ୍ରଚଳିତ କୌଣସି ଅତୀତ ନୀତି, ପଦ୍ଧତି ଓ ରୀତିକୁ - ତାହା ଯେତେ ମହାନ୍ ହେଉ ବା ଆମର ଅତୀତ ସଭ୍ୟତା ଓ ସଂସ୍କୃତି ସହିତ ତାହାର ଯେତେ ସଂଗତି ଥାଉ ନା କାହିଁକି - ତାହାର କେବଳ ପୁନଃପ୍ରଚଳନ କରାଇ ଆମେ ସନ୍ତୁଷ୍ଟ ହୋଇପାରିବୁ ନାହିଁ । ଅତୀତକୁ ପ୍ରତ୍ୟାବର୍ତ୍ତନ କରିବାର ଅର୍ଥ ହେବ ଏକ ନିଷ୍ଫଳ ଓ ଅସମ୍ଭବ ପ୍ରଚେଷ୍ଟା ଯାହା ବର୍ତ୍ତମାନର ଜରୁରୀ ଦାବି ଓ ଆମ ଭିବିଷ୍ୟତର ଆହୁରି ବୃହତ୍ତର ଦାବି ସକାଶେନୈରାଶ୍ୟଜନକଭାବେ ଅପର୍ଯ୍ୟାପ୍ତ ହେବ । ଅନ୍ୟ ପକ୍ଷରେ , ଇଂରାଜୀ, ଜର୍ମାନ୍ , ବା ଆମେରିକାନ୍ ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳ ଶିକ୍ଷାଧାରାକୁ ଗ୍ରହଣ କରିନେବା ବା ଭାରତୀୟତାର ବାହ୍ୟ ଆବରଣ ଦେଇ ସେହିସବୁରେ କିଛି ପରିବର୍ତ୍ତନ ସହ ଗ୍ରହଣ କରିବା ହୁଏତ ଆକର୍ଷଣୀୟ ଭାବେ ସହଜସାଧ୍ୟ ଏକ କାର୍ଯ୍ୟଧାରା ହୋଇପାରେ ଏବଂ ତଦ୍ଦ୍ଵାରା ହୁଏତ ବେଶୀ ଚିନ୍ତା କରିବାରୁ ଓ ନୂତନ ପରୀକ୍ଷା ନିରୀକ୍ଷାର ଆବଶ୍ୟକତାରୁ କ୍ଷାନ୍ତି ମିଳିପାରେ, କିନ୍ତୁ ସେହି କ୍ଷେତ୍ରରେ ଶିକ୍ଷାର ଜାତୀୟକରଣ ସମ୍ବନ୍ଧେ ଉଚ୍ଚ କୋଳାହଳ ନିମିତ୍ତ ଆହ୍ଵାନ କରିବାର ପ୍ରଶ୍ନ ଉଠୁ ନାହିଁ, ସେଥିପାଇଁ ଯାହାକିଛି ଆବଶ୍ୟକ ତାହା ହେଲା ନିୟନ୍ତ୍ରଣ, ଶିକ୍ଷାଦାନର ମାଧ୍ୟମ, ପାଠ୍ୟକ୍ରମର ଛାଞ୍ଚ ଓ ଯୋଜନା ଏବଂ କେତେକ ପରିଣାମରେ ବିଷୟଗୁଡିକ ମଧ୍ଯରେ ଭାରସାମ୍ୟ ରକ୍ଷା । ମୁଁ ଅନୁମାନ କରୁଛି ଯେ ଏ ବିଷୟରେ ଆମେ ଯାହା ଭାବୁଛୁ, ତାହା ଅପେକ୍ଷା ଏହା ଅଧିକକିଛି ଗଭୀର, ମହାନ୍ ଓ ଅନୁସନ୍ଧାନ କରିବାର ବିଷୟ ଏବଂ ଏହାକୁ ରୂପଦେବା ଯେତେ କଷ୍ଟସାଧ୍ୟ ହେଲେ ମଧ୍ୟ ଏହା ଭାରତୀୟ ଆତ୍ମା, ଆବଶ୍ୟକତା , ମାନସିକ ପ୍ରକୃତି ଓ ସଂସ୍କୃତିର ଉପଯୋଗୀ ଏକ ଶିକ୍ଷା ଯାହାର ଅନୁସନ୍ଧାନ କରିବାରେ ଆମ୍ଭେମାନେ ପ୍ରବୃତ୍ତ; ଯଥାର୍ଥରେ ଏହା ଏପରି କିଛି ନୁହେଁ ଯାହା କେବଳ ଅତୀତ ପ୍ରତି ବିଶ୍ଵସ୍ତ, କିନ୍ତୁ ଏହା ଭାରତର ବିକାଶଶୀଳ ଆତ୍ମା ପ୍ରତି, ତାହାର ଭବିଷ୍ୟତ୍ ଆବଶ୍ୟକତା ପ୍ରତି, ତାହାର ଆଗାମୀ ଆତ୍ମ-ସୃଜନର ମହାନତା ପ୍ରତି, ତାହାର ଶାଶ୍ଵତ ଆତ୍ମା ପ୍ରତି ବିଶ୍ଵସ୍ତ । ଏହି ବିଷୟହିଁ ଆମ୍ଭମାନଙ୍କ ମନରେ ସ୍ପଷ୍ଟ ହେବା ଆବଶ୍ୟକ, ଏବଂ ମହାନ୍ ଭାବେ କର୍ମସଂପାଦନ କରିବା ପୂର୍ବରୁ ଆମ୍ଭେମାନେ ତାହାର ମୌଳିକ ଭିତ୍ତି ମଧ୍ୟକୁ ଭେଦ କରିଯାଇ ତାହାକୁ ଦୃଢୀଭୂତ କରିବା ଆବଶ୍ୟକ । ତା'ନହେଲେ ସବୁଠୁ ସହଜ କାର୍ଯ୍ୟ ହେବ, ସତ୍ୟ ବୋଲି ପ୍ରତୀତ ହେଉଥିବା ଏକ ମିଥ୍ୟା ଧ୍ଵନିକୁ ଆଶ୍ରୟ କରି କାର୍ଯ୍ୟାରମ୍ଭ କରିବା ଅଥବା ପ୍ରକୃତ କ୍ଷେତ୍ରମଧ୍ୟକୁ ପ୍ରବେଶ କରୁ ନ ଥିବା ଏକ ସ୍ପର୍ଶକ ରେଖା ପରି ଏକ ଭୁଲ୍ ବିନ୍ଦୁରୁ ଯାତ୍ରାରମ୍ଭ କରି ଯଥାର୍ଥ ପଥଠାରୁ ବହୁ ଦୂରରେ ଦୂରରେ ଯାତ୍ରା କରିବା । ଏହା ଆମକୁ କୌଣସି ଲକ୍ଷ୍ୟରେ ତ ପହଞ୍ଚାଇବ ନାହିଁ ପରନ୍ତୁ ପରିଣାମ ହେବ ଶୂନ୍ୟତା ଓ ବିଫଳତା । କିନ୍ତୁ ଆମକୁ ପ୍ରଥମେ ପ୍ରାଥମିକ କ୍ଷତିକର ଆପତ୍ତି-ଅଭିଯୋଗ ସବୁକୁ ପଥରୁ ପରିଷ୍କାର କରିଦେବାକୁ ହେବ ମିଂବା ଅନ୍ତତଃ ସେଗୁଡିକୁ ଯଥାର୍ଥ ସ୍ଥାନ ଦେବାକୁ ହେବ ଏବଂ ଆଲୋକ ସମ୍ମୁଖକୁ ଆଣିବାକୁ ହେବ । ଏହି ଅଭିଯୋଗଗୁଡିକ ହେଲା : ପ୍ରକଳ୍ପିତ ଏକ ଜାତୀୟ ଶିକ୍ଷାର ଧାରଣାରେ କୌଣସି ଅର୍ଥ ନାହିଁ ବା ଏଥିପାଇଁ କୌଣସି ପ୍ରକାର କଷ୍ଟସ୍ଵୀକାର କରିବା ମୂଲ୍ୟହୀନ । ଏହି ଧାରଣା ହେଉଛି ଯେଉଁ କ୍ଷେତ୍ରରେ ଉତ୍ତମ ନାଗରିକତ୍ଵ ସମ୍ବଦନ୍ଧେ ତାଲିମ ଦେବା ବ୍ୟତୀତ ସ୍ଵଦେଶ-ପ୍ରେମର କୌଣସି ନ୍ୟାୟସଙ୍ଗତ ସ୍ଥାନ ନାହିଁ, ତାହାରି ମଧ୍ୟକୁ ଏକ ମିଥ୍ୟା ଓ ସଂକୀର୍ଣ୍ଣ ସ୍ଵଦେଶ-ପ୍ରମର ଏକ ଅବାଞ୍ଛିତ ଓ କ୍ଷତିକର ଅନଧିକାର ପ୍ରବେଶ । ଏବଂ ସେହି ଉଦ୍ଦେଶ୍ୟଟି ନିମିତ୍ତ କୌଣସି ବିଶେଷ ପ୍ରକାର ବା ପ୍ରଣାଳୀର ଶିକ୍ଷା ଅନାବଶ୍ୟକ , ଯେହେତୁ ଉତ୍ତମ ନାଗରିକତ୍ଵ ସକାଶେ ଦିଆଯାଉଥିବା ତାଲିମ ପ୍ରାଚ୍ୟ ବା ପାଶ୍ଚାତ୍ୟରେ ହେଉ , ଇଂଲଣ୍ଡ ବା ଜର୍ମାନୀ ବା ଜାପାନ ବା ଭାରତରେ ହେଉ, ସମସ୍ତଙ୍କ ସକାଶେ ସମସ୍ତ ସାରବସ୍ତୁ ସହିତ ସମାନ ହେବା ଆବଶ୍ୟକ । ମାନବଜାତି ଓ ଏହାର ଆବଶ୍ୟକତା ସକଳ ସର୍ବତ୍ର ସମାନ ଏବଂ ସକଳ ଦେଶ ନିର୍ବିଶେଷରେ ସତ୍ୟ ଓ ଜ୍ଞାନ ଏକ; ଶିକ୍ଷା ମଧ୍ୟ ହେବା ଆବଶ୍ୟକ ଏକ ସାର୍ବଜନୀନ ବିଷୟ ଏବଂ ସକଳ ଜାତୀୟ ବା ଦେଶଗତ ସୀମାରେଖାରୁ ମୁକ୍ତ । ଉଦାହରଣ ସ୍ଵରୂପ , ବିଜ୍ଞାନ-କ୍ଷେତ୍ରରେ ଜାତୀୟ ଶିକ୍ଷାର ଅର୍ଥ କ'ଣ ହୋଇପାରେ ଏବଂ ଏହା କ'ଣ ଏହି ମହତ୍ତ୍ଵକୁ ପ୍ରକାଶ କରେ ଯେ ଆମକୁ ଆଧିନିକ ସତ୍ୟ ଓ ବିଜ୍ଞାନର ଆଧିନିକ ପଦ୍ଧତିକୁ ବର୍ଜନ କରିବାକୁ ହେବ ଯେହେତୁ ଆମ ପାଖକୁ ସେସବୁ ଇଉରୋପରୁ ଆସିଛି ? ପ୍ରାଚୀନ ଭାରତରେ ଅପୂର୍ଣ୍ଣ ଭୌତିକ ଜ୍ଞାନ ଦିଗରେ ଫେରିଯାଇ ଗାଲିଲିଓ ଓ ନିଉଟନ୍ ଙ୍କ ବିଜ୍ଞାନ ଓ ଅନ୍ୟ ଯାହାକିଛି ପରେ ଆସିଛି ସେସବୁକୁ ଆମେ କ'ଣ ବର୍ଜନ କରିବା ଏବଂ ଯାହାକିଛି ଭାସ୍କରାଚାର୍ଯ୍ୟ, ଆର୍ଯ୍ୟଭଟ୍ଟ ଓ ବରାହମିହିରଙ୍କୁ ଜଣାଥିଲା, କେବଳ ସେତିକିହିଁ ଶିଖାଇବା ? କିମ୍ବା ସଂସ୍କୃତ ବା ବ୍ୟବହୃତ ଦେଶୀୟ ଭାଷାମାନଙ୍କର ଶିକ୍ଷାଦାନ ଲାଟିନ ବା ଆଧୁନିକ ଇଉରୋପୀୟ ଭାଷାମାନଙ୍କ ଶିକ୍ଷାଦନଠାରୁ ପ୍ରକାର ଓ ପଦ୍ଧତିରେ କିପରି ଭିନ୍ନ ହେବା ଉଚିତ ? ତେବେ କ'ଣ ଆମେ ନଦେୟାର "ଟୋଲ" ମାନଙ୍କର ଶିକ୍ଷାପଦ୍ଧତିକୁ ନା ତକ୍ଷଶୀଳା ଓ ନାଳନ୍ଦାର ପ୍ରଚୀନ ଶିକ୍ଷା-ବ୍ୟବସ୍ଥାକୁ, ଯଦି ଆମେ ତାହାକୁ ଯଥାର୍ଥରେ ଆବିଷ୍କାର କରିପାରୁ, ଫେରାଇ ଆଣିବା ? ଅତି ବେଶୀରେ ଯାହା ଦାବୀ କରାଯାଇପାରେ , ତାହା ହେଲା ଆମ ଦେଶର ଅତୀତର ଶିକ୍ଷାକୁ ପ୍ରଶସ୍ତତର ସ୍ଥାନ ଦେବା, ଇଂରାଜୀ ଭାଷାକୁ ନିମ୍ନତର ସ୍ଥାନ ଦେଇ ଦ୍ଵିତୀୟ ଭାଷାରୂପେ ଗ୍ରହଣ କରିବା - କିନ୍ତୁ ଏପରି ପରିବର୍ତ୍ତନସବୁ ଆଣିବାର ଯୌକ୍ତିକତା ସମ୍ବନ୍ଧେ ଆପତ୍ତି କରିବାର ସମ୍ଭାବନା ମଧ୍ୟ ରହିଛି । ସର୍ବୋପରି, ଆମେ ବିଂଶ ଶତାବ୍ଦୀରେ ବାସ କରୁଛୁ ଏବଂ ଚନ୍ଦ୍ରଗୁପ୍ତ ବା ଆକବରଙ୍କ ଯୁଗର ଭାରତବର୍ଷକୁ ବର୍ତ୍ତମାନ ପୁନର୍ଜୀବିତ କରିପାରିବୁ ନାହିଁ ; ଆମ୍ଭେମାନେ ସତ୍ୟ ଓ ଜ୍ଞାନର ଅଗ୍ରଗତି ସହ ସମତାଳ ଦେଇ ଆଗେଇ ଚାଲିବା, ଏବଂ ବାସ୍ତବ ପରିସ୍ଥିତି ମଧ୍ୟରେ ବଞ୍ଚିବା ନିମିତ୍ତ ଆମ୍ଭମାନଙ୍କୁ ଉପକୁକ୍ତ କରି ଗଢିତୋଳିବା ଆବଶ୍ୟକ; ଏବଂ ସେହି କାରଣରୁ ଆମ୍ଭମାନଙ୍କର ଶିକ୍ଷା ବାହ୍ୟରୂପ ତଥା ସାରତତ୍ତ୍ଵରେ ଯୁଗୋପଯୋଗୀ ଏବଂ ଜୀବନ ତଥା ଅନ୍ତଶ୍ଚେତନାରେ ଆଧୁନିକ ହେବା ଆବଶ୍ୟକ ।

ଗୀତାର ଭୂମିକା .........

----ଦ୍ଵିତୀୟ ଅଧ୍ୟାୟ ----
ସଞ୍ଜୟ କହିଲେ, - ମଧୁସୂଦନ ଅର୍ଜୁନଙ୍କର କୃପାବିଷ୍ଟ ଅଶ୍ରୁପୂର୍ଣ୍ଣ ଚକ୍ଷୁଦ୍ଵୟ ଓ ବିଷର୍ଣ୍ଣଭାବ ଦେଖି ତାଙ୍କୁ ଏହି ପ୍ର୍ୟୁତ୍ତର ଦେଲେ । ଶ୍ରୀଭଗବାନ୍ କହିଲେ, " ହେ ଅର୍ଜୁନ! ଏହି ସଙ୍କଟ ସମୟରେ ଏହି ଅନାର୍ଯ୍ୟବେସିତ ସ୍ଵର୍ଗପଥରୋଧକ ଅକୀର୍ତ୍ତିକର ମନର ମଳିନତା କେଉଁଠୁ ଆସିଲା ? ହେ ପୃଥତନୟ ! ହେ ଶତୃଦମନ ସମର୍ଥ ! କ୍ଳୀବତ୍ଵ ଆଶ୍ରୟ କର ନା, ଏହା ତୁମ ପକ୍ଷରେ ସମ୍ପୂର୍ଣ୍ଣ ଅଯୋଗ୍ୟ । ଏହି କ୍ଷୁଦ୍ରମାନସ ଦୁର୍ବଳତାକୁ ପରିତ୍ୟାଗ କର, ଉଠ । " ଶ୍ରୀକୃଷ୍ଣଙ୍କ ଉତ୍ତର - ଶ୍ରୀକୃଷ୍ଣ ଦେଖିଲେ ଯେ ଅର୍ଜୁନ କରୁଣାବିଷ୍ଟ ହୋଇପଡିଛନ୍ତି, ବିଷାଦ ତାଙ୍କୁ ଗ୍ରାସ କରିଛି । ଏହି ତାମସିକ ଭାବ ଦୂରକରିବା ନିମନ୍ତେ ଅନ୍ତ୍ରର୍ଯ୍ୟାମି ନିଜର ପ୍ରିୟ ସଖାକୁ କ୍ଷତ୍ରିୟୋଚିତ ତିରସ୍କାର କଲେ, ଯାହା ଫଳରେ ରାଜସିକଭାବ ଜାଗ୍ରତ ହୋଇ ତମଃକୁ ଦୂର କରିବ । ସେ କହିଲେ ଦେଖ, ଏହା ତୁମ ସପକ୍ଷର ସଙ୍କଟ କାଳ, ବର୍ତ୍ତମାନ ତୁମେ ଯଦି ଅସ୍ତ୍ର ପରିତ୍ୟାଗ କର, ସେମାନଙ୍କର ସମ୍ପୂର୍ଣ୍ଣ ବିପଦ ଓ ବିନାଶର ସମ୍ଭାବନା ଅଛି । ରଣକ୍ଷେତ୍ରରେ ସ୍ଵପକ୍ଷ ତ୍ୟାଗ ତୁମପରି କ୍ଷତ୍ରିୟବୀରର ମନରେ ଉଠିବାର କଥା ନୁହେଁ, କେଉଁଠାରୁ ତୁମର ହଠାତ୍ ଏ ଦୁର୍ମତି ଆସିଲା ? ତୁମର ଏହି ଭାବ ହେଲା ଦୁର୍ବଳତାପୂର୍ଣ୍ଣ, ପାପପୂର୍ଣ୍ଣ । ଅନାର୍ଯ୍ୟଗଣ ଏହି ଭାବର ପ୍ରସଂଶା କରନ୍ତି, ତାହାର ବଶ ହୁଅନ୍ତି, କିନ୍ତୁ ଏହା ଆର୍ଯ୍ୟମାନଙ୍କ ପକ୍ଷରେ ଅନୁଚିତ । ସେଥିରେ ପରଲୋକର ସ୍ଵର୍ଗପ୍ରାପ୍ତିରେ ବିଘ୍ନ ହୁଏ ଏବଂ ଈହଲୋକରେ ଯଶଃ ଓ କୀର୍ତ୍ତି ଲୁପ୍ତ ହୁଏ । ତା' ପରେ ଶ୍ରୀକୃଷ୍ଣ ଆହୁରି ମର୍ମଭେଦୀ ତିରସ୍କାର କଲେ । ଏହିଭାବ କ୍ଳୀବୋଚିତ, ତୁମେ ବୀରଶ୍ରେଷ୍ଠ, ତୁମେ ଜେତା, ତୁମେ କୁନ୍ତୀର ପୁତ୍ର, ତୁମେ ଏପରି କଥା କହୁଛ ? ପ୍ରାଣର ଏହି ଦୁର୍ବଳତା ପରିତ୍ୟାଗ କର, ଉଠ । କର୍ତ୍ତବ୍ୟପାଳନରେ ଉଦ୍ଯୋଗୀ ହୁଅ ।
କୃପା ଓ ଦୟା :- କୃପା ଓ ଦୟା ଦୁଇଟି ସ୍ଵତନ୍ତ୍ର ଭାବ , ଏପରିକି କୃପା ଦୟାର ବିରୋଧୀଭାବ ବି ହୋଇପାରେ । ଆମ୍ଭେମାନେ ଦୟାବଶର ଜଗତର କଲ୍ୟାଣ କରୁ, ମନୁଷ୍ୟର ଦୁଃଖ, ଜାତିର ଦୁଃଖ ଓ ପରର ଦୁଃଖ ମୋଚନ କରୁ । ଯଦି ନିଜର ଦୁଖ ବା ବ୍ୟକ୍ତିବିଶେଷର ଦୁଃଖ ସହ୍ୟକରି ନ ପାରି, ସେହି କଲ୍ୟାଣସାଧନରୁ ନିବୃତ ହେଉ, ତାହାହେଲେ ସେ ଆମର ଦୟା ହେଲା ନାହିଁ, କୃପାର ଆବେଶ ହେଲା । ସମସ୍ତ ମାନବଜାତିର ବା ସମଗ୍ର ଦେଶର ଦୁଃଖ ମୋଚନ କରିବାକୁ ମୁଁ ଉଠିଲି, ଏହି ଭାବ ହେଲା ଦୟା । ରକ୍ତପାତ ଭୟରେ, ପ୍ରାଣୀହିଂସା ଭୟରେ, ସେହି ପୂଣ୍ୟ କାର୍ଯ୍ୟରୁ ବିରତ ହେଲି, ଜଗତ୍ ଓ ଜାତିର ଦୁଃଖକୁ ଚିରସ୍ଥାୟୀ ହେବାକୁ ଦେଲି, ଏହି ଭାବକୁ କୃପା କୁହାଯାଏ । ଲୋକଙ୍କ ଦୁଃଖରେ ଦୁଃଖୀ ହୋଇ, ସେହି ଦୁଃଖମୋଚନ ନିମିତ୍ତ ଯେଉଁ ପ୍ରବଳ ପ୍ରବୃତ୍ତି ହୁଏ, ତାହାକୁ ଦୟା କୁହାଯାଏ । କିନ୍ତୁ ଅପରଙ୍କ ଦୁଃଖ ଚିନ୍ତା କରି ବା ଦୁଃଖ ଦେଖି କାତର ହେବା, ଏହା ଦୟା ନୁହେଁ, କୃପା । କାତରତାକୁ ଦୟା କୁହାଯାଏ ନାହିଁ , କୃପା କୁହାଯାଏ । ଦୟା ବଳବାନର ଧର୍ମ । ବୁଦ୍ଧଦେବ ଦୟାର ଆବେଶରେ ସ୍ତ୍ରୀ, ପୁତ୍ର, ପିତା, ମାତା, ବନ୍ଧୁବାନ୍ଧବଙ୍କୁ ଦୁଃଖୀ ଓ ହୃତସର୍ବସ୍ଵ କରି ଜଗତର ଦୁଃଖ ମୋଚନ କରିବାକୁ ବାହାରିଥିଲେ । ତୀବ୍ର ଦୟାର ଆବେଶରେ ଉନ୍ନତ୍ତା କାଳୀ ଜନ୍ମଜୟ ଅସୁର ସଂହାର କରି ପୃଥିବୀକୁ ରକ୍ତରେ ଭସାଇ ଦେଇ ସକଳଙ୍କ ଦୁଃଖ ମୋଚନ କରିଥିଲେ । ଆଉ ଅର୍ଜୁନ କୃପାର ଆବେଶରେ ଶସ୍ତ୍ର ପରିତ୍ୟାଗ କରିଥିଲେ । ଏହିଭାବ ଅନାର୍ଯ୍ୟପ୍ରଶଂସିତ , ଅନାର୍ଯ୍ୟ ଆଚରିତ । ଆର୍ଯ୍ୟଙ୍କ ଶିକ୍ଷା ଉଦାର, ବୀରୋଚିତ, ଦେବତାଙ୍କ ଶିକ୍ଷା । ଅନାର୍ଯ୍ୟମାନେ ମୋହରେ ପଡି ଅନୁଦାର ଭାବକୁ ଧର୍ମ ବୁଝି ଉଦାର ଧର୍ମକୁ ପରିତ୍ୟାଗ କରନ୍ତି । ଅନାର୍ଯ୍ୟମାନେ ରାଜସିକ ଭାବରେ ଭାବାନ୍ଵିତ ହୋଇ ନିଜର, ନିଜ ପ୍ରିୟଜନର, ନିଜ ପରିବାରର ବା କୁଳର ହିତ ଦେଖନ୍ତି, ବିରାଟ କଲ୍ୟାଣ ଦେଖନ୍ତି ନାହିଁ, କୃପାବଶରେ ଧର୍ମବିମୁଖ ହୋଇ ନିଜକୁ ପୂଣ୍ୟବାନ ବୋଲି ଗର୍ବ କରନ୍ତି, କଠୋରବ୍ରତୀ ଆର୍ଯ୍ୟକୁ ନିଷ୍ଠୁର ଓ ଅଧାର୍ମିକ କହନ୍ତି । ଅନାର୍ଯ୍ୟ ତାମସିକ ମୋହରେ ମୁଗ୍ଧ ହୋଇ ଅପ୍ରବୃତ୍ତିକୁ ନିବୃତ୍ତି କହନ୍ତି, ସକାମ ପୂଣ୍ୟକର୍ମକୁ ଉଚ୍ଚାସନ ପ୍ରଦାନ କରନ୍ତି । ଦୟା ଆର୍ଯ୍ୟ ଭାବ । କୃପା ଅନାର୍ଯ୍ୟ ଭାବ । ପୁରୁଷ ଦୟାର ବଶରେ, ବୀର ଭାବରେ ଅନ୍ୟର ଅମଙ୍ଗଳ ଓ ଦୁଃଖକୁ ବିନାଶ କରିବା ନିମିତ୍ତ ଅମଙ୍ଗଳର ସହିତ ଯୁଦ୍ଧରେ ପ୍ରବୃତ୍ତ ହୁଅନ୍ତି । ନାରୀ ଦୟାବଶରେ ଅନ୍ୟର ଦୁଃଖ ଲାଘବ ନିମିତ୍ତ ଶୁଶ୍ରୁଷାରେ ଯତ୍ନ ଓ ପରହିତ ଚେଷ୍ଟା ରେ ସମସ୍ତ ପ୍ରାଣ ଓ ଶକ୍ତି ଢାଳି ଦିଅନ୍ତି । ଯେ କୃପାବଶରେ ଅସ୍ତ୍ର ପରିତ୍ୟାଗ କରେ, ଧର୍ମ ପାଖରୁ ମୁଖ ଫେରାଇ ନିଏ, କାନ୍ଦି କାନ୍ଦି ଭାବେ ଯେ ମୋର କର୍ତ୍ତବ୍ୟ ମୁଁ କରୁଛି, ମୁଁ ପୁଣ୍ୟବାନ୍ - ସେ କ୍ଳୀବ । ଏହି ଭାବ କ୍ଷୁଦ୍ର, ଏହି ଭାବ ଦୁର୍ବଳତା । ବିଷାଦ କେବେ ବି ଧର୍ମ ହୋଇପାରେ ନାହିଁ । ଯେଉଁ ବ୍ୟକ୍ତି ବିଷାଦକୁ ଆଶ୍ରୟ ଦିଏ , ସେ ପାପକୁ ଆଶ୍ରୟ ଦିଏ । ଏହି ଚିତ୍ତମଳିନତା, ଏହି ଅଶୁଦ୍ଧ ଓ ଦୁର୍ବଳ ଭାବ ପରିତ୍ୟାଗ କରି ଯୁଦ୍ଧରେ ଉଦ୍ଯୋଗୀ ହୋଇ କର୍ତ୍ତବ୍ୟ ପାଳନ ଦ୍ଵାରା ଜଗତ-ରକ୍ଷା, ଧର୍ମ-ରକ୍ଷା, ପୃଥିବୀର ଭାର ଲାଘବ କରିବାହିଁ ଶ୍ରେୟଃ । ଏହାହିଁ ହେଲା ଶ୍ରୀକୃଷ୍ଣଙ୍କ ଉକ୍ତିର ମର୍ମ ।
ଅର୍ଜୁନ କହିଲେ, "ହେ ମଧୁସୂଦନ, ହେ ଶତୃନାଶକାରୀ, ମୁଁ କି ରୂପେ ଭୀଷ୍ମ ଓ ଦ୍ରୋଣଙ୍କୁ ଯୁଦ୍ଧରେ ପ୍ରତିରୋଧ କରି ସେହି ପୂଜନୀୟ ଗୁରୁଜନଙ୍କ ବିରୁଦ୍ଧରେ ଅସ୍ତନିକ୍ଷେପ କରିବି ? ଏହି ମହାନୁଭବ ଗୁରୁଜନଙ୍କୁ ବଧ ନ କରି ଜଗତର ଭିକ୍ଷାନ୍ନ ଭୋଜନ କରିବା ଶ୍ରେୟଃ । ଗୁରୁଜନଙ୍କୁ ଯଦି ବଧ କରେ ତେବେ ଧର୍ମ ଓ ମୋକ୍ଷ ହରାଇ କେବଳ ଅର୍ଥ ଓ କାମ ଭୋଗ କରିବି, ସେ ବି ରୁଧିରାକ୍ତ ବିଷୟଭୋଗ ଏବଂ କେବଳ ଇହଲୋକରେହିଁ ଭୋଗ୍ୟ, ପୁଣି ଏହି ଭୋଗ କେବଳ ବଞ୍ଚିଥିବା ପର୍ଯ୍ୟନ୍ତ ରହିବ । ସେହି କାରଣରୁ ଆମ୍ଭମାନଙ୍କର ଜୟ ବା ପରାଜୟ, କେଉଁଟି ଅଧିକ ପ୍ରାର୍ଥନୀୟ, ତାହା ଆମ୍ଭେମାନେ ବୁଝିପାରୁ ନାହୁଁ । ଯେଉଁମାନଙ୍କୁ ବଧ କଲେ ଆମ୍ଭମାନଙ୍କ ବଞ୍ଚିରହିବାପାଇଁ କୌଣସି ଇଚ୍ଛା ରହିବ ନାହିଁ, ସେହିମାନେହିଁ ଶତୃ ସୈନ୍ୟର ସମ୍ମୁଖରେ ଉପସ୍ଥିତ, ସେମାନେ ଧୃତରାଷ୍ଟ ପୁତ୍ରଗଣଙ୍କର ସେନାନାୟକ । ଦୀନତା ଦୋଷରେ ମୋର କ୍ଷତ୍ରିୟସ୍ଵଭାବ ଅଭିଭୂତ ହୋଇଛି, ଧର୍ମାଧର୍ମ ସମ୍ବନ୍ଧରେ ମୋର ବୁଦ୍ଧି ବିମୁଢ, ସେଥିପାଇଁ ତୁମକୁ ପ୍ରଶ୍ନ କରୁଛି, ଯାହା ଶ୍ରେୟଃ ତାହା ମୋତେ ନିଶ୍ଚିତଭାବରେ କୁହ । ମୁଁ ତୁମ୍ଭର ଶିଷ୍ୟ, ତୁମ୍ଭର ଶରଣାପନ୍ନ ହୋଇଛି, ମୋତେ ଶିକ୍ଷା ଦିଅ । କାରଣ, ପୃଥିବୀରେ ଅସପତ୍ନ ରାଜ୍ୟ ଏବଂ ଦେବଗଣଙ୍କ ଉପରେ ଆଧିପତ୍ୟ ଲାଭ କଲେ ସୁଦ୍ଧା ଏହି ଶୋକ ମୋର ସକଳ ଇନ୍ଦ୍ରିୟର ତେଜ ଶୋଷଣ କରିନେବ, ଏହି ଶୋକ ଦୂର କରିବାର କୌଣସି ଉପାୟ ମୁଁ ଦେଖୁ ନାହିଁ । "
ଅର୍ଜୁନଙ୍କ ଶିକ୍ଷା ପ୍ରାର୍ଥନା :- ଶ୍ରୀକୃଷ୍ଣଙ୍କ ଉକ୍ତିର ଉଦ୍ଦେଶ୍ୟ ଅର୍ଜୁନ ବୁଝିପାରିଲେ, ସେ ରାଜନୈତିକ ଆପତ୍ତି ଉତ୍ଥାପନ କରିବାରୁ ବିରତ ହେଲେ , କିନ୍ତୁ ଆହୁରି ଯେଉଁ ଆପତ୍ତି ଥିଲା, ତାହାର କୌଣସି ଉତ୍ତର ନ ପାଇ ଶ୍ରୀକୃଷ୍ଣଙ୍କ ଚରଣରେ ଶିକ୍ଷାର୍ଥେ ଶରଣାଗତ ହେଲେ । ସେ କହିଲେ, ମୁଁ ସ୍ଵୀକାର କରୁଛି ମୁଁ କ୍ଷତ୍ରିୟ, କୃପାର ବଶବର୍ତ୍ତୀ ହୋଇ ମହତ୍ତ କାର୍ଯ୍ୟରୁ ବିରତ ହେବା ମୋ ପକ୍ଷରେ କ୍ଳୀବତ୍ଵସୂଚକ, ଅକୀର୍ତ୍ତିଜନକ, ଧର୍ମବିରୁଦ୍ଧ । କିନ୍ତୁ, ମନ, ପ୍ରାଣ ବି ମାନୁନାହିଁ, ମନ କହେ, ଗୁରୁଜନଙ୍କ ହତ୍ୟା ମହାପାପ, ନିଜର ସୁଖ ନିମିତ୍ତ ଗୁରୁଜନଙ୍କୁ ହତ୍ୟା କଲେ ଅଧର୍ମରେ ପତିତ ହୋଇ ଧର୍ମ, ମୋକ୍ଶ, ପରଲୋକ, ଯାହାକିଛି ବାଞ୍ଚନୀୟ, ସକଳହିଁ ଯିବ । କାମନା ତୃପ୍ତ ହେବ, ଅର୍ଥସ୍ପୃହା ତୃପ୍ତ ହେବ, କିନ୍ତୁ ସେ କେତେଦିନ ! ଅଧର୍ମଲବ୍ଧ ଭୋଗ ମରଣ ପର୍ଯ୍ୟନ୍ତ ରହେ, ତାହାପରେ ଅନିର୍ବଚନୀୟ ଦୁର୍ଗତି ହୁଏ । ଆଉ ଯେତେବେଳେ ଭୋଗ କରିବୁ , ସେତେବେଳେ ସେହି ଭୋଗ ମଧ୍ୟରେ ଗୁରୁଜନଙ୍କ ରକ୍ତର ଆସ୍ଵାଦ ପାଇଁ କେଉଁ ସୁଖ ବା ଶାନ୍ତି ପାଇବୁ ? ପ୍ରାଣ କହେ ଏମାନେ ମୋର ପ୍ରିୟଜନ, ଏମାନଙ୍କୁ ହତ୍ୟା କଲେ ମୁଁ ଆଉ ଏ ଜନ୍ମରେ ସୁଖ ଭୋଗ କରିପାରିବି ନାହିଁ, ବଞ୍ଚିବାକୁ ବି ଚାହେଁ ନାହିଁ । ଯଦି ତୁମେ ମୋତେ ସମସ୍ତ ପୃଥିବୀର ସାମ୍ରାଜ୍ୟଭୋଗ ଦିଅ ବା ସ୍ଵର୍ଗଜୟ କରି ଇନ୍ଦ୍ରଙ୍କ ଐଶ୍ଵର୍ଯ୍ୟ ଭୋଗ ଦିଅ, ତଥାପି ମୁଁ ଶୁଣିବି ନାହିଁ । ଯେଉଁ ଶୋକ ମୋତେ ଅଭିଭୂତ କରିବ, ତାହା ଦ୍ଵାରା ସମସ୍ତ କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟ ଅଭିଭୂତ ଓ ଅବସନ୍ନ ହୋଇ ସ୍ଵ ସ୍ଵ କାର୍ଯ୍ୟରେ ଶିଥିଳ ଓ ଅସମର୍ଥ ହେବେ, ସେହି ଅବସ୍ଥାରେ ତୁମେ କ'ଣ ଭୋଗ କରିପାରିବ ? ମୋ ଚିତ୍ତର ବିଷମ ଦୀନତା ଉପସ୍ଥିତ, ମହାନ୍ କ୍ଷତ୍ରିୟ ସ୍ଵଭାବ ସେହି ଦୀନତାରେ ବୁଡିଯାଇଛି । ମୁଁ ତୁମର ଶରଣାପନ୍ନ ହେଲି । ମୋତେ ଜ୍ଞାନ, ଶକ୍ତି, ଶ୍ରଦ୍ଧା ଦିଅ; ଶ୍ରେୟଃପଥ ଦେଖାଅ ଓ ମୋତେ ରକ୍ଷା କର ।" ଭଗବାନଙ୍କ ପାଖରେ ସପମ୍ପୂର୍ଣ୍ଣରୂପେ ଶରଣାପନ୍ନ ହେବା ଗୀତୋକ୍ତ ଯୋଗର ପନ୍ଥା । ଏହାକୁ ଆତ୍ମ ସମର୍ପଣ ବା ଆତ୍ମ-ନିବେଦନ କୁହାଯାଏ । ଯେ ଭଗବାନଙ୍କୁ ଗୁରୁ, ପ୍ରଭୁ, ସଖା, ପଥ-ପ୍ରଦର୍ଶକ ଜାଣି ଅପର ସକଳ ଧର୍ମକୁ ଜଳାଞ୍ଜଳି ଦେବାକୁ ପ୍ରସ୍ତୁତ, ପାପ-ପୂଣ୍ୟ, କର୍ତ୍ତବ୍ୟ-ଅକର୍ତ୍ତବ୍ୟ, ଧର୍ମ-ଅଧର୍ମ, ସତ୍ୟ-ଅସତ୍ୟ, ମଙ୍ଗଳ-ଅମଙ୍ଗଳ ବିଚାର ନ କରି ନିଜର ଜ୍ଞାନ, କର୍ମ ଓ ସାଧନାର ସମସ୍ତ ଭାର ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତି, ସେହି ହେଲେ ଗୀତୋକ୍ତ ଯୋଗର ଅଧିକାରୀ । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ, ତୁମେ ଯଦି ଗୁରୁହତ୍ୟା କରିବାକୁ ବି କୁହ, ଏହାକୁ ଧର୍ମ ଓ କର୍ତ୍ତବ୍ୟକର୍ମ ବୋଲି ବୁଝାଇ ଦିଅ, ମୁଁ ଏହାହିଁ କରିବି । ଏହି ଗଭୀର ଶ୍ରଦ୍ଧା ବଳରେ ଅର୍ଜୁନ ତତ୍କାଳୀନ ସକଳ ମହାପୁରୁଷଙ୍କୁ ଅତିକ୍ରମ କରି ଗୀତୋକ୍ତ ଶିକ୍ଷାର ଶ୍ରେଷ୍ଠପାତ୍ର ବୋଲି ଗୃହୀତ ହୋଇଥିଲେ । ଉତ୍ତରରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଦୁଇଟି ଆପତ୍ତି ଖଣ୍ଡନ କରି ତତ୍ପରେ ଗୁରୁଙ୍କ ଆସନ ଗ୍ରହଣ କରି ଅସଲ ଜ୍ଞାନ ଦେବାକୁ ଆରମ୍ଭ କଲେ । 38 ଶ୍ଳୋକ ପର୍ଯ୍ୟନ୍ତ ଆପତ୍ତି ଖଣ୍ଡନ, ତା'ପରେ ଗୀତୋକ୍ତ ଶିକ୍ଷାର ଆରମ୍ଭ । କିନ୍ତୁ ଏହି ଆପତ୍ତିଖଣ୍ଡନ ମଧ୍ୟରେ କେତୋଟି ଅମୂଲ୍ୟ ଶିକ୍ଷା ନିହିତ ଅଛି, ଯାହା ନ ବୁଝିଲେ ଗୀତାର ଶିକ୍ଷା ହୃଦୟଙ୍ଗମ ହୁଏ ନାହିଁ । ଏହି କେତୋଟି କଥା ବିସ୍ତାରିତ ଭାବରେ ଆଲୋଚନା କରିବା ଆବଶ୍ୟକ ।
ପରନ୍ତପ ଗୁଡାକେଶ (ଅର୍ଜୁନ) ହୃଷୀକେଶଙ୍କୁ ଏହି କଥା କହି ପୁନଶ୍ଚ ତାଙ୍କୁ ନିବେଦନ କଲେ, "ମୁଁ ଯୁଦ୍ଧ କରିବି ନାହିଁ " ଏବଂ ତା'ପରେ ନୀରବ ରହିଲେ । ଶ୍ରୀକୃଷ୍ଣ ଈଷତ୍ ହସି ଦେଇ ଦୁଇ ସେନାର ମଧ୍ୟସ୍ଥଳରେ ବିଷର୍ଣ୍ଣ ଅର୍ଜୁନଙ୍କୁ ଏହି ଉତ୍ତର ଦେଲେ । " ଯେଉଁମାନଙ୍କ ନିମିତ୍ତ ଶୋକ କରିବାର କିଛି କାରଣ ନାହିଁ, ତାଙ୍କ ନିମିତ୍ତ ତୁମେ ଶୋକ କରୁଛ, ଅଥଚ ଜ୍ଞାନୀମାନଙ୍କ ପରି ତତ୍ତ୍ଵକଥା ନେଇ ବାଦବିବାଦ କରିବାକୁ ଚେଷ୍ଟା କରୁଛ, କିନ୍ତୁ ଯେଉଁମାନେ ଯଥାର୍ଥ ତତ୍ତ୍ଵଜ୍ଞାନୀ, ସେମାନେ ମୃତ ବା ଜୀବିତ କାହାରି ସକାଶେ ଶୋକ କରନ୍ତି ନାହିଁ । ଏହା ବି ନୁହେଁ ଯେ ମୁଁ ପୂର୍ବେ ନ ଥିଲି ବା ତୁମେ ନ ଥିଲ କିଂବା ଏ ନୃପତିବୃନ୍ଦ ନ ଥିଲେ, ଏହା ବି ନୁହେଁ ଯେ ଆମ୍ଭେମାନେ ସକଳେ ଦେହତ୍ୟାଗ ପରେ ଆଉ ରହିବୁ ନାହିଁ । ଯେପରି ଏହି ପ୍ରାଣବନ୍ତ ଦେହରେ ବାଲ୍ୟ, ଯୌବନ ଓ ବାର୍ଦ୍ଧକ୍ୟ; କାଳର ଗତିରେ ଆସେ, ସେହିପରି ଦେହାନ୍ତର ପ୍ରାତ୍ପି ବି କାଳର ଗତିରେ ଆସେ, ସେଥିରେ ସ୍ଥିରବୁଦ୍ଧି ଜ୍ଞାନୀ ବିମୁଢ ହୁଅନ୍ତି ନାହିଁ । ମରନ କିଛି ବି ନୁହେଁ, ଯେଉଁ ବିଷୟରସ୍ପର୍ଶରେ ଶୀତ, ଉଷ୍ଣ, ସୁଖ, ଦୁଃଖ ଇତ୍ୟାଦି ଅନୁଭୂତି ସୃଷ୍ଟି ହୁଏ, ସେହି ସ୍ପର୍ଶ ସକଳ ଅନିତ୍ୟ, ଆସେ ଓ ଯାଏ, ସେହି ସକଳକୁ ଅବିଚଳିତ ଭାବେ ଗ୍ରହଣ କରିବାକୁ ଅଭ୍ୟାସ କର । ଯେ ସ୍ଥିରବୁଦ୍ଧି ପୁରୁଷ, ସେ ଏହି ସ୍ପର୍ଶ ସକଳ ଭୋଗକରି ବ୍ୟଥିତ ହୁଅନ୍ତି ନାହିଁ ଏବଂ ତଜ୍ଜନିତ ସୁଖଦୁଃଖ ସମଭାବରେ ଗ୍ରହଣ କରନ୍ତି ଏବଂ ସେହି ପୁରୁଷ ମୃତ୍ୟୁକୁ ଜୟ କରିବାକୁ ସକ୍ଷମ ହୁଅନ୍ତି । ଯାହା ଅସତ୍ ତାହାର ଅସ୍ତିତ୍ଵ ନାହିଁ , ଯାହା ସତ୍ ତାହାର ବିନାଶ ନାହିଁ, ତଥାପି ସତ୍ ଓ ଅସତ୍ ଉଭୟର ବି ଅନ୍ତ ହୁଏ, ଏହା ତତ୍ତ୍ଵଦର୍ଶୀଗଣ ଦର୍ଶନ କରିଛନ୍ତି । କିନ୍ତୁ ଏହି ଯେଉଁ ଆତ୍ମା ଦୃଶ୍ୟମାନ ଜଗତକୁ ନିଜର ମଧ୍ୟରେ ବିସ୍ତାର କରିଛନ୍ତି, ସେହି ଆତ୍ମାର କ୍ଷୟ ହୁଏ ନାହିଁ, କେହି ବି ତା'ର ଧ୍ଵଂସ କରିପାରେ ନାହିଁ । ନିତ୍ୟ ଦେହାଶ୍ରିତ ଆତ୍ମାର ଏହି ସକଳ ଦେହର ଅନ୍ତ ଅଛି, ଆତ୍ମାର ନାହିଁ, ତାହା ଅସୀମ ଓ ଅବିନଶୀ ଅତଏବ ହେ ଭାରତ, ଯୁଦ୍ଧ କର । ଯେ ଆତ୍ମାକୁ ହନ୍ତା କହନ୍ତି ଏବଂ ଯେ ଦେହନାଶରେ ଆତ୍ମା ନିହତ ବୋଲି ବୁଝନ୍ତି, ଏହି ଦୁଇଜଣହିଁ ଭ୍ରାନ୍ତ ଓ ଅଜ୍ଞ ; ଆତ୍ମା ହତ୍ୟା କରେ ନାହିଁ, ହତ ବି ହୁଏ ନାହିଁ । ଏହି ଆତ୍ମାର ଜନ୍ମ ନାହିଁ, ମୃତ୍ୟୁ ନାହିଁ, ଏହା କେବେ ବି ଉଦ୍ଭବ ହୋଇନାହିଁ ଏବଂ କେବେ ବି ଲୁପ୍ତ ହେବ ନାହିଁ । ଏହା ଜନ୍ମ ରହିତ, ନିତ୍ୟ, ସନାତନ, ପୁରାତନ; ଦେହନାଶରେ ମଧ୍ୟ ହତ ହୁଏ ନାହିଁ । ଯେ ଏହାକୁ ନିତ୍ୟ, ଅବିନାଶୀ ଓ ଅକ୍ଷୟ ବୋଲି ଜାଣନ୍ତି, ସେହି ପୁରୁଷ କିପରି କାହାକୁ ହତ୍ୟା କରନ୍ତି ବା କରାନ୍ତି ? ଯେପରି ମନୁଷ୍ୟ ଜୀର୍ଣ୍ଣ ବସ୍ତ୍ର ପକାଇଦେଲେ, ଅନ୍ୟ ନୂତନ ବସ୍ତ୍ର ଗ୍ରହଣ କରେ ସେହିପରି ଜୀବ ଜୀର୍ଣ୍ଣ ପକାଇଦେଲେ ନବୀନ ଦେହକୁ ଆଶ୍ରୟ କରନ୍ତି । ଶସ୍ତ୍ର ଏହାକୁ ଛେଦନ କରିପାରେ ନାହିଁ, ଅଗ୍ନି ଦହନ କରିପାରେ ନାହିଁ, ଜଳ ଓଦା କରିପାରେ ନାହିଁ, ବାୟୁ ଶୁଖାଇ ପାରେ ନାହିଁ । ଆତ୍ମା ଅଚ୍ଛେଦ୍ୟ, ଅଦାହ୍ୟ, ଅକ୍ଳେଦ୍ୟ, ଅଶୋଷ୍ୟ, ନିତ୍ୟ,ସର୍ବଗତ, ସ୍ଥିର, ଅଚଳ, ସନାତନ । ଆତ୍ମାକୁ ଅବ୍ୟକ୍ତ, ଅଚିନ୍ତ୍ୟ, ଅବିକାରୀ କୁହାଯାଏ, ତୁମେ ଆତ୍ମାକୁ ଏହିପରି ଜାଣି ଶୋକ ପରିତ୍ୟାଗ କର । ଆଉ ତୁମେ ଯଦି ମନେ କର ଯେ ଜୀବ ବାରଂବାର ଜନ୍ମ ଗ୍ରହଣ କରେ ଓ ମରେ ତଥାପି ତାହା ନିମିତ୍ତ ଶୋକ କରିବା ଉଚିତ ନୁହେଁ । ଯାହାର ଜନ୍ମ ହୁଏ, ମରଣ ନିଶ୍ଚିତ - ଯାହାର ମରଣ ହୁଏ, ତାହାର ପୁନର୍ଜନ୍ମ ନିଶ୍ଚିତ - ଅତଏବ ଯେବେ ମୃତ୍ୟୁ ଅପରିହାର୍ଯ୍ୟ ପରିଣାମ, ତେବେ ତାହା ନିମିତ୍ତ ଶୋକ କରିବା ଅନୁଚିତ । ପ୍ରାଣୀ ମାତ୍ରେହିଁ ପ୍ରଥମେ ଅବ୍ୟକ୍ତ ଥାଏ, ମଝି ରେ ବ୍ୟକ୍ତ ହୁଏ, ମରଣାନ୍ତେ ପୁନଃ ଅବ୍ୟକ୍ତ ହୁଏ, ଏଥିରେ ଶୋକ କରିବାର କୌଣସି କାରଣ ନାହିଁ । ଆତ୍ମାକୁ କେହି ଆଶ୍ଚର୍ଯ୍ୟ କିଛି ବୋଲି ଦେଖନ୍ତି, କେହି ଆଶ୍ଚର୍ଯ୍ୟ କିଛି ବୋଲି ତା'ର କଥା କହନ୍ତି, କେହି ଆଶ୍ଚର୍ଯ୍ୟ କିଛି ବୋଲି ତା'ର କଥା ଶୁଣନ୍ତି, କିନ୍ତୁ ଶୁଣି କରି ବି କେହି ତାକୁ ଜାଣି ପାରନ୍ତି ନାହିଁ । ଏହି ଆତ୍ମା ସର୍ବଦା ସକଳଙ୍କ ଦେହ ମଧ୍ୟରେ ଅବଧ୍ୟ, ଅତଏବ ଏହି ସକଳ ପ୍ରାଣୀଙ୍କ ନିମିତ୍ତ କେବେ ବି ଶୋକ କରିବା ଉଚିତ ନୁହେଁ ।