ଦୀପାବଳୀର ହାର୍ଦ୍ଦିକ ଶୁଭକାମନା
WELCOME TO THE LAND OF JAGANNATH
Tuesday, 28 October 2008
Saturday, 14 June 2008
Tuesday, 22 April 2008
Boss: Where were you born?
sardar : Punjab.
Boss : which part ?
sardar : Kya which part ? Whole body born in punjab.
2 sardar were fixing a bomb in a car.
Sardar 1 : What would you do if the bomb explodes while fixing.
sardar 2 : Dont worry, I have a one more.
Sardar : What is the name of your car ?
Lady : I forgot the name, but is starts with "T".
Sardar : Oye Kamaal ki gaadi hai, Tea se start hoti hai. Hamaara gaadi petrol se start hoti hai.
Sardar was busy removing a wheel from his auto. A man asks sardar whyare you removing a wheel from your auto.
sardar : Cant you read the board. Parking is only for 2 wheeler.
Sardar got into a bus on 1st April when conductor asked for ticket. HegaveRs.10/- and took the ticket and said April fool. I have pass.
Sardar joined new job. 1st day he worked till late evening on the computer.Boss was happy and asked what you did till evening.
Sardar : Keyboard alphabets were not in order, so I made it alright.
On a romantic day sardar's girlfriend asks him. Darling on our engagement day will you give me a ring.
Sardar : Ya sure, from landline or mobile.
Doctor to patient : You will die within 2 hours. Do you want to see anyone before you die?Patient : Yes. A good doctor.
How will you destroy a submarine full of sardars ?
Simple. Just knock the door and they will open it....
Santa apni girl friend ko I Luv U kehta hai aur gir jata hai.
Gal: Yeh kya kar rahe ho? Santa: I'm falling in love.
Santa: Today is Sunday & I wanna njoy, so I bought 3 movie tickets
Jeeto: Why 3?
Santa: For you and your parents
Museum Administrator: That's a 500-year-old statue u've broken.
Banta: Thanks God! I thought it was a new one.
A man to Santa: Aao ji chess khelein
Santa: Tu chal mein sports shoes pehen kar aaya.
In an interview,Interviewer: How does an electric motor run?
Santa: Dhhuuuurrrrrrrrrr. ....
Inteviewer shouts: Stop it.
Santa: Dhhuurrrr dhup dhup dhup...
Santa was getting bitten by mosquitoes the whole night. He got irritated...drank poison & said, Ab kaato saalon, sab maroge!
Banta: U cheated me.
Shopkeeper: No, I sold a good radio to u.
Banta: Radio label shows Made in Japan but radio says This is all India Radio!
Tourist: Whose skeleton is that?
Santa: Tipu's skeleton.
Tourist: Whose that smaller skeleton next to it?
Santa: That was Tipu's skeleton when he was child
Friday, 21 September 2007
ଓଡିଶା ଇତିହାସ
ଖୀର୍ଷ୍ଟପୂର୍ବ 261ରେ ବୀର ପ୍ରତାପୀ ଅଶୋକଙ୍କ କଳିଙ୍ଗ ଆକ୍ରମଣ କରିଥିଲେ. କିନ୍ତୁ କଳିଙ୍ଗ ବାସୀଙ୍କ ମାତୃଭୂମୀ ପ୍ରତି ଅଗାଢ ଭକ୍ତି ଓ ଏଥିପାଇଁ ସେମାନଙ୍କ ବଳିଦାନରେ ସେ ଏତେଦୂର ପର୍ଯ୍ୟନ୍ତ ମର୍ମାହତ ହୋଇପଡିଥିଲେ ଯେ ଚଣ୍ଡାଶୋକ ରୁ ଧର୍ମାଶୋକ କୁ ପରିବର୍ତ୍ତନ ହେବାକୁ ତାଙ୍କୁ ମାତ୍ର କେଇଟି ମୂହୁର୍ତ୍ତ ଲାଗିଥିଲା. ପରବର୍ତ୍ତୀ ଜୀବନରେ ସେ ବୁଦ୍ଧ ଧର୍ମରେ ଦୀକ୍ଷିତ ହୋଇ ଲୋକଙ୍କ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଦେଇଥିଲେ.ଏହା ପରେ, ଅଶୋକ ବୁଦ୍ଧ ଧର୍ମର ମହିମା ସମଗ୍ର ଭାରତ ବର୍ଷରେ ପ୍ରଚାର କରିବାସହ ଏହାକୁ ସୁଦୀର୍ଘ ଶ୍ରୀଲଙ୍କା, ଜାଭା ଇତ୍ୟାଦି ଦେଶଗୁଡିକରେ ତଥା ସମଗ୍ର ଏସୀଆ ମହାଦେଶରେ ମଧ୍ୟ ଲୋକପ୍ରୀୟ କରାଇ ପାରିଥିଲେ.
ଖୀର୍ଷ୍ଟପୂର୍ବ ଦ୍ବିତୀୟ ଶତାବ୍ଦୀ ବେଳକୁ କଳିଙ୍ଗ ଥିଲା ଖାରବେଳଙ୍କ ଏକ ଶକ୍ତିଶାଳୀ ସାମ୍ରାଜ୍ୟ. ଖାରବେଳଙ୍କ ଶାସନ ସମୟରେ ଉଦୟଗିରୀ, ଖଣ୍ଡଗିରୀ ପ୍ରଭୃତି ଗୁମ୍ଫାର ନିର୍ମାଣ ହୋଇଥିଲା . ଏହା ପରେ ସମୁଦ୍ରଗୁପ୍ତ ଓ ସଶାଙ୍କ ପ୍ରଭୃତି ଶାସକଙ୍କ ସମୟରେ କାରୁକାର୍ଯ୍ୟରେ ପରିପୂର୍ଣ୍ଣ ହୋଇଥିବା ବିଭିନ୍ନ ଐତିହାସିକ କୀର୍ତି ସ୍ଥାପନ ହୋଇଥିବାର ପ୍ରମାଣ ମିଳିଥାଏ.
ଖୀଷ୍ଟାବ୍ଦ 795 ବେଳକୁ କଳିଙ୍ଗ, କୋଶଳ ଓ ଉତ୍କଳ ଗୋଟିଏ ସାମ୍ରାଜ୍ୟରେ ପରିଣତ ହୋଇଥିଲା. ଏହାର ଶାସକ ଥିଲେ ବୀର ପ୍ରତାପୀ ଯଯାତୀ. ତାଙ୍କ ସମୟକୁ ଓଡିଶାର ସୁବର୍ଣ୍ଣ ଯୁଗ ବୋଲି କୁହାଯାଉଥିଲା. ସେ ବିଶ୍ଵ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ. ରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଶାସନ ସମୟରେ ନିର୍ମିତ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର ଆଜି ମଧ୍ୟ ଓଡିଶାର କଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟର ଜ୍ଵଳନ୍ତ ଉଦାହରଣ ଭାବେ ପରିଗଣିତ ହେଉଛି. ବର୍ତ୍ତମାନର ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଥିବା ଏହି ମନ୍ଦିର ସୌନ୍ଦର୍ଯ୍ୟର ପ୍ରତିକ ତାଜମହଲ ସହ ତୁଳନା କରାଯାଏ.
ପରମ୍ପରା:ପରମ୍ପରା ଓ ସଂସ୍କୃତିକୁ ନେଇ ଓଡିଶା ସର୍ବଦା ଗର୍ବିତ. ଓଡିଶା ପାଇଁ ଜଗନ୍ନାଥ ସଂସ୍କୃତି ହେଉଛି ସବୁଠାରୁ ବଡ ସଂସ୍କୃତି. ଜଗନ୍ନାଥଙ୍କ ରଥଯାତ୍ରା ଆଜି ବିଶ୍ଵ ଦରବାରରେ ପରିଚିତ. ସେହି ପରି ଭିନ୍ନ ଭିନ୍ନ ଜାତିର ଲୋକଙ୍କ ଭିନ୍ନ ଭିନ୍ନ ଭାଷା ଓ ତାସହ ସେମାନଙ୍କ ଭକ୍ତି ଓ ଶ୍ରଦ୍ଧା ନେଇ ବିଭିନ୍ନ ପରମ୍ପରାରେ ଓଡିଶା ରଙ୍ଗମୂଖର ହୋଇଉଠେ. ସେହି ପରି ଓଡିଶୀ, ଛଉ, ସମ୍ବଲପୁରୀ ଇତ୍ୟାଦି ନୃତ୍ୟଶୈଳୀର ଜୀବନ୍ତ ପରିବେଶଣ ବିଶ୍ଵବ୍ୟାପୀ ଏହାର ଆଦର ବୃଦ୍ଧି କରିବାରେ ଲାଗିଛି.
Wednesday, 13 June 2007
-----ମାନବ ମନ-----
ଜାତୀୟ ଶିକ୍ଷା ସମ୍ବନ୍ଧେ ଏକ ଭୂମିକା
ଗୀତାର ଭୂମିକା .........
କୃପା ଓ ଦୟା :- କୃପା ଓ ଦୟା ଦୁଇଟି ସ୍ଵତନ୍ତ୍ର ଭାବ , ଏପରିକି କୃପା ଦୟାର ବିରୋଧୀଭାବ ବି ହୋଇପାରେ । ଆମ୍ଭେମାନେ ଦୟାବଶର ଜଗତର କଲ୍ୟାଣ କରୁ, ମନୁଷ୍ୟର ଦୁଃଖ, ଜାତିର ଦୁଃଖ ଓ ପରର ଦୁଃଖ ମୋଚନ କରୁ । ଯଦି ନିଜର ଦୁଖ ବା ବ୍ୟକ୍ତିବିଶେଷର ଦୁଃଖ ସହ୍ୟକରି ନ ପାରି, ସେହି କଲ୍ୟାଣସାଧନରୁ ନିବୃତ ହେଉ, ତାହାହେଲେ ସେ ଆମର ଦୟା ହେଲା ନାହିଁ, କୃପାର ଆବେଶ ହେଲା । ସମସ୍ତ ମାନବଜାତିର ବା ସମଗ୍ର ଦେଶର ଦୁଃଖ ମୋଚନ କରିବାକୁ ମୁଁ ଉଠିଲି, ଏହି ଭାବ ହେଲା ଦୟା । ରକ୍ତପାତ ଭୟରେ, ପ୍ରାଣୀହିଂସା ଭୟରେ, ସେହି ପୂଣ୍ୟ କାର୍ଯ୍ୟରୁ ବିରତ ହେଲି, ଜଗତ୍ ଓ ଜାତିର ଦୁଃଖକୁ ଚିରସ୍ଥାୟୀ ହେବାକୁ ଦେଲି, ଏହି ଭାବକୁ କୃପା କୁହାଯାଏ । ଲୋକଙ୍କ ଦୁଃଖରେ ଦୁଃଖୀ ହୋଇ, ସେହି ଦୁଃଖମୋଚନ ନିମିତ୍ତ ଯେଉଁ ପ୍ରବଳ ପ୍ରବୃତ୍ତି ହୁଏ, ତାହାକୁ ଦୟା କୁହାଯାଏ । କିନ୍ତୁ ଅପରଙ୍କ ଦୁଃଖ ଚିନ୍ତା କରି ବା ଦୁଃଖ ଦେଖି କାତର ହେବା, ଏହା ଦୟା ନୁହେଁ, କୃପା । କାତରତାକୁ ଦୟା କୁହାଯାଏ ନାହିଁ , କୃପା କୁହାଯାଏ । ଦୟା ବଳବାନର ଧର୍ମ । ବୁଦ୍ଧଦେବ ଦୟାର ଆବେଶରେ ସ୍ତ୍ରୀ, ପୁତ୍ର, ପିତା, ମାତା, ବନ୍ଧୁବାନ୍ଧବଙ୍କୁ ଦୁଃଖୀ ଓ ହୃତସର୍ବସ୍ଵ କରି ଜଗତର ଦୁଃଖ ମୋଚନ କରିବାକୁ ବାହାରିଥିଲେ । ତୀବ୍ର ଦୟାର ଆବେଶରେ ଉନ୍ନତ୍ତା କାଳୀ ଜନ୍ମଜୟ ଅସୁର ସଂହାର କରି ପୃଥିବୀକୁ ରକ୍ତରେ ଭସାଇ ଦେଇ ସକଳଙ୍କ ଦୁଃଖ ମୋଚନ କରିଥିଲେ । ଆଉ ଅର୍ଜୁନ କୃପାର ଆବେଶରେ ଶସ୍ତ୍ର ପରିତ୍ୟାଗ କରିଥିଲେ । ଏହିଭାବ ଅନାର୍ଯ୍ୟପ୍ରଶଂସିତ , ଅନାର୍ଯ୍ୟ ଆଚରିତ । ଆର୍ଯ୍ୟଙ୍କ ଶିକ୍ଷା ଉଦାର, ବୀରୋଚିତ, ଦେବତାଙ୍କ ଶିକ୍ଷା । ଅନାର୍ଯ୍ୟମାନେ ମୋହରେ ପଡି ଅନୁଦାର ଭାବକୁ ଧର୍ମ ବୁଝି ଉଦାର ଧର୍ମକୁ ପରିତ୍ୟାଗ କରନ୍ତି । ଅନାର୍ଯ୍ୟମାନେ ରାଜସିକ ଭାବରେ ଭାବାନ୍ଵିତ ହୋଇ ନିଜର, ନିଜ ପ୍ରିୟଜନର, ନିଜ ପରିବାରର ବା କୁଳର ହିତ ଦେଖନ୍ତି, ବିରାଟ କଲ୍ୟାଣ ଦେଖନ୍ତି ନାହିଁ, କୃପାବଶରେ ଧର୍ମବିମୁଖ ହୋଇ ନିଜକୁ ପୂଣ୍ୟବାନ ବୋଲି ଗର୍ବ କରନ୍ତି, କଠୋରବ୍ରତୀ ଆର୍ଯ୍ୟକୁ ନିଷ୍ଠୁର ଓ ଅଧାର୍ମିକ କହନ୍ତି । ଅନାର୍ଯ୍ୟ ତାମସିକ ମୋହରେ ମୁଗ୍ଧ ହୋଇ ଅପ୍ରବୃତ୍ତିକୁ ନିବୃତ୍ତି କହନ୍ତି, ସକାମ ପୂଣ୍ୟକର୍ମକୁ ଉଚ୍ଚାସନ ପ୍ରଦାନ କରନ୍ତି । ଦୟା ଆର୍ଯ୍ୟ ଭାବ । କୃପା ଅନାର୍ଯ୍ୟ ଭାବ । ପୁରୁଷ ଦୟାର ବଶରେ, ବୀର ଭାବରେ ଅନ୍ୟର ଅମଙ୍ଗଳ ଓ ଦୁଃଖକୁ ବିନାଶ କରିବା ନିମିତ୍ତ ଅମଙ୍ଗଳର ସହିତ ଯୁଦ୍ଧରେ ପ୍ରବୃତ୍ତ ହୁଅନ୍ତି । ନାରୀ ଦୟାବଶରେ ଅନ୍ୟର ଦୁଃଖ ଲାଘବ ନିମିତ୍ତ ଶୁଶ୍ରୁଷାରେ ଯତ୍ନ ଓ ପରହିତ ଚେଷ୍ଟା ରେ ସମସ୍ତ ପ୍ରାଣ ଓ ଶକ୍ତି ଢାଳି ଦିଅନ୍ତି । ଯେ କୃପାବଶରେ ଅସ୍ତ୍ର ପରିତ୍ୟାଗ କରେ, ଧର୍ମ ପାଖରୁ ମୁଖ ଫେରାଇ ନିଏ, କାନ୍ଦି କାନ୍ଦି ଭାବେ ଯେ ମୋର କର୍ତ୍ତବ୍ୟ ମୁଁ କରୁଛି, ମୁଁ ପୁଣ୍ୟବାନ୍ - ସେ କ୍ଳୀବ । ଏହି ଭାବ କ୍ଷୁଦ୍ର, ଏହି ଭାବ ଦୁର୍ବଳତା । ବିଷାଦ କେବେ ବି ଧର୍ମ ହୋଇପାରେ ନାହିଁ । ଯେଉଁ ବ୍ୟକ୍ତି ବିଷାଦକୁ ଆଶ୍ରୟ ଦିଏ , ସେ ପାପକୁ ଆଶ୍ରୟ ଦିଏ । ଏହି ଚିତ୍ତମଳିନତା, ଏହି ଅଶୁଦ୍ଧ ଓ ଦୁର୍ବଳ ଭାବ ପରିତ୍ୟାଗ କରି ଯୁଦ୍ଧରେ ଉଦ୍ଯୋଗୀ ହୋଇ କର୍ତ୍ତବ୍ୟ ପାଳନ ଦ୍ଵାରା ଜଗତ-ରକ୍ଷା, ଧର୍ମ-ରକ୍ଷା, ପୃଥିବୀର ଭାର ଲାଘବ କରିବାହିଁ ଶ୍ରେୟଃ । ଏହାହିଁ ହେଲା ଶ୍ରୀକୃଷ୍ଣଙ୍କ ଉକ୍ତିର ମର୍ମ ।
ଅର୍ଜୁନ କହିଲେ, "ହେ ମଧୁସୂଦନ, ହେ ଶତୃନାଶକାରୀ, ମୁଁ କି ରୂପେ ଭୀଷ୍ମ ଓ ଦ୍ରୋଣଙ୍କୁ ଯୁଦ୍ଧରେ ପ୍ରତିରୋଧ କରି ସେହି ପୂଜନୀୟ ଗୁରୁଜନଙ୍କ ବିରୁଦ୍ଧରେ ଅସ୍ତନିକ୍ଷେପ କରିବି ? ଏହି ମହାନୁଭବ ଗୁରୁଜନଙ୍କୁ ବଧ ନ କରି ଜଗତର ଭିକ୍ଷାନ୍ନ ଭୋଜନ କରିବା ଶ୍ରେୟଃ । ଗୁରୁଜନଙ୍କୁ ଯଦି ବଧ କରେ ତେବେ ଧର୍ମ ଓ ମୋକ୍ଷ ହରାଇ କେବଳ ଅର୍ଥ ଓ କାମ ଭୋଗ କରିବି, ସେ ବି ରୁଧିରାକ୍ତ ବିଷୟଭୋଗ ଏବଂ କେବଳ ଇହଲୋକରେହିଁ ଭୋଗ୍ୟ, ପୁଣି ଏହି ଭୋଗ କେବଳ ବଞ୍ଚିଥିବା ପର୍ଯ୍ୟନ୍ତ ରହିବ । ସେହି କାରଣରୁ ଆମ୍ଭମାନଙ୍କର ଜୟ ବା ପରାଜୟ, କେଉଁଟି ଅଧିକ ପ୍ରାର୍ଥନୀୟ, ତାହା ଆମ୍ଭେମାନେ ବୁଝିପାରୁ ନାହୁଁ । ଯେଉଁମାନଙ୍କୁ ବଧ କଲେ ଆମ୍ଭମାନଙ୍କ ବଞ୍ଚିରହିବାପାଇଁ କୌଣସି ଇଚ୍ଛା ରହିବ ନାହିଁ, ସେହିମାନେହିଁ ଶତୃ ସୈନ୍ୟର ସମ୍ମୁଖରେ ଉପସ୍ଥିତ, ସେମାନେ ଧୃତରାଷ୍ଟ ପୁତ୍ରଗଣଙ୍କର ସେନାନାୟକ । ଦୀନତା ଦୋଷରେ ମୋର କ୍ଷତ୍ରିୟସ୍ଵଭାବ ଅଭିଭୂତ ହୋଇଛି, ଧର୍ମାଧର୍ମ ସମ୍ବନ୍ଧରେ ମୋର ବୁଦ୍ଧି ବିମୁଢ, ସେଥିପାଇଁ ତୁମକୁ ପ୍ରଶ୍ନ କରୁଛି, ଯାହା ଶ୍ରେୟଃ ତାହା ମୋତେ ନିଶ୍ଚିତଭାବରେ କୁହ । ମୁଁ ତୁମ୍ଭର ଶିଷ୍ୟ, ତୁମ୍ଭର ଶରଣାପନ୍ନ ହୋଇଛି, ମୋତେ ଶିକ୍ଷା ଦିଅ । କାରଣ, ପୃଥିବୀରେ ଅସପତ୍ନ ରାଜ୍ୟ ଏବଂ ଦେବଗଣଙ୍କ ଉପରେ ଆଧିପତ୍ୟ ଲାଭ କଲେ ସୁଦ୍ଧା ଏହି ଶୋକ ମୋର ସକଳ ଇନ୍ଦ୍ରିୟର ତେଜ ଶୋଷଣ କରିନେବ, ଏହି ଶୋକ ଦୂର କରିବାର କୌଣସି ଉପାୟ ମୁଁ ଦେଖୁ ନାହିଁ । "
ଅର୍ଜୁନଙ୍କ ଶିକ୍ଷା ପ୍ରାର୍ଥନା :- ଶ୍ରୀକୃଷ୍ଣଙ୍କ ଉକ୍ତିର ଉଦ୍ଦେଶ୍ୟ ଅର୍ଜୁନ ବୁଝିପାରିଲେ, ସେ ରାଜନୈତିକ ଆପତ୍ତି ଉତ୍ଥାପନ କରିବାରୁ ବିରତ ହେଲେ , କିନ୍ତୁ ଆହୁରି ଯେଉଁ ଆପତ୍ତି ଥିଲା, ତାହାର କୌଣସି ଉତ୍ତର ନ ପାଇ ଶ୍ରୀକୃଷ୍ଣଙ୍କ ଚରଣରେ ଶିକ୍ଷାର୍ଥେ ଶରଣାଗତ ହେଲେ । ସେ କହିଲେ, ମୁଁ ସ୍ଵୀକାର କରୁଛି ମୁଁ କ୍ଷତ୍ରିୟ, କୃପାର ବଶବର୍ତ୍ତୀ ହୋଇ ମହତ୍ତ କାର୍ଯ୍ୟରୁ ବିରତ ହେବା ମୋ ପକ୍ଷରେ କ୍ଳୀବତ୍ଵସୂଚକ, ଅକୀର୍ତ୍ତିଜନକ, ଧର୍ମବିରୁଦ୍ଧ । କିନ୍ତୁ, ମନ, ପ୍ରାଣ ବି ମାନୁନାହିଁ, ମନ କହେ, ଗୁରୁଜନଙ୍କ ହତ୍ୟା ମହାପାପ, ନିଜର ସୁଖ ନିମିତ୍ତ ଗୁରୁଜନଙ୍କୁ ହତ୍ୟା କଲେ ଅଧର୍ମରେ ପତିତ ହୋଇ ଧର୍ମ, ମୋକ୍ଶ, ପରଲୋକ, ଯାହାକିଛି ବାଞ୍ଚନୀୟ, ସକଳହିଁ ଯିବ । କାମନା ତୃପ୍ତ ହେବ, ଅର୍ଥସ୍ପୃହା ତୃପ୍ତ ହେବ, କିନ୍ତୁ ସେ କେତେଦିନ ! ଅଧର୍ମଲବ୍ଧ ଭୋଗ ମରଣ ପର୍ଯ୍ୟନ୍ତ ରହେ, ତାହାପରେ ଅନିର୍ବଚନୀୟ ଦୁର୍ଗତି ହୁଏ । ଆଉ ଯେତେବେଳେ ଭୋଗ କରିବୁ , ସେତେବେଳେ ସେହି ଭୋଗ ମଧ୍ୟରେ ଗୁରୁଜନଙ୍କ ରକ୍ତର ଆସ୍ଵାଦ ପାଇଁ କେଉଁ ସୁଖ ବା ଶାନ୍ତି ପାଇବୁ ? ପ୍ରାଣ କହେ ଏମାନେ ମୋର ପ୍ରିୟଜନ, ଏମାନଙ୍କୁ ହତ୍ୟା କଲେ ମୁଁ ଆଉ ଏ ଜନ୍ମରେ ସୁଖ ଭୋଗ କରିପାରିବି ନାହିଁ, ବଞ୍ଚିବାକୁ ବି ଚାହେଁ ନାହିଁ । ଯଦି ତୁମେ ମୋତେ ସମସ୍ତ ପୃଥିବୀର ସାମ୍ରାଜ୍ୟଭୋଗ ଦିଅ ବା ସ୍ଵର୍ଗଜୟ କରି ଇନ୍ଦ୍ରଙ୍କ ଐଶ୍ଵର୍ଯ୍ୟ ଭୋଗ ଦିଅ, ତଥାପି ମୁଁ ଶୁଣିବି ନାହିଁ । ଯେଉଁ ଶୋକ ମୋତେ ଅଭିଭୂତ କରିବ, ତାହା ଦ୍ଵାରା ସମସ୍ତ କର୍ମେନ୍ଦ୍ରିୟ ଓ ଜ୍ଞାନେନ୍ଦ୍ରିୟ ଅଭିଭୂତ ଓ ଅବସନ୍ନ ହୋଇ ସ୍ଵ ସ୍ଵ କାର୍ଯ୍ୟରେ ଶିଥିଳ ଓ ଅସମର୍ଥ ହେବେ, ସେହି ଅବସ୍ଥାରେ ତୁମେ କ'ଣ ଭୋଗ କରିପାରିବ ? ମୋ ଚିତ୍ତର ବିଷମ ଦୀନତା ଉପସ୍ଥିତ, ମହାନ୍ କ୍ଷତ୍ରିୟ ସ୍ଵଭାବ ସେହି ଦୀନତାରେ ବୁଡିଯାଇଛି । ମୁଁ ତୁମର ଶରଣାପନ୍ନ ହେଲି । ମୋତେ ଜ୍ଞାନ, ଶକ୍ତି, ଶ୍ରଦ୍ଧା ଦିଅ; ଶ୍ରେୟଃପଥ ଦେଖାଅ ଓ ମୋତେ ରକ୍ଷା କର ।" ଭଗବାନଙ୍କ ପାଖରେ ସପମ୍ପୂର୍ଣ୍ଣରୂପେ ଶରଣାପନ୍ନ ହେବା ଗୀତୋକ୍ତ ଯୋଗର ପନ୍ଥା । ଏହାକୁ ଆତ୍ମ ସମର୍ପଣ ବା ଆତ୍ମ-ନିବେଦନ କୁହାଯାଏ । ଯେ ଭଗବାନଙ୍କୁ ଗୁରୁ, ପ୍ରଭୁ, ସଖା, ପଥ-ପ୍ରଦର୍ଶକ ଜାଣି ଅପର ସକଳ ଧର୍ମକୁ ଜଳାଞ୍ଜଳି ଦେବାକୁ ପ୍ରସ୍ତୁତ, ପାପ-ପୂଣ୍ୟ, କର୍ତ୍ତବ୍ୟ-ଅକର୍ତ୍ତବ୍ୟ, ଧର୍ମ-ଅଧର୍ମ, ସତ୍ୟ-ଅସତ୍ୟ, ମଙ୍ଗଳ-ଅମଙ୍ଗଳ ବିଚାର ନ କରି ନିଜର ଜ୍ଞାନ, କର୍ମ ଓ ସାଧନାର ସମସ୍ତ ଭାର ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତି, ସେହି ହେଲେ ଗୀତୋକ୍ତ ଯୋଗର ଅଧିକାରୀ । ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ, ତୁମେ ଯଦି ଗୁରୁହତ୍ୟା କରିବାକୁ ବି କୁହ, ଏହାକୁ ଧର୍ମ ଓ କର୍ତ୍ତବ୍ୟକର୍ମ ବୋଲି ବୁଝାଇ ଦିଅ, ମୁଁ ଏହାହିଁ କରିବି । ଏହି ଗଭୀର ଶ୍ରଦ୍ଧା ବଳରେ ଅର୍ଜୁନ ତତ୍କାଳୀନ ସକଳ ମହାପୁରୁଷଙ୍କୁ ଅତିକ୍ରମ କରି ଗୀତୋକ୍ତ ଶିକ୍ଷାର ଶ୍ରେଷ୍ଠପାତ୍ର ବୋଲି ଗୃହୀତ ହୋଇଥିଲେ । ଉତ୍ତରରେ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଦୁଇଟି ଆପତ୍ତି ଖଣ୍ଡନ କରି ତତ୍ପରେ ଗୁରୁଙ୍କ ଆସନ ଗ୍ରହଣ କରି ଅସଲ ଜ୍ଞାନ ଦେବାକୁ ଆରମ୍ଭ କଲେ । 38 ଶ୍ଳୋକ ପର୍ଯ୍ୟନ୍ତ ଆପତ୍ତି ଖଣ୍ଡନ, ତା'ପରେ ଗୀତୋକ୍ତ ଶିକ୍ଷାର ଆରମ୍ଭ । କିନ୍ତୁ ଏହି ଆପତ୍ତିଖଣ୍ଡନ ମଧ୍ୟରେ କେତୋଟି ଅମୂଲ୍ୟ ଶିକ୍ଷା ନିହିତ ଅଛି, ଯାହା ନ ବୁଝିଲେ ଗୀତାର ଶିକ୍ଷା ହୃଦୟଙ୍ଗମ ହୁଏ ନାହିଁ । ଏହି କେତୋଟି କଥା ବିସ୍ତାରିତ ଭାବରେ ଆଲୋଚନା କରିବା ଆବଶ୍ୟକ ।
ପରନ୍ତପ ଗୁଡାକେଶ (ଅର୍ଜୁନ) ହୃଷୀକେଶଙ୍କୁ ଏହି କଥା କହି ପୁନଶ୍ଚ ତାଙ୍କୁ ନିବେଦନ କଲେ, "ମୁଁ ଯୁଦ୍ଧ କରିବି ନାହିଁ " ଏବଂ ତା'ପରେ ନୀରବ ରହିଲେ । ଶ୍ରୀକୃଷ୍ଣ ଈଷତ୍ ହସି ଦେଇ ଦୁଇ ସେନାର ମଧ୍ୟସ୍ଥଳରେ ବିଷର୍ଣ୍ଣ ଅର୍ଜୁନଙ୍କୁ ଏହି ଉତ୍ତର ଦେଲେ । " ଯେଉଁମାନଙ୍କ ନିମିତ୍ତ ଶୋକ କରିବାର କିଛି କାରଣ ନାହିଁ, ତାଙ୍କ ନିମିତ୍ତ ତୁମେ ଶୋକ କରୁଛ, ଅଥଚ ଜ୍ଞାନୀମାନଙ୍କ ପରି ତତ୍ତ୍ଵକଥା ନେଇ ବାଦବିବାଦ କରିବାକୁ ଚେଷ୍ଟା କରୁଛ, କିନ୍ତୁ ଯେଉଁମାନେ ଯଥାର୍ଥ ତତ୍ତ୍ଵଜ୍ଞାନୀ, ସେମାନେ ମୃତ ବା ଜୀବିତ କାହାରି ସକାଶେ ଶୋକ କରନ୍ତି ନାହିଁ । ଏହା ବି ନୁହେଁ ଯେ ମୁଁ ପୂର୍ବେ ନ ଥିଲି ବା ତୁମେ ନ ଥିଲ କିଂବା ଏ ନୃପତିବୃନ୍ଦ ନ ଥିଲେ, ଏହା ବି ନୁହେଁ ଯେ ଆମ୍ଭେମାନେ ସକଳେ ଦେହତ୍ୟାଗ ପରେ ଆଉ ରହିବୁ ନାହିଁ । ଯେପରି ଏହି ପ୍ରାଣବନ୍ତ ଦେହରେ ବାଲ୍ୟ, ଯୌବନ ଓ ବାର୍ଦ୍ଧକ୍ୟ; କାଳର ଗତିରେ ଆସେ, ସେହିପରି ଦେହାନ୍ତର ପ୍ରାତ୍ପି ବି କାଳର ଗତିରେ ଆସେ, ସେଥିରେ ସ୍ଥିରବୁଦ୍ଧି ଜ୍ଞାନୀ ବିମୁଢ ହୁଅନ୍ତି ନାହିଁ । ମରନ କିଛି ବି ନୁହେଁ, ଯେଉଁ ବିଷୟରସ୍ପର୍ଶରେ ଶୀତ, ଉଷ୍ଣ, ସୁଖ, ଦୁଃଖ ଇତ୍ୟାଦି ଅନୁଭୂତି ସୃଷ୍ଟି ହୁଏ, ସେହି ସ୍ପର୍ଶ ସକଳ ଅନିତ୍ୟ, ଆସେ ଓ ଯାଏ, ସେହି ସକଳକୁ ଅବିଚଳିତ ଭାବେ ଗ୍ରହଣ କରିବାକୁ ଅଭ୍ୟାସ କର । ଯେ ସ୍ଥିରବୁଦ୍ଧି ପୁରୁଷ, ସେ ଏହି ସ୍ପର୍ଶ ସକଳ ଭୋଗକରି ବ୍ୟଥିତ ହୁଅନ୍ତି ନାହିଁ ଏବଂ ତଜ୍ଜନିତ ସୁଖଦୁଃଖ ସମଭାବରେ ଗ୍ରହଣ କରନ୍ତି ଏବଂ ସେହି ପୁରୁଷ ମୃତ୍ୟୁକୁ ଜୟ କରିବାକୁ ସକ୍ଷମ ହୁଅନ୍ତି । ଯାହା ଅସତ୍ ତାହାର ଅସ୍ତିତ୍ଵ ନାହିଁ , ଯାହା ସତ୍ ତାହାର ବିନାଶ ନାହିଁ, ତଥାପି ସତ୍ ଓ ଅସତ୍ ଉଭୟର ବି ଅନ୍ତ ହୁଏ, ଏହା ତତ୍ତ୍ଵଦର୍ଶୀଗଣ ଦର୍ଶନ କରିଛନ୍ତି । କିନ୍ତୁ ଏହି ଯେଉଁ ଆତ୍ମା ଦୃଶ୍ୟମାନ ଜଗତକୁ ନିଜର ମଧ୍ୟରେ ବିସ୍ତାର କରିଛନ୍ତି, ସେହି ଆତ୍ମାର କ୍ଷୟ ହୁଏ ନାହିଁ, କେହି ବି ତା'ର ଧ୍ଵଂସ କରିପାରେ ନାହିଁ । ନିତ୍ୟ ଦେହାଶ୍ରିତ ଆତ୍ମାର ଏହି ସକଳ ଦେହର ଅନ୍ତ ଅଛି, ଆତ୍ମାର ନାହିଁ, ତାହା ଅସୀମ ଓ ଅବିନଶୀ ଅତଏବ ହେ ଭାରତ, ଯୁଦ୍ଧ କର । ଯେ ଆତ୍ମାକୁ ହନ୍ତା କହନ୍ତି ଏବଂ ଯେ ଦେହନାଶରେ ଆତ୍ମା ନିହତ ବୋଲି ବୁଝନ୍ତି, ଏହି ଦୁଇଜଣହିଁ ଭ୍ରାନ୍ତ ଓ ଅଜ୍ଞ ; ଆତ୍ମା ହତ୍ୟା କରେ ନାହିଁ, ହତ ବି ହୁଏ ନାହିଁ । ଏହି ଆତ୍ମାର ଜନ୍ମ ନାହିଁ, ମୃତ୍ୟୁ ନାହିଁ, ଏହା କେବେ ବି ଉଦ୍ଭବ ହୋଇନାହିଁ ଏବଂ କେବେ ବି ଲୁପ୍ତ ହେବ ନାହିଁ । ଏହା ଜନ୍ମ ରହିତ, ନିତ୍ୟ, ସନାତନ, ପୁରାତନ; ଦେହନାଶରେ ମଧ୍ୟ ହତ ହୁଏ ନାହିଁ । ଯେ ଏହାକୁ ନିତ୍ୟ, ଅବିନାଶୀ ଓ ଅକ୍ଷୟ ବୋଲି ଜାଣନ୍ତି, ସେହି ପୁରୁଷ କିପରି କାହାକୁ ହତ୍ୟା କରନ୍ତି ବା କରାନ୍ତି ? ଯେପରି ମନୁଷ୍ୟ ଜୀର୍ଣ୍ଣ ବସ୍ତ୍ର ପକାଇଦେଲେ, ଅନ୍ୟ ନୂତନ ବସ୍ତ୍ର ଗ୍ରହଣ କରେ ସେହିପରି ଜୀବ ଜୀର୍ଣ୍ଣ ପକାଇଦେଲେ ନବୀନ ଦେହକୁ ଆଶ୍ରୟ କରନ୍ତି । ଶସ୍ତ୍ର ଏହାକୁ ଛେଦନ କରିପାରେ ନାହିଁ, ଅଗ୍ନି ଦହନ କରିପାରେ ନାହିଁ, ଜଳ ଓଦା କରିପାରେ ନାହିଁ, ବାୟୁ ଶୁଖାଇ ପାରେ ନାହିଁ । ଆତ୍ମା ଅଚ୍ଛେଦ୍ୟ, ଅଦାହ୍ୟ, ଅକ୍ଳେଦ୍ୟ, ଅଶୋଷ୍ୟ, ନିତ୍ୟ,ସର୍ବଗତ, ସ୍ଥିର, ଅଚଳ, ସନାତନ । ଆତ୍ମାକୁ ଅବ୍ୟକ୍ତ, ଅଚିନ୍ତ୍ୟ, ଅବିକାରୀ କୁହାଯାଏ, ତୁମେ ଆତ୍ମାକୁ ଏହିପରି ଜାଣି ଶୋକ ପରିତ୍ୟାଗ କର । ଆଉ ତୁମେ ଯଦି ମନେ କର ଯେ ଜୀବ ବାରଂବାର ଜନ୍ମ ଗ୍ରହଣ କରେ ଓ ମରେ ତଥାପି ତାହା ନିମିତ୍ତ ଶୋକ କରିବା ଉଚିତ ନୁହେଁ । ଯାହାର ଜନ୍ମ ହୁଏ, ମରଣ ନିଶ୍ଚିତ - ଯାହାର ମରଣ ହୁଏ, ତାହାର ପୁନର୍ଜନ୍ମ ନିଶ୍ଚିତ - ଅତଏବ ଯେବେ ମୃତ୍ୟୁ ଅପରିହାର୍ଯ୍ୟ ପରିଣାମ, ତେବେ ତାହା ନିମିତ୍ତ ଶୋକ କରିବା ଅନୁଚିତ । ପ୍ରାଣୀ ମାତ୍ରେହିଁ ପ୍ରଥମେ ଅବ୍ୟକ୍ତ ଥାଏ, ମଝି ରେ ବ୍ୟକ୍ତ ହୁଏ, ମରଣାନ୍ତେ ପୁନଃ ଅବ୍ୟକ୍ତ ହୁଏ, ଏଥିରେ ଶୋକ କରିବାର କୌଣସି କାରଣ ନାହିଁ । ଆତ୍ମାକୁ କେହି ଆଶ୍ଚର୍ଯ୍ୟ କିଛି ବୋଲି ଦେଖନ୍ତି, କେହି ଆଶ୍ଚର୍ଯ୍ୟ କିଛି ବୋଲି ତା'ର କଥା କହନ୍ତି, କେହି ଆଶ୍ଚର୍ଯ୍ୟ କିଛି ବୋଲି ତା'ର କଥା ଶୁଣନ୍ତି, କିନ୍ତୁ ଶୁଣି କରି ବି କେହି ତାକୁ ଜାଣି ପାରନ୍ତି ନାହିଁ । ଏହି ଆତ୍ମା ସର୍ବଦା ସକଳଙ୍କ ଦେହ ମଧ୍ୟରେ ଅବଧ୍ୟ, ଅତଏବ ଏହି ସକଳ ପ୍ରାଣୀଙ୍କ ନିମିତ୍ତ କେବେ ବି ଶୋକ କରିବା ଉଚିତ ନୁହେଁ ।
ଗୀତାର ଭୂମିକା..........
ଶ୍ରୀକୃଷ୍ଣଙ୍କ ରାଜନୀତିର ଫଳ : - ପ୍ରଥମେ କୃପାବିଷ୍ଟ ହୋଇ ଅର୍ଜୁନ କୁଳନାଶ ଉପରେହିଁ ଅଧିକ ନିର୍ଭର କରିଥିଲେ, କାହିଁକି ନା ଏହି ବୃହତ୍ ସେନାସମାବେଶ ଦେଖି କୁଳର ଭାବନା, ଜାତିର ଭାବନା ଆପେ ଆପେ ମନକୁ ଉଠିଆସିଲା । କୁହାଯାଇଛି ଯେ କୁଳର ହିତଚିନ୍ତା ତତ୍କାଳୀନ ଭାରତବାସୀଙ୍କ ପକ୍ଷେ ସ୍ଵାଭାବିକ ଥିଲା, ଯେପରି ଜାତିର ହିତଚିନ୍ତା ଆଧୁନିକ ମନୁଷ୍ୟଙ୍କ ପକ୍ଷେ ସ୍ଵାଭାବିକ । କିନ୍ତୁ କୁଳନାଶରେ ଜାତିର ପ୍ରତିଷ୍ଠା ନାଶ ହେବ, ଏହି ଆଶଙ୍କା କ'ଣ ଅମୂଳକ ଥିଲା ? ବହୁତ ଲୋକ କହନ୍ତି ଯେ ଅର୍ଜୁନ ଯେଉଁ ଭୟ କରିଥିଲେ, ବାସ୍ତବିକ ତାହାହିଁ ଘଟିଲା । କୁରୁକ୍ଷେତ୍ର ଯୁଦ୍ଧ ଭାରତର ଅବନତି ଓସୁଦୀର୍ଘ ପରାଧୀନତାର ମୂଳ କାରଣ ହେଲା । ତେଜସ୍ଵୀ କ୍ଷାତ୍ରବଂଶର ଲୋପରେ, କ୍ଷାତ୍ର ତେଜର ହ୍ରାସରେ ଭାରତର ବିଷମ ଅମଙ୍ଗଳ ହୋଇଛି । ଜଣେ ବିଖ୍ୟାତ ବିଦେଶୀ ମହିଳା ଯାହାଙ୍କ ଶ୍ରୀଚରଣରେ ବହୁତ ହିନ୍ଦୁ ଆଜି ବି ଶିଷ୍ୟଭାବରେ ନତଶିର, ସେ ଏହା କହିବାକୁ କୁଣ୍ଠିତ ବୋଧ କରୁ ନ ଥିଲେ ଯେ ସ୍ଵୟଂ ଭଗବାନ୍ ଅବତୀର୍ଣ୍ଣ ହେବାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କ୍ଷତ୍ରିୟ ନାଶ କରି ଇଂରେଜ ରାଜ୍ୟ ସ୍ଥାପନର ପଥ ସୁଗମ କରିବା । ଆମ୍ଭମାନଙ୍କର ଧାରଣା ଏହି ଯେ ଯେଉଁମାନେ ଏପରି ଅସଙ୍ଗତ କଥା କହନ୍ତି ସେମାନେ ବିଷୟଟିର ଗଭୀର ବିଚାର ନ କରି ଅତି ନଗଣ୍ୟ ରାଜନୈତିକ ପ୍ରେରଣାର ବଶବର୍ତ୍ତୀ ହୋଇ ଶ୍ରୀକୃଷ୍ଣଙ୍କ ଉପରେ ଦୋଷାରୋପ କରନ୍ତି । ରାଜନୀତିତତ୍ତ୍ଵ ମ୍ଳେଚ୍ଛବିଦ୍ୟା, ଅନାର୍ଯ୍ୟଚିନ୍ତା ପ୍ରାଣାଳୀରୁ ସମ୍ଭୁତ । ଅନାର୍ଯ୍ୟମାନେ ଆସୁରିକ ବଳରେ ବଳୀୟାନ, ସେହି ବଳକୁ ସ୍ଵାଧୀନତା ଓ ଜାତୀୟ ମହତ୍ତ୍ଵର ଏକମାତ୍ର ଭିତ୍ତି ବୋଲି ସେମାନେ ଭାବନ୍ତି । କେବଳ କ୍ଷାତ ତେଜ ଉପରେ ଜାତୀୟ ମହତ୍ତ୍ଵ ପ୍ରତିଷ୍ଠିତ ହୋଇପାରେ ନାହିଁ, ଚାରିବର୍ଣ୍ଣଙ୍କର ଚାରିପ୍ରକାର ତେଜ ଉପରେହିଁ ସେହି ମହତ୍ତ୍ଵର ପ୍ରତିଷ୍ଠା । ସାତତ୍ତ୍ଵିକ ବ୍ରହ୍ମ ତେଜ, ରାଜସିକ କ୍ଷାତ୍ରତେଜକୁ ଜ୍ଞାନ, ବିନୟ ଓ ପରହିତ ଚିନ୍ତାର ମଧୁର ସଞ୍ଜୀବନସୁଧାରେ ଜୀବିତ କରି ରଖେ, କ୍ଷାତତେଜ ଶାନ୍ତ ବ୍ରହ୍ମତେଜକୁ ରକ୍ଷା କରେ । କ୍ଷାତତେଜ ଶୂନ୍ୟ ହେଲେ ବ୍ରହ୍ମତେଜ ତମୋଭାବ ଦ୍ଵାରା ଆକ୍ରାନ୍ତ ହୋଇ ଶୂଦ୍ରତ୍ଵର ନିକୃଷ୍ଟ ଗୁଣସମୂହକୁ ଆଶ୍ରୟ ଦିଏ, ଏହି ସକାଶେ ଯେଉଁ ଦେଶରେ କ୍ଷତ୍ରିୟ ନାହାନ୍ତି ସେ ଦେଶରେ ବ୍ରାହ୍ମଣଙ୍କ ବାସ ନିଷିଦ୍ଧ । ଯଦି କ୍ଷାତ୍ର ବଂଶ ଲୋପ ପାଇଯାଏ , ତେବେ ନୂତନ କ୍ଷତ୍ରିୟ ସୃଷ୍ଟି କରିବା ବ୍ରାହ୍ମଣଙ୍କର ପ୍ରଥମ କର୍ତ୍ତବ୍ୟ । ବ୍ରହ୍ମତେଜ ବର୍ଜିତ କ୍ଷାତ୍ରତେଜ ଦୁର୍ଦାନ୍ତ, ଉଦ୍ଦାମ, ଆସୁରିକ ବଳରେ ପରିଣତ ହୋଇ ପ୍ରଥମେ ପରହିତକୁ ବିନାଶ କରିବାକୁ ଚେଷ୍ଟାକରେ, ପରିଶେଷରେ ସ୍ଵୟଂ ବିନଷ୍ଟ ହୁଏ । ରୋମ୍ ଦେଶର କବି ଯଥାର୍ଥରେ କହିଛନ୍ତି ଯେ ଅସୁରଗଣ ନିଜ ବଳରେ ଅଭିଭୂତ ହୋଇ ନିଜେହିଁ ସମୂଳେ ବିନଷ୍ଟ ହୁଅନ୍ତି । ସତ୍ତ୍ଵ ରଜକୁ ସୃଷ୍ଟି କରିବ, ରଜ ସତ୍ତ୍ଵକୁ ରକ୍ଷା କରିବ, ସାତ୍ତ୍ଵିକ କର୍ମରେ ନିଯୁକ୍ତ ହେବ, ଏପରି ହେଲେ ବ୍ୟକ୍ତିର ଓ ଜାତିର ମଙ୍ଗଳ ସମ୍ଭବ ହୁଏ । ସତ୍ତ୍ଵ ଯଦି ରଜକୁ ଗ୍ରାସ କରେ ଏବଂ ରଜଃ ଯଦି ସତ୍ତ୍ଵକୁ ଗ୍ରାସ କରେ ତେବେ ତମୋଗୁଣର ପ୍ରାଦୁର୍ଭାବରେ ବିଜୟୀଗୁଣ ସ୍ଵୟଂ ପରାଜିତ ହୁଏ, ତମସର୍ ରାଜ୍ୟ ପ୍ରତିଷ୍ଠିତ ହୁଏ । ବ୍ରାହ୍ମଣ କେବେ ବି ରାଜା ହୋଇପାରେ ନାହିଁ, କ୍ଷତ୍ରିୟ ବିନଷ୍ଟ ହେଲେ ଶୂଦ୍ର ରାଜା ହେବ, ବ୍ରାହ୍ମଣ ତମୋଗ୍ରସ୍ତ ହୋଇ ଅର୍ଥଲୋଭରେ ଜ୍ଞାନକୁ ବିକୃତ କରି ଶୂଦ୍ରର ଦାସ ହେବ, ଆଧ୍ୟାତ୍ମିକଭାବ ତାମସିକ ଜଡତାକୁ ପୋଷଣ କରିବ, ସ୍ଵୟଂ ମ୍ଳାନ ହୋଇ ଧର୍ମ ଅବନତିର କାରଣ ହେବ । ନିକ୍ଷତ୍ରିୟ ଶୂଦ୍ରଚାଳିତ ଜାତିର ଦାସତ୍ଵ ଅବଶ୍ୟମ୍ଭାବୀ । ଭାରତର ଏହି ଅବସ୍ଥା ଘଟିଛି । ଅନ୍ୟ ପକ୍ଷରେ ଆସୁରିକ ବଳର ପ୍ରଭାବରେ, କ୍ଷଣିକ ଉତ୍ତେଜନାରେ ଶକ୍ତିସଂଚାର ହୋଇ ପାରେ, ମହତ୍ତ୍ଵ ଆସିପାରେ ସତ୍ୟ, କିନ୍ତୁ ଶୀଘ୍ର ହୁଏତ ଦୁର୍ବଳତା , ଗ୍ଳାନି ଓ ଶକ୍ତିକ୍ଷୟ ହୋଇ ଦେଶ ଅବସନ୍ନ ହୋଇପଡେ ନଚେତ୍ ରାଜସିକ ବିଳାସ, ଦମ୍ଭ ଓ ସ୍ଵାର୍ଥର ବୃଦ୍ଧିରେ ଜାତି ଅନୁପଯୁକ୍ତ ହୋଇ ମହତ୍ତ୍ଵରକ୍ଷାରେ ଅସମର୍ଥ ହୁଏ ଅଥବା ଅନ୍ତର୍ବିରୋଧରେ , ଦୁର୍ନୀତିର ଅତ୍ୟାଚାରରେ ଦେଶ ଛାରଖାର ହୋଇ ସହଜରେ ଶତ୍ରୁର କବଳରେ ପଡେ । ଭାରତ ଓ ଇଉରୋପରେ ଇତିହାସରେ ଏହି ସକଳ ପରିଣାମର ଭୂରି ଭୂରି ଦୃଷ୍ଟାନ୍ତ ଦେଖିବାକୁ ମିଳେ । ମହାଭାରତ ସମୟରେ ଆସୁରିକ ବଳର ଭାରରେ ପୃଥିବୀ ଅସ୍ଥିର ହୋଇଥିଲା । ଭାରତରେ ସେହିପରି ତେଜସ୍ଵୀ କ୍ଷତ୍ରିୟ ତେଜର ବିସ୍ତାର ପୂର୍ବେ କେବେ ହୋଇ ନ ଥିଲା, ପରେ ବି ହୋଇ ନାହିଁ । କିନ୍ତୁ ସେହି ଭୀଷଣ ବଳର ସଦୁପଯୋଗ ହେବାର ସମ୍ଭାବନା ଅତ୍ୟନ୍ତ କମ୍ ଥିଲା । କାରଣ ଯେଉଁମାନେ ଏହି ବଳର ଆଧାର ଥିଲେ, ସେମାନେ ସକଳେହିଁ ଅସୁରପ୍ରକୃତିର ଥିଲେ; ଅହଂକାର, ଦର୍ପ, ସ୍ଵାର୍ଥ, ସ୍ଵେଚ୍ଛାଚାର ସେମାନଙ୍କ ମଜ୍ଜାଗତ ଥିଲା । ଏହି ଆସୁରିକ ବଳକୁ ବିନାଶ କରି ଶ୍ରୀକୃଷ୍ଣ ଯଦି ଧର୍ମରାଜ୍ୟ ସ୍ଥାପନ କରି ନ ଥା'ନ୍ତେ ତେବେ ଉପରେ ଯେଉଁ ତିନୋଟି ପରିଣାମର ବର୍ଣ୍ଣନା ଅଛି, ତହିଁରୁ ଗୋଟିଏ ନ ଗୋଟିଏ ନିଶ୍ଚୟ ଘଟିଥା'ନ୍ତା । ଭାରତ ଅସମୟରେ ମ୍ଳେଚ୍ଛର ହାତରେ ପଡିଥା'ନ୍ତା । ମନେ ରଖିବା ଉଚିତ ଯେ ପାଞ୍ଚହଜାର ବର୍ଷ ପୂର୍ବେ କୁରୁକ୍ଷେତ୍ର ଯୁଦ୍ଧ ଘଟିଥିଲା ଏବଂ ଅଢେଇ ହଜାର ବର୍ଷ କଟିଯିବା ପରେ ମ୍ଳେଚ୍ଛମାନଙ୍କର ପ୍ରଥମ ସଫଳ ଆକ୍ରମଣ ସିନ୍ଧୁ ନଦୀର ଅପର ପାରି ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା ।ଅତଏବ ଅର୍ଜୁନଙ୍କ ଦ୍ଵାରା ପ୍ରତିଷ୍ଠିତ ଧର୍ମରାଜ୍ୟ ଏତେକାଳ ପର୍ଯ୍ୟନ୍ତ ବ୍ରହ୍ମତେଜ ଅନୁପ୍ରାଣିତ କ୍ଷାତ୍ରତେଜର ବଳରେ ଦେଶକୁ ରକ୍ଷା କରିଥିଲା । ସେତେବେଳ ପର୍ଯ୍ୟନ୍ତ ଭାରତରେ ସଞ୍ଚିତ କ୍ଷାତ୍ରତେଜ ଏତେ ଥିଲା ଯେ ତାହାର ଭଗ୍ନାଂଶହିଁ ଦେଶକୁ ଦୁଇ ସହସ୍ର ବର୍ଷ ବଞ୍ଚାଇ ରଖିଲା । ଚନ୍ଦ୍ର ଗୁପ୍ତ, ପୁଷ୍ୟମିତ୍ର, ସମୁଦ୍ର ଗୁପ୍ତ, ସଂଗ୍ରାମ ସିଂହ, ପ୍ରତାପ, ରାଜସିଂହ, ପ୍ରତାପାଦିତ୍ୟ, ଶିବାଜି ପ୍ରଭୃତି ମହାପୁରୁଷ ସେହି କ୍ଷାତ୍ରତେଜର ପ୍ରଭାବରେ ଦେଶର ଦୁର୍ଭାଗ୍ୟ ସଙ୍ଗେ ସଂଗ୍ରାମ କରି ଆସିଛନ୍ତି । ସେଦିନ ଗୁଜରାଟ ଯୁଦ୍ଧରେ ଓ ଲକ୍ଷ୍ମୀବାଇଙ୍କ ଚିତାରେ, ପଞ୍ଜାବର ପତନରେ ତାହାର ଶେଷ ସ୍ଫୁଲିଙ୍ଗ ଲିଭିଗଲା । ସେଦିନ ଶ୍ରୀକୃଷ୍ଣଙ୍କ ରାଜନୀତିକ କାର୍ଯ୍ୟର ସୁଫଳ ଓ ପୁଣ୍ୟ କ୍ଷୟ ହୋଇଗଲା, ଭାରତ ତଥା ଜଗତକୁ ରକ୍ଷା କରିବା ନିମିତ୍ତ ପୁଣି ପୂର୍ଣ୍ଣ ଅବତାରଙ୍କର ପ୍ରୟୋଜନ ହେଲା । ସେହି ଅବତାର ଆସି ପୁଣି ଲୁପ୍ତ ବ୍ରହ୍ମତେଜକୁ ଜଗାଇ ଦେଇଗଲେ, ସେହି ବ୍ରହ୍ମତେଜହିଁ କ୍ଷାତ୍ରତେଜ ସୃଷ୍ତି କରିବ । ଶ୍ରୀକୃଷ୍ଣ ଭାରତର କ୍ଷାତ୍ରତେଜକୁ କୁରୁକ୍ଷେତ୍ରର ରକ୍ତ ସମୁଦ୍ରରେ ଏକେବାରେ ନିର୍ବାପିତ କରି ନ ଥିଲେ, ବରଂ ଆସୁରିକ ବଳକୁ ବିନାଶ କରି ବ୍ରହ୍ମତେଜ ଓ କ୍ଷାତ୍ରତେଜ ଉଭୟକୁହିଁ ରକ୍ଷାକରିଥିଲେ । ଆସୁରିକ ବଳଦୃପ୍ତ କ୍ଷତ୍ରିୟ ବଂଶର ବିନାଶ ଦ୍ଵାରା ଉଦ୍ଦାମ ରଜଃ ଶକ୍ତିକୁ ଛିନ୍ନଭିନ୍ନ କରି ଦେଇଥିଲେ ଏହା ସତ୍ୟ । ଏହିପରି ମହାବିପ୍ଳବ, ଅନ୍ତର୍ବିରୋଧକୁ ଉତ୍କଟ ଭୋଗ ଦ୍ଵାରା କ୍ଷୟ କରି ନିଗୃହୀତ କରିବା, ଉଦ୍ଦାମ କ୍ଷତ୍ରିୟ କୁଳର ସଂହାରକରିବା ସର୍ବଦା ଅନିଷ୍ଟକର ନୁହେଁ । ଅନ୍ତର୍ବିରୋଧରେ ରୋମାନ୍ କ୍ଷତ୍ରିୟ ଉଦ୍ଦାମକୁଳନାଶରେ ଓ ରାଜତନ୍ତ୍ର ସ୍ଥାପନାରେ ରୋମ୍ ର ବିରାଟ ସାମ୍ରାଜ୍ୟ ଅକାଳ ବିନାଶରୁ ରକ୍ଷା ପାଇଥିଲା । ଇଂଲଣ୍ଡରେ ଶ୍ଵେତ ଓ ରକ୍ତ ଗୋଲାପର ଅନ୍ତର୍ବିରୋଧରେ କ୍ଷତ୍ରିୟ କୁଳନାଶରେ ଚତୁର୍ଥ ଏଡୁଆର୍ଡ୍ , ଅଷ୍ଟମ ହେନେରୀ, ଓ ରାଣୀ ଏଲିଜାବେଥ୍ ସୁରକ୍ଷିତ ପରାକ୍ରମଶାଳୀ ବିସ୍ଵବିଜୟୀ ଆଧୁନିକ ଇଂଲଣ୍ଡର ଭିତ୍ତି ସ୍ଥାପନ କରିପାରିଥିଲେ । କୁରୁକ୍ଷେତ୍ର ଯୁଦ୍ଧରେ ଭାରତର ବି ସେହିପରି ରକ୍ଷା ପାଇଥିଲା । କଳିଯୁଗରେ ଭାରତରେ ଅବନତି ହୋଇଛି , ଏକଥା କେହି ଅସ୍ଵୀକାର କରି ପାରିବେ ନାହିଁ, କିନ୍ତୁ ଅବନତିକୁ ଆଣିବା ନିମନ୍ତେ ଭଗବାନ୍ କେବେ ଅବତୀର୍ଣ୍ଣ ହୁଅନ୍ତି ନାହିଁ । ଧର୍ମରକ୍ଷା, ବିଶ୍ଵରକ୍ଷା, ଲୋକରକ୍ଷା ନିମିତ୍ତ ଅବତାର । ବିଶେଷତଃ କଳିଯୁଗରେ ଭଗବାନ ପୂର୍ଣ୍ଣରୂପେ ଅବତୀର୍ଣ୍ଣ ହୁଅନ୍ତି କାରଣ କଳିରେ ମନୁଷ୍ୟର ଅବନତିର ଅଧିକ ଭୟ ଥାଏ ଏବଂ ସ୍ଵଭାବତଃ ଅଧର୍ମ ବୃଦ୍ଧିପାଏ । ଅତଏବ ମାନବଜାତିର ରକ୍ଷା ନିମିତ୍ତ, ଏହି ଯୁଗରେ ଭଗବାନ୍ ପୁନଃ ପୁନଃ ଅବତୀର୍ଣ୍ଣ ହୁଅନ୍ତି । ଶ୍ରୀକୃଷ୍ଣ ଯେତେବେଳେ ଅବତୀର୍ଣ୍ଣ ହୋଇଥିଲେ ସେତେବେଳେ କଳିରାଜ୍ୟ ଆରମ୍ଭ ହେବାର ସମୟ ଆସିଥିଲା, କେବଳ ତାଙ୍କରି ଆବିର୍ଭାବରେ ଭୀତ ହୋଇ କଳି ନିଜ ରାଜ୍ୟରେ ପଦସ୍ଥାପନା କରିପାରି ନ ଥିଲା , ଏକମାତ୍ର ତାଙ୍କ ପ୍ରସାଦରେ ପରୀକ୍ଷିତ କଳିକୁ ପାଞ୍ଚଗ୍ରାମ ଦାନ କରି କଳିଯୁଗରେ କଳିର ଏକାଧିପତ୍ୟ ସ୍ଥଗିତ ରଖିଥିଲେ । କଳିଯୁଗ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମନୁଷ୍ୟ ସହିତ କଳିର ଯେଉଁ ଘୋର ସଂଗ୍ରାମ ଚାଲିଛି ଓ ଚାଲିବ, ସେହି ସଂଗ୍ରାମର ସହାୟ ଓ ନାୟକରୂପେ ଭଗବାନଙ୍କ ଅବତାର ଓ ବିଭୁତି କଳିଯୁଗରେ ବାରଂବାର ଆସନ୍ତି । ସେହି ସଂଗ୍ରାମର ଉପଯୋଗୀ ବ୍ରହ୍ମତେଜ, ଜ୍ଞାନ, ଭକ୍ତି, ନ୍ନିଷ୍କାମ କର୍ମର ଶିକ୍ଷା ଦେବାକୁ ଏବଂ ସେହି କର୍ମକୁ ରକ୍ଷା କରିବାକୁ ଭଗବାନ କଳିର ଆରମ୍ଭରେ ମାନବଶରୀର ଧାରଣ କରିଥିଲେ । ଭାରତର ରକ୍ଷା ମାନବକଲ୍ୟାଣର ଭିତ୍ତି ଓ ଆଶାସ୍ଥଳ । ଭଗବାନ୍ କୁରୁକ୍ଷେତ୍ରରେ ଭାରତକୁ ରକ୍ଷା କରିଥିଲେ । ସେହି ରକ୍ତସମୁଦ୍ରରେ ନୂତନ ଜଗତର ଲୀଳାକମଳରେ କାଲରୂପୀ ବିରାଟ ପୁରୁଷ ବିହାର କରିବାକୁ ଆରମ୍ଭ କଲେ ।
ଗୀତାର ଭୂମିକା..........
ଗୀତାର ଭୂମିକା......
ମାତ୍ରା : - ପୁରୁଷ ଅଚଳ, ପ୍ରକୃତି ଚଳା ; ଚଳା ପ୍ରକୃତି ମଧ୍ୟରେ ଅଚଳ ପୁରୁଷ ଅବସ୍ଥିତ । ପ୍ରକୃତିସ୍ଥ ପୁରୁଷ ପଞ୍ଚେନ୍ଦ୍ରିୟ ଦ୍ଵାରା ଯାହାକିଛି ଦେଖନ୍ତି, ଶୁଣନ୍ତି, ଆଘ୍ରାଣ କରନ୍ତି, ସ୍ପର୍ଶ କରନ୍ତି ତାହା ଭୋଗ କରିବା ନିମିତ୍ତ ପକୃତିକୁ ଆଶ୍ରୟ କରନ୍ତି । ଆମ୍ଭେମାନେ ଦେଖୁ ରୂପ, ଶୁଣୁ ଶବ୍ଦ, ଆଘ୍ରାଣ କରୁ ଗନ୍ଧ, ଅସ୍ଵାଦ କରୁ ରସ, ଅନୁଭବ କରୁ ସ୍ପର୍ଶ । ଶବ୍ଦ, ସ୍ପର୍ଶ, ରୂପ, ରସ, ଗନ୍ଧ ଏହି ପଞ୍ଚତନ୍ମାତ୍ରହିଁ ଇନ୍ଦ୍ରିୟଭୋଗର ବିଷୟ । ଷଷ୍ଠ ଇନ୍ଦ୍ରିୟ ମନର ବିଶେଷ ବିଷୟ ହେଲା ସଂସ୍କାର । ବୁଦ୍ଧିର ବିଷୟ ହେଲା ଚିନ୍ତା । ପଞ୍ଚତନ୍ମାତ୍ର ଏବଂ ସଂସ୍କାର ଓ ଚିନ୍ତାକୁ ଅନୁଭବ ତଥା ଭୋଗ କରିବା ନିମିତ୍ତ ପୁରୁଷ-ପ୍ରକୃତିର ପରସ୍ପର ସମ୍ବୋଗ ଓ ଅନନ୍ତ କ୍ରୀଡା । ଏହି ଭୋଗ ଦ୍ଵିବିଧ, ଶୁଦ୍ଧ ଓ ଅଶୁଦ୍ଧ । ଶୁଦ୍ଧ ଭୋଗରେ ସୁଖଦୁଃଖ ନାହିଁ, ଅଛି କେବଳ ପୁରୁଷଙ୍କ ଚିରନ୍ତନ ସ୍ଵଭାଗତ ଆନନ୍ଦ । ଅଶୁଦ୍ଧ ଭୋଗରେ ସୁଖ-ଦୁଃଖ ଅଛି; ହର୍ଷ-ଶୋକ, ଶୀତ-ଉଷ୍ଣ, କ୍ଷୁଧା-ପିପାସା ଇତ୍ୟାଦି ଦ୍ଵନ୍ଦ ଅଶୁଦ୍ଧ ଭୋଗୀକୁ ବିଚଳିତ ଓ ବିକ୍ଷୁବ୍ଧ କରେ । କାମନାହିଁ ଅଶୁଦ୍ଧତାର କାରଣ । କାମୀମାତ୍ରେହିଁ ଅଶୁଦ୍ଧ, ଯେ ନିଷ୍କାମ ସେ ଶୁଦ୍ଧ । କାମନାରୁ ରାଗ ଓ ଦ୍ଵେଷ ସୃଷ୍ଟି ହୁଏ, ରାଗଦ୍ଵେଷବଶରେ ପୁରୁଷ ବିଷୟାସକ୍ତ ହୁଏ । ଆସକ୍ତିର ଫଳ ବନ୍ଧନ । ପୁରୁଷ ବିଚଳିତ ଓ ବିକ୍ଷୁବ୍ଧ, ଏପରିକି ବ୍ୟଥିତ ଓ ଯନ୍ତ୍ରଣାକ୍ଳିଷ୍ଟ ହୋଇ ମଧ୍ୟ, ଆସକ୍ତିର ଅଭ୍ୟାସ ଦୋଷରେ ତାଙ୍କର କ୍ଷୋଭର ବ୍ୟଥା ଓ ଯନ୍ତ୍ରଣାର କାରଣକୁ ପରିତ୍ୟାଗ କରିବାକୁ ଅକ୍ଷମ ହୁଅନ୍ତି । ସମଭାବ :- ଶ୍ରୀକୃଷ୍ଣ ପ୍ରଥମରେ ଆତ୍ମାର ନିତ୍ୟତାର ଉଲ୍ଲେଖ କରି ପରେ ଅଜ୍ଞାନର ବନ୍ଧନ ଶିଥିଳ କରିବାର ଉପାୟ ଦେଖାଇଲେ । ମାତ୍ରା ଅର୍ଥାତ୍ ବିଷୟର ନାନା ରୂପ, ସ୍ପର୍ଶ, ସୁଖ-ଦୁଃଖାଦି ଦ୍ଵନ୍ଦ ହେତୁ । ଏହି ସବୁ ସ୍ପର୍ଶ ଅନିତ୍ୟ, ତାହାର ଆରମ୍ଭ ଅଛି, ଅନ୍ତ ବି ଅଛି, ସେହି ସ୍ପର୍ଶର ଆସକ୍ତି ଅନିତ୍ୟ ବୋଲି ପରିତ୍ୟାଗ କରିବାକୁ ହେବ । ଯଦି ଅନିତ୍ୟ ବସ୍ତୁରେ ଆସକ୍ତ ହେଉ, ଯଦି ତାହାର ଆଗମନରେ ହୃଷ୍ଟ ହେଉ ଏବଂ ତାହାର ନାଶରେ ବା ଅଭାବରେ ଦୁଃଖିତ ଓ ବ୍ୟଥିତ ହେଉ, ତେବେ ଏହି ଅବସ୍ଥାକୁ ଅଜ୍ଞାନ କୁହାଯାଏ । ଅଜ୍ଞାନରେ ଅବିନାଶୀ ଆତ୍ମାର ସନାତନ ଭାବ ଓ ଆନନ୍ଦ ଆଚ୍ଛନ୍ନ ହୁଏ, ଆମ୍ଭେମାନେ କେବଳ କ୍ଷଣିକ ଭାବ ଓ ବସ୍ତୁରେ ମତ୍ତ ହୋଇ ରହୁ, ତାହାର ନାଶରେ ଦୁଃଖ ଓ ଶୋକ-ସାଗରରେ ନିମଗ୍ନ ହେଉ । ଯେଉଁ ବ୍ୟକ୍ତି ଏପରି ଅଭିଭୂତ ନ ହୋଇ ବିଷୟର ସମସ୍ତ ସ୍ପର୍ଶକୁ ସହ୍ୟ କରିପାରନ୍ତି, ଅର୍ଥାତ ଯେଉଁ ବ୍ୟକ୍ତି ଦ୍ଵନ୍ଦ ଉପଲବ୍ଧି କରି ମଧ୍ୟ ସୁଖଦୁଃଖରେ, ଶୀତୋଷ୍ଣରେ, ପିୟାପ୍ରିୟରେ , ମଙ୍ଗଳାମଙ୍ଗଳରେ, ସିଦ୍ଧି-ଅସିଦ୍ଧିରେ, ହର୍ଷ ବା ବିଷାଦ ଅନୁଭବ ନ କରି, ସମାନ ଭାବରେ, ପ୍ରଫୁଲ୍ଲଚିତ୍ତରେ, ହାସ୍ୟମୁଖରେ ଗ୍ରହଣ କରିପାରନ୍ତି, ସେହି ପୁରୁଷ ରାଗ, ଦ୍ଵେଷରୁ ବିମୁକ୍ତ ହୁଅନ୍ତି, ଅଜ୍ଞାନର ବନ୍ଧନ କାଟି, ସନାତନ ଭାବ ଓ ଆନନ୍ଦ ଉପଲବ୍ଧି କରିବାକୁ ସମର୍ଥ ହୁଅନ୍ତି, - " ଅମୃତତ୍ଵାୟ କଲପତେ "
ସମତାର ଗୁଣ :- ଏହି ସମତା ଗୀତାର ପ୍ରଥମ ଶିକ୍ଷା । ସମତା ଉପରେହିଁ ଗୀତୋକ୍ତ ସାଧନା ପ୍ରତିଷ୍ଠିତ । ଗ୍ରୀକ୍ ସ୍ତୋଇକ୍ ସମ୍ପ୍ରଦାୟ ଭାରତରୁ ଏହି ସାମ୍ୟ ଶିକ୍ଷା ଲାଭକରି ଇଉରୋପରେ ସମତାବାଦ ପ୍ରଚାର କରିଥିଲେ । ଗ୍ରୀକ୍ ଦାର୍ଶନିକ ଏପିକ୍ୟୁରସ୍ ଶ୍ରୀକୃଷ୍ଣଙ୍କ ପ୍ରଚାରିତ ଶିକ୍ଷାର ଆହୁରି ଗୋଟିଏ ଦିଗ ଧରି ଶାନ୍ତଭୋଗର ଶିକ୍ଷା, ଓ ଭୋଗବାଦ ପ୍ରଚାର କରିଥିଲେ । ଏଇ ଦୁଇ ମତ, ସମତାବାଦ ଆଉ ଭୋଗବାଦ, ପ୍ରାଚୀନ ଇଉରୋପରେ ଶ୍ରେଷ୍ଠ ନୈତିକ ମତ ବୋଲି ଜ୍ଞାତ ଥିଲା ଏବଂ ଆଧୁନିକ ଇଉରୋପରେ ନବ ଆକାର ଧାରଣ କରି ଚିରଦ୍ଵନ୍ଦ ସୃଷ୍ଟି କରିଛି । କିନ୍ତୁ ଗୀତୋକ୍ତ ସାଧନାରେ ସମତାବାଦ ଓ ଶାନ୍ତ ବା ଶୁଦ୍ଧ ଭୋଗ ହେଲା ଏକହିଁ କଥା । ସମତା ହେଲା କାରଣ, ଶୁଦ୍ଧ ଭୋଗ କାର୍ଯ୍ୟ । ସମତାରେ ଆଶକ୍ତି ମରିଯାଏ, ରାଗଦ୍ଵେଷ ପ୍ରଶମିତ ହୁଏ, ଆସକ୍ତି ନାଶରୁ ଓ ରାଗଦ୍ଵେଷ ପ୍ରଶମନରୁ ଶୁଦ୍ଧତା ଉତ୍ପନ୍ନ ହୁଏ । ଶୁଦ୍ଧ ପୁରୁଷଙ୍କ ଭୋଗରେ କାମନା ଓ ଆସକ୍ତି ନ ଥାଏ, ଅତଏବ ତାହା ଶୁଦ୍ଧ । ସମତାର ସହିତ ଆସକ୍ତି ଓ ରାଗଦ୍ଵେଷ ଏକାଧାରରେ ରହିପାରେ ନାହିଁ । ଏହାହିଁ ହେଲା ସମତାର ବିଶିଷ୍ଟ ଗୁଣ । ସମତାହିଁ ଶୁଦ୍ଧିର ବୀଜ ।
ଦୁଃଖ ଜୟ :- ଗ୍ରୀକ୍ ସ୍ତୋଇକ୍ ସମ୍ପ୍ରଦାୟ ଏହି ଭୁଲ କଲେ ଯେ ସେମାନେ ଦୁଃଖ ଜୟର ପ୍ରକୃତ ଉପାୟ ବୁଝିପାରିଲେ ନାହିଁ । ସେମାନେ ଦୁଃଖକୁ ନିଗ୍ରହ ଓ ପଦଦଳିତ କରି ଦୁଃଖଜୟ କରିବାକୁ ଚେଷ୍ଟା କଲେ । କିନ୍ତୁ ଗୀତାରେ ଅନ୍ୟତ୍ର କୁହାଯାଇଛି, " ପ୍ରକୃତିଂ ୟାନ୍ତି ଭୂତାନି, ନିଗ୍ରଃହ କିଂ କରିଷ୍ୟତି " ଭୂତସକଳ ନିଜ ପ୍ରକୃତି ଅନୁସରଣ କରନ୍ତି, ନିଗ୍ରହରେ କ'ଣ ଫଳହେବ ? ଦୁଃଖରେ ଅଶ୍ରୁଜଳ ମୋଚନ କରିବ ନାହିଁ, ଯନ୍ତ୍ରଣା ସ୍ଵୀକାର କରିବ ନାହିଁ, " ଏ କିଛି ନୁହେଁ " ବୋଲି ନୀରବରେ ସହ୍ୟ କରିବ, ସ୍ତ୍ରୀର ଦୁଃଖ, ସନ୍ତାନର ଦୁଃଖ, ବନ୍ଧୁର ଦୁଃଖ, ଜାତିର ଦୁଃଖକୁ ଅବିଚଳିତ ଚିତ୍ତରେ ଦେଖିବ, ଏହି ଭାବ ହେଲା ବଳଦୃପ୍ତ ଅସୁରଙ୍କର ତପସ୍ୟା - ତାହାର ମହତ୍ତ୍ଵ ଅଛି, ମାନବର ଉନ୍ନତି ସାଧନରେ ପ୍ରୟୋଜନ ବି ଅଛି, କିନ୍ତୁ ଦୁଃଖଜୟର ପ୍ରକୃତ ଉପାୟ ହେଲା ଜ୍ଞାନ, ଶାନ୍ତି ଓ ସମତା । ଶାନ୍ତ ଭାବରେ ସୁଖ ଦୁଃଖ ଗ୍ରହଣ କରିବାହିଁ ପ୍ରକୃତ ପଥ । ଆମ୍ଭେମାନେ ପ୍ରାଣରେ ସୁଖଦୁଃଖର ସଞ୍ଚାର କରିବୁ ନାହିଁ, ବୁଦ୍ଧି ଅବିଚଳିତ କରି ରଖିବୁ । ସମତାର ସ୍ଥାନ ହେଲା ବୁଦ୍ଧି, ଚିତ୍ତ ନୁହେଁ, ପ୍ରାଣ ବି ନୁହେଁ । ବୁଦ୍ଧି ସମ ହେଲେ ଚିତ୍ତ ଓ ପ୍ରାଣ ଆପେ ଆପେ ସମ ହୁଏ, ଅଥଚ ପ୍ରେମ ଇତ୍ୟାଦି ପ୍ରକୃତିଜାତ ପ୍ରବୃତ୍ତି ଶୁଖିଯାଏ ନାହିଁ, ମନୁଷ୍ୟ ପଥର ହୁଏ ନାହିଁ, ଜଡ ଓ ନିସ୍ପନ୍ଦ ହୁଏ ନାହିଁ । ପ୍ରକୃତିଂ ୟାନ୍ତି ଭୂତାନି - ପ୍ରେମ ଇତ୍ୟାଦି ପ୍ରବୃତ୍ତି ପ୍ରକୃତିର ଚିରନ୍ତନ ପ୍ରବୃତ୍ତି; ସେସବୁ ହାତରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଲା ପରମବ୍ରହ୍ମରେ ବିଲୟ । ପ୍ରକୃତିର ମଝିରେ ରହି ପ୍ରକୃତିବର୍ଜନ ଅସମ୍ଭବ । ଯଦି କୋମଳତା ତ୍ୟାଗ କରୁ ତେବେ କଠୋରତା ହୃଦୟକୁ ଅଭିଭୂତ କରିବ, ଯଦ୍ୟପି ବାହ୍ୟ ଦୁଃଖର ସ୍ପନ୍ଦନ ବାରଣ କରୁ, ତେବେ ଦୁଃଖ ଭିତରେ ଜମା ହୋଇ ରହିବ ଏବଂ ଅଲକ୍ଷିତ ଭାବରେ ପ୍ରାଣକୁ ଶୁଖାଇ ଦେବ । ଏପରି କୃଚ୍ଛ୍ର-ସାଧନାରେ ଉନ୍ନତିର ସମ୍ଭାବନା ନାହିଁ । ତପସ୍ୟାରୁ ଶକ୍ତି ଆସିବ ସତ୍ୟ, କିନ୍ତୁ ଏହି ଜନ୍ମରେ ଆମେ ଯାହାକୁ ନିଗ୍ରହ କରି ରଖିଲୁ, ପରଜନ୍ମରେ ତାହା ସକଳ ବନ୍ଧ ଭାଙ୍ଗି ଦ୍ଵିଗୁଣ ବେଗରେ ଉଛୁଳି ପଡିବ । ----ପରିଶିଷ୍ଟ ----ଗୀତାରେ ବିଶ୍ଵରୂପଦର୍ଶନ : - 'ବନ୍ଦେ ମାତରମ୍' ଶୀର୍ଷକ ପ୍ରବନ୍ଧରେ ଆମ୍ଭର ଶ୍ରେଦ୍ଧୟ ବନ୍ଧୁ ବିପିନଚନ୍ଦ୍ର ପାଲ୍ କଥାପ୍ରସଙ୍ଗରେ ଅର୍ଜୁନଙ୍କର ବିଶ୍ଵରୂପଦର୍ଶନ ଉଲ୍ଲେଖ କରି କହିଛନ୍ତି ଯେ ଗୀତାର ଏକାଦଶ ଅଧ୍ୟାୟରେ ଯେଉଁ ବିଶ୍ଵରୂପଦର୍ଶନର ବର୍ଣ୍ଣନା କରାହୋଇଛି, ତାହା ସଂପୂର୍ଣ୍ଣ ଅସତ୍ୟ, କବିର କଳ୍ପନାମାତ୍ର । ଆମ୍ଭେମାନେ ଏହି କଥାର ପ୍ରତିବାଦ କରିବାକୁ ବାଧ୍ୟ ହେଉଛୁ । ବିଶ୍ଵରୂପ ଦର୍ଶନ ଗୀତାର ଅତିପ୍ରୟୋଜନୀୟ ଅଙ୍ଗ । ଅର୍ଜୁନଙ୍କ ମନରେ ଯେଉଁ ଦ୍ଵିଧା ଓ ସନ୍ଦେହ ଉତ୍ପନ୍ନ ହୋଇଥିଲା , ତାହା ଶ୍ରୀକୃଷ୍ଣ ତର୍କ ଓ ଜ୍ଞାନପୂର୍ଣ୍ଣ ଉକ୍ତି ଦ୍ଵାରା ଦୂର କରିଥିଲେ, କିନ୍ତୁ ତର୍କ ଓ ଉପଦେଶ ଦ୍ଵାରା ଯେଉଁ ଜ୍ଞାନ ଲାଭ ହୁଏ, ତାହା ଦୃଢଭାବେ ପ୍ରତିଷ୍ଠିତ ନୁହେଁ, କିନ୍ତୁ ଯେଉଁ ସାକ୍ଷାତ ଉପଲବ୍ଧିରେ ହୁଏ, ସେହି ଜ୍ଞାନ ଦୃଢ ପ୍ରତିଷ୍ଠିତ ହୁଏ । ସେହି ସକାଶେ ଅର୍ଜୁନ ଅନ୍ତର୍ଯ୍ୟାମିଙ୍କ ଅଲକ୍ଷିତ ପ୍ରେରଣାରେ ବିଶ୍ଵରୂପଦର୍ଶନର ଆକାଙାକ୍ଷା ବ୍ୟକ୍ତ କଲେ । ବିଶ୍ଵରୂପ ଦର୍ଶନରେ ଅର୍ଜୁନଙ୍କର ସନ୍ଦେହ ଚିରକାଳ ସକାଶେ ତିରୋହିତ ହେଲା, ବୁଦ୍ଧି ପୂତ, ବିଶୁଦ୍ଧ ହୋଇ ଗୀତାର ପରମ ରହସ୍ୟ ଗ୍ରହଣ କରିବାର ଯୋଗ୍ୟ ହେଲା । ବିଶ୍ଵରୂପଦର୍ଶନର ପୂର୍ବେ ଗୀତାରେ ଯେଉଁ ଜ୍ଞାନ କଥିତ ହୋଇଥିଲା, ତାହା ସାଧକର ଉପଯୋଗୀ ଜ୍ଞାନର ବହିରଙ୍ଗ । ରୂପଦର୍ଶନ ପରେ ଯେଉଁ ଜ୍ଞାନ ବ୍ୟାଖ୍ୟାତ ହେଲା, ସେହି ଜ୍ଞାନ ଗୂଢ ସତ୍ୟ, ପରମ ରହସ୍ୟ, ସନାତନ ଶିକ୍ଷା । ଏହି ବିଶ୍ଵରୂପଦର୍ଶନର ବର୍ଣ୍ଣନାକୁ ଯଦି କବିର ଉପମା ବୋଲି କୁହାଯାଏ, ତା'ହେଲେ ଗାମ୍ଭୀର୍ଯ୍ୟ, ସତ୍ୟତା ଓ ଗଭୀରତା ନଷ୍ଟ ହୁଏ, ଯୋଗଲବ୍ଧ ଗଭୀରତମ ଶିକ୍ଷା କେବଳ କେତୋଟି ଦାର୍ଶନିକ ମତ ଓ କବିକଳ୍ପନାର ସମାବେଶରେ ପରିଣତ ହୁଏ । ବିଶ୍ଵରୂପ ଦର୍ଶନ କଳ୍ପନା ନୁହେଁ, ଉପମା ନୁହେଁ, ଏକେବାରେ ସତ୍ୟ ; ଅତିପ୍ରାକୃତିକ ସତ୍ୟ ନୁହେଁ, କାରଣ ବିଶ୍ଵପ୍ରକୃତିର ଅନ୍ତର୍ଗତ ଯେଉଁ ବିଶ୍ଵରୂପ ତାହା ଅତିପ୍ରାକୃତ ହୋଇପାରେ ନାହିଁ । ବିଶ୍ଵରୂପ କାରଣ ଜଗର ସତ୍ୟ । କାରଣଜଗତର ରୂପ ଦିବ୍ୟଚକ୍ଷୁରେ ଦେଖାଯାଏ । ଦିବ୍ୟଚକ୍ଷୁପ୍ରାପ୍ତ ଅର୍ଜୁନ କାରଣଜଗତର ବିଶ୍ଵରୂପଦର୍ଶନ କଲେ ।
ସାକାର ଓ ନିରାକାର :- ଯେଉଁମାନେ ନିର୍ଗୁଣ ନିରାକାର ବ୍ରହ୍ମର ଉପାସକ ସେମାନେ ଗୁଣ ଏବଂ ଆକାରକୁ ରୂପକ ଓ ଉପମା ବୋଲି ଉଡେଇ ଦିଅନ୍ତି; ଯେଉଁମାନେ ସଗୁଣ ନିରାକାର ବ୍ରହ୍ମର ଉପାସକ, ସେମାନେ ଶାସ୍ତ୍ରର ଅନ୍ୟ ରୂପ ବ୍ୟାଖ୍ୟା କରି ନିର୍ଗୁଣତ୍ଵକୁ ଅସ୍ଵୀକାର କରନ୍ତି ଏବଂ ଆକାରର କଥା ରୂପକ ଓ ଉପମା ବୋଲି ଉଡେଇ ଦିଅନ୍ତି । ସଗୁଣ ସାକାର ବ୍ରହ୍ମର ଉପାସକ ଏହି ଦୁଇଜଣଙ୍କ ଉପରେ ଖଡ୍ଗହସ୍ତ । ଆମ୍ଭେମାନେ ଏହି ତିନି ମତକୁ ସଂକୀର୍ଣ୍ଣ ଓ ଅସଂପୂର୍ଣ୍ଣ ଜ୍ଞାନରୁ ସମ୍ଭୁତ ବୋଲି କହୁ । କାରଣ ଯେଉଁମାନେ ସାକାର ଓ ନିରାକାର ଦ୍ଵିବିଧ ବ୍ରହ୍ମଙ୍କୁ ଉପଲବ୍ଧି କରିଛନ୍ତି, ସେମାନେ କିପରି ଗୋଟିଏକୁ ସତ୍ୟ ଓ ଅନ୍ୟଟିକୁ ଅସତ୍ୟ କଳ୍ପନା କରି ଜ୍ଞାନର ଅନ୍ତିମ ପ୍ରମାଣକୁ ନଷ୍ଟ କରିବେ ଏବଂ ଅସୀମ ବ୍ରହ୍ମଙ୍କୁ ସୀମିତ କରିବେ । ଯଦି ବ୍ରହ୍ମଙ୍କର ନିର୍ଗୁଣତ୍ଵ ଓ ନିରାକାରତ୍ଵ ଅସ୍ଵୀକାର କରୁ, ତେବେ ଆମ୍ଭେମାନେ ଭଗବାନଙ୍କ ମହତ୍ତ୍ଵକୁ ଉଣା କରିଦେଉ; ଏହି କଥା ସତ୍ୟ । କିନ୍ତୁ ଯଦି ଆମ୍ଭେମାନେ ବ୍ରହ୍ମର ସଗୁଣତ୍ଵ ଓ ସାକାରତ୍ଵକୁ ଅସ୍ଵୀକାର କରୁ, ତେବେ ମଧ୍ୟ ଭଗବାନଙ୍କୁ କମ୍ କରି ଦେଉ, ଏହା ବି ସତ୍ୟ । ଭଗବାନ୍ ରୂପର ସ୍ରଷ୍ଟା, କର୍ତ୍ତା, ଅଧୀଶ୍ଵର, ସେ କୌଣସି ରୂପରେ ଆବଦ୍ଧ ନୁହନ୍ତି, ସେ ଯେପରି ସାକାର ଦ୍ଵାରା ଆବଦ୍ଧ ନୁହନ୍ତି, ସେହିପରି ନିରାକାରତ୍ଵ ଦ୍ଵାରା ବି ଆବଦ୍ଧ ନୁହନ୍ତି । ଭଗବାନ ସର୍ବଶକ୍ତିମାନ, ସ୍ଥୂଳ-ପ୍ରକୃତିର ନିୟମ ବା ଦେଶକାଳର ନିୟମରୂପ ଜାଲରେ ତାଙ୍କୁ ଧରିବାକୁ ସୁଆଙ୍ଗ କରି ଆମ୍ଭେମାନେ ଯଦି କହୁ, ତୁମେ ଯେତେବେଳେ ଅନନ୍ତ ସେତେବେଲେ ମୁଁ ତୁମକୁ ଶାନ୍ତ ହେବାକୁ ଦେବି ନାହିଁ , ଚେଷ୍ଟା କରି ଦେଖ, ତୁମେ ପାରିବ ନାହିଁ, ତୁମେ ମୋର ଅକାଟ୍ୟ ତର୍କ ଓ ଯୁକ୍ତିରେ ଆବଦ୍ଧ । ଯେପରି ପ୍ରସ୍ପେରୋର ଇନ୍ଦ୍ରଜାଲରେ ଫର୍ଡିନାଣ୍ଡ ! ଏହା କିପରି ହାସ୍ୟାସ୍ପଦ କଥା, କିପରି ଘୋର ଅଜ୍ଞାନ ଓ ଅହଂକାର କଥା ! ଭଗବାନ୍ ବନ୍ଧନ ରହିତ, ନିରାକାର ଓ ସାକାର । ସାଧକକୁ ସାକାର ହୋଇ ଦର୍ଶନ ଦିଅନ୍ତି, ସେହି ଆକାରରେ ପୂର୍ଣ୍ଣ ଭଗବାନ୍ ରହିଛନ୍ତି, ଅଥଚ ସେହି ଏକ ସମୟରେ ମଧ୍ୟ ସଂପୂର୍ଣ୍ଣ ବ୍ରହ୍ମାଣ୍ଡରେ ବ୍ୟାପ୍ତ ହୋଇ ରହିଛନ୍ତି । କାରଣ ଭଗବାନ୍ ଦେଶକାଳାତୀତ, ତର୍କାତୀତ, ଦେଶ ଏବଂ କାଳ ତାଙ୍କର ଖେଳର ସମଗ୍ରୀ, ସେ ଦେଶ ଓ କାଳରୂପ ଜାଲ ପକାଇ ସର୍ବଭୂତଙ୍କୁ ଧରି କ୍ରୀଡା କରୁଛନ୍ତି, କିନ୍ତୁ ଆମ୍ଭେମାନେ ତାଙ୍କୁ ସେହି ଜାଲରେ ଧରିପାରୁ ନାହିଁ । ଯେତେଥର ଦାର୍ଶନିକ ଓ ତର୍କ ଓ ଯୁକ୍ତି ପ୍ରୟୋଗ କରି ଆମେ ସେହି ଅସାଧ୍ୟ ସାଧନ କରିବାକୁ ଯାଉ, ସେତେଥର ସେହି ରଙ୍ଗ୍ମୟ ଭଗବାନ୍ ସେହି ଜାଲକୁ ଘୁଞ୍ଚାଇ ଆମ୍ଭମାନଙ୍କ ସମ୍ମୁଖରେ, ପଶ୍ଚାତରେ, ପାର୍ଶ୍ଵରେ, କିଛିଦୂରରେ, ଚାରିଦିଗରେ, ମୃଦୁହାସ୍ୟରେ ବିଶ୍ଵରୂପ ଓ ବିଶ୍ଵାତୀତରୂପ ପ୍ରକାଶ କରି ଆମ୍ଭମାନଙ୍କ ବୁଦ୍ଧିକୁ ପରାସ୍ତ କରନ୍ତି । ଯେ କହେ ମୁଁ ତାଙ୍କୁ ଜାଣିପାରିଲି, ସେ କିଛିହିଁ ଜାଣେ ନାହିଁ; ଯେ କହେ ମୁଁ ଜାଣେ ଅଥଚ ଜାଣେ ନାହିଁ, ସେହି ପ୍ରକୃତ ଜ୍ଞାନୀ ।
ବିଶ୍ଵରୂପ :- ଯେ ଶକ୍ତିର ଉପାସକ, କର୍ମଯୋଗୀ, ଯନ୍ତ୍ରୀର ଯନ୍ତ୍ର ହୋଇ ଭଗବତ୍ ନିର୍ଦିଷ୍ଟ କାର୍ଯ୍ୟ କରିବାକୁ ଆଦିଷ୍ଟ, ତାଙ୍କ ଦୃଷ୍ଟିରେ ବିଶ୍ଵରୂପଦର୍ଶନ ଅତି ପ୍ରୟୋଜନ । ବିଶ୍ଵରୂପଦର୍ଶନର ପୂର୍ବେ ବି ସେ ଆଦେଶ ଲାଭ କରିପାରନ୍ତି, କିନ୍ତୁ ସେହି ଦର୍ଶନ ଲାଭ ନ ହେବା ପର୍ଯ୍ୟନ୍ତ ଆଦେଶ ଠିକ୍ ମଞ୍ଜୁର ହୁଏ ନାହିଁ , ରୁଜୁ ହୋଇଛି, କିନ୍ତୁ ପାସ୍ ହୋଇ ନାହିଁ । ସେ ପର୍ଯ୍ୟନ୍ତ ତାହାର କର୍ମ ଶିକ୍ଷା କରିବା ଓ ପ୍ରସ୍ତୁତ ହେବାର ସମୟ । ବିଶ୍ଵରୂପଦର୍ଶନରେ କର୍ମର ଆରମ୍ଭ । ସାଧକ ଓ ସାଧନାର ସ୍ଵଭାବ ଅନୁସାରେ ବିଶ୍ଵରୂପଦର୍ଶନ ବହୁ ପ୍ରକାରର ହୋଇପାରେ - କାଳୀଙ୍କ ବିଶ୍ଵରୂପ ଦର୍ଶନରେ ସାଧକ ଜଗନ୍ମୟ ଅପରୂପ ନାରୀରୂପ ଦେଖନ୍ତି ; ଏକ ଅଥଚ ଅଗଣିତ ଦେହଯୁକ୍ତ, ସର୍ବତ୍ର ସେହି ନିବିଡ-ତିମିର-ପ୍ରସାରକ ଘନ-କୃଷ୍ଣ କୁନ୍ତଳରାଶି ଆକାଶବ୍ୟାପୀ ରହିଛି । ସର୍ବତ୍ର ସେହି ରକ୍ତାକ୍ତ ଖଡ୍ଗର ଆଭା ନୟନ ଝଲସାଇ ନୃତ୍ୟ କରୁଛି । ଜଗନ୍ମୟ ସେହି ଭୀଷଣ ଅଟ୍ଟହାସ୍ୟର ସ୍ରୋତ ବିଶ୍ଵ-ବ୍ରହ୍ମାଣ୍ଡକୁ ଚୂର୍ଣ୍ଣବିଚୂର୍ଣ୍ଣ କରୁଛି । ଏହି ସକଳ କଥାର କବିର କଳ୍ପନା ନୁହେଁ । ଅନତି ପ୍ରାକୃତ ଉପଲବ୍ଧିକୁ ଅସଂପୂର୍ଣ୍ଣ ମାନବ ଭାଷାରେ ବର୍ଣ୍ଣନା କରିବାର ବିଫଳ ଚେଷ୍ଟା ନୁହେଁ । ଏହା କାଳୀଙ୍କ ଆତ୍ମପ୍ରକାଶ । ଏହା ଆମ୍ଭମାନଙ୍କ ମା'ଙ୍କ ପ୍ରକୃତ ରୂପ । ଯାହା ଦିବ୍ୟଚକ୍ଷୁରେ ଦେଖା ହୋଇଛି, ତାହାର ଅନତିରଞ୍ଜିତ ସରଳ ସତ୍ୟ ବର୍ଣ୍ଣନା । ଅର୍ଜୁନ କାଳୀଙ୍କର ବିଶ୍ଵରୂପ ଦେଖି ନ ଥିଲେ, ଦେଖିଥିଲେ କାଳରୂପୀ ଶ୍ରୀକୃଷ୍ଣଙ୍କର ସଂହାରକ ବିଶ୍ଵରୂପ । ଏହା ଏକହିଁ କଥା । ଦିବ୍ୟଚକ୍ଷୁରେ ଦେଖିଲେ, ବାହ୍ୟ ଜ୍ଞାନହୀନ ସମାଧୀରେ ନୁହେଁ । ଯାହା ଦେଖିଲେ ବ୍ୟାସଦେବ ତାହାର ଅନତିରଞ୍ଜିତ ବର୍ଣ୍ଣନା କଲେ । ସ୍ଵପ୍ନ ନୁହେଁ, କଳ୍ପନା ନୁହେଁ, ସତ୍ୟ , ଜାଗ୍ରତ ସତ୍ୟ ।
କାରଣଜଗତର ରୂପ :- ଭଗବଦାଧିଷ୍ଠିତ ତିନୋଟି ଅବସ୍ଥାର କଥା ଶାସ୍ତ୍ରରେ ମିଳେ - ପ୍ରାଜ୍ଞ-ଅଧିଷ୍ଠିତ ସୁଷୁପ୍ତି, ତୈଜସ୍ ବା ହିରଣ୍ୟଗର୍ଭ ଅଧିଷ୍ଠିତ ସପ୍ନ , ବିରାଟ-ଅଧିଷ୍ଠିତ ଜାଗତ । ପ୍ରତ୍ୟକ ଅବସ୍ଥା ଏକ ଏକ ଜଗତ୍ । ସୁଷୁପ୍ତି ହେଲା କାରଣ ଜଗତ୍ , ସ୍ଵପ୍ନ ସୂକ୍ଷ୍ମଜଗତ୍ , ଜାଗ୍ରତ ସ୍ଥୂଳଜଗତ୍ । କାରଣ ଜଗତରେ ଯାହା ନିର୍ଣ୍ଣିତ ଓ ଦେଶକାଳର ଅତୀତ, ସୂକ୍ଷ୍ମରେ ତାହା ପ୍ରତିଭାସିତ ଏବଂ ସ୍ଥୂଳଜଗତରେ ଆଂଶିକ ଭାବେ ତାହାର ନିୟମାନୁସାରେ ଅଭିନୀତ ହୁଏ । ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ଧାର୍ତ୍ତରାଷ୍ଟ୍ରଗଣଙ୍କୁ ପୂର୍ବରୁହିଁ ବଧ କରିଛି, ଅଥଚ ସ୍ଥୂଳଜଗତରେ ଧାର୍ତ୍ତରାଷ୍ଟ୍ରଗଣ ସେତେବେଳେ ଯୁଦ୍ଧକ୍ଷେତ୍ରରେ ଅର୍ଜୁନ ସମ୍ମୁଖରେ ଦଣ୍ଡାୟମାନ , ଜୀବିତ ଓ ଯୁଦ୍ଧରେ ବ୍ୟାପୃତ । ଭଗବାନଙ୍କର ଏହି କଥା ଅସତ୍ୟ ନୁହେଁ, ଉପମା ବି ନୁହେଁ । କାରଣଜଗତରେ ସେ ସେମାନଙ୍କୁ ବଧ କରିଥିଲେ, ନଚେତ୍ ଇହଲୋକରେ ସେମାନଙ୍କର ବଧ ଅସମ୍ଭବ । ଆମ୍ଭମାନଙ୍କ ପ୍ରକୃତ ଜୀବନ କାରଣଜଗତରେ, ସ୍ଥୂଳଜଗତରେ ତାହାର ଛାୟା ମାତ୍ର ପଡେ । କିନ୍ତୁ କାରଣଜଗତର ନିୟମ, ଦେଶ, କାଳ, ରୂପ, ନାମ ସ୍ଵତନ୍ତ୍ର । ବିଶ୍ଵରୂପ କାରଣଜଗତର ରୂପ, ସ୍ଥୂଳଜଗତରେ ଦିବ୍ୟଚକ୍ଷୁରେ ପ୍ରକାଶିତ ହୁଏ ।
ଦିବ୍ୟ ଚକ୍ଷୁ : - ଦିବ୍ୟ ଚକ୍ଷୁ କ'ଣ ? ଏହା କଳ୍ପନାର ଚକ୍ଷୁ ନୁହେଁ, କବିର ଉପମା ନୁହେଁ । ଯୋଗଲବ୍ଧ ଦୃଷ୍ଟି ତିନି ପ୍ରକାର ଅଛି, ସୂକ୍ଷ୍ମଦୃଷ୍ଟି, ବିଜ୍ଞାନଚକ୍ଷୁ ଓ ଦିବ୍ୟଚକ୍ଷୁ । ସୂକ୍ଷ୍ମଦୃଷ୍ଟିରେ ଆମ୍ଭେମାନେ ସ୍ଵପ୍ନରେ ବା ଜାଗ୍ରତ ଅବସ୍ଥାରେ ମାନସିକ ମୂର୍ତ୍ତି ଦେଖୁ । ବିଜ୍ଞାନ ଚକ୍ଷୁରେ ଆମ୍ଭେମାନେ ସମାଧିସ୍ଥ ହୋଇ ସୂକ୍ଷ୍ମଜଗତ୍ ଓ କାରଣଜଗତର ଅନ୍ତର୍ଗତ ନାମ-ରୂପରେ ପ୍ରତିମୂର୍ତ୍ତି ଓ ସାଙ୍କେତିକ ରୂପ ଚିତ୍ତାକାଶରେ ଦେଖୁ । ଦିବ୍ୟ ଚକ୍ଷୁରେ କାରଣଜଗତର ନାମରୂପ ଉପଲବ୍ଧି କରୁ - ସମାଧିରେ ବି ଉପଲବ୍ଧି କରୁ , ସ୍ଥୂଳଚକ୍ଷୁର ସମ୍ମୁଖରେ ବି ଦେଖିପାରୁ । ଯାହା ସ୍ଥୂଳେନ୍ଦ୍ରିୟର ଅଗୋଚର ତାହା ଯଦି ଇନ୍ଦ୍ରିୟଗୋଚର ହୁଏ, ତାହାକୁ ଦିବ୍ୟଚକ୍ଷୁର ପ୍ରଭାବରେ ଜାଗ୍ରତ ଅବସ୍ଥାରେ ଭଗବାନଙ୍କ କାରଣାନ୍ତର୍ଗତ ବିଶ୍ଵରୂପ ଦେଖି ସନ୍ଦେହମୁକ୍ତ ହୋଇଥିଲେ । ସେହି ବିଶ୍ଵରୂପ ଦର୍ଶନ ସ୍ଥୂଳଜଗତରେ ଇନ୍ଦ୍ରିୟଗୋଚର ସତ୍ୟ ନ ହେଲେ ସୁଦ୍ଧା ସ୍ଥୂଳ ସତ୍ୟ ଅପେକ୍ଷା ଅଧିକ, ସତ୍ୟ; କଳ୍ପନା, ଅସତ୍ୟ ବା ଉପମା ନୁହେଁ ।
ଗୀତାର ଭୂମିକା......
ସଞ୍ଜୟଙ୍କର ଦିବ୍ୟଚକ୍ଷୁ ପ୍ରାପ୍ତି : ଗୀତା ମହାଭାରତର ମହାଯୁଦ୍ଧରେ ପ୍ରାକ୍ କାଳରେ ଉତ୍କ ହୋଇଥିଲା । ଅତଏବ ଗୀତାର ପ୍ରଥମ ଶୋଳ୍କରେ ଦେଖୁ ଯେ ରାଜା ଧୃତରାଷ୍ଟ୍ର ଦିବ୍ୟଚକ୍ଷୁପ୍ରାପ୍ତ ସଞ୍ଜୟଙ୍କ ପାଖରେ ଯୁଦ୍ଧର ବାର୍ତ୍ତା ପଚାରୁଛନ୍ତି । ଦୁଇ ସେନା ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ, ସେମାନଙ୍କର ପ୍ରଥମ ଚେଷ୍ଟା କ'ଣ, ବୃଦ୍ଧ ରାଜା ତାହା ଜାଣିବାକୁ ଚାହିଁଲେ । ସଞ୍ଜୟଙ୍କ ଦିବ୍ୟ-ଚକ୍ଷୁପ୍ରାପ୍ତିର କଥା ଆଧୁନିକ ଭାରତର ଇଂରାଜୀ ଶିକ୍ଷାପ୍ରାପ୍ତ ଲୋକଙ୍କ ଦୃଷ୍ଟିରେ କବି-କଳ୍ପନା ଛଡା ଆଉ କିଛି ମନେ ହେବ ନାହିଁ । ମୁଁ ଯଦି କହିଥା'ନ୍ତି କି ଅମୁକ ଲୋକ ଦୂରଦୃଷ୍ଟି ଏବଂ ଦୂରଶ୍ରବଣ ଲାଭ କରି ଦୂରସ୍ଥ ରଣକ୍ଷେତ୍ରରେ ଲୋମହର୍ଷଣ ଦୃଶ୍ୟ ଓ ମହାରଥୀଗଣଙ୍କ ସିଂହନାଦ ଇନ୍ଦ୍ରିୟଗୋଚର କରିଥିଲେ, ତାହାହେଲେ ବୋଧହୁଏ କଥାଟି ସେମାନଙ୍କର ତେତେ ଅବିଶ୍ଵାସଯୋଗ୍ୟ ହୋଇନଥା'ନ୍ତା । କିନ୍ତୁ ବ୍ୟାସଦେବ ସଞ୍ଜୟଙ୍କୁ ଯେ ଏହି ଶକ୍ତି ଦାନ କରିଥିଲେ, ତାହା ଆହୁରି ଅଗ୍ରାହ୍ୟ କାହାଣୀ ବୋଲି ଉଡାଇ ଦେବାକୁ ପ୍ରବୃତ୍ତି ହୁଏ । ଯଦି କହିଥା'ନ୍ତି ଯେ ଜଣେ ବିଖ୍ୟାତ ଇୟୋରୋପୀୟ ବିଜ୍ଞାନବିଦ୍ ଅମୁକ ଲୋକକୁ ସ୍ଵପ୍ନାବସ୍ଥାରେ ପକାଇ ରଖି ତାହାର ମୁଖରୁ ସେହି ଦୂର ଘଟଣାର କେତେକ ବର୍ଣ୍ଣନା ଅବଗତ ହୋଇଥିଲେ, ତାହାହେଲେ ଯେଉଁମାନେ ପାଶ୍ଚାତ ହିପ୍ନୋଟୋଜିମ୍ କଥା ମନଯୋଗ ସହ ପଢିଛନ୍ତି, ସେମାନେ ବି ବିଶ୍ଵାସ କରିପାରି ଥା'ନ୍ତେ । ଅଥଚ ହିପ୍ନୋଟୋଜିମ୍ ଯୋଗଶକ୍ତିର ନିକୃଷ୍ଟ ଓ ବର୍ଜନୀୟ ଅଙ୍ଗମାତ୍ର । ମନୁଷ୍ୟ ମଧ୍ୟରେ ଏପରି ବହୁତ ଶକ୍ତି ନିହିତ ଅଛି, ଯାହା ପୂର୍ବକାଳରେ ସଭ୍ୟ ଜାତି ଜାଣିଥିଲେ; କିନ୍ତୁ କଳି-ସ୍ତମ୍ଭୁତ ଅଜ୍ଞାନର ସ୍ରୋତରେ ସେହି ବିଦ୍ୟା ଭାସି ଯାଇଛି, କେବଳ ଅଳ୍ପ ଲୋକଙ୍କ ଭିତରେ ଆଂଶିକରୂପେ ଗୂଢ ଓ ଗୋପନୀୟ ଜ୍ଞାନ ବୋଲି ରକ୍ଷିତ ହୋଇଆସୁଛି । ସୂକ୍ଷ୍ମଦୃଷ୍ଟି ବୋଲି ସ୍ଥୂଳ-ଇନ୍ଦ୍ରିୟାତୀତ ଗୋଟିଏ ସୂକ୍ଷ୍ମ ଇନ୍ଦ୍ରିୟ ଅଛି, ଯାହାଦ୍ଵାରା ଆମ୍ଭେମାନେ ସ୍ଥୂଳ-ଇନ୍ଦ୍ରିୟର ଆୟତ୍ତାତୀତ ପଦାର୍ଥ ଓ ଜ୍ଞାନକୁ ଆୟତ୍ତ କରିପାରୁ; ସୂକ୍ଷ୍ମ ବସ୍ତୁ ଦର୍ଶନ, ସୂକ୍ଷ୍ମ ଶବ୍ଦ ଶ୍ରବଣ ସୂକ୍ଷ୍ମ ଗନ୍ଧ ଆଘ୍ରାଣ ସୂକ୍ଷ୍ମ ଦ୍ରବ୍ଯ ସ୍ପର୍ଶ ଓ ସୂକ୍ଷ୍ମ ଆହାର ଅସ୍ଵାଦ କରିପାରୁ । ସୂକ୍ଷ୍ମଦୃଷ୍ଟିର ଚରମ ପରିଣାମକୁ ଦିବ୍ୟ-ଦୃଷ୍ଟି କୁହାଯାଏ । ତାହାର ପ୍ରଭାବରେ ଗୁପ୍ତ ବା ଦୂରସ୍ଥ ବା ଅନ୍ୟ ଭୂମିଗତ ବିଷୟସକଳ ଆମ୍ଭମାନଙ୍କ ଜ୍ଞାନର ଗୋଚର ହୁଏ । ପରମ-ଯୋଗଶକ୍ତିର ଆଧାର ସ୍ଵରୂପ ମହାମୁନି ବ୍ୟାସ ଏହି ଦିବ୍ୟ ଚକ୍ଷୁ ଯେ ସଞ୍ଜୟଙ୍କୁ ଦେବାକୁ ସମର୍ଥ ହୋଇଥିଲେ, ତାହା ଅବିଶ୍ଵାସ କରିବାର କୌଣସି କାରଣ ମୁଁ ଦେଖୁ ନାହିଁ । ପାଶ୍ଚାତ ହିପ୍ନୋଟୋଜିମର ଅଦ୍ଭୁତ ଶକ୍ତିକୁ ଯଦି ଆମ୍ଭେମାନେ ବିଶ୍ଵାସ କରୁ, ତେବେ ମହାଜ୍ଞାନୀ ବ୍ୟାସଦେବଙ୍କ ଶକ୍ତିରେ କାହିଁକି ବିଶ୍ଵାସ କରିବୁ ନାହିଁ ? ଶକ୍ତିଶାଳୀଙ୍କ ଶକ୍ତି ଅନ୍ୟମାନଙ୍କ ଦେହରେ ସ6କ୍ରମିତ ହୋଇପାରେ, ତାହାର ଭୂରି ଭୂରି ପ୍ରମାଣ ଇତିହାସର ପ୍ରତ୍ୟକ ପୃଷ୍ଠାରେ ଓ ମନୁଷ୍ୟ ଜୀବନର ପ୍ରତ୍ୟକ କାର୍ଯ୍ୟରେ ମିଳିପାରେ । ନେପୋଲିୟନ, ଇତୋ ପ୍ରଭୃତି କର୍ମବୀର ଉପଯୁକ୍ତ ପାତ୍ରରେ ଶକ୍ତି ସଂକ୍ରମିତ କରି ନିଜର ସହକାରୀ ପ୍ରସ୍ତୁତ କରି ନେଉଥିଲେ । ଅତି ସାମାନ୍ୟ ଯୋଗୀ ବି କୌଣସି ସିଦ୍ଧିପ୍ରାପ୍ତ ହୋଇ କିଛିକାଳ ସକାଶେ ବା କୌଣସି ବିଶେଷ କାର୍ଯ୍ୟରେ ପ୍ରୟୋଗ କରିବା ନିମିତ୍ତ ଅନ୍ୟଙ୍କୁ ସ୍ଵୀୟ ସିଦ୍ଧି ପ୍ରଦାନ କରିପାରନ୍ତି । ବ୍ୟାସଦେବଙ୍କ ତୁଲ୍ୟ ଜଗତରର୍ ଶ୍ରେଷ୍ଠ ମନୀଷୀ ଓ ଅସାଧାରଣ ଯୋଗସିଦ୍ଧ ପୁରୁଷ ତ ନିଶ୍ଚୟହିଁ ପାରିବେ । ବସ୍ତୁତଃ ଦିବ୍ୟଚକକ୍ଷୁ ଅସ୍ତିତ୍ଵ ସ୍ଵପ୍ନ କାହାଣୀ ନୁହେଁ, ବୈଜ୍ଞାନିକ ସତ୍ୟ । ଆମ୍ଭେମାନେ ଜାଣୁ, ଚକ୍ଷୁ ଦର୍ଶନ କରେ ନାହିଁ, କର୍ଣ୍ଣ ଶ୍ରବଣ କରେ ନାହିଁ, ନସିକା ଘ୍ରାଣ କରେ ନାହିଁ, ତ୍ଵକ୍ ସ୍ପର୍ଶ କରେ ନାହିଁ, ରସନା ଆସ୍ଵାଦ କରେ ନାହିଁ , ମନହିଁ ଦର୍ଶନ କରେ, ମନହିଁ ଶ୍ରବଣ କରେ, ମନହିଁ ସ୍ପର୍ଶ ଉପଲବ୍ଧି କରେ, ମନହିଁ ଆସ୍ଵାଦ କରେ । ଦର୍ଶନଶାସ୍ତରେ ଓ ମନୋବିଜ୍ଞାନରେ ଏହି ସତ୍ୟ ବହୁଦିନରୁ ଗୃହୀତ୍ତ ହୋଇଆସୁଛି । ହିପ୍ନୋଟୋଜିମ୍ ରେ ଏହା ବୈଜ୍ଞାନିକ ପ୍ରମାଣ ଦ୍ଵାରା ପ୍ରମାଣିତ ହୋଇଛି; ଚକ୍ଷୁ ମୁଦ୍ରିତ ହେଲେ ସୁଦ୍ଧା ଦର୍ଶନେନ୍ଦ୍ରିୟ କ୍ରିଡା ଯେକୌଣସି ନାଡୀ ଦ୍ଵାରା ସମ୍ପାଦିତ ହୋଇପାରେ । ସେଥିରୁ ଏହାହିଁ ବୁଝାଏ ଯେ ଚକ୍ଷୁ ଇତ୍ୟାଦି ସ୍ଥୂଳେନ୍ଦ୍ରିୟ ଜ୍ଞାନପ୍ରାପ୍ତିର କେବଳ ସୁବିଧାଜନକ ଉପାୟ । ସ୍ଥୂଳ ଦେହର ସନାତନ ଅଭ୍ୟାସରେ ବଦ୍ଧ ହୋଇ ଆମ୍ଭେମାନେ ତାହାର ଦାସ ହୋଇଛୁ, କିନ୍ତୁ ପ୍ରକୃତପକ୍ଷେ କୌଣସି ଶାରୀରିକ ପ୍ରଣାଳୀ ଦ୍ଵାରା ଆମ୍ଭେମାନେ ସେହି ଜ୍ଞାନକୁ ମନରେ ପହଞ୍ଚାଇ ପାରୁ, ଯେପରି ଅନ୍ଧ ବ୍ୟକ୍ତି ସ୍ପର୍ଶ ଦ୍ଵାରା ବସ୍ତୁର ଆକୃତି ଓ ସ୍ଵଭାବର ନିର୍ଭୁଲ ଧାରଣା କରେ । କିନ୍ତୁ ଅନ୍ଧର ଦୃଷ୍ଟି ଓ ସ୍ଵପ୍ନାବସ୍ଥାପ୍ରାପ୍ତ ବ୍ୟକ୍ତି ବସ୍ତୁର ପ୍ରତିକୃତି ମନ ମଧ୍ୟରେ ଦେଖେ । ଏହାକୁହିଁ ଦର୍ଶନ କୁହାଯାଏ । ବସ୍ତୁତ ସମ୍ମୁଖରେ ଅବସ୍ଥିତ ପୁସ୍ତକ ମୁଁ ଦର୍ଶନ କରେ ନାହିଁ , ସେହି ପୁସ୍ତକର ପ୍ରତିମୂର୍ତ୍ତି ମୋ ଚକ୍ଷୁରେ ଚିତ୍ରିତ ହୁଏ, ତାହାହିଁ ଦେଖି ମନ କହେ , ମୁଁ ପୁସ୍ତକ ଦେଖିଲି, କିନ୍ତୁ ହିପ୍ନୋଟୋଜିମ୍ ବ୍ୟକ୍ତିର ଦୂରସ୍ଥ ପାଦାର୍ଥ ବା ଘଟଣା ଦର୍ଶନରେ ଓ ଶ୍ରବଣରେ ଏହା ବି ପ୍ରତିପନ୍ନ ହୁଏ ଯେ ପଦାର୍ଥବୋଧ ପ୍ରାପ୍ତି ନିମିତ୍ତ କୌଣସି ଶାରୀରିକ ପ୍ରଣାଳୀର ଆବଶ୍ୟକତା ନାହିଁ । - ସୂକ୍ଷ୍ମଦୃଷ୍ଟିରେ ତାହା ଦର୍ଶନ କରିପାରୁ । ଲଣ୍ଡନରେ ଘରେ ବସି ସେହି ମୁହୂର୍ତ୍ତରେ ଏଡିନବରାରେ ଯେଉଁ ଘଟଣା ଘଟୁଛି , ମନ ମଧ୍ୟରେ ତାହା ଦେଖିଲି, ଏହିରୂପେ ଦୃଷ୍ଟାନ୍ତର ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ଏହାକୁହିଁ କୁହାଯାଏ ସୂକ୍ଷ୍ମଦୃଷ୍ଟି ସୂକ୍ଷ୍ମଦୃଷ୍ଟି ଓ ଦିବ୍ୟଚକ୍ଷୁ ର ପ୍ରଭେଦ ଏହି ଯେ ସୂକ୍ଷ୍ମଦର୍ଶୀ ମନ ମଧ୍ୟରେ ଅଦୃଷ୍ଟ ପଦାର୍ଥର ପ୍ରତିରୂପ ଦର୍ଶନ କରାଏ, ଦିବ୍ୟଚକ୍ଷୁ ଦ୍ଵାରା ଆମ୍ଭେମାନେ ମନ ମଧ୍ୟରେ ସେହି ଦୃଶ୍ୟ ନ ଦେଖି ଶାରୀର ଚକ୍ଷୁର ସମ୍ମୁଖରେ ତାହା ଦେଖୁ, ଚିନ୍ତାସ୍ରୋତରେ ସେହି ଶବ୍ଦ ନ ଶୁଣି ଶାରୀର କର୍ଣ୍ଣରେ ଶୁଣୁ । ଏହାର ଗୋଟିଏ ସାମାନ୍ୟ ଦୃଷ୍ଟାନ୍ତ ସ୍ଫଟିକ ଖଣ୍ଡର ମଧ୍ୟରେ ବା କାଳିର ମଧ୍ୟରେ ଦେଖିବା । ପରନ୍ତୁ ଦିବ୍ୟଚକ୍ଷୁପ୍ରାପ୍ତ ଯୋଗୀ ପକ୍ଷରେ ଏପରି ଉପାଦାନର କୌଣସି ଆବଶ୍ୟକତା ନାହିଁ , ସେ ଏହି ଶକ୍ତି ବିକାଶରେ ବିନା ଉପକରଣରେ ଦିବ୍ୟଶକ୍ତି ଦ୍ଵାରା ଦେଶକାଳର ବନ୍ଧନ ଖୋଲି ଅନ୍ୟ ଦେଶର ଓ ଅନ୍ୟ କାଳର ଘଟଣା ଅବଗତ ହୋଇପାରନ୍ତି । ଦେଶ-ବନ୍ଧନ ଖୋଲିବାର ପ୍ରମାଣ ଆମ୍ଭେମାନେ ଯଥେଷ୍ଟ ପାଇଛୁ, କିନ୍ତୁ କାଳ-ବନ୍ଧନ ଯେ ଖୋଲାଯାଇପାରେ, ମନୁଷ୍ୟ ଯେ ତ୍ରିକାଳଦର୍ଶୀ ହୋଇପାରେ, ତାହାର ଏତେ ବହୁସଂଖ୍ୟକ ସନ୍ତୋଷଜନକ ପ୍ରମାଣ ଆଜି ପର୍ଯ୍ୟନ୍ତ ସମ୍ମୁଖରେ ଉପସ୍ଥିତ କରାହୋଇ ନାହିଁ । ଅଥାପି ଯଦି ଦେଶ-ବନ୍ଧନ ମୋଚନ କରିବା ସମ୍ଭବପର ହୁଏ, ତେବେ କାଳ-ବନ୍ଧନ ମୋଚନ କରିବା ଅସମ୍ଭବ, ଏପରି କୁହାଯାଇପାରେ ନାହିଁ । ଯାହାହେଉ ଏହି ବ୍ୟାସଦତ୍ତ ଦିବ୍ୟଚକ୍ଷୁ ଦ୍ଵାରା ସଞ୍ଜୟ ହସ୍ତିନାପୁରରେ ରହି ସୁଦ୍ଧା ଯେପରି କୁରୁକ୍ଷେତ୍ରରେ ଛିଡାହୋଇଥିବାର ସମବେତ କୁରୁପାଣ୍ଡବଗଣଙ୍କୁ ପ୍ରତ୍ୟକ୍ଷ ଦେଖିଲେ, ଦୁର୍ଯ୍ୟୋଧନର ଉକ୍ତି ପିତାମହ ଭୀଷ୍ମଙ୍କ ଭୀମ ସଂହନାଦ, ପାଞ୍ଚଜନ୍ୟର କୁରୁଧ୍ଵଂସ-ଘୋଷକ ମହାଶବ୍ଦ ଓ ଗୀତାର୍ଥଦ୍ୟୋତକ କୃଷ୍ଣାର୍ଜୁନ-ସମ୍ବାଦ କର୍ଣ୍ଣରେ ଶ୍ରବଣ କଲେ । ଆମ୍ଭମାନଙ୍କ ମତରେ ମହାଭାରତ ରୂପକ ନୁହେଁ, କୃଷ୍ଣ ତଥା ଅର୍ଜୁନ କବିଙ୍କ କଳ୍ପନା ନୁହେଁ, ଗୀତା ବି ଆଧୁନିକ ଦର୍ଶନର ସିଦ୍ଧାନ୍ତ ନୁହେଁ, ଅତଏବ ଗୀତୋକ୍ତ କୌଣସି କଥା ଅସମ୍ଭବ ବା ଯୁକ୍ତି ବିରୁଦ୍ଧ ନୁହେଁ, ତାହା ପ୍ ରତିପନ୍ନ କରିବାକୁ ହେବ ଏବଂ ଏହି ସକାଶେହିଁ ଦିବ୍ୟଚକ୍ଷୁ ପ୍ରାପ୍ତି ବିଷୟରେ ଏତେ ବିସ୍ତୃତ ଆଲୋଚନା କରାଗଲା ।
ଦୂର୍ଯ୍ୟୋଧନଙ୍କ ବାକ୍ ଚାତୁର୍ଯ୍ୟ : - ଏହାପରେ ସଞ୍ଜୟ ଯୁଦ୍ଧ-ପ୍ରଚେଷ୍ଟା ବର୍ଣ୍ଣନା କରିବାକୁ ଆରମ୍ଭ କଲେ । ଦୁର୍ଯ୍ୟୋଧନ ବ୍ୟୁହବଦ୍ଧ ସେନାଙ୍କୁ ଦେଖି ଦ୍ରୋଣାଚାର୍ଯ୍ୟଙ୍କ ନିକଟରେ ଉପସ୍ଥିତ ହେଲେ । ସେ ଦ୍ରଣଙ୍କ ପାଖକୁ କାହିଁକି ଗଲେ ତାହା ଜାଣିବା ଆବଶ୍ୟକ : ଭୀଷ୍ମହିଁ ସେନାପତି, ଯୁଦ୍ଧ ବିଷୟରେ ତାଙ୍କୁହିଁ କହିବା ଉଚିତ ଥିଲା, କିନ୍ତୁ କୂଟବୁଦ୍ଧି ଦୁର୍ଯ୍ୟୋଧନ ମନରେ ଭୀଷ୍ମଙ୍କ ଉପରେ ବିଶ୍ଵାସ ନ ଥିଲା । ଭୀଷ୍ମ ପାଣ୍ଡବଙ୍କ ଅନୁରକ୍ତ, ହସ୍ତିନାପୁରର ଶାନ୍ତି-ଅନୁମୋଚନ ଦଳର ନେତା; ଯଦି କେବଳ ପାଣ୍ଡବ ଓ ଧାର୍ତ୍ତରାଷ୍ଟ୍ରଙ୍କ ମଧ୍ୟରେ ଯୁଦ୍ଧ ହୋଇଥା'ନ୍ତା, ତେବେ ଭୀଷ୍ମ କଦାପି ଅସ୍ତ୍ରଧାରଣ କରିନଥା'ନ୍ତେ ; କିନ୍ତୁ କୁରୁଙ୍କ ପ୍ରାଚୀନ ଶତ୍ରୁ ଓ ପ୍ରତିଦ୍ଵନ୍ଦୀ ସାମାଜ୍ୟ ଲିପ୍ସୁ ପାଞ୍ଚାଳ ଜାତି ଦ୍ଵାରା କୁରୁରାଜ୍ୟ ଆକ୍ରାନ୍ତ ଦେଖି , କୁରୁଜାତିଙ୍କ ପ୍ରଧାନ-ପୁରୁଷ, ଶ୍ରେଷ୍ଠ-ଯୋଦ୍ଧା ଓ ରାଜନୀତିବିଦ୍ ସେନାପତି ପଦରେ ନିଯୁକ୍ତ ହୋଇ ସ୍ଵୀୟ ବାହୁବଳରେ ଚିରରକ୍ଷିତ ସ୍ଵଜାତିର ଗୌରବ ଓ ପ୍ରାଧାନ୍ୟର ଶେଷରକ୍ଷା କରିବାକୁ କୃତସଂକଳ୍ପ ହୋଇଥିଲେ । ଦୁର୍ଯ୍ୟୋଧନ ସ୍ଵୟଂ ଅସୁର-ପ୍ରକୃତି, ରାଗଦ୍ଵେଷହି ତାଙ୍କର ସକଳ କାର୍ଯ୍ୟର ପ୍ରମାଣ ଓ ହେତୁ, ଅତଏବ ସେ କର୍ତ୍ତବ୍ୟପରାୟଣ ମହାପୁରୁଷଙ୍କ ମନୋଭାବ ବୁଝିବାକୁ ଅକ୍ଷମ; ଏହି କଠିନ ତପସ୍ଵୀଙ୍କର ମନରେ ପ୍ରାଣପ୍ରତିମ ପାଣ୍ଡବଗଣଙ୍କୁ ବି କର୍ତ୍ତବ୍ୟବୁଦ୍ଧିବଶରେ ଯୁଦ୍ଧକ୍ଷେତ୍ରରେ ସଂହାର କରିବାର ବଳ ଅଛି , ତାହା ଦୁର୍ଯ୍ୟୋଧନଙ୍କ ତୁଲ୍ୟ ମନୁଷ୍ୟ କିପରି ବିଶ୍ଵାସ କରିବେ । ସ୍ଵଦେଶହିତୈଷୀ ପୁରୁଷ ପରାମର୍ଶ ସମୟରେ ସ୍ଵୀୟ ମତ ପ୍ରକାଶପୂର୍ବକ ସ୍ଵଜାତିକୁ ଅନ୍ୟାୟ ଓ ଅହିତରୁ ନିବୃତ୍ତ କରିବାକୁ ପ୍ରାଣପଣେ ଚେଷ୍ଟା କରନ୍ତି । ତଥାପି ସେହି ଅନ୍ୟାୟ ଓ ଅହିତ ଏକେବାରେ ଲୋକଙ୍କ ଦ୍ଵାରା ସ୍ଵୀକୃତ ହୋଇଗଲେ, ସେ ନିଜ ମତ ଉପେକ୍ଷା କରି ଅଧର୍ମ ଯୁଦ୍ଧରେ ବି ସ୍ଵଜାତିର ରକ୍ଷା ଓ ଶତ୍ରୁଦମନ କରନ୍ତି । ଭୀଷ୍ମ ବି ଠିକ୍ ସେହିପରି କରିଥିଲେ । ଏହି ମନୋଭାବ ଦୁର୍ଯ୍ୟୋଧନଙ୍କ ବୁଦ୍ଧିର ଅତୀତ । ଏହି କାରଣରୁ ସେ ଭୀଷ୍ମଙ୍କ ପାଖରେ ଉପସ୍ଥିତ ନ ହୋଇ ଦ୍ରୋଣଙ୍କୁ ସ୍ମରଣ କଲେ । ଦ୍ରୋଣ ବ୍ୟକ୍ତିଗତ ଭାବରେ ପାଞ୍ଚାଳ ରାଜ୍ୟର ଘୋର ଶତ୍ରୁ, ପାଞ୍ଚାଳ ଦେଶର ରାଜକୁମାର ଧୃଷ୍ଟଦ୍ୟୁମ୍ନ ଗୁରୁ ଦ୍ରୋଣଙ୍କୁ ବଧ କରିବା ସକାଶେ ପ୍ରତିଜ୍ଞା କରିଥିଲେ; ଅତଏବ ଦୁର୍ଯ୍ୟୋଧନ ଭାବିଲେ, ଏହି ବ୍ୟକ୍ତିଗତ ବୈରଭାବ କଥା ସ୍ମରଣ କରାଇଦେଲେ ଦ୍ରୋଣାଚାର୍ଯ୍ୟ ଶାନ୍ତିର ପକ୍ଷ ପରିତ୍ୟାଗ କରି ପୂର୍ଣ୍ଣ-ଉତ୍ସାହରେ ସଂଗ୍ରାମ କରିବେ । ଅବଶ୍ୟ ସ୍ପଷ୍ଟ ଭାବରେ ଏହି କଥା କହିଲେ ନାହିଁ । ଧୃଷ୍ଟଦ୍ୟୁମ୍ନର ନାମ ମାତ୍ର ଉଲ୍ଲେଖ କଲେ, ତା'ପରେ ଭୀଷ୍ମଙ୍କୁ ବି ସନ୍ତୁଷ୍ଟ କରିବା ନିମିତ୍ତ ତାଙ୍କୁ କୁରୁ ରାଜ୍ୟର ରକ୍ଷକ ଓ ବିଜୟର ଆଶା ସ୍ଵରୂପ ବୋଲି ନିର୍ଦେଶ କଲେ । ପ୍ରଥମେ ବିପକ୍ଷରେ ମୁଖ୍ୟ ମୁଖ୍ୟ ଯୋଦ୍ଧାଙ୍କ ନାମ ଉଲ୍ଲେଖ କଲେ, ପରେ ସ୍ଵପକ୍ଷୀୟ କେତେଜଣ ସୈନ୍ୟ-ନେତାଙ୍କ ନାମ କହିଲେ, ସକଳଙ୍କର ନାମ ନୁହେଁ, ଦ୍ରୋଣ ତଥା ଭୀଷ୍ମଙ୍କ ନାମହିଁ ନିଜର ଅଭୀଷ୍ଟ ସିଦ୍ଧି ସକାଶେ ଯଥେଷ୍ଟ, ତଥାପି ନିଜ ମନର କଥା ଗୋପନ କରିବା ସକାଶେ ଆହୁରି ଚାରି ପାଞ୍ଚଜଣଙ୍କ ନାମ କହିଲେ । ତା'ପରେ କହିଲେ ଆମ୍ଭର ସୈନ୍ୟ ବୃହତ୍ , ଭୀଷ୍ମ ଆମର ସେନାପତି, ପାଣ୍ଡବଙ୍କ ସୈନ୍ୟ ଅପେକ୍ଷାକୃତ କ୍ଷୁଦ୍ର, ତାଙ୍କର ଆଶାସ୍ଥଳ ଭୀମର ବାହୁବଳ, ଅତଏବ ଆମ୍ଭମାନଙ୍କର ଜୟ କାହିଁକି ନ ହେବ ? ତଥାପି ଭୀଷ୍ମ ଯଦି ଆମ୍ଭମାନଙ୍କର ପ୍ରଧାନ ଭରସା, ତାଙ୍କୁ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ସମସ୍ତଙ୍କର ଉଚିତ, ସେ ରହିଲେ ଆମ୍ଭମାନଙ୍କର ଜୟ ଅବଶ୍ୟମ୍ଭାବୀ ।" ବହୁତ ଲୋକ 'ଅପର୍ଯ୍ୟାପ୍ତ' ଶବ୍ଦର ବିପରୀତ ଅର୍ଥ କରନ୍ତି, ତାହା ଯୁକ୍ତି ସଙ୍ଗତ ନୁହେଁ, ଦୁର୍ଯ୍ୟୋଧନଙ୍କ ସେନା ଅପେକ୍ଷାକୃତ ବୃହତ, ସେହି ସେନାର ନେତାମାନେ ଶୌର୍ଯ୍ୟରେ ବୀର୍ଯ୍ୟରେ କାହାରିଠୁ ବି ନ୍ୟୁନ କରିବାକୁ କାହିଁକି ଯିବେ ? ଭୀଷ୍ମ ଦୁର୍ଯ୍ୟୋଧନଙ୍କ ମନୋଭାବ ଓ ତାଙ୍କ କଥାର ଗୂଢ ଉଦ୍ଦେଶ୍ୟ ବୁଝିପାରି ତାଙ୍କ ସନ୍ଦେହ ଦୂର କରିବା ନିମିତ୍ତ ସଂହନାଦ ଓ ଶଙ୍ଖନାଦ କଲେ । ସେଥିରେ ଦୁର୍ଯ୍ୟୋଧନଙ୍କ ହୃଦୟରେ ହର୍ଷୋତ୍ପାଦିତ ହେଲା । ସେ ଭାବିଲେ ମୋର ଉଦ୍ଦେଶ୍ୟ ସାଧିତ ହୋଇଛି, ଦ୍ରୋଣ ଓ ଭୀଷ୍ମ ଉଭୟହିଁ ଦ୍ଵଧାଶୂନ୍ୟ ହୋଇ ଯୁଦ୍ଧ କରିବେ ।
ଗୀତାର ଭୂମିକା......
ପୂର୍ବ ସୂଚନା :- ଭୀଷ୍ମଙ୍କ ଗଗନଭେଦୀ ଶଙ୍ଖନାଦରେ ରଣକ୍ଷେତ୍ର ଯେମିତି କମ୍ପିତ ହେଲା ସେମିତି ବିଶାଳ କୌରବ ସେନାର ଚାରିଦିଗରୁ ରଣବାଦ୍ୟ ବାଜି ଉଠିଲା ଏବଂ ରଥୀଗଣ ରଣୋଲ୍ଲାସରେ ମାତିବାକୁ ଲାଗିଲେ । ଅନ୍ୟ ଦିଗରେ ଶ୍ରେଷ୍ଠ-ପାଣ୍ଡବ-ବୀର ଓ ତାଙ୍କର ଦିବ୍ୟ ସାରଥି ଶ୍ରୀକୃଷ୍ଣ ଭୀଷ୍ମଙ୍କ ଆହ୍ଵାନର ଉତ୍ତରସ୍ଵରୂପ ଶଙ୍ଖନାଦ କଲେ ଏବଂ ଯୁଧିଷ୍ଠିର ପ୍ରଭୃତି ପାଣ୍ଡବପକ୍ଷୀୟ ବୀରଗଣ ନିଜ ନିଜର ଶଙ୍ଖ ବଜାଇ ସେନାଙ୍କ ହୃଦୟରେ ରଣଚଣ୍ଡୀଙ୍କୁ ଜାଗ୍ରତ୍ କଲେ । ସେହି ମହାନ୍ ଶବ୍ଦ ପୃଥିବୀ ଓ ନଭୋମଣ୍ଡଳକୁ ଧ୍ଵନିତ କରି ଯେପରି ଧାର୍ତ୍ତରାଷ୍ଟ୍ରଗଣଙ୍କ ହ୍ରୁଦୟକୁ ବିଦୀର୍ଣ୍ଣ କଲା । ଏହାର ଅର୍ଥ ଏପରି ନୁହେଁ ଯେ ଭୀଷ୍ମ ପ୍ରଭୃତି ଏହି ଶବ୍ଦରେ ଭୀତ ହୋଇଥିଲେ; ସେମାନେ ବୀର ପୁରୁଷ, ରଣଚଣ୍ଡୀର ଆହ୍ଵାନରେ ଭୀତ ହେବେ କାହିଁକି ? ଏହି ଉକ୍ତିରେ କବି ପ୍ରଥମ ଅତ୍ୟୁତ୍କଟ ଶବ୍ଦରେ ଶାରୀରିକ ବେଗବାନ୍ ସଞ୍ଚାର ବର୍ଣ୍ଣନା କରିଛନ୍ତି; ଯେପରି ଶ୍ରୋତାଙ୍କୁ ବହୁବାର ବୋଧହୁଏ ବଜ୍ରନାଦ ତା'ର ମସ୍ତକକୁ ଦ୍ଵିଖଣ୍ଡିତ କରିଯାଉଛି, ସେହିପରି ଏହି ରଣକ୍ଷେତ୍ରବ୍ୟାପୀ ମହାଶବ୍ଦର ସଞ୍ଚାର ହେଲା । ପୁଣି ଏହି ଶବ୍ଦ ଧାର୍ତ୍ତରାଷ୍ଟ୍ରଙ୍କର ଯେପରି ଭାବୀ ନିଧନର ଘୋଷଣା ! ଯେଉଁ ହୃଦୟକୁ ପାଣ୍ଡବଙ୍କ ଶସ୍ତ୍ର ବିଦୀର୍ଣ୍ଣ କରିବ, ପୂର୍ବରୁ ଯେପରି ଶଙ୍ଖନାଦ ସେହି ହୃଦୟକୁ ବିଦୀର୍ଣ୍ଣ କରିଗଲା । ଯୁଦ୍ଧା ଆରମ୍ଭ ହେଲା, ଦୁଇଦିଗରୁ ଶସ୍ତ୍ର ନିକ୍ଷିପ୍ତ ହେବାକୁ ଲାଗିଲା, ଏହି ସମୟରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଲେ, " ତୁମେ ମୋର ରଥକୁ ଦୁଇ ସୈନ୍ୟର ମଧ୍ୟ ଭାଗରେ ସ୍ଥାପନ କର, କିଏ କିଏ ବିପକ୍ଷ, କେଉଁମାନେ ଯୁଦ୍ଧରେ ଦୁର୍ବିଦ୍ଧି ଦୁର୍ଯ୍ୟୋଧନର ପ୍ରିୟ କର୍ମ କରିବାକୁ ସମାଗତ ହୋଇଛନ୍ତି, କେଉଁମାନଙ୍କ ସଙ୍ଗେ ମୋତେ ଯୁଦ୍ଧା କରିବାକୁ ହେବ, ତାହା ମୁଁ ଦେଖିବାକୁ ଚାହେଁ, ।" ଅର୍ଜୁନ ଭାବିଲେ, "ମୁହିଁ ପାଣ୍ଡବମାନଙ୍କ ଆଶାର ସ୍ଥଳ, ମୋ ଦ୍ଵାରାହିଁ ବିପକ୍ଷର ପ୍ରଧାନ ପ୍ରଧାନ ଯୋଦ୍ଧା ହନ୍ତବ୍ୟ, ଅତଏବ ଦେଖେ ସେମାନେ କିଏ ।" ଏପର୍ଯ୍ୟନ୍ତ ଅର୍ଜୁନଙ୍କ ପୂର୍ଣ୍ଣ କ୍ଷାନ୍ତଭାବ ରହିଛି, ଅନୁକମ୍ପା କିଂବା ଦୌର୍ବଲ୍ୟର କୌଣସି ଚିହ୍ନ ନାହିଁ । ବିପକ୍ଷ ସେନାଙ୍କ ମଧ୍ୟରେ ଭାରତର ବହୁ ଶ୍ରେଷ୍ଠ ବୀରପୁରୁଷ ଉପଶସ୍ଥିତ, ସକଳଙ୍କୁ ସଂହାର କରି ଜ୍ୟୋଷ୍ଠଭ୍ରାତ ଯୁଧିଷ୍ଠିରଙ୍କୁ ଅସପତ୍ନ-ସାମ୍ରାଜ୍ୟ ଦେବା ନିମିତ୍ତ ଅର୍ଜୁନ ଉଦ୍ଯୋଗୀ । କିନ୍ତୁ ଶ୍ରୀକୃଷ୍ଣ ଜାଣନ୍ତି ଯେ ଅର୍ଜୁନଙ୍କ ମନରେ ଦୁର୍ବଳତା ଅଛି । ଆରମ୍ଭରୁହିଁ ଚିତ୍ତ ପରିଷ୍କାର ନ କଲେ, କୌଣସି ସମୟରେ ଅକସ୍ମାତ୍ ସେହି ଦୁର୍ବଳତା ଚିତ୍ତରୁ ଉଠିଆସି ବୁଦ୍ଧିକୁ ଅଧିକାର କଲେ ପାଣ୍ଡବଙ୍କର ବିଶେଷ ଅନିଷ୍ଟ ହେବ, ହୁଏତ ସର୍ବନାଶ ସଂଘଟିତ ହେବ । ସେହି ସକାଶେ ଶ୍ରୀକୃଷ୍ଣ ଏପରି ସ୍ଥାନରେ ରଥ ସ୍ଥାପନ କଲେ ଯେ ଅର୍ଜୁନ ଦ୍ରୋଣାଦି ପ୍ରିୟଜନଙ୍କୁ ଠିକ୍ ସମ୍ମୁଖରେ ଦେଖିପାରିଲେ ଏବଂ ଅନ୍ୟ କୌରବ ନୃପତିଗଣଙ୍କୁ କେବଳ ଦୂରରୁ ଦେଖିପାରିଲେ ଏବଂ କହିଲେ, " ସମବେତ ଏହି କୁରୁଜାତିଙ୍କୁ ଦେଖ" । ମନେ ରଖିବାକୁ ହେବ ଅର୍ଜୁନ ସ୍ଵୟଂ କୁରୁଜାତାତୀୟ, କୁରୁବଂଶର ଗୌରବ । ତାଙ୍କର ସକଳ ଆତ୍ମୀୟ, ପ୍ରିୟଜନ, ବାଲ୍ୟ-ସହଚର, ସବୁହିମ୍ କୁରୁଜାତୀୟ । ତାହାହେଲେ ଶ୍ରୀକୃଷ୍ଣଙ୍କ ମୁଖରେ ଏହି ତିନୋଟି ସାମାନ୍ୟ କଥାର ଗଭୀର ଅର୍ଥ ଓ ଭାବ ହ୍ରୁଦୟଙ୍ଗମ କରିହେବ । ସେତେବେଳେ ଅର୍ଜୁନ ଦେଖିଲେ ଯେ ଯେଉଁମାନଙ୍କୁ ସଂହାର କରି ଯୁଧିଷ୍ଠିରଙ୍କ ଏକଚ୍ଛତ୍ର ସାମ୍ରାଜ୍ୟ ସ୍ଥାପନ କରିବାକୁ ହେବ, ସେମାନେ ଆଉ କେହି ନୁହନ୍ତି, ନିଜର ପ୍ରିୟ, ଆତ୍ମୀୟ, ଗୁରୁ, ବନ୍ଧୁ, ଭକି ଓ ସ୍ନେହର ପାତ୍ର । ସେ ଦେଖିଲେ ସମଗ୍ର ଭାରତର କ୍ଷତ୍ରିୟବଂଶ ପରସ୍ପରଙ୍କ ସହିତ ପ୍ରିୟ ସମ୍ବନ୍ଧ ଦ୍ଵାରା ଆବଦ୍ଧ, ଅଥଚ ପରସ୍ପରକୁ ସଂହାର କରିବାକୁ ଏହି ଭୀଷଣ ରଣକ୍ଷେତ୍ରରେ ସମାଗତ ।
ବିଷାଦର ମୂଳ କାରଣ : - ଅର୍ଜୁନଙ୍କର ନିର୍ବେଦର ମୂଳ କାରଣ କ'ଣ ? ବହୁ ଲୋକ ଏହି ବିଶାଦର ସ୍ତୁତିବାଦ କରି ଶ୍ରୀକୃଷ୍ଣଙ୍କୁ କୁମାର୍ଗପ୍ରଦର୍ଶକ ଓ ଅଧର୍ମର ଅନୁମୋଦକ ବୋଲି ନିନ୍ଦା କରନ୍ତି । ଖ୍ରୀଷ୍ଟଧର୍ମର ଶାନ୍ତିଭାବ, ବୌଦ୍ଧାଧର୍ମର ଅହିଂସାଭାବ ଓ ବୈଷ୍ଣବ ଧର୍ମର ପ୍ରେମଭାବହିଁ ଉଚ୍ଚ ଓ ଶ୍ରେଷ୍ଠ ଧର୍ମ ; ଯୁଦ୍ଧ ଓ ନରହତ୍ୟା ପାପ, ଭ୍ରାତୃହତ୍ୟା ଓ ଗୁରୁହତ୍ୟା ମହାପାତକ ; ଏହି ଧାରଣାର ବଶବର୍ତ୍ତୀ ହୋଇ ସେମାନେ ଅସଙ୍ଗତ କଥା କୁହନ୍ତି । କିନ୍ତୁ ଏହିସବୁ ଆଧୁନିକ ଧାରଣା ; ଦ୍ଵାପର ଯୁଗରେ ମହାବୀର ପାଣ୍ଡବଙ୍କ ମନରେ ଏହି ଭାବ ଉଠି ନ ଥିଲା । ଅହିଂସାଭାବ ଶ୍ରେଷ୍ଠ ବା ଯୁଦ୍ଧ , ନରହତ୍ୟା, ଭ୍ରାତୃ ହତ୍ୟା, ଗୁରୁହତ୍ୟା ମହାପାପ ବୋଲି ଯୁଦ୍ଧରୁ ବିରତ ହେବା ଉଚିତ, ଏପରି ଚିନ୍ତାର କୌଣସି ଚିହ୍ନ ପର୍ଯ୍ୟନ୍ତ ଅର୍ଜୁନଙ୍କ ବାକ୍ୟରେ ବ୍ୟକ୍ତ ହୋଇ ନ ଥିଲା । ଅବଶ୍ୟ ଏକଥା ସେ କହିଛନ୍ତି ଯେ ଗୁରୁଜନଙ୍କୁ ହତ୍ୟା କରିବା ଅପେକ୍ଷା ଭିକ୍ଷାବୃତ୍ତି ଅବଲମ୍ବନ କରିବା ଶ୍ରେୟସ୍କର ଏବଂ ବନ୍ଧୁବାନ୍ଧବଙ୍କୁ ହତ୍ୟା କଲେ ଆମ୍ଭମାନଙ୍କୁ ପାପ ଆଶ୍ରୟ କରିବ । କିନ୍ତୁ ଏକଥା କର୍ମର ସ୍ଵଭାବ ଦେଖି କହି ନ ଥିଲେ, କର୍ମର ଫଳ ଦେଖି କହିଥିଲେ ; ସେହି ସକାଶେ ଶ୍ରୀକୃଷ୍ଣ ତାଙ୍କ ବିଷାଦମୋଚନାର୍ଥେ ଏହି ଶିକ୍ଷା ଦେଇଛନ୍ତି ଯେ କର୍ମର ଫଳ ଦେଖିବାକୁ ହେବ ନାହିଁ, କର୍ମର ସ୍ଵଭାବ ଦେହି ସେହି କର୍ମ ଉଚିତ ବା ଅନୁଚିତ ସ୍ଥିର କରିବାକୁ ହେବ । ଅର୍ଜୁନଙ୍କ ପ୍ରଥମ ଭାବ ହେଲା ଏହି ଯେ ଏମାନେ ମୋର ଆତ୍ମୀୟ ,ଗୁରୁଜନ, ବନ୍ଧୁ, ବାଲ୍ୟ-ସହଚର, ସକଳେହିଁ ସ୍ନେହ, ଭକ୍ତି ଓ ପ୍ରମର ପାତ୍ର, ଏମାନଙ୍କୁ ହତ୍ୟା କରି ଅସପତ୍ନ ରାଜ୍ୟ ଲାଭ କଲେ ସେହି ରାଜ୍ୟଭୋଗ କଦାପି ସୁଖପ୍ରଦ ହୋଇପାରିବ ନାହିଁ ବରଂ ଯାବଜ୍ଜୀବନ ଦୁଃଖ ଓ ପଶ୍ଚାତ୍ତାପରେ ଦଗ୍ଧ ହେବାକୁ ହେବ, ବନ୍ଧୁ-ବାନ୍ଧବଶୂନ୍ୟ ରାଜ୍ୟ କଦାପି ବାଞ୍ଛନୀୟ ନୁହେଁ । ଅର୍ଜୁନଙ୍କର ଦ୍ଵିତୀୟ ଭାବ ଏହି ଯେ ପ୍ରିୟଜନଙ୍କୁ ହତ୍ୟା କରିବା ଧର୍ମବିରୁଦ୍ଧ, କିନ୍ତୁ ଯେଉଁମାନେ ଦ୍ଵେଷର ପାତ୍ର ସେମାନନ୍ଗ୍କୁ ଯୁଦ୍ଧରେ ହତ୍ୟା କରିବା ଧର୍ମସଂଗତ । ତୃତୀୟ ଭାବ ଏହି ଯେ ସ୍ଵାର୍ଥ ନିମିତ୍ତ ବି ଏହିପରି କର୍ମ କରିବା ଧର୍ମବିରୁଦ୍ଧ ଓ କ୍ଷତ୍ରିୟ ପକ୍ଷରେ ଅନୁଚିତ । ଚତୁର୍ଥ ଭାବ ଏହି ଯେ ଭ୍ରାତୃ ବିରୁଦ୍ଧରେ ଓ ଭ୍ରାତୃହତ୍ୟାରେ କୁଳନାଶ ଓ ଜାତିଧ୍ଵଂସ ଘଟିବ ; ଏହି ପ୍ରକାର କୁଫଳ ସୃଷ୍ଟି କରିବା କୁଳରକ୍ଷକ କ୍ଷତ୍ରିୟ ବୀରଙ୍କ ପକ୍ଷରେ ମହାପାପ । ଏହି ଚାରୋଟି ଭାବ ବ୍ୟତୀତ ଅର୍ଜୁନଙ୍କର ବିଷାଦର ମୂଳରେ ଅନ୍ୟ କୌଣସି ଭାବ ନାହିଁ । ଏକଥା ନ ବୁଝିଲେ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟ ଓ ଶିକ୍ଷାର ଅର୍ଥ ବି ବୁଝାଯାଏ ନାହିଁ । ଖ୍ରୀଷ୍ଟଧର୍ମ, ବୌଦ୍ଧଧର୍ମ, ବୈଷ୍ଣବଧର୍ମ, ସହିତ ଗୀତାଧର୍ମର ବିରୋଧ ସାମଞ୍ଜସ୍ୟ କଥା ପରେ କୁହାଯିବ । ଅର୍ଜୁନଙ୍କ କଥାର ଭାବ ସୂକ୍ଷ୍ମ ବିଚାରରେ ନିରୀକ୍ଷଣ କଲେ ତାଙ୍କ ମନର ଭାବ ଆମେ ବୁଝିପାରୁ ।
ବୈଷ୍ଣବୀ ମାୟାର ଆକ୍ରମଣ :- ଅର୍ଜୁନ ପ୍ରଥମେ ତାଙ୍କର ବିଷାଦର କାରଣ ବର୍ଣ୍ଣନା କଲେ । ସ୍ନେହ ଓ କୃପାର ଅକସ୍ମାତ୍ ବିଦ୍ରୋହରେ ମହାବୀର ଅର୍ଜୁନ ଅଭିଭୂତ ଓ ପରାସ୍ତ, ତାଙ୍କ ଦେହର ସମସ୍ତ ବଳ ଏକ ମୁହୂର୍ତ୍ତରେ ଶୁଖିଯାଇଛି, ଅଙ୍ଗସକଳ ଅବସନ୍ନ, ଛିଡାହେବାର ଶକ୍ତି ନାହିଁ, ବଳବାନ୍ ହସ୍ତ ଗାଣ୍ଡୀବ ଧାରଣରେ ଅସମର୍ଥ, ଶୋକର ଉତ୍ତାପରେ ଜ୍ଵରର ଲକ୍ଷଣ ବ୍ୟକ୍ତ, ଶରୀର ଦୁର୍ବଳ ହୋଇଛି, ତ୍ଵକ୍ ଯେପରି ଅଗ୍ନିରେ ଦଗ୍ଧ ହୋଇଛି, ସମସ୍ତ ଶରୀର ତୀବ୍ର ଭାବରେ କମ୍ପମାନ, ମନ ଯେପରି ସେହି ଆକ୍ରମଣରେ ଘୂରୁଛି । ଏହିପରି ବର୍ଣ୍ଣନା ପ୍ରତି ପ୍ରଥମେ ଆମ୍ଭେମାନେ କବିର ତେଜସ୍ଵୀନି କଳ୍ପନାର ଅତିରିକ୍ତ ବିଳାସ ବୋଲି କେବଳ ସେହି କବିତ୍ଵ ସୌନ୍ଦର୍ଯ୍ୟ ଭୋଗ କରି କ୍ଷାନ୍ତ ହେଉ, କିନ୍ତୁ ଯଦି ସୂକ୍ଷ୍ମ ବିଚାର ଦ୍ଵାରା ନିରୀକ୍ଷଣ କରୁ ତେବେ ଏହି ବର୍ଣ୍ଣନାର ଗୋଟିଏ ଗୂଢ ଅର୍ଥ ବୁଝିପାରିବା । ଅର୍ଜୁନ ପୂର୍ବେ ବି କୁରୁବୀରଙ୍କ ସହିତ ଯୁଦ୍ଧ କରିଥିଲେ, ଅଥଚ ଏହିପରି ଭାବ କେବେ ବି ଆସି ନ ଥିଲା । ବର୍ତ୍ତମାନ ଶ୍ରୀକୃଷ୍ଣଙ୍କ ଇଚ୍ଛାରେ ଅକସ୍ମାତ୍ ଅନ୍ତରରେ ଏହି ଉତ୍ପାତ ଘଟିଛି । ଅନେକ ମାନବିକ ପ୍ରବଳ ବୃତ୍ତି କ୍ଷତ୍ରିୟୋଚିତ ଶିକ୍ଷା ଓ ଉଚ୍ଚ ଆଦର୍ଶ ଦ୍ଵାରା ପରାଜିତ ଓ ଆବଦ୍ଧ ହୋଇ ଅର୍ଜୁନଙ୍କ ହୃଦୟତଳେ ଗୁପ୍ତଭାବେ ରହିଥିଲା । ନିଗ୍ରହ ଦ୍ଵାରା ଚିତ୍ତଶୁଦ୍ଧ ହୁଏ ନାହିଁ, ବିବେକ ଓ ବିଶୁଦ୍ଧ ସାହାଯ୍ୟରେ ସଂଯମ ଦ୍ଵାରା ଚିତ୍ତଶୁଦ୍ଧ ହୁଏ । ନିଗୃହୀତ ବୃତ୍ତି ଓ ଭାବସକଳ ହୁଏତ ଏହି ଜନ୍ମରେ, ନ ହେଲେ ପରଜନ୍ମରେ ଦିନେ ନା ଦିନେ ଚିତ୍ତରୁ ଉଠି ବୁଦ୍ଧିକୁ ଆକ୍ରମଣ କରେ ଏବଂ ଜୟ କରି ସମସ୍ତ କର୍ମକୁ ସ୍ଵବିକାଶର ଅନୁକୁଳ ପଥରେ ଚଳାଏ । ଏହି ହେତୁ, ଯେ ଏହି ଜନ୍ମରେ ଦୟାବାନ୍ ଅନ୍ୟ ଜନ୍ମରେ ସେ ନିର୍ଦୟ ହୁଏ, ସେହି ଜନ୍ମରେ ଯେ କାମୀ ଓ ଦୁଶ୍ଚରିତ୍ର, ଅନ୍ୟ ଜନ୍ମରେ ସେ ସାଧୁ ଓ ପବିତ୍ର ହୁଏ । ନିଗ୍ରହ ନ କରି ବୁଦ୍ଧି ଓ ବିବେକ ସାହାଯ୍ୟରେ ବୃତ୍ତିଗୁଡିକୁ ପ୍ରତ୍ୟାଖ୍ୟାନପୂର୍ବକ ଚିତ୍ତ ନିର୍ମଳ କରିବାକୁ ହୁଏ । ଏହାକୁହିଁ କୁହାଯାଏ ସଂଯମ । ଜ୍ଞାନ ପ୍ରଭାବରେ ତମୋଭାବ ଦୂର ନ ହେଲେ ସଂଯମ ଅସମ୍ଭବ । ସେଥିପାଇଁ ଶ୍ରୀକୃଷ୍ଣ ଅର୍ଜୁନଙ୍କ ଅଜ୍ଞାନ ଦୂର କରି ସୁପ୍ତ ବିବେକକୁ ଜାଗ୍ରତ କରି ଚିତ୍ତୋଶୋଧନ କରିବାକୁ ଚାହିଁଲେ । କିନ୍ତୁ ପରିହାର୍ଯ୍ୟ ବୃତ୍ତିସକଳକୁ ଚିତ୍ତରୁ ଉଠାଇ ଆଣି ବୁଦ୍ଧି ସମ୍ମୁଖରେ ଉପସ୍ଥିତ ନ କଲେ ବୁଦ୍ଧି ପ୍ରତ୍ୟାଖ୍ୟାନ କରିବାର ଅବସର ପାଏ ନାହିଁ , ଉପରନ୍ତୁ ଅନ୍ତସ୍ଥ ଦୈତ୍ୟ ଓ ରାକ୍ଷସ ବିବେକ ଦ୍ଵାରା ଯୁଦ୍ଧରେ ନିହତ ହୁଅନ୍ତି ଏବଂ ସେତେବେଳେ ବିବେକ ବୁଦ୍ଧିକୁ ମୁକ୍ତ କରେ । ଯୋଗର ପ୍ରଥମ ଅବସ୍ଥାରେ ଯେତେ କୁପ୍ରବୃତ୍ତି ଚିତ୍ତରେ ବଦ୍ଧମୂଳ ହୋଇ ରହିଛି ତାହା ବୁଦ୍ଧିକୁ ପ୍ରବଳ ବେଗରେ ଆକ୍ରମଣ କରି ଅନଭ୍ୟସ୍ତ ସାଧକକୁ ଭୟ ଓ ଶୋକରେ ବିହ୍ଵଳ କରିପକାଏ । ଏହାକୁହିଁ ପାଶ୍ଚାତ୍ୟ ଦେଶରେ କହନ୍ତି 'ସଇତାନ' ର ପ୍ରଲୋଭନ, ଏହାହିଁ 'ମାର' ର ଆକ୍ରମଣ । କିନ୍ତୁ ସେହି ଭୟ ଓ ଶୋକ ଅଜ୍ଞାନସଞ୍ଜାତ, ସେହି ପ୍ରଲୋଭନ ସଇତାନଠାରୁ ଆସେ ନାହିଁ, ଆସେ ଭଗବାନଙ୍କଠାରୁ । ଅନ୍ତର୍ଯ୍ୟାମୀ ଜଗଦ୍ ଗୁରୁହିଁ ସାଧକକୁ ଆକ୍ରମଣ କରିବା ନିମିତ୍ତ ସେହି ବୃତ୍ତିଚୟକୁ ଆହ୍ଵାନ କରନ୍ତି, ଅମଙ୍ଗଳ ସକାଶେ ନୁହେଁ, ମଙ୍ଗଳ ସକାଶେ, ଚିତ୍ତଶୋଧନ ନିମିତ୍ତ । ଶ୍ରୀକୃଷ୍ଣ ଯେପରି ବାହ୍ୟ ଜଗତରେ ଶରୀରରେ ଅର୍ଜୁନଙ୍କର ସଖା ଓ ସାରଥି, ସେହିପରି ତାଙ୍କ ମଧ୍ୟରେ ଆଶରୀରୀ ଇଶ୍ଵର ଓ ଅନ୍ତର୍ଯ୍ୟାମୀ ପୁରୁଷୋତ୍ତମ । ସେଥିପାଇଁ ଶ୍ରୀକୃଷ୍ଣ ଏହି ଗୁପ୍ତବୃତ୍ତି ଓ ଭାବକୁ ପ୍ରବଳ ବେଗରେ ବୁଦ୍ଧି ଉପରେ ନିକ୍ଷେପ କଲେ । ସେହି ଭୀଷଣ ଆଘାତରେ ବୁଦ୍ଧି ଘୂର୍ଣ୍ଣାୟମାନ ହେଲା ଏବଂ ପ୍ରବଳ ମାନସିକ ବିକାରବଶରେ ସ୍ଥୂଳ ଶରୀରରେ ତତ୍ କ୍ଷଣାତ୍ କବି ବର୍ଣ୍ଣିତ ଲକ୍ଷଣରାଜି ବ୍ୟକ୍ତ ହେଲା । ପ୍ରବଳ ଅପ୍ରତ୍ୟାଶିତ ଶୋକ-ଦୁଃଖରେ ଏହିପରି ଶାରୀରିକ ବିକାର ହୁଏ, ତାହା ଆମ୍ଭେମାନେ ଜାଣୁ, ତାହା ମନୁଷ୍ୟର ସାଧାରଣ ଅଭିଜ୍ଞତାର ବହିର୍ଭୂତ ନୁହେଁ । ଭଗବାନଙ୍କର ବୈଷ୍ଣବୀ ମାୟା ଅର୍ଜୁନଙ୍କୁ ଏକ ମୁହୂର୍ତ୍ତରେ ଅଖଣ୍ଡ ବଳରେ ଅଭିଭୂତ କଲା, ତାହାରି ପରିଣାମ ହେଲା ଏହି ପ୍ରବଳ ବିକାର । ଯେବେ ଅଧର୍ମ ଦୟାପ୍ରେମାଦି କୋମଳ ଧର୍ମର ଆକାର ଧାରଣ କରେ, ଯେବେ ଅଜ୍ଞାନ ଜ୍ଞାନର ଛଦ୍ମବେଶ ଧରି ଆସେ, ଯେବେ ଗାଢକୃଷ୍ଣ ତମୋଗୁଣ ଉଜ୍ଜ୍ଵଳ ଓ ବିଶଦ ପବିତ୍ରତାର ସୁଆଙ୍ଗ କରି କହେ, " ମୁଁ ସାତ୍ତ୍ଵିକ, ମୁଁ ଜ୍ଞାନୀ, ମୁଁ ଧର୍ମ, ମୁଁ ଭଗବାନଙ୍କର ପ୍ରିୟଦୂତ, ମୁଁ ପୂଣ୍ୟମୂର୍ତ୍ତି ଓ ପୂଣ୍ୟପ୍ରବର୍ତ୍ତକ ", ତେବେ ବୁଝିବାକୁ ହେବ ଯେ ଭଗବାନଙ୍କର ବୈଷ୍ଣବୀ ମାୟା ବୃଦ୍ଧି ମଧ୍ୟରେ ପ୍ରଘଟ ହୋଇଛି ।
ବୈଷ୍ଣବୀ ମାୟାର ଲକ୍ଷଣ :- ବୈଷ୍ଣବୀ ମାୟାର ମୁଖ୍ୟ ଅସ୍ତ୍ର ହେଲା କୃପା ଓ ସ୍ନେହ । ମାନବଜାତିର ପ୍ରୀତି ଓ ପ୍ରେମ ବିଶୁଦ୍ଧ ବୃତ୍ତି ନୁହେଁ, ଶାରୀରିକ ତଥା ପ୍ରାଣ-କୋଷଗତ ବିକାଶରେ ପବିତ୍ର ପ୍ରେମ ଓ ଦୟା କଳୁଷିତ ଏବଂ ବିକଳାଙ୍ଗ ହୁଏ । ଚିତ୍ତହିଁ ବୃତ୍ତିର ବାସସ୍ଥାନ, ପ୍ରାଣ ଭୋଗର କ୍ଷେତ୍ର, ଶରୀର କର୍ମର ଯନ୍ତ୍ର, ବୁଦ୍ଧି ହେଲା ଚିନ୍ତାର ରାଜ୍ୟ । ବିଶୁଦ୍ଧ ଅବସ୍ଥାରେ ଏହି ସମସ୍ତଙ୍କର ସ୍ଵତନ୍ତ୍ର ଅଥଚ ପରସ୍ପର ଅବିରୋଧୀ ପ୍ରବୃତ୍ତି ହୁଏ, ଚିତ୍ତରେ ଭାବ ଉଠେ, ଶରୀର ଦ୍ଵାରା ତଦନୁଯାୟୀ ଏ କର୍ମ ହୁଏ, ବୁଦ୍ଧିରେ ତତ୍ ସଂପର୍କୀୟ ଚିନ୍ତା ହୁଏ, ପ୍ରାଣ ସେହି ଭାବ, କର୍ମ ଓ ଚିନ୍ତାର ଆନନ୍ଦ ଭୋଗ କରେ, ଜୀବ ସାକ୍ଷୀରୂପେ ପ୍ରକୃତିର ଏହି ଆନନ୍ଦମୟ କ୍ରିଡା ଦେଖି ଆନନ୍ଦ ଲାଭକରେ । ଅଶୁଦ୍ଧ ଅବସ୍ଥାରେ ପ୍ରାଣ ଶାରୀରିକ ବା ମାନସିକ ଭୋଗ ସକାଶେ ଲାଳାୟିତ ହୋଇ ଶରୀରକୁ କର୍ମର ଯନ୍ତ୍ର ନ କରି ଭୋଗର ଉପାୟ କରେ; ଶରୀର ଭୋଗରେ ଆସକ୍ତ ହୋଇ ବାରଂବାର ଶାରୀରିକ ଭୋଗ ସକାଶେ ଦାବି କରେ, ଚିତ୍ତ ଅକ୍ଷମ ହୁଏ, ପୁଣି କଳୁଷିତ ବାସନାଯୁକ୍ତ ଭାବ ଚିତ୍ତ-ସାଗରକୁ ବିକ୍ଷୁବ୍ଧ କରେ । ସେହି ବାସନାର କୋଳାହଳ ବୁଦ୍ଧିକୁ ଅଭିଭୂତ କରି ବ୍ୟତିବ୍ୟସ୍ତ କରେ, ବଧିର କରେ, ବୁଦ୍ଧି ଆଉ ନିର୍ମଳ, ଶାନ୍ତ ଓ ଅଭାନ୍ତ ଚିନ୍ତା ଗ୍ରହଣରେ ସମର୍ଥ ହୁଏ ନାହିଁ , ଚଞ୍ଚଳ ମନର ବଶୀଭୂତ ହୋଇ ଭ୍ରମେ, ଚିନ୍ତାବିଭ୍ରାଟରେ, ଅସତ୍ୟର ପ୍ରାବଲ୍ୟରେ ଅନ୍ଧ ହୋଇଯାଏ । ଜୀବ ବି ଏହି ବୁଦ୍ଧିଭ୍ରଶଂରେ ହତଜ୍ଞାନ ହୋଇ ସାକ୍ଷୀଭାବ ଓ ନିର୍ମଳ ଆନନ୍ଦ ଭାବରୁ ବଞ୍ଚିତ ହୋଇ ଆଧାର ସହିତ ନିଜର ଏକତ୍ଵ ସ୍ଵୀକାର କରି ମୁଁ ଦେହ, ମୁଁ ପ୍ରାଣ, ମୁଁ ଚିତ୍ତ, ମୁଁ ବୁଦ୍ଧି ଏହି ଭ୍ରାନ୍ତ ଧାରଣାରେ, ଶାରୀରିକ ଓ ମାନସିକ ସୁଖ-ଦୁଃଖରେ ସୁଖୀ ଓ ଦୁଃଖୀ ହୁଏ । ଅଶୁଦ୍ଧ ଚିତ୍ତ ଏହି ବିପର୍ଯ୍ୟୟର ମୂଳ କାରଣ । ଅତଏବ ଚିତ୍ତ ଶୁଦ୍ଧି ହେଲା ଉନ୍ନତିର ପ୍ରଥମ ସୋପାନ । ଏହି ଅଶୁଦ୍ଧତା କେବଳ ତାମସିକ ଓ ରାଜସିକ ବୃତ୍ତିକୁ କଳୁଷିତ କରି ନିବୃତ୍ତ ହୁଏ ନାହିଁ , ସାତ୍ତ୍ଵିକ ବୃତ୍ତିକୁ ବି କଳୁଷିତ କରେ । ଅମୁକ ଲୋକ ମୋର ଶାରୀରିକ ଓ ମାନସିକ ଭୋଗର ସାମଗ୍ରୀ, ମୋତେ ଭଲ ଲାଗେ ; ତାକୁହିଁ ଚାହେଁ, ତା'ବିରହରେ ମୋତେ କଷ୍ଟ ହୁଏ - ଏହା ହେଲା ଅଶୁଦ୍ଧ ପ୍ରେମ, ଯାହା ବଶରେ ଶରୀର ଓ ପ୍ରାଣ ଚିତ୍ତକୁ କଳୁଷିତ କରି ନିର୍ମଳ ପ୍ରେମକୁ ବିକୃତ କରେ । ବୁଦ୍ଧି ସେହି ଅଶୁଦ୍ଧତାର ଫଳରେ ଭ୍ରାନ୍ତ, ହୋଇ କହେ ଅମୁକ ମୋର ସ୍ତ୍ରୀ, ଭଗିନୀ , ଭାଇ, ସଖା, ଆତ୍ମୀୟ, ମିତ୍ର; ତାକୁହିଁ ଭଲ ପାଇବାକୁ ହେବ, ସେହି ପ୍ରେମ ପୁଣ୍ୟମୟ , ସେହି ପ୍ରେମର ପ୍ରତିକୂଳ କାର୍ଯ୍ୟ ଯଦି କର, ତେବେ ତାହା ପାପ, କ୍ରୁରତା, ଅଧର୍ମ । ଏହିପରି ଅଶୁଦ୍ଧ ପ୍ରେମ ଫଳରେ ଏପରି ବଳବତୀ କୃପା ଉତ୍ପନ୍ନ ହୁଏ ଯେ ପ୍ରିୟଜନଙ୍କୁ କଷ୍ଟ, ପ୍ରିୟଜନଙ୍କ ଅନିଷ୍ଟ କରିବା ଅପେକ୍ଷା ଧର୍ମକୁ ଜଳାଞ୍ଜଳି ଦେବା ବି ଶ୍ରେୟସ୍କର ବୋଧ ହୁଏ । ଶେଷରେ ଏହି କୃପା ଉପରେ ଆଘାତ ପଡେ ବୋଲି ଧର୍ମକୁ ଅଧର୍ମ କହି ନିଜ ଦୁର୍ବଳତାକୁ ଆମ୍ଭେମାନେ ସମର୍ଥନ କରୁ । ଏହିପରି ବୈଷ୍ଣବୀ ମାୟାର ପ୍ରମାଣ ଅର୍ଜୁନଙ୍କର ପ୍ରତ୍ୟକ କଥାରେ ମିଳେ ।
ବୈଷ୍ଣବୀ ମାୟାର କ୍ଷୁଦ୍ରତା : - ଅର୍ଜୁନଙ୍କର ପ୍ରଥମ କଥା, ଏମାନେ ଆମ୍ଭମାନଙ୍କର ସ୍ଵଜନ, ଆତ୍ମୀୟ, ପ୍ରେମର ପାତ୍ର, ଏମାନଙ୍କୁ ଯୁଦ୍ଧରେ ହତ୍ୟାକରି ଆମ୍ଭମାନଙ୍କର କେଉଁ ହିତ ସାଧିତ ହେବ ? ବିଜେତାର ଗର୍ବ, ରାଜାର ଗୌରବ, ଧନୀର ସୁଖ, ମୁଁ ଏହି ସକଳ ଶୂନ୍ୟ ସ୍ଵାର୍ଥ ଚାହେଁ ନାହିଁ । ରାଜ୍ୟ, ଭୋଗ, ଜୀବନ ଏସବୁ ବସ୍ତୁ ପ୍ରିୟ ହୁଏ କାହିଁକି ? ସ୍ତ୍ରୀ, ପୁତ୍ର, କନ୍ୟା ଅଛନ୍ତି ବୋଲି, ଆତ୍ମୀୟସ୍ଵଜନଙ୍କୁ ସୁଖରେ ରଖିପାରିବ ବୋଲି, ବନ୍ଧୁ ବାନ୍ଧବଙ୍କ ସହ ଐଶ୍ଵର୍ଯ୍ୟରେ , ସୁଖରେ ଓ ଆମୋଦରେ ଦିନ କଟାଇବ ବୋଲି, ଏହି ସକଳ ସୁଖ ଓ ମହତ୍ତ୍ଵ ଲୋଭର ବିଷୟ । କିନ୍ତୁ ଯେଉଁମାନଙ୍କ ସକାଶେ ଆମ୍ଭେମାନେ ରାଜ୍ୟ, ଭୋଗ, ସୁଖ ଚାହୁଁ ସେମାନେ ଆଜି ଆମ୍ଭମାନଙ୍କର ଶତ୍ରୁ ହୋଇ ଯୁଦ୍ଧରେ ଉପସ୍ଥିତ । ସେମାନେ ବରଂ ଆମ୍ଭମାନଙ୍କୁ ବଧ କରିବାକୁ ପ୍ରସ୍ତୁତ, ତଥାପି ଆମ୍ଭମାନଙ୍କ ସହିତ ରାଜ୍ୟ ଓ ସୁଖ ଏକତ୍ର ଭୋଗ କରିବାକୁ ସମ୍ମତ ନୁହନ୍ତି । ସେମାନେ ମୋତେ ବଧ କରନ୍ତୁ, କିନ୍ତୁ ମୁଁ ସେମାନଙ୍କୁ ବଧ କରିପାରିବି ନାହିଁ । ଯଦି ସେମାନଙ୍କ ହତ୍ୟା ଦ୍ଵାରା ତ୍ରୖଲୋକ୍ୟ ରାଜ୍ୟ ମିଳନ୍ତା ତାହା ହେଲେ ବି ସେମାନଙ୍କୁ ହତ୍ୟା କରନ୍ତି ନାହିଁ , ଅପ୍ରତିଦ୍ଵନ୍ଦୀ ପୃଥିବୀ-ସାମ୍ରାଜ୍ୟ କି ଛାର !
ସ୍ଥୂଳଦର୍ଶୀ ଲୋକ :- ଏହି ଉକ୍ତିରେ ମୋହିତ ହୋଇ କହନ୍ତି , - ଅହୋ ! ଅର୍ଜୁନଙ୍କର କି ମହାନ୍ ଉଦାର ନିଃସ୍ଵାର୍ଥ ପ୍ରେମମୟ ଭାବ । ରୁଧିରାକ୍ତ ଭୋଗ ଓ ସୁଖ ଅପେକ୍ଷା ପରାଜୟ, ମରଣ, ଚିରଦୁଃଖ ବାଞ୍ଛନୀୟ ।" କିନ୍ତୁ ଯଦି ଆମ୍ଭେମାନେ ଅର୍ଜୁନଙ୍କର ମନର ଭାବ ପରୀକ୍ଷା କରୁ, ତେବେ ବୁଝିପାରୁ ଯେ ଅର୍ଜୁନଙ୍କ ମନର ଭାବ ଅତି କ୍ଷୁଦ୍ର, କ୍ଳୀବୋଚିତ, ଦୁର୍ବଳତା-ପ୍ରକାଶକ । କୁଳର ହିତାର୍ଥେ ବା ପ୍ରିୟଜନଙ୍କର ପ୍ରେମରେ, କୃପାବଶରେ, ରକ୍ତପାତ ଭୟରେ ବ୍ୟକ୍ତିଗତ ସ୍ଵାର୍ଥତ୍ୟାଗ କରିବା ଅନାର୍ଯ୍ୟଙ୍କ ପକ୍ଷରେ ମହତ୍ ଉଦାର ଭାବ ହୋଇପାରେ, କିନ୍ତୁ ଆର୍ଯ୍ୟଙ୍କ ପକ୍ଷେ ତାହା ମଧ୍ୟମ ଭାବ । ଧର୍ମ ଓ ଭାଗବତ୍ ପ୍ରୀତି ନିମିତ୍ତ ସ୍ଵାର୍ଥତ୍ୟାଗ କରିବାହିଁ ହେଲା ଉତ୍ତମ ଭାବ । ଅନ୍ୟ ପକ୍ଷରେ କୁଳର ହିତାର୍ଥେ, ପ୍ରିୟଜନଙ୍କ ପ୍ରେମରେ, କୃପାବଶରେ, ରକ୍ତପାତ ଭୟରେ ଧର୍ମ ପରିତ୍ୟାଗ କରିବା ହେଲା ଅଧମ ଭାବ । ଧର୍ମ ଓ ଭଗବତ୍ ପ୍ରୀତି ନିମିତ୍ତ, ସ୍ନେହ, କୃପା ଓ ଭୟ ଦମନ କରିବା ହେଲା ପ୍ରକୃତ ଆର୍ଯ୍ୟଭାବ । ଏହି କ୍ଷୁଦ୍ର ଭାବର ସମର୍ଥନ ନିମିତ୍ତ ଅର୍ଜୁନ ସ୍ଵଜନ ହତ୍ୟାର ପାପ ଦେଖାଇ କହିଲେ, " ଧାର୍ତ୍ତରାଷ୍ଟ୍ରଗଣଙ୍କ ବଧରେ ଆମ୍ଭମାନଙ୍କର କି ସୁଖ, କି ମନୋତୁଷ୍ଟି, ହେବ ? ସେମାନେ ଆମ୍ଭମାନଙ୍କର ବନ୍ଧୁ-ବାନ୍ଧବ ଏବଂ ଆତ୍ମୀୟ-ସ୍ଵଜନ, ସେମାନେ ଯଦ୍ୟପି ଅନ୍ୟାୟ କରନ୍ତି ଓ ଆମ୍ଭମାନଙ୍କ ସହିତ ଶତ୍ରୁତା କରନ୍ତି, ରାଜ୍ୟ ଅପହରଣ କରନ୍ତି, ସତ୍ୟ ଭଙ୍ଗ କରନ୍ତି, ତଥାପି ସେମାନଙ୍କ ବଧରେ ଆମ୍ଭମାନଙ୍କର ପାପହିଁ ହେବ , ସୁଖ ହେବ ନାହିଁ । " ଅର୍ଜୁନ ଭୁଲିଯାଇଥିଲେ ଯେ ସେ ଧର୍ମଯୁଦ୍ଧ କରୁଛନ୍ତି, ନିଜ ସୁଖ ସକାଶେ ବା ଯୁଧିଷ୍ଠିରଙ୍କ ସୁଖ ସକାଶେ, ସେ ଶ୍ରୀକୃଷ୍ଣଙ୍କ ଦ୍ଵାରା କୌରବ ବଧରେ ନିଯୁକ୍ତି ହୋଇ ନାହାନ୍ତି, ବରଂ ଧର୍ମ ସ୍ଥାପନ, ଅଧର୍ମ ନାଶ, କ୍ଷତ୍ରିୟଧର୍ମପାଳନ, ଭାରତରେ ଧର୍ମପ୍ରତିଷ୍ଠିତ ଏକ ମହତ୍ ସାମ୍ରାଜ୍ୟ-ସ୍ଥାପନ କରିବା ଏହି ଯୁଦ୍ଧର ଉଦ୍ଦେଶ୍ୟ । ସମସ୍ତ ସୁଖକୁ ଜଳାଞ୍ଜଳି ଦେଇ ଜୀବନବ୍ୟାପୀ ଦୁଃଖ ଯନ୍ତ୍ରଣା ସହ୍ୟ କରି ବି ଏହି ଉଦ୍ଦେଶ୍ୟରେ ସିଦ୍ଧି ଅର୍ଜୁନଙ୍କ କର୍ତ୍ତବ୍ୟ ।
ଗୀତାର ଭୂମିକା
ବକ୍ତା : ଗୀତାର ଅର୍ଥ ଓ ଉଦ୍ଦେଶ୍ୟ ବୁଝିବାକୁ ହେଲେ ସର୍ବାଗ୍ରେ ବକ୍ତା, ପାତ୍ର ଓ ତତ୍କାଳୀନ ଅବସ୍ଥା : ବିଷୟରେ ବିଚାର କରିବା ପ୍ରୟୋଜନ : ବକ୍ତା: ଭଗବାନ ଶ୍ରୀକୃଷ୍ଣ, ପାତ୍ର: ତାଙ୍କ ସଖା ବୀରଶ୍ରେଷ୍ଠ ଅର୍ଜୁନ, ଅବସ୍ଥା : କୁରୁକ୍ଷେତ୍ରର ଭୀଷଣ ହତ୍ୟାକାଣ୍ଡର ପ୍ରାରମ୍ଭ । ବହୁଲୋକ କହନ୍ତି ମାହାଭାରତ ରୂପକ ମାତ୍ର । ଶ୍ରୀକୃଷ୍ଣ ହେଲେ ଭଗବାନ୍ , ଅର୍ଜୁନ ହେଲେ ଜୀବ, ଧାର୍ତ୍ତରାଷ୍ଟ୍ରଗଣ ରିପୁସକଳ, ପାଣ୍ଡବ ସେନା ହେଲେ ମୁକ୍ତିର ଅନୁକୂଳ ବୃତ୍ତି । ଏପରି କହିଲେ ଯେପରି ମହାଭାରତକୁ କାବ୍ୟ-ଜଗତରେ ହୀନ ସ୍ଥାନ ଦିଆହୁଏ, ସେହିପରି ଗୀତାର ଗଭୀରତା, କର୍ମ-ଜୀବନରେ ଉପଯୋଗିତା ଏବଂ ଉଚ୍ଚ ମାନବଜାତିଙ୍କ ଉନ୍ନତିକାରକ ଶିକ୍ଷା ଖର୍ବ ହୁଏ ଏବଂ ନଷ୍ଟ ହୁଏ । କୁରୂକ୍ଷେତ୍ର ସଂଗ୍ରାମ କେବଳ ଗୀତାଚିତ୍ରର ଫ୍ରେମ୍ ନୁହେଁ , ଗୀତୋକ୍ତି ଶିକ୍ଷାର ମୂଳ କାରଣ ଏବଂ ଗୀତୋକିତ୍ ଧର୍ମ-ସମ୍ପାଦାନର ଶ୍ରେଷ୍ଠ କ୍ଷେତ୍ର । କୁରୂକ୍ଷେତ୍ର ମହାଯୁଦ୍ଧର କାଳ୍ପନିକ ଅର୍ଥ ଯଦି ସ୍ଵୀକାର କରାଯାଏ; ଗୀତାର ଧର୍ମ ବୀରଙ୍କର ଧର୍ମ ଓ ସଂସାରରେ ଆଚରଣୀୟ ଧର୍ମ ନ ହୋଇ ସଂସାର ଅନୁପଯୋଗୀ ଶାନ୍ତ-ସନ୍ୟାସ ଧର୍ମରେ ପରିଣତ ହୁଏ । ଶ୍ରୀକୃଷ୍ଣ ବକ୍ତା । ଶାସ୍ତ୍ର କହେ ଶ୍ରେକୃଷ୍ଣ ସ୍ଵୟଂ ଭଗବାନ୍ । ଗୀତାରେ ବି ଶ୍ରୀକୃଷ୍ଣ ନିଜକୁ ଭଗବାନ୍ ବୋଲି କହିଛନ୍ତି । ଚରୁର୍ଥ ଅଧ୍ୟାୟରେ ଅବତାର ବାଦ ଓ ଦଶମ ଅଧ୍ୟାୟରେ ବିଭୁତିବାଦ ଅବଲମ୍ବନ କରି ଭଗବାନ୍ ସର୍ବଭୂତର ଦେହର ପ୍ରଚ୍ଛନ୍ନ ଭାବରେ ଅଧିଷ୍ଠିତ ଏବଂ କୌଣସି କୌଣସି ବ୍ୟକ୍ତି ମଧ୍ୟରେ କେତେକ ପରିମାଣରେ ବ୍ୟକ୍ତ ଏବଂ ଶ୍ରୀକୃଷ୍ଣଙ୍କ ଦେହରେ ପୂର୍ଣ୍ଣାଂଶରୂପେ ଅବତୀର୍ଣ୍ଣ, ଏହାହିଁ ପ୍ରଚାରିତ ହୋଇଛି । ବହୁଲୋକ କହନ୍ତି : ଅର୍ଜୁନ, ଶ୍ରୀକୃଷ୍ଣ, କୁରୂକ୍ଷେତ୍ର ସକଳହିଁ ରୂପକମାତ୍ର, ସେହି ରୂପକକୁ ବର୍ଜନ କରି ଗୀତାର ଅସଲ ଶିକ୍ଷା ଉଦ୍ଧାର କରିବାକୁ ହେବ, କିନ୍ତୁ ସେହି ଶିକ୍ଷାର ଏହି ଅଂଶକୁ ମୁଁ ବାଦ୍ ଦେଇପାରେ ନାହିଁ । ଅବତାର ବାଦ୍ ଯଦି ରହେ, ତେବେ ଶ୍ରୀକୃଷ୍ଣଙ୍କୁ ବାଦ୍ ଦେବି କାହିଁକି ? ଅତଏବ ସ୍ଵୟଂ ଭଗବାନ୍ ଏହି ଜ୍ଞାନଶିକ୍ଷାର ପ୍ରଚାରକ । ଶ୍ରୀକୃଷ୍ଣ ଅବତାର ! ମାନବ ଦେହରେ ମନୁଷ୍ୟର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଧର୍ମ ଗ୍ରହଣ କରି ତଦନୁସାରେ ଲୀଳା କରି ଯାଇଛନ୍ତି । ଯଦି ଆମ୍ଭେମାନେ ସେହି ଲୀଳାର ପ୍ରକାଶ୍ୟ ଓ ଗୂଢ ଶିକ୍ଷା ଆୟତ୍ତ କରିପାରୁ ତେବେ ଏହି ଜଗତବ୍ୟାପୀ ଲୀଳାର ଅର୍ଥ, ଉଦ୍ଦେଶ୍ୟ ଓ ପ୍ରଣାଳୀ ଆୟତ୍ତ କରିପାରିବୁ । ଏହି ମହତୀ ଲୀଳାର ପ୍ରଧାନ ଅଙ୍ଗ ହେଲା ପୂର୍ଣ୍ଣ ଜ୍ଞାନ ଦ୍ଵାରା ପ୍ରବର୍ତ୍ତିତ କର୍ମ, ସେହି କର୍ମର ମଧ୍ୟରେ ଓ ସେହି ଲୀଳାର ମୂଳରେ ଯେଉଁ ଜ୍ଞାନ ନିହିତ ଥିଲା ତାହା ଗୀତାରେ ପ୍ରକାଶିତ ହୋଇଛି । ମହାଭାରତରେ ଶ୍ରୀକୃଷ୍ଣ ହେଲେ କର୍ମବୀର, ମହାଯୋଗୀ, ମହାସଂସାରୀ, ସାମ୍ରାଜ୍ୟ-ସ୍ଥାପକ, ରାଜନୀତିବିଦ୍ ଓ ଯୋଦ୍ଧା, କ୍ଷତ୍ରିୟ ଦେହରେ ବ୍ରାହ୍ମଜ୍ଞାନୀ । ଆମ୍ଭେମାନେ ତାଙ୍କ ଜୀବନରେ ଦେଖିପାରୁ ମହଶକ୍ତିର ଅତୁଳନୀୟ ବିକାଶ ଓ ରହସ୍ୟମୟ କ୍ରିଡା । ଗୀତା ହେଲା ସେହି ରହସ୍ୟର ବ୍ୟାଖ୍ୟା । ଶ୍ରୀକୃଷ୍ଣ ଜଗତପ୍ରଭୁ, ବିଶ୍ଵବ୍ୟାପୀ, ବାସୁଦେବ,; ଅଥଚ ସ୍ଵୀୟ ମହିମାକୁ ପ୍ରଚ୍ଛନ୍ନ କରି ପିତା, ପୁତ୍ର, ଭ୍ରାତା, ପତି, ସଖା, ମିତ୍ର, ଶତ୍ରୁ ଇତ୍ୟାଦି ସମ୍ବନ୍ଧ ମନୁଷ୍ୟଙ୍କ ସହିତ ସ୍ଥାପନ କରି ଲୀଳା କରିଛନ୍ତି । ତାଙ୍କ ଜୀବନରେ ଆର୍ଯ୍ୟ-ଜ୍ଞାନର ଶ୍ରେଷ୍ଠ ରହସ୍ୟ, ଏବଂ ଭକ୍ତିମାର୍ଗର ଉତ୍ତମ ଶିକ୍ଷା ନିହିତ ଅଛି । ଏହି ତତ୍ତ୍ଵରାଜି ବି ଗୀତୋକ୍ତି ଶିକ୍ଷାର ଅନ୍ତର୍ଗତ । ଶ୍ରୀକୃଷ୍ଣ ଦ୍ଵାପର ଓ କଳିଯୁଗର ସନ୍ଧିସ୍ଥଳରେ ଅବତୀର୍ଣ୍ଣ ହୋଇଅଛନ୍ତି । କଳ୍ପେ କଳ୍ପେ ସେହି ସନ୍ଧିସ୍ଥଳରେ ଭଗବାନ୍ ପୂର୍ଣ୍ଣାଂଶ ରୂପରେ ଅବତୀର୍ଣ୍ଣ ହୁଅନ୍ତି । ଚତୁର୍ଯୁଗ ମଧ୍ୟରେ କଳିଯୁଗ ଯେପରି ନିକୃଷ୍ଟ , ସେହିପରି ଶ୍ରେଷ୍ଠ । ସେହି ଯୁଗ ମାନବୋନ୍ନତିର ପ୍ରଧାନ ଶତ୍ରୁ , ପାପ ପ୍ରବର୍ତ୍ତକ, କଳିର ରାଜ୍ୟକାଳ; କଳିର ରାଜତ୍ଵ କାଳରେ ମାନବଜାତିର ଏକାନ୍ତ ଅବନତି ଓ ଅଧୋଗତି ଘଟେ । କିନ୍ତୁ ବାଧା ସହିତ ବରାବର ଯୁଦ୍ଧ କରିବା ଦ୍ଵାରା ଶକ୍ତି ବୃଦ୍ଧି ହୁଏ, ପୁରାତନର ଧ୍ଵଂସରେ ନୂତନର ସୃଷ୍ଟି ହୁଏ,; କଳିଯୁଗରେ ବି ଏହି ନିୟମ ଦେଖାଯାଏ । ଜଗତର କ୍ରମବିକାଶରେ ଅଶୁଭର ଯେଉଁ ଅଂଶ ବିନଷ୍ଟ ହେବାକୁ ଯାଉଛି, ତାହାହିଁ କଳିଯୁଗରେ ଅତିବିକାଶରେ ନଷ୍ଟ ହୁଏ, ଏହି ଯୁଗରେ ନୂତନର ବୀଜ ବପିତ ଅଙ୍କୁରିତ ହୁଏ, ସେହି ବୀଜହିଁ ସତ୍ୟଯୁଗରେ ବୃକ୍ଷରେ ପରିଣତ ହୁଏ । ଉପରନ୍ତୁ, ଯେପରି ଜ୍ୟୋତିଷ-ବିଦ୍ୟାରେ ଗୋଟିଏ ଗ୍ରହ ଦଶାରେ ସକଳ ଗ୍ରହଙ୍କ ଅନ୍ତର୍ଦଶା ଭୋଗ ହୁଏ, ସେହିପରି କଳିର ଦଶାରେ ସତ୍ୟ, ତ୍ରେତା, ଦ୍ଵାପର, କଳି ନିଜ ନିଜ ଅନ୍ତର୍ଦଶା ବାରଂବାର ଭୋଗ କରନ୍ତି । ଏହିପରି ଚକ୍ରଗତିରେ କଳିଯୁଗରେ ଘୋର ଅବନତି, ପୁନଃ ଉନ୍ନତି, ପୁନଃ ଘୋର ଅବନତି, ପୁନଃ ଉନ୍ନତି ଘଟି ଭଗବାନଙ୍କ ଅଭିସନ୍ଧି ସାଧିତ ହୁଏ । ଦ୍ଵାପର-କଳିର ସନ୍ଧିସ୍ଥଳରେ ଭଗବାନ୍ ଅବତୀର୍ଣ୍ଣ ହୋଇ ଅଶୁଭର ଅତିବିକାଶ , ଅଶୁଭର ବିନାଶ, ଶୁଭର ବୀଜବପନ ଓ ଅଙ୍କୁର ପ୍ରକାଶର୍ର ଅନୁକୂଳ ଅବସ୍ଥା କରିଯା'ନ୍ତି , ତାହାପରେ କଳି ଆରମ୍ଭ ହୁଏ । ଶ୍ରୀକୃଷ୍ଣ ଗୀତା ମଧ୍ୟରେ ସତ୍ୟଯୁଗର ଆନୟନର ଉପଯୋଗୀ ଗୁହ୍ୟଜ୍ଞାନ ଓ କର୍ମପ୍ରଣାଳୀ ରଖି ଯାଇଛନ୍ତି । କଳିର ସତ୍ୟ ଅନ୍ତର୍ଦଶାର ଆଗମନ କାଳରେ ଗୀତାଧର୍ମର ବିଶ୍ଵବ୍ୟାପୀ-ପ୍ରଚାର ଅବଶ୍ୟମ୍ଭାବୀ । ସେହି ସମୟ ଉପସ୍ଥିତ ବୋଲି ଗୀତାର ଆଦର କେତେଜଣ ଜ୍ଞାନୀ ଓ ପଣ୍ଡିତଙ୍କ ମଧ୍ୟରେ ସୀମିତ ନ ରହି ସର୍ବସାଧାରଣରେ ଏବଂ ମ୍ଳେଚ୍ଛଦେଶରେ ପ୍ରସାରିତ ହେଉଛି । ଅତଏବ ବକ୍ତା ଶ୍ରୀକୃଷ୍ଣଙ୍କଠାରୁ ତାଙ୍କର ଗୀତାରୂପୀ ବାକ୍ୟକୁ ପୃଥକ୍ କରାଯାଏ ନାହିଁ । ଗୀତାମଧ୍ୟରେ ଶ୍ରୀକୃଷ୍ଣ ପ୍ରଚ୍ଛନ୍ନ ହୋଇ ରହିଛନ୍ତି, ଗୀତା ହେଲା ଶ୍ରୀକୃଷ୍ଣଙ୍କର ବାଙମୟୀ ମୂର୍ତ୍ତି ।
ପାତ୍ର : ଗୀତୋକ୍ତି ଜ୍ଞାନର ପାତ୍ର ହେଲେ ପାଣ୍ଡବ ଶ୍ରେଷ୍ଠ ମହାବୀର ଇନ୍ଦ୍ରତନୟ ଅର୍ଜୁନ । ଯେପରି ବକ୍ତାଙ୍କୁ ବାଦ୍ ଦେଲେ ଗୀତାର ଉଦ୍ଦେଶ୍ୟ ଓ ନିଗୂଢ ଅର୍ଥ ଉଦ୍ଧାର କରିବା କଠିନ ହୁଏ, ସେହିପରି ପାତ୍ରଙ୍କୁ ବାଦ୍ ଏଲେ ବି ତାହର ଅର୍ଥହାନୀ ହୁଏ । ଅର୍ଜୁନ ଶ୍ରୀକୃଷ୍ଣଙ୍କ ସଖା । ଯେଉଁମାନେ ଶ୍ରୀକୃଷ୍ନଙ୍କ ସମସାମୟିକ, ଏକ କ୍ରମକ୍ଷେତ୍ରରେ ଅବତୀର୍ଣ୍ଣ ସେହିମାନେ ମନବଦେହଧାରୀ ପୁରୁଷତ୍ତମଙ୍କ ସହିତ ନିଜ ନିଜ ଅଧିକାର ଓ ପୂର୍ବ-କର୍ମ-ଭେଦାନୁସାରେ ନାନା ସମ୍ବନ୍ଧ ସ୍ଥାପନ କରିଥିଲେ । ଉଦ୍ଧବ ଶ୍ରେକୃଷ୍ଣଙ୍କର ଭକ୍ତ, ସାତ୍ୟକି ତାଙ୍କର ଅନୁଗତ ସହଚର ଓ ଅନୁଚର, ରାଜା ଯୁଧିଷ୍ଠିର ତାଙ୍କର ମନ୍ତ୍ରଚାଳିତ ଆତ୍ମିୟ ଓ ବନ୍ଧୁ, ତଥାପି ଶ୍ରୀକୃଷ୍ଣଙ୍କ ସହିତ ଅର୍ଜୁନଙ୍କ ତୁଲ୍ୟ ଘନିଷ୍ଠତା ସ୍ଥାପନା କେହି ବି କରିପାରି ନାହାନ୍ତି । ସମ ବୟସ୍କ ପୁରୁଷ ପୁରୁଷଙ୍କ ମଧ୍ୟରେ ସେହି ସକଳ ମଧୁର ସମ୍ବନ୍ଧ ବିଦ୍ୟମାନ ଥିଲା । ଅର୍ଜୁନ ଶ୍ରୀକୃଷ୍ଣଙ୍କର ଭାଇ, ତାଙ୍କର ପ୍ରିୟତମ ସଖା, ତାଙ୍କର ପ୍ରାଣାସମା ଭଗିନୀ ସୁଭଦ୍ରାର ସ୍ଵାମୀ । ଚତୁର୍ଥ ଅଧ୍ୟାୟରେ ଭଗବାନ୍ , ଅର୍ଜୁନଙ୍କୁ ଗୀତାର ପରମ ରହସ୍ୟ ଶ୍ରବଣର ପାତ୍ରରୂପେ ବରଣ କରିବାର ଏହି ଘନିଷ୍ଠତାର କାରଣ ବୋଲି ନିର୍ଦେଶ କରିଛନ୍ତି । ସ ଏବାୟଂ ମୟା ତେ{ଦ୍ୟ ୟୋଗଃ ପ୍ରୋକ୍ତଃ ପୁରାତନଃ । ଭକ୍ତୋ{ସି ମେ ସଖା ଚେତି ରହସ୍ୟଂ ହ୍ୟୋତଦୁତ୍ତମମ୍ ।।"ଏହି ପୁରାତନ ଲୁପ୍ତ ଯୋଗକୁ ମୁଁ ଆଜି ମୋର ଭକ୍ତ ଓ ସଖା ବୋଲି ତୁମ ନିକଟରେ ପ୍ରକାଶ କଲି । କାରଣ ଏହି ଯୋଗ ଶ୍ରେଷ୍ଠ ଓ ପରମ ରହସ୍ୟ " ଅଷ୍ଟାଦଶ ଅଧ୍ୟାୟରେ ମଧ୍ୟ ଗୀତାର କେନ୍ଦ୍ରସ୍ଵରୂପ କର୍ମଯୋଗର ମୂଳମନ୍ତ୍ର ବ୍ୟକ୍ତ କରିବା ସମୟରେ ଏହି କଥାର ପୁନରୁକ୍ତି ହୋଇଛି । ସର୍ବଗୁହ୍ୟତମଂ ଭୂୟଃ ଶୃଣୁ ମେ ପରମଂ ବଚଃ । ଇଷ୍ଟୋ{ସି ମେ ଦୃଢମିତି ତତୋ ବକ୍ଷ୍ୟାମି ତେ ହିତମ୍ ।। "ପୁନଶ୍ଚ ମୋର ପରମ ଓ ସର୍ବାପେକ୍ଷା ଗୁହ୍ୟତମ କଥା ଶୁଣ । ତୁମେ ମୋର ଅତୀବ ପ୍ରିୟ, ସେହି ହେତୁ ତୁମ ନିକଟରେ ଏହି ଶ୍ରେଷ୍ଠ ପଥର କଥା ବ୍ୟକ୍ତ କରିବି " ଏହି ଶ୍ଳୋକ ଦ୍ଵୟର ତାତ୍ପର୍ଯ୍ୟ ଶ୍ରୁତିର ଅନୁକୂଳ, ଯେପରି କଠୋପନିଷଦରେ କୁହାଯାଇଛି :- "ନାୟମାତ୍ମା ପ୍ରବଚନେନ ଲଭ୍ୟା ନ ମେଧୟା ନ ବହୁଧା ଶ୍ରୁତେନ । ୟମେବୈଷ ବୃଣେତେ ତେନ ଲଭ୍ୟ - ସ୍ତସ୍ୟୈଷ ଆତ୍ମା ବିବୃଣୁତେ ତନୂଂ ସ୍ଵାମ୍ ।। " " ଏହି ପରମାତ୍ମା ଦାର୍ଶନିକ ବ୍ୟାଖ୍ୟା ଦ୍ଵାରା ବି ଲଭ୍ୟ ନୁହନ୍ତି, ମେଧାଶକ୍ତି ଦ୍ଵାରା ବି ଲଭ୍ୟ ନୁହନ୍ତି, ବିସ୍ତାର ଶାସ୍ତ୍ରଜ୍ଞାନ ଦ୍ଵାରା ବି ଲଭ୍ୟ ନୁହନ୍ତି । ଭଗବାନ ଯାହାକୁ ବରଣ କରନ୍ତି, ତାଙ୍କରହିଁ ଲଭ୍ୟ ; ତାଙ୍କ ନିକଟରେ ଏହି ପରମାତ୍ମା ସ୍ଵୀୟ ଶରୀରକୁ ପ୍ରକାଶ କରନ୍ତି ।" ଅତଏବ ଯେ ଭଗବାନଙ୍କ ସହିତ ସଖ୍ୟ ଇତ୍ୟାଦି ମଧୁର ଭାବ ସ୍ଥାପନ କରିବାକୁ ସମର୍ଥ, ସେହିଁ ଗୀତୋକ୍ତ ଜ୍ଞାନର ପାତ୍ର । ଏହା ମଧ୍ୟରେ ଆହୁରି ଗୋଟିଏ ଅତି ପ୍ରୟୋଜନୀୟ କଥା ନିହିତ ଅଛି । ଭଗବାନ୍ ଅର୍ଜୁନଙ୍କୁ ଏକହିଁ ଶରୀରରେ ଭକ୍ତ ତଥା ସଖା ବୋଲି ବରଣ କଲେ । ଭକ୍ତ ନାନାବିଧ; ସାଧାରଣତଃ କାହାକୁ ଭକ୍ତ ବୋଲି କହିଲେ ଗୁରୁଶିଷ୍ୟ କଥା ମନେପଡେ । ସେହି ଭକ୍ତିର ମୂଳରେ ପ୍ରେମ ଅଛି ସତ୍ୟ, କିନ୍ତୁ ସାଧାରଣତଃ ବାଧ୍ୟତା, ସମ୍ମାନ ଓ ଅନ୍ଧଭକ୍ତି ତାହାର ବିଶେଷ ଲକ୍ଷଣ । କିନ୍ତୁ ସଖା ସଖାକୁ ସମ୍ମାନ କରନ୍ତି ନାହିଁ ; ତାଙ୍କ ସହିତ କ୍ରିଡା କୌତୁକ, ଆମୋଦ ଓ ସ୍ନେହ-ସମ୍ଭାଷଣ କରନ୍ତି, କ୍ରିଡାର୍ଥେ ତାହାଙ୍କୁ ଉପହାସ ଓ ଅବଜ୍ଞା ବି କରନ୍ତି, ଗାଳି ବି ଦିଅନ୍ତି, ତାଙ୍କ ଉପରେ ଦୌରାତ୍ମ୍ୟ ବି କରନ୍ତି । ସଖା ସର୍ବଦା ସଖାଙ୍କ ବାଧ୍ୟ ହୁଅନ୍ତି ନାହିଁ, ତାଙ୍କରି ଜ୍ଞାନ ଗାରିମା ଓ ଅକପଟ ହିତୈଷିତାରେ ମୁଗ୍ଧ ହୋଇ ଯଦିଓ ତାଙ୍କର ଉପଦେଶ ଅନୁସାରେ ଚଳନ୍ତି, ତଥାପି ତାହା ଅନ୍ଧ ଭାବରେ ନୁହେଁ; ତାଙ୍କ ସହିତ ତର୍କ କରନ୍ତି, ନିଜର ସନ୍ଦେହ ଜ୍ଞାପନ କରନ୍ତି, ସମୟ ସମୟରେ ତାଙ୍କ ମତର ପ୍ରତିବାଦ ବି କରନ୍ତି । ଭୟ ପରିହାର ସଖ୍ୟ ସମ୍ବନ୍ଧରେ ପ୍ରଥମ ଶିକ୍ଷା, ସମ୍ମାନର ବାହ୍ୟ ଆଡମ୍ବର ପରିତ୍ୟାଗ ଦ୍ଵିତୀୟ ଶିକ୍ଷା; ପ୍ରେମ ତାଙ୍କର ପ୍ରଥମ ଓ ଶେଷ କଥା । ଯେ ଏହି ଜଗତ୍ -ସଂସାରକୁ ମାଧୁର୍ଯ୍ୟମୟ , ରହସ୍ୟମୟ, ପ୍ରେମମୟ, ଆନନ୍ଦମୟ କ୍ରିଡା ଜାଣି ଭଗବାନଙ୍କୁ କ୍ରିଡାର ସହଚର ରୂପେ ବରଣ କରି ସଖ୍ୟ ସମ୍ବନ୍ଧରେ ଆବଦ୍ଧ କରିପାରନ୍ତି, ସେହିଁ ଗୀତୋକ୍ତି ଜ୍ଞାନର ପାତ୍ର । ଯେ ଭଗବାନଙ୍କ ମହିମା , ପ୍ରବୃତ୍ଵ ଓ ଜ୍ଞାନର ଗାରିମା, ଭୀଷଣତ୍ଵ ବି ହୃଦୟଙ୍ଗମ କରନ୍ତି, ଅଥଚ ଅଭିଭୂତ ନ ହୋଇ ତାଙ୍କ ସହିତ ନିର୍ଭୟରେ ଓ ହାସ୍ୟମୁଖରେ କ୍ରିଡା କରୁଥା'ନ୍ତି, ସେ ଗୀତୋକ୍ତ ଜ୍ଞାନର ପାତ୍ର । ସଖ୍ୟ ସମ୍ବନ୍ଧର ମଧ୍ୟରେ କ୍ରିଡାଛଳରେ ଆହୁରି ସକଳ ସମ୍ବନ୍ଧ ଅନ୍ତର୍ଭୁକ୍ତ ହୋଇପାରେ । ଗୁରୁ-ଶିଷ୍ୟ ସମ୍ବନ୍ଧ ସଖ୍ୟଭାବ ଉପରେ ପ୍ରତିଷ୍ଠିତ ହେଲେ ଅତି ମଧୁର ହୁଏ, ଏହିପରି ସମ୍ବନ୍ଧହିଁ ଅର୍ଜୁନ ଗୀତାର ପ୍ରାରମ୍ଭରେ ଶ୍ରୀକୃଷ୍ଣଙ୍କ ସହିତ ସ୍ଥାପନ କଲେ । " ତୁମେ ମୋର ପରମ ହିତୈଷୀବନ୍ଧୁ, ତୁମ ଛଡା ମୁଁ କାହାରି ଶରଣାପନ୍ନ ହେବି ? ମୁଁ ହତବୁଦ୍ଧି, କର୍ତ୍ତବ୍ୟ ଭାରରେ ଭୀତ, କର୍ତ୍ତବ୍ୟ ସମ୍ବନ୍ଧରେ ସନ୍ଦିଗ୍ଧ, ତୀବ୍ର ଶିକରେ ଅଭିଭୂତ । ତୁମେ ମୋତେ ରକ୍ଷାକର, ଉପଦେଶ ଦାନକର, ମୋର ଐହିକ, ପ୍ରାତ୍ରିକ, ମଙ୍ଗଳର ସମସ୍ତ ଭାର ତୁମ ଉପରେ ନ୍ୟସ୍ତ କଲି " ଏହି ଭାବରେ ଅର୍ଜୁନ ସମଗ୍ର ମାନବଙ୍କ ସଖା ଓ ସହାୟକଙ୍କ ଚରଣରେ ଜ୍ଞାନଲାଭାର୍ଥେ ଆସିଥିଲେ । ପୁନଶ୍ଚ ମାତୃସମ୍ବନ୍ଧ ଏବଂ ବାତ୍ସଲ୍ୟଭାବ ବି ସଖ୍ୟରେ ସନ୍ନିବିଷ୍ଟ ହୁଏ । ଯେ ବଡ, ଯେ ଜ୍ଞାନୀ ସେ ଛୋଟକୁ ଅଳ୍ପବୁଦ୍ଧି ସଖାକୁ ମାତୃବତ୍ ଭଲପାଆନ୍ତି , ରକ୍ଷା କରନ୍ତି, ଯତ୍ନ କରନ୍ତି, ସର୍ବଦା କୋଳରେ ରଖି ବିପଦ ଓ ଅଶୁଭରୁ ପରିତ୍ରାଣ କରନ୍ତି । ଯେ ଶ୍ରୀକୃଷ୍ଣଙ୍କ ସହିତ ସଖ୍ୟଭାବ ସ୍ଥାପନ କରନ୍ତି, ଶ୍ରୀକୃଷ୍ଣ ତାଙ୍କ ପାଖରେ ସ୍ଵୀୟ ମାତୃରୂପ ବି ପ୍ରକାଶ କରନ୍ତି । ସଖ୍ୟ ମଧ୍ୟରେ ଯେପରି ମାତୃପ୍ରେମର ଗଭୀରତା ଆସିପାରେ, ସେହିପରି ଦାମ୍ପତ୍ୟ ପ୍ରେମର ତୀବ୍ରତା ଓ ଉତ୍କଟ ଆନନ୍ଦ ବି ଆସିପାରେ । ସଖା ସଖାଙ୍କର ସାନ୍ନିଧ୍ୟ ସର୍ବଦା ପ୍ରାର୍ଥନା କରନ୍ତି ; ତାଙ୍କ ବିରହରେ କାତର ହୁଅନ୍ତି ; ତାଙ୍କ ଦେହସ୍ପର୍ଶରେ ପୁଲକିତ ହୁଅନ୍ତି ଓ ତାଙ୍କ ସକାଶେ ପ୍ରାଣ ପର୍ଯ୍ୟନ୍ତ ଦେଇ ଆନନ୍ଦ ଉପଭୋଗ କରନ୍ତି । ଦାସ୍ୟ ସମ୍ବନ୍ଧ ବି ସଖ୍ୟ କ୍ରିଡାର ଅନ୍ତର୍ଭୁକ୍ତ ହେଲେ ଅତି ମଧୁର ହୁଏ । କୁହାଯାଇଛି ଯେ ପୁରୁଷୋତ୍ତମଙ୍କ ସହିତ ଯେ ଯେତେ ମଧୁର ସମ୍ବନ୍ଧ ସ୍ଥାପନ କରିପାରନ୍ତି, ତାଙ୍କର ସଖ୍ୟଭାବ ସେତେ ପ୍ରସ୍ଫୁଟିତ ହୁଏ ଏବଂ ସେତେହିଁ ଗୀତୋକ୍ତି ଜ୍ଞାନର ପାତ୍ରତ୍ଵ ଲାଭ କରାଯାଏ । କୃଷ୍ଣ-ସଖା ଅର୍ଜୁନ ମହାଭାରତର ପ୍ରଧାନ କର୍ମୀ । ଗୀତାରେ କର୍ମଯୋଗ ଶିକ୍ଷା ହେଲା ପ୍ରଧାନ ଶିକ୍ଷା । ଜ୍ଞାନ, ଭକ୍ତି ଓ କର୍ମ ଏହି ତିନିମାର୍ଗ ପରସ୍ପର ବିରୋଧୀ ନୁହେଁ, କର୍ମମାର୍ଗରେ ଜ୍ଞାନ-ପ୍ରବର୍ତ୍ତିତ କର୍ମରେ ଭକ୍ତିଲବ୍ଧ ଶକ୍ତି ପ୍ରୟୋଗ କରି ଭଗବତ୍ ଉଦ୍ଦେଶ୍ୟରେ ତାଙ୍କ ସହିତ ଯୁକ୍ତ ହୋଇ ତାଙ୍କରି ଆଦିଷ୍ଟ କର୍ମ କରିବା, - ଏହାହିଁ ହେଲା ଗୀତାର ଶିକ୍ଷା । ଯେଉଁମାନେ ସଂସାର-ଦୁଃଖରେ ଭୀତ, ବୈରାଗ୍ୟ ଦ୍ଵାରା ପୀଡିତ, ଭଗବାନଙ୍କ ଲୀଳାରେ ଜାତ-ବିତୃଷ୍ଣ, ବିଶ୍ଵଲୀଳା ପରିତ୍ୟାଗ କରି ଅସୀମର କୋଳରେ ଲୁଚି ରହିବାକୁ ଉଚ୍ଛୁକ, ସେମାନଙ୍କର ମାର୍ଗ ସ୍ଵତନ୍ତ୍ର । ବୀରଶ୍ରେଷ୍ଠ ମହାଧନୁର୍ଦ୍ଧର ଅର୍ଜୁନଙ୍କର ସେପରି କୌଣସି ଭାବ ବା ଇଚ୍ଛା ନ ଥିଲା । ଶ୍ରୀକୃଷ୍ଣ କୌଣସି ଶାନ୍ତ ସନ୍ୟାସୀ ବା ଦାର୍ଶନିକ ଜ୍ଞାନୀ ନିକଟରେ ଏହି ଉତ୍ତମ ରହସ୍ୟ ପ୍ରକାଶ କରି ନ ଥିଲେ , କୌଣସି ଅହିଂସାପରାୟଣ ବ୍ରାହ୍ମଣଙ୍କୁ ଏହି ଶିକ୍ଷାର ପାତ୍ର ବୋଲି ବରଣ କରି ନ ଥିଲେ ; ମହାପ୍ରକ୍ରମଶାଳୀ ତେଜସ୍ଵୀ କ୍ଷତ୍ରିୟଯୋଦ୍ଧା ଅର୍ଜୁନଙ୍କୁ ଏହି ଅତୁଳନୀୟ ଜ୍ଞାନଲାଭର ଯୋଗ୍ୟ ଆଧାର ବୋଲି ନିର୍ଣ୍ଣୟ କରିଥିଲେ । ଯେ ସଂସାର-ଯୁଦ୍ଧରେ ଜୟ-ପରାଜୟରେ ଅବିଚଳିତ, ସେ ଏହି ଶିକ୍ଷାର ଗୂଢତମ ସ୍ତରରେ ପ୍ରବେଶ କରିବାକୁ ସମର୍ଥ । " ନାୟମାତ୍ମା ବଲହୀନେନ ଲଭ୍ୟଃ " । ଯେ ମୁମୁକ୍ଷୁତ୍ଵ ଅପେକ୍ଷା ଭଗବତ୍ ଲାଭର ଆକାଙକ୍ଷା ପୋଷଣ କରନ୍ତି, ସେ ଭଗବତ୍ ସାନ୍ନିଧ୍ୟର ଆସ୍ଵାଦ ପାଇ ନିଜକୁ ନିତ୍ୟମୁକ୍ତ ସ୍ଵଭାବବାନ୍ ବୋଲି ଉପଲବ୍ଧି କରିବାକୁ ଏବଂ ମୁମୁକ୍ଷୁତ୍ଵକୁ ଅଜ୍ଞାନର ଶେଷ,ଆଶ୍ରୟ ବୁଝି ବର୍ଜନ କରିବାକୁ ସକ୍ଷମ ହୁଅନ୍ତି । ଯେ ରାଜସିକ, ତାମସିକ ଅହଂକାରକୁ ପରିହାର କରି ସାତ୍ତ୍ଵିକ ଅହଂକାରରେ ଆବଦ୍ଧ ରହିବାକୁ ଚାହାନ୍ତି ନାହିଁ, ସେହି ଗୁଣାତୀତ ହେବାକୁ ସକ୍ଷମ । ଅର୍ଜୁନ କ୍ଷାତ୍ରଧର୍ମ ପାଳନରେ ରାଜସିକ ବୃତ୍ତି ଚରିତାର୍ଥ କରିଛନ୍ତି, ଅଥଚ ସାତ୍ତ୍ଵିକ ଆଦର୍ଶ ଗ୍ରହଣରେ ରଜଃଶକ୍ତିକୁ ସତ୍ତ୍ଵମୁଖୀ କରିଛନ୍ତି । ଏପରି ପାତ୍ର ଗୀତୋକ୍ତ ଶିକ୍ଷାର ଉତ୍ତମ ଆଧାର । ଅର୍ଜୁନ ସମସାମୟିକ ମହାପୁରୁଷଗଣଙ୍କ ମଧ୍ୟରେ ଶ୍ରେଷ୍ଠ ନ ଥିଲେ । ଅଧ୍ୟାତ୍ମିକ ଜ୍ଞାନରେ ବ୍ୟାସଦେବ ଶ୍ରେଷ୍ଠ, ତତ୍କାଳୀନ ସର୍ବବିଧ ସାଂସାରିକ ଜ୍ଞାନରେ ପିତାମହ ଭୀଷ୍ମ ଶ୍ରେଷ୍ଠ , ଜ୍ଞାନତୃଷ୍ଣାରେ ରାଜା ଧୃତରାଷ୍ଟ୍ର ଓ ବିଦୁର ଶ୍ରେଷ୍ଠ, ସାଧୁତା ଓ ସାତ୍ତ୍ଵିକ ଗୁଣରେ ଧର୍ମପୁତ୍ର ଯୁଧିଷ୍ଠିର ଶ୍ରେଷ୍ଠ, ଭକ୍ତିରେ ଉଦ୍ଧବ ଓ ଅକ୍ରୁର ଶ୍ରେଷ୍ଠ, ସ୍ଵଭାବଗତ ଶୌର୍ଯ୍ୟ ଓ ପରାକ୍ରମରେ ଜ୍ୟୋଷ୍ଠ ଭ୍ରାତା ମହାରଥୀ କର୍ଣ୍ଣ ଶ୍ରେଷ୍ଠ । ତଥାପି ଅର୍ଜୁନଙ୍କୁ ହିଁ ଜଗତ୍ -ପ୍ରଭୁ ବରଣ କରିଥିଲେ , ତାଙ୍କରି ହସ୍ତରେ ଅଚଳା ଜୟଶ୍ରୀ ଓ ଗାଣ୍ଡୀବ ପ୍ରଭୃତି ଦିବ୍ୟ-ଅସ୍ତ୍ର ଅର୍ପଣ କରି ତାଙ୍କ ଦ୍ଵାରା ଭାରତର ସହସ୍ର ସହସ୍ର ଜଗତ୍ -ବିଖ୍ୟାତ ଯୋଦ୍ଧାଙ୍କୁ ନିପାତ କରି ଯୁଧିଷ୍ଠିରଙ୍କର ଅସପତ୍ନ ସାମ୍ରାଜ୍ୟ ଅର୍ଜୁନଙ୍କ ପରାକ୍ରମଲବ୍ଧ ଦାନରୂପେ ସଂସ୍ଥାପନ କରିଥିଲେ ; ଉପରନ୍ତୁ ଅର୍ଜୁନଙ୍କୁ ଗୀତୋକ୍ତ ପରମ ଜ୍ଞାନର ଏକମାତ୍ର ପାତ୍ର ବୋଲି ନିର୍ବାଚିତ କଲେ । ପାର୍ଥହିଁ ମହାଭାରତର ନାୟକ, ପ୍ରଧାନ କର୍ମୀ, ସେହି ମହା କାବ୍ୟର ପ୍ରତ୍ୟକ ଅଂଶ ତାଙ୍କର ଯଶଃକୀର୍ତ୍ତି ଘୋଷଣା କରୁଛି । ଏହା ପୁରୁଷତ୍ତମ ବା ମାହାଭାରତକାର ବ୍ୟାସଦେବଙ୍କ ଅନ୍ୟାୟ ପକ୍ଷପାତ ନୁହେଁ । ଏହି ଉତ୍କର୍ଷ ସଂପୂର୍ଣ୍ଣ ଶ୍ରଦ୍ଧା ଓ ଆତ୍ମ-ସମର୍ପଣର ଫଳ । ଯେ ପୁରୁଷୋତ୍ତମଙ୍କ ପ୍ରତି ପୂର୍ଣ୍ଣ ଶ୍ରଦ୍ଧା ଓ ତାଙ୍କ ଉପରେ ପରିପୂର୍ଣ୍ଣ ନିର୍ଭରତା ରଖି କୌଣସି ଦାବି ନ କରି, ସ୍ଵୀୟ ଶୁଭ ଓ ଅଶୁଭ, ମଙ୍ଗଳ ଓ ଅମଙ୍ଗଳ, ପାପ ଓ ପୂଣ୍ୟର ସମସ୍ତ ଭାର ତାଙ୍କ ଚରଣରେ ଅର୍ପଣ କରନ୍ତି, ନିଜ ପ୍ରିୟ କର୍ମରେ ଆସକ୍ତ ନ ହୋଇ ତଦାଦିଷ୍ଟ କର୍ମ କରିବାକୁ ଇଚ୍ଛୁକ ହୁଅନ୍ତି , ନିଜ ପ୍ରିୟବୃତ୍ତି ଚରିତାର୍ଥ ନ କରି ତତ୍ ପ୍ରେରିତ ବୃତ୍ତି ଗ୍ରହଣ କରନ୍ତି , ନିଜ ପ୍ରସଂଶିତ ଗୁଣ ସାଗ୍ରହରେ ଆଲିଙ୍ଗନ ନ କରି ତଦ୍ଦତ୍ତ ଗୁଣ ଓ ପ୍ରେରଣା ତାଙ୍କରି କାର୍ଯ୍ୟରେ ପ୍ରୟୋଗ କରନ୍ତି, ସେହିଁ ଶ୍ରଦ୍ଧାବାନ୍ ନିରହଂକାର , କର୍ମଯୋଗୀ, ପୁରୁଷୋତ୍ତମଙ୍କ ପ୍ରିୟତମ ସଖା ଏବଂ ତାଙ୍କରି ଶକ୍ତିର ଉତ୍ତମ ଆଧାର ଏବଂ ତାନ୍ଗ୍କ ଦ୍ଵାରାହିଁ ଜଗତର ବିରାଟ କାର୍ଯ୍ୟ ନିର୍ଦୋଷରୂପେ ସମ୍ପନ୍ନ ହୁଏ । ଇସଲାମ୍ ପ୍ରଣେତା ମହମ୍ମଦ୍ ଏହିପରି ଯୋଗୀଶ୍ରେଷ୍ଠ ଥିଲେ । ଅର୍ଜୁନ ବି ସେହିପରି ଆତ୍ମ-ସମର୍ପଣ କରିବାକୁ ସର୍ବଦା ସଚେଷ୍ଟ ଥିଲେ; ସେହି ଚେଷ୍ଟାହିଁ ଶ୍ରୀକୃଷ୍ଣଙ୍କ ପ୍ରସନ୍ନତା ଓ ପ୍ରେମର କାରଣ । ଯେ ସଂପୂର୍ଣ୍ଣ ଆତ୍ମ-ସମର୍ପଣର ଦୃଢ ଚେଷ୍ଟା କରନ୍ତି, ସେ ଗୀତୋକ୍ତ ଶିକ୍ଷାର ଉତ୍ତମ ଅଧିକାରୀ । ଶ୍ରୀକୃଷ୍ଣ ତାଙ୍କ ଗୁରୁ ଓ ସଖା ହୋଇ ତାଙ୍କର ଇହଲୋକ ଓ ପରଲୋକ ସମସ୍ତ ଭାର ଗ୍ରହଣ କରନ୍ତି ।
-କ୍ରମଶଃ .....