ଗୀତା ଜଗତର ଶ୍ରେଷ୍ଠ ଧର୍ମ-ପୁସ୍ତକ । ଗୀତାରେ ଯେଉଁ ଜ୍ଞାନ ସଂକ୍ଷେପର ବ୍ୟାଖ୍ୟାତ ହୋଇଛି, ସେହି ଜ୍ଞାନ ଚରମ ଓ ଗୁହ୍ୟତମ; ଗୀତାରେ ଯେଉଁ ଧର୍ମନୀତି ପ୍ରଚାରିତ ହୋଇଛି, ସକଳ ଧର୍ମନୀତି ସେହି ନୀତିର ଅନ୍ତର୍ନିହିତ ଏବଂ ତାହା ଉପରେ ପ୍ରତିଷ୍ଠିତ ; ଗୀତାରେ ଯେଉଁ କର୍ମପନ୍ଥା ପ୍ରଦର୍ଶିତ ହୋଇଛି ଉନ୍ନତିଶୀଳ ଜଗତର ସନାତନ ମାର୍ଗ । ଗୀତା ଅଯୁତରତ୍ନପ୍ରସୂ ଅତଳ ସମୁଦ୍ର । ସମସ୍ତ ଜୀବନ ସେହି ସମୁଦ୍ରର ନିମ୍ନକୁ ଅବତରଣ କରୁଥିଲେ ସୁଦ୍ଧା ତାହାର ଗଭୀରତା ଅନୁମାନ କରାଯାଇପାରେ ନାହିଁ, ତଳ ବି ମିଳେ ନାହିଁ । ଶତ ବର୍ଷ ଖୋଜି ଖୋଜି ସେହି ଅନନ୍ତ ରତ୍ନ ଭଣ୍ଡାରର ସହସ୍ରାଂଶ ଧନ ବି ଆହରଣ କରିବା ଦୁଷ୍କର । ଅଥଚ , ମାତ୍ର ଗୋଟିଏ ଦୁଇଟି ରନ୍ତ ଉଦ୍ଧାର କରିପାରିଲେ ଦରିଦ୍ର ଧନୀ ହୋଇଯାଏ, ଗଭୀର ଚିନ୍ତାଶୀଳ ବ୍ୟକ୍ତି ଜ୍ଞାନୀ ହୋଇଯାଏ, ଭଗବତ୍ ବିଦ୍ଵେଷୀ ପ୍ରେମିକ ହୋଇଯାଏ, ମହାପରାକ୍ରମୀ ଶକ୍ତିମାନ-କର୍ମବୀର ନିଜ ଜୀବନର ଉଦ୍ଦେଶ୍ୟ ସାଧନ ନିମିତ୍ତ ସଂମ୍ପୂର୍ଣ୍ଣରୂପେ ସଜ୍ଜିତ ଓ ସନ୍ନଦ୍ଧ ହୋଇ କର୍ମକ୍ଷେତ୍ରକୁ ଫେରି ଆସେ । ଗୀତା ଅକ୍ଷୟମଣିର ଆକାର । ଯଦି ଯୁଗେ ଯୁଗେ ସେହି ଖଣିର ରତ୍ନ ସଂଗ୍ରହ କରାହୁଏ, ତଥାପି ଭବିଷ୍ୟତ୍ ମାନବ ସର୍ବଦା ନବ ନବ ଅମୂଲ୍ୟ ମଣି-ମାଣିକ୍ୟ ଲାଭ କରି ହୃଷ୍ଟ ଓ ବିସ୍ମିତ ହେବେ । ଏହା ଏହିପରି ଗଭୀର ଓ ଗୁହ୍ୟଜ୍ଞାନପୂର୍ଣ୍ଣ ପୁସ୍ତକ, ଅଥଚ ଭାଷା ଅତିଶୟ ପ୍ରାଞ୍ଜଳ, ରଚନା ସରଳ, ବାହ୍ୟ ଆର୍ଥ ସହଜ ବୋଧଗମ୍ୟ । ଗୀତା-ସମୁଦ୍ରର ଅନୁଚ୍ଚ ତରଙ୍ଗର ଉପରେ ଉପରେ ଚାଲିଲେ ସୁଦ୍ଧା, ଭିତରକୁ ଡୁବ ନ ଦେଲେ ସୁଦ୍ଧା, କେତେକାଶଂରେ ଶାନ୍ତି ଓ ଆନନ୍ଦ ବୃଦ୍ଧି ହୁଏ । ଗୀତାରୂପୀ ଖଣିର ରତ୍ନୋଦ୍ଦୀପିତ ଗଭୀର ଗୂହା ମଧ୍ୟରେ ପ୍ରବେଶ ନ କରି ଚାରିପାଖରେ ବୁଲିଲେ ବି ଘାସ ମଧ୍ୟରେ ପଡିଥିବା ଉଜ୍ଜ୍ଵଳ ମଣି ମିଳେ । ଇହ ଜୀବନ ସକାଶେ ସେହି ଗୋଟିଏ ମଣି ନେଇ ମନୁଷ୍ୟ ଧନୀ ହୋଇପାରେ । ଗୀତାର ସହସ୍ର ବ୍ୟାଖ୍ୟା ହେଲେ ସୁଦ୍ଧା ଏପରି ସମୟ କେବେ ବି ଆସିବ ନାହିଁ ଯେତେବେଳେ କି ନବୀନତର ବ୍ୟାଖ୍ୟାର ପ୍ରୟୋଜନ ହେବ ନାହିଁ । ଏପରି ଜଗତ୍ -ଶ୍ରେଷ୍ଠ ପଣ୍ଡିତ ବା ଗଭୀର ଜ୍ଞାନୀ ଗୀତାର ବ୍ୟାଖ୍ୟା କରିପାରନ୍ତି ନାହିଁ ଯେ ସେହି ବ୍ୟାଖ୍ୟା ହୃଦୟଙ୍ଗମ ହେଲେ କୁହାଯାଇପାରେ ବେଶ୍ ହୋଇଗଲା - , ଏହାପରେ ଗୀତାର ଅନ୍ୟ ବ୍ୟାଖ୍ୟା ଅନାବଶ୍ୟକ, ସମସ୍ତ ଅର୍ଥ ବୁଝି ହେଲା । ସମସ୍ତ ବୁଦ୍ଧି ଖର୍ଚ୍ଚ କରି ଏହି ଜ୍ଞାନର କେତୋଟି ଦିଗମାତ୍ର ବୁଝିପାରିବ ଓ ବୁଝାପାରିବ; ବହୁକାଳ ଯୋଗମଗ୍ନ ହୋଇ ବା ନିଷ୍କାମ କର୍ମମାର୍ଗରେ ଉଚ୍ଚରୁ ଉଚ୍ଚତର ସ୍ଥାନରେ ଆରୂଢ ହୋଇ କେବଳ କହିପାରିବି ଯେ ଗୀତୋକ୍ତ କେତୋଟି ମାତ୍ର ଗଭୀର ସତ୍ୟ ଉପଲବ୍ଧି କଲି ବା ଗୀତାର ଗୋଟିଏ ଦୁଇଟି ଶିକ୍ଷା ଏହି ଜୀବନରେ କାର୍ଯ୍ୟରେ ପ୍ରୟୋଗ କଲି । ଲେଖକ ଯେତିକି ଉପଲବ୍ଧି କରିଛନ୍ତି, ଯେତିକି କାର୍ଯ୍ୟରେ ପରିଣତ କରିଛନ୍ତି, ବିଚାର ଓ ବିତର୍କ ଦ୍ଵାରା ତଦନୁଯାୟୀ ଯେଉଁ ଅର୍ଥ କରିଛନ୍ତି, ତାହା ଅପରଙ୍କ ସାହାଯ୍ୟ ନିମିତ୍ତ ବିବ୍ରୁତି କରିବା ଏହି ପ୍ରବନ୍ଧଗୁଡିକର ଉଦ୍ଦେଶ୍ୟ ।
ବକ୍ତା : ଗୀତାର ଅର୍ଥ ଓ ଉଦ୍ଦେଶ୍ୟ ବୁଝିବାକୁ ହେଲେ ସର୍ବାଗ୍ରେ ବକ୍ତା, ପାତ୍ର ଓ ତତ୍କାଳୀନ ଅବସ୍ଥା : ବିଷୟରେ ବିଚାର କରିବା ପ୍ରୟୋଜନ : ବକ୍ତା: ଭଗବାନ ଶ୍ରୀକୃଷ୍ଣ, ପାତ୍ର: ତାଙ୍କ ସଖା ବୀରଶ୍ରେଷ୍ଠ ଅର୍ଜୁନ, ଅବସ୍ଥା : କୁରୁକ୍ଷେତ୍ରର ଭୀଷଣ ହତ୍ୟାକାଣ୍ଡର ପ୍ରାରମ୍ଭ । ବହୁଲୋକ କହନ୍ତି ମାହାଭାରତ ରୂପକ ମାତ୍ର । ଶ୍ରୀକୃଷ୍ଣ ହେଲେ ଭଗବାନ୍ , ଅର୍ଜୁନ ହେଲେ ଜୀବ, ଧାର୍ତ୍ତରାଷ୍ଟ୍ରଗଣ ରିପୁସକଳ, ପାଣ୍ଡବ ସେନା ହେଲେ ମୁକ୍ତିର ଅନୁକୂଳ ବୃତ୍ତି । ଏପରି କହିଲେ ଯେପରି ମହାଭାରତକୁ କାବ୍ୟ-ଜଗତରେ ହୀନ ସ୍ଥାନ ଦିଆହୁଏ, ସେହିପରି ଗୀତାର ଗଭୀରତା, କର୍ମ-ଜୀବନରେ ଉପଯୋଗିତା ଏବଂ ଉଚ୍ଚ ମାନବଜାତିଙ୍କ ଉନ୍ନତିକାରକ ଶିକ୍ଷା ଖର୍ବ ହୁଏ ଏବଂ ନଷ୍ଟ ହୁଏ । କୁରୂକ୍ଷେତ୍ର ସଂଗ୍ରାମ କେବଳ ଗୀତାଚିତ୍ରର ଫ୍ରେମ୍ ନୁହେଁ , ଗୀତୋକ୍ତି ଶିକ୍ଷାର ମୂଳ କାରଣ ଏବଂ ଗୀତୋକିତ୍ ଧର୍ମ-ସମ୍ପାଦାନର ଶ୍ରେଷ୍ଠ କ୍ଷେତ୍ର । କୁରୂକ୍ଷେତ୍ର ମହାଯୁଦ୍ଧର କାଳ୍ପନିକ ଅର୍ଥ ଯଦି ସ୍ଵୀକାର କରାଯାଏ; ଗୀତାର ଧର୍ମ ବୀରଙ୍କର ଧର୍ମ ଓ ସଂସାରରେ ଆଚରଣୀୟ ଧର୍ମ ନ ହୋଇ ସଂସାର ଅନୁପଯୋଗୀ ଶାନ୍ତ-ସନ୍ୟାସ ଧର୍ମରେ ପରିଣତ ହୁଏ । ଶ୍ରୀକୃଷ୍ଣ ବକ୍ତା । ଶାସ୍ତ୍ର କହେ ଶ୍ରେକୃଷ୍ଣ ସ୍ଵୟଂ ଭଗବାନ୍ । ଗୀତାରେ ବି ଶ୍ରୀକୃଷ୍ଣ ନିଜକୁ ଭଗବାନ୍ ବୋଲି କହିଛନ୍ତି । ଚରୁର୍ଥ ଅଧ୍ୟାୟରେ ଅବତାର ବାଦ ଓ ଦଶମ ଅଧ୍ୟାୟରେ ବିଭୁତିବାଦ ଅବଲମ୍ବନ କରି ଭଗବାନ୍ ସର୍ବଭୂତର ଦେହର ପ୍ରଚ୍ଛନ୍ନ ଭାବରେ ଅଧିଷ୍ଠିତ ଏବଂ କୌଣସି କୌଣସି ବ୍ୟକ୍ତି ମଧ୍ୟରେ କେତେକ ପରିମାଣରେ ବ୍ୟକ୍ତ ଏବଂ ଶ୍ରୀକୃଷ୍ଣଙ୍କ ଦେହରେ ପୂର୍ଣ୍ଣାଂଶରୂପେ ଅବତୀର୍ଣ୍ଣ, ଏହାହିଁ ପ୍ରଚାରିତ ହୋଇଛି । ବହୁଲୋକ କହନ୍ତି : ଅର୍ଜୁନ, ଶ୍ରୀକୃଷ୍ଣ, କୁରୂକ୍ଷେତ୍ର ସକଳହିଁ ରୂପକମାତ୍ର, ସେହି ରୂପକକୁ ବର୍ଜନ କରି ଗୀତାର ଅସଲ ଶିକ୍ଷା ଉଦ୍ଧାର କରିବାକୁ ହେବ, କିନ୍ତୁ ସେହି ଶିକ୍ଷାର ଏହି ଅଂଶକୁ ମୁଁ ବାଦ୍ ଦେଇପାରେ ନାହିଁ । ଅବତାର ବାଦ୍ ଯଦି ରହେ, ତେବେ ଶ୍ରୀକୃଷ୍ଣଙ୍କୁ ବାଦ୍ ଦେବି କାହିଁକି ? ଅତଏବ ସ୍ଵୟଂ ଭଗବାନ୍ ଏହି ଜ୍ଞାନଶିକ୍ଷାର ପ୍ରଚାରକ । ଶ୍ରୀକୃଷ୍ଣ ଅବତାର ! ମାନବ ଦେହରେ ମନୁଷ୍ୟର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଧର୍ମ ଗ୍ରହଣ କରି ତଦନୁସାରେ ଲୀଳା କରି ଯାଇଛନ୍ତି । ଯଦି ଆମ୍ଭେମାନେ ସେହି ଲୀଳାର ପ୍ରକାଶ୍ୟ ଓ ଗୂଢ ଶିକ୍ଷା ଆୟତ୍ତ କରିପାରୁ ତେବେ ଏହି ଜଗତବ୍ୟାପୀ ଲୀଳାର ଅର୍ଥ, ଉଦ୍ଦେଶ୍ୟ ଓ ପ୍ରଣାଳୀ ଆୟତ୍ତ କରିପାରିବୁ । ଏହି ମହତୀ ଲୀଳାର ପ୍ରଧାନ ଅଙ୍ଗ ହେଲା ପୂର୍ଣ୍ଣ ଜ୍ଞାନ ଦ୍ଵାରା ପ୍ରବର୍ତ୍ତିତ କର୍ମ, ସେହି କର୍ମର ମଧ୍ୟରେ ଓ ସେହି ଲୀଳାର ମୂଳରେ ଯେଉଁ ଜ୍ଞାନ ନିହିତ ଥିଲା ତାହା ଗୀତାରେ ପ୍ରକାଶିତ ହୋଇଛି । ମହାଭାରତରେ ଶ୍ରୀକୃଷ୍ଣ ହେଲେ କର୍ମବୀର, ମହାଯୋଗୀ, ମହାସଂସାରୀ, ସାମ୍ରାଜ୍ୟ-ସ୍ଥାପକ, ରାଜନୀତିବିଦ୍ ଓ ଯୋଦ୍ଧା, କ୍ଷତ୍ରିୟ ଦେହରେ ବ୍ରାହ୍ମଜ୍ଞାନୀ । ଆମ୍ଭେମାନେ ତାଙ୍କ ଜୀବନରେ ଦେଖିପାରୁ ମହଶକ୍ତିର ଅତୁଳନୀୟ ବିକାଶ ଓ ରହସ୍ୟମୟ କ୍ରିଡା । ଗୀତା ହେଲା ସେହି ରହସ୍ୟର ବ୍ୟାଖ୍ୟା । ଶ୍ରୀକୃଷ୍ଣ ଜଗତପ୍ରଭୁ, ବିଶ୍ଵବ୍ୟାପୀ, ବାସୁଦେବ,; ଅଥଚ ସ୍ଵୀୟ ମହିମାକୁ ପ୍ରଚ୍ଛନ୍ନ କରି ପିତା, ପୁତ୍ର, ଭ୍ରାତା, ପତି, ସଖା, ମିତ୍ର, ଶତ୍ରୁ ଇତ୍ୟାଦି ସମ୍ବନ୍ଧ ମନୁଷ୍ୟଙ୍କ ସହିତ ସ୍ଥାପନ କରି ଲୀଳା କରିଛନ୍ତି । ତାଙ୍କ ଜୀବନରେ ଆର୍ଯ୍ୟ-ଜ୍ଞାନର ଶ୍ରେଷ୍ଠ ରହସ୍ୟ, ଏବଂ ଭକ୍ତିମାର୍ଗର ଉତ୍ତମ ଶିକ୍ଷା ନିହିତ ଅଛି । ଏହି ତତ୍ତ୍ଵରାଜି ବି ଗୀତୋକ୍ତି ଶିକ୍ଷାର ଅନ୍ତର୍ଗତ । ଶ୍ରୀକୃଷ୍ଣ ଦ୍ଵାପର ଓ କଳିଯୁଗର ସନ୍ଧିସ୍ଥଳରେ ଅବତୀର୍ଣ୍ଣ ହୋଇଅଛନ୍ତି । କଳ୍ପେ କଳ୍ପେ ସେହି ସନ୍ଧିସ୍ଥଳରେ ଭଗବାନ୍ ପୂର୍ଣ୍ଣାଂଶ ରୂପରେ ଅବତୀର୍ଣ୍ଣ ହୁଅନ୍ତି । ଚତୁର୍ଯୁଗ ମଧ୍ୟରେ କଳିଯୁଗ ଯେପରି ନିକୃଷ୍ଟ , ସେହିପରି ଶ୍ରେଷ୍ଠ । ସେହି ଯୁଗ ମାନବୋନ୍ନତିର ପ୍ରଧାନ ଶତ୍ରୁ , ପାପ ପ୍ରବର୍ତ୍ତକ, କଳିର ରାଜ୍ୟକାଳ; କଳିର ରାଜତ୍ଵ କାଳରେ ମାନବଜାତିର ଏକାନ୍ତ ଅବନତି ଓ ଅଧୋଗତି ଘଟେ । କିନ୍ତୁ ବାଧା ସହିତ ବରାବର ଯୁଦ୍ଧ କରିବା ଦ୍ଵାରା ଶକ୍ତି ବୃଦ୍ଧି ହୁଏ, ପୁରାତନର ଧ୍ଵଂସରେ ନୂତନର ସୃଷ୍ଟି ହୁଏ,; କଳିଯୁଗରେ ବି ଏହି ନିୟମ ଦେଖାଯାଏ । ଜଗତର କ୍ରମବିକାଶରେ ଅଶୁଭର ଯେଉଁ ଅଂଶ ବିନଷ୍ଟ ହେବାକୁ ଯାଉଛି, ତାହାହିଁ କଳିଯୁଗରେ ଅତିବିକାଶରେ ନଷ୍ଟ ହୁଏ, ଏହି ଯୁଗରେ ନୂତନର ବୀଜ ବପିତ ଅଙ୍କୁରିତ ହୁଏ, ସେହି ବୀଜହିଁ ସତ୍ୟଯୁଗରେ ବୃକ୍ଷରେ ପରିଣତ ହୁଏ । ଉପରନ୍ତୁ, ଯେପରି ଜ୍ୟୋତିଷ-ବିଦ୍ୟାରେ ଗୋଟିଏ ଗ୍ରହ ଦଶାରେ ସକଳ ଗ୍ରହଙ୍କ ଅନ୍ତର୍ଦଶା ଭୋଗ ହୁଏ, ସେହିପରି କଳିର ଦଶାରେ ସତ୍ୟ, ତ୍ରେତା, ଦ୍ଵାପର, କଳି ନିଜ ନିଜ ଅନ୍ତର୍ଦଶା ବାରଂବାର ଭୋଗ କରନ୍ତି । ଏହିପରି ଚକ୍ରଗତିରେ କଳିଯୁଗରେ ଘୋର ଅବନତି, ପୁନଃ ଉନ୍ନତି, ପୁନଃ ଘୋର ଅବନତି, ପୁନଃ ଉନ୍ନତି ଘଟି ଭଗବାନଙ୍କ ଅଭିସନ୍ଧି ସାଧିତ ହୁଏ । ଦ୍ଵାପର-କଳିର ସନ୍ଧିସ୍ଥଳରେ ଭଗବାନ୍ ଅବତୀର୍ଣ୍ଣ ହୋଇ ଅଶୁଭର ଅତିବିକାଶ , ଅଶୁଭର ବିନାଶ, ଶୁଭର ବୀଜବପନ ଓ ଅଙ୍କୁର ପ୍ରକାଶର୍ର ଅନୁକୂଳ ଅବସ୍ଥା କରିଯା'ନ୍ତି , ତାହାପରେ କଳି ଆରମ୍ଭ ହୁଏ । ଶ୍ରୀକୃଷ୍ଣ ଗୀତା ମଧ୍ୟରେ ସତ୍ୟଯୁଗର ଆନୟନର ଉପଯୋଗୀ ଗୁହ୍ୟଜ୍ଞାନ ଓ କର୍ମପ୍ରଣାଳୀ ରଖି ଯାଇଛନ୍ତି । କଳିର ସତ୍ୟ ଅନ୍ତର୍ଦଶାର ଆଗମନ କାଳରେ ଗୀତାଧର୍ମର ବିଶ୍ଵବ୍ୟାପୀ-ପ୍ରଚାର ଅବଶ୍ୟମ୍ଭାବୀ । ସେହି ସମୟ ଉପସ୍ଥିତ ବୋଲି ଗୀତାର ଆଦର କେତେଜଣ ଜ୍ଞାନୀ ଓ ପଣ୍ଡିତଙ୍କ ମଧ୍ୟରେ ସୀମିତ ନ ରହି ସର୍ବସାଧାରଣରେ ଏବଂ ମ୍ଳେଚ୍ଛଦେଶରେ ପ୍ରସାରିତ ହେଉଛି । ଅତଏବ ବକ୍ତା ଶ୍ରୀକୃଷ୍ଣଙ୍କଠାରୁ ତାଙ୍କର ଗୀତାରୂପୀ ବାକ୍ୟକୁ ପୃଥକ୍ କରାଯାଏ ନାହିଁ । ଗୀତାମଧ୍ୟରେ ଶ୍ରୀକୃଷ୍ଣ ପ୍ରଚ୍ଛନ୍ନ ହୋଇ ରହିଛନ୍ତି, ଗୀତା ହେଲା ଶ୍ରୀକୃଷ୍ଣଙ୍କର ବାଙମୟୀ ମୂର୍ତ୍ତି ।
ପାତ୍ର : ଗୀତୋକ୍ତି ଜ୍ଞାନର ପାତ୍ର ହେଲେ ପାଣ୍ଡବ ଶ୍ରେଷ୍ଠ ମହାବୀର ଇନ୍ଦ୍ରତନୟ ଅର୍ଜୁନ । ଯେପରି ବକ୍ତାଙ୍କୁ ବାଦ୍ ଦେଲେ ଗୀତାର ଉଦ୍ଦେଶ୍ୟ ଓ ନିଗୂଢ ଅର୍ଥ ଉଦ୍ଧାର କରିବା କଠିନ ହୁଏ, ସେହିପରି ପାତ୍ରଙ୍କୁ ବାଦ୍ ଏଲେ ବି ତାହର ଅର୍ଥହାନୀ ହୁଏ । ଅର୍ଜୁନ ଶ୍ରୀକୃଷ୍ଣଙ୍କ ସଖା । ଯେଉଁମାନେ ଶ୍ରୀକୃଷ୍ନଙ୍କ ସମସାମୟିକ, ଏକ କ୍ରମକ୍ଷେତ୍ରରେ ଅବତୀର୍ଣ୍ଣ ସେହିମାନେ ମନବଦେହଧାରୀ ପୁରୁଷତ୍ତମଙ୍କ ସହିତ ନିଜ ନିଜ ଅଧିକାର ଓ ପୂର୍ବ-କର୍ମ-ଭେଦାନୁସାରେ ନାନା ସମ୍ବନ୍ଧ ସ୍ଥାପନ କରିଥିଲେ । ଉଦ୍ଧବ ଶ୍ରେକୃଷ୍ଣଙ୍କର ଭକ୍ତ, ସାତ୍ୟକି ତାଙ୍କର ଅନୁଗତ ସହଚର ଓ ଅନୁଚର, ରାଜା ଯୁଧିଷ୍ଠିର ତାଙ୍କର ମନ୍ତ୍ରଚାଳିତ ଆତ୍ମିୟ ଓ ବନ୍ଧୁ, ତଥାପି ଶ୍ରୀକୃଷ୍ଣଙ୍କ ସହିତ ଅର୍ଜୁନଙ୍କ ତୁଲ୍ୟ ଘନିଷ୍ଠତା ସ୍ଥାପନା କେହି ବି କରିପାରି ନାହାନ୍ତି । ସମ ବୟସ୍କ ପୁରୁଷ ପୁରୁଷଙ୍କ ମଧ୍ୟରେ ସେହି ସକଳ ମଧୁର ସମ୍ବନ୍ଧ ବିଦ୍ୟମାନ ଥିଲା । ଅର୍ଜୁନ ଶ୍ରୀକୃଷ୍ଣଙ୍କର ଭାଇ, ତାଙ୍କର ପ୍ରିୟତମ ସଖା, ତାଙ୍କର ପ୍ରାଣାସମା ଭଗିନୀ ସୁଭଦ୍ରାର ସ୍ଵାମୀ । ଚତୁର୍ଥ ଅଧ୍ୟାୟରେ ଭଗବାନ୍ , ଅର୍ଜୁନଙ୍କୁ ଗୀତାର ପରମ ରହସ୍ୟ ଶ୍ରବଣର ପାତ୍ରରୂପେ ବରଣ କରିବାର ଏହି ଘନିଷ୍ଠତାର କାରଣ ବୋଲି ନିର୍ଦେଶ କରିଛନ୍ତି । ସ ଏବାୟଂ ମୟା ତେ{ଦ୍ୟ ୟୋଗଃ ପ୍ରୋକ୍ତଃ ପୁରାତନଃ । ଭକ୍ତୋ{ସି ମେ ସଖା ଚେତି ରହସ୍ୟଂ ହ୍ୟୋତଦୁତ୍ତମମ୍ ।।"ଏହି ପୁରାତନ ଲୁପ୍ତ ଯୋଗକୁ ମୁଁ ଆଜି ମୋର ଭକ୍ତ ଓ ସଖା ବୋଲି ତୁମ ନିକଟରେ ପ୍ରକାଶ କଲି । କାରଣ ଏହି ଯୋଗ ଶ୍ରେଷ୍ଠ ଓ ପରମ ରହସ୍ୟ " ଅଷ୍ଟାଦଶ ଅଧ୍ୟାୟରେ ମଧ୍ୟ ଗୀତାର କେନ୍ଦ୍ରସ୍ଵରୂପ କର୍ମଯୋଗର ମୂଳମନ୍ତ୍ର ବ୍ୟକ୍ତ କରିବା ସମୟରେ ଏହି କଥାର ପୁନରୁକ୍ତି ହୋଇଛି । ସର୍ବଗୁହ୍ୟତମଂ ଭୂୟଃ ଶୃଣୁ ମେ ପରମଂ ବଚଃ । ଇଷ୍ଟୋ{ସି ମେ ଦୃଢମିତି ତତୋ ବକ୍ଷ୍ୟାମି ତେ ହିତମ୍ ।। "ପୁନଶ୍ଚ ମୋର ପରମ ଓ ସର୍ବାପେକ୍ଷା ଗୁହ୍ୟତମ କଥା ଶୁଣ । ତୁମେ ମୋର ଅତୀବ ପ୍ରିୟ, ସେହି ହେତୁ ତୁମ ନିକଟରେ ଏହି ଶ୍ରେଷ୍ଠ ପଥର କଥା ବ୍ୟକ୍ତ କରିବି " ଏହି ଶ୍ଳୋକ ଦ୍ଵୟର ତାତ୍ପର୍ଯ୍ୟ ଶ୍ରୁତିର ଅନୁକୂଳ, ଯେପରି କଠୋପନିଷଦରେ କୁହାଯାଇଛି :- "ନାୟମାତ୍ମା ପ୍ରବଚନେନ ଲଭ୍ୟା ନ ମେଧୟା ନ ବହୁଧା ଶ୍ରୁତେନ । ୟମେବୈଷ ବୃଣେତେ ତେନ ଲଭ୍ୟ - ସ୍ତସ୍ୟୈଷ ଆତ୍ମା ବିବୃଣୁତେ ତନୂଂ ସ୍ଵାମ୍ ।। " " ଏହି ପରମାତ୍ମା ଦାର୍ଶନିକ ବ୍ୟାଖ୍ୟା ଦ୍ଵାରା ବି ଲଭ୍ୟ ନୁହନ୍ତି, ମେଧାଶକ୍ତି ଦ୍ଵାରା ବି ଲଭ୍ୟ ନୁହନ୍ତି, ବିସ୍ତାର ଶାସ୍ତ୍ରଜ୍ଞାନ ଦ୍ଵାରା ବି ଲଭ୍ୟ ନୁହନ୍ତି । ଭଗବାନ ଯାହାକୁ ବରଣ କରନ୍ତି, ତାଙ୍କରହିଁ ଲଭ୍ୟ ; ତାଙ୍କ ନିକଟରେ ଏହି ପରମାତ୍ମା ସ୍ଵୀୟ ଶରୀରକୁ ପ୍ରକାଶ କରନ୍ତି ।" ଅତଏବ ଯେ ଭଗବାନଙ୍କ ସହିତ ସଖ୍ୟ ଇତ୍ୟାଦି ମଧୁର ଭାବ ସ୍ଥାପନ କରିବାକୁ ସମର୍ଥ, ସେହିଁ ଗୀତୋକ୍ତ ଜ୍ଞାନର ପାତ୍ର । ଏହା ମଧ୍ୟରେ ଆହୁରି ଗୋଟିଏ ଅତି ପ୍ରୟୋଜନୀୟ କଥା ନିହିତ ଅଛି । ଭଗବାନ୍ ଅର୍ଜୁନଙ୍କୁ ଏକହିଁ ଶରୀରରେ ଭକ୍ତ ତଥା ସଖା ବୋଲି ବରଣ କଲେ । ଭକ୍ତ ନାନାବିଧ; ସାଧାରଣତଃ କାହାକୁ ଭକ୍ତ ବୋଲି କହିଲେ ଗୁରୁଶିଷ୍ୟ କଥା ମନେପଡେ । ସେହି ଭକ୍ତିର ମୂଳରେ ପ୍ରେମ ଅଛି ସତ୍ୟ, କିନ୍ତୁ ସାଧାରଣତଃ ବାଧ୍ୟତା, ସମ୍ମାନ ଓ ଅନ୍ଧଭକ୍ତି ତାହାର ବିଶେଷ ଲକ୍ଷଣ । କିନ୍ତୁ ସଖା ସଖାକୁ ସମ୍ମାନ କରନ୍ତି ନାହିଁ ; ତାଙ୍କ ସହିତ କ୍ରିଡା କୌତୁକ, ଆମୋଦ ଓ ସ୍ନେହ-ସମ୍ଭାଷଣ କରନ୍ତି, କ୍ରିଡାର୍ଥେ ତାହାଙ୍କୁ ଉପହାସ ଓ ଅବଜ୍ଞା ବି କରନ୍ତି, ଗାଳି ବି ଦିଅନ୍ତି, ତାଙ୍କ ଉପରେ ଦୌରାତ୍ମ୍ୟ ବି କରନ୍ତି । ସଖା ସର୍ବଦା ସଖାଙ୍କ ବାଧ୍ୟ ହୁଅନ୍ତି ନାହିଁ, ତାଙ୍କରି ଜ୍ଞାନ ଗାରିମା ଓ ଅକପଟ ହିତୈଷିତାରେ ମୁଗ୍ଧ ହୋଇ ଯଦିଓ ତାଙ୍କର ଉପଦେଶ ଅନୁସାରେ ଚଳନ୍ତି, ତଥାପି ତାହା ଅନ୍ଧ ଭାବରେ ନୁହେଁ; ତାଙ୍କ ସହିତ ତର୍କ କରନ୍ତି, ନିଜର ସନ୍ଦେହ ଜ୍ଞାପନ କରନ୍ତି, ସମୟ ସମୟରେ ତାଙ୍କ ମତର ପ୍ରତିବାଦ ବି କରନ୍ତି । ଭୟ ପରିହାର ସଖ୍ୟ ସମ୍ବନ୍ଧରେ ପ୍ରଥମ ଶିକ୍ଷା, ସମ୍ମାନର ବାହ୍ୟ ଆଡମ୍ବର ପରିତ୍ୟାଗ ଦ୍ଵିତୀୟ ଶିକ୍ଷା; ପ୍ରେମ ତାଙ୍କର ପ୍ରଥମ ଓ ଶେଷ କଥା । ଯେ ଏହି ଜଗତ୍ -ସଂସାରକୁ ମାଧୁର୍ଯ୍ୟମୟ , ରହସ୍ୟମୟ, ପ୍ରେମମୟ, ଆନନ୍ଦମୟ କ୍ରିଡା ଜାଣି ଭଗବାନଙ୍କୁ କ୍ରିଡାର ସହଚର ରୂପେ ବରଣ କରି ସଖ୍ୟ ସମ୍ବନ୍ଧରେ ଆବଦ୍ଧ କରିପାରନ୍ତି, ସେହିଁ ଗୀତୋକ୍ତି ଜ୍ଞାନର ପାତ୍ର । ଯେ ଭଗବାନଙ୍କ ମହିମା , ପ୍ରବୃତ୍ଵ ଓ ଜ୍ଞାନର ଗାରିମା, ଭୀଷଣତ୍ଵ ବି ହୃଦୟଙ୍ଗମ କରନ୍ତି, ଅଥଚ ଅଭିଭୂତ ନ ହୋଇ ତାଙ୍କ ସହିତ ନିର୍ଭୟରେ ଓ ହାସ୍ୟମୁଖରେ କ୍ରିଡା କରୁଥା'ନ୍ତି, ସେ ଗୀତୋକ୍ତ ଜ୍ଞାନର ପାତ୍ର । ସଖ୍ୟ ସମ୍ବନ୍ଧର ମଧ୍ୟରେ କ୍ରିଡାଛଳରେ ଆହୁରି ସକଳ ସମ୍ବନ୍ଧ ଅନ୍ତର୍ଭୁକ୍ତ ହୋଇପାରେ । ଗୁରୁ-ଶିଷ୍ୟ ସମ୍ବନ୍ଧ ସଖ୍ୟଭାବ ଉପରେ ପ୍ରତିଷ୍ଠିତ ହେଲେ ଅତି ମଧୁର ହୁଏ, ଏହିପରି ସମ୍ବନ୍ଧହିଁ ଅର୍ଜୁନ ଗୀତାର ପ୍ରାରମ୍ଭରେ ଶ୍ରୀକୃଷ୍ଣଙ୍କ ସହିତ ସ୍ଥାପନ କଲେ । " ତୁମେ ମୋର ପରମ ହିତୈଷୀବନ୍ଧୁ, ତୁମ ଛଡା ମୁଁ କାହାରି ଶରଣାପନ୍ନ ହେବି ? ମୁଁ ହତବୁଦ୍ଧି, କର୍ତ୍ତବ୍ୟ ଭାରରେ ଭୀତ, କର୍ତ୍ତବ୍ୟ ସମ୍ବନ୍ଧରେ ସନ୍ଦିଗ୍ଧ, ତୀବ୍ର ଶିକରେ ଅଭିଭୂତ । ତୁମେ ମୋତେ ରକ୍ଷାକର, ଉପଦେଶ ଦାନକର, ମୋର ଐହିକ, ପ୍ରାତ୍ରିକ, ମଙ୍ଗଳର ସମସ୍ତ ଭାର ତୁମ ଉପରେ ନ୍ୟସ୍ତ କଲି " ଏହି ଭାବରେ ଅର୍ଜୁନ ସମଗ୍ର ମାନବଙ୍କ ସଖା ଓ ସହାୟକଙ୍କ ଚରଣରେ ଜ୍ଞାନଲାଭାର୍ଥେ ଆସିଥିଲେ । ପୁନଶ୍ଚ ମାତୃସମ୍ବନ୍ଧ ଏବଂ ବାତ୍ସଲ୍ୟଭାବ ବି ସଖ୍ୟରେ ସନ୍ନିବିଷ୍ଟ ହୁଏ । ଯେ ବଡ, ଯେ ଜ୍ଞାନୀ ସେ ଛୋଟକୁ ଅଳ୍ପବୁଦ୍ଧି ସଖାକୁ ମାତୃବତ୍ ଭଲପାଆନ୍ତି , ରକ୍ଷା କରନ୍ତି, ଯତ୍ନ କରନ୍ତି, ସର୍ବଦା କୋଳରେ ରଖି ବିପଦ ଓ ଅଶୁଭରୁ ପରିତ୍ରାଣ କରନ୍ତି । ଯେ ଶ୍ରୀକୃଷ୍ଣଙ୍କ ସହିତ ସଖ୍ୟଭାବ ସ୍ଥାପନ କରନ୍ତି, ଶ୍ରୀକୃଷ୍ଣ ତାଙ୍କ ପାଖରେ ସ୍ଵୀୟ ମାତୃରୂପ ବି ପ୍ରକାଶ କରନ୍ତି । ସଖ୍ୟ ମଧ୍ୟରେ ଯେପରି ମାତୃପ୍ରେମର ଗଭୀରତା ଆସିପାରେ, ସେହିପରି ଦାମ୍ପତ୍ୟ ପ୍ରେମର ତୀବ୍ରତା ଓ ଉତ୍କଟ ଆନନ୍ଦ ବି ଆସିପାରେ । ସଖା ସଖାଙ୍କର ସାନ୍ନିଧ୍ୟ ସର୍ବଦା ପ୍ରାର୍ଥନା କରନ୍ତି ; ତାଙ୍କ ବିରହରେ କାତର ହୁଅନ୍ତି ; ତାଙ୍କ ଦେହସ୍ପର୍ଶରେ ପୁଲକିତ ହୁଅନ୍ତି ଓ ତାଙ୍କ ସକାଶେ ପ୍ରାଣ ପର୍ଯ୍ୟନ୍ତ ଦେଇ ଆନନ୍ଦ ଉପଭୋଗ କରନ୍ତି । ଦାସ୍ୟ ସମ୍ବନ୍ଧ ବି ସଖ୍ୟ କ୍ରିଡାର ଅନ୍ତର୍ଭୁକ୍ତ ହେଲେ ଅତି ମଧୁର ହୁଏ । କୁହାଯାଇଛି ଯେ ପୁରୁଷୋତ୍ତମଙ୍କ ସହିତ ଯେ ଯେତେ ମଧୁର ସମ୍ବନ୍ଧ ସ୍ଥାପନ କରିପାରନ୍ତି, ତାଙ୍କର ସଖ୍ୟଭାବ ସେତେ ପ୍ରସ୍ଫୁଟିତ ହୁଏ ଏବଂ ସେତେହିଁ ଗୀତୋକ୍ତି ଜ୍ଞାନର ପାତ୍ରତ୍ଵ ଲାଭ କରାଯାଏ । କୃଷ୍ଣ-ସଖା ଅର୍ଜୁନ ମହାଭାରତର ପ୍ରଧାନ କର୍ମୀ । ଗୀତାରେ କର୍ମଯୋଗ ଶିକ୍ଷା ହେଲା ପ୍ରଧାନ ଶିକ୍ଷା । ଜ୍ଞାନ, ଭକ୍ତି ଓ କର୍ମ ଏହି ତିନିମାର୍ଗ ପରସ୍ପର ବିରୋଧୀ ନୁହେଁ, କର୍ମମାର୍ଗରେ ଜ୍ଞାନ-ପ୍ରବର୍ତ୍ତିତ କର୍ମରେ ଭକ୍ତିଲବ୍ଧ ଶକ୍ତି ପ୍ରୟୋଗ କରି ଭଗବତ୍ ଉଦ୍ଦେଶ୍ୟରେ ତାଙ୍କ ସହିତ ଯୁକ୍ତ ହୋଇ ତାଙ୍କରି ଆଦିଷ୍ଟ କର୍ମ କରିବା, - ଏହାହିଁ ହେଲା ଗୀତାର ଶିକ୍ଷା । ଯେଉଁମାନେ ସଂସାର-ଦୁଃଖରେ ଭୀତ, ବୈରାଗ୍ୟ ଦ୍ଵାରା ପୀଡିତ, ଭଗବାନଙ୍କ ଲୀଳାରେ ଜାତ-ବିତୃଷ୍ଣ, ବିଶ୍ଵଲୀଳା ପରିତ୍ୟାଗ କରି ଅସୀମର କୋଳରେ ଲୁଚି ରହିବାକୁ ଉଚ୍ଛୁକ, ସେମାନଙ୍କର ମାର୍ଗ ସ୍ଵତନ୍ତ୍ର । ବୀରଶ୍ରେଷ୍ଠ ମହାଧନୁର୍ଦ୍ଧର ଅର୍ଜୁନଙ୍କର ସେପରି କୌଣସି ଭାବ ବା ଇଚ୍ଛା ନ ଥିଲା । ଶ୍ରୀକୃଷ୍ଣ କୌଣସି ଶାନ୍ତ ସନ୍ୟାସୀ ବା ଦାର୍ଶନିକ ଜ୍ଞାନୀ ନିକଟରେ ଏହି ଉତ୍ତମ ରହସ୍ୟ ପ୍ରକାଶ କରି ନ ଥିଲେ , କୌଣସି ଅହିଂସାପରାୟଣ ବ୍ରାହ୍ମଣଙ୍କୁ ଏହି ଶିକ୍ଷାର ପାତ୍ର ବୋଲି ବରଣ କରି ନ ଥିଲେ ; ମହାପ୍ରକ୍ରମଶାଳୀ ତେଜସ୍ଵୀ କ୍ଷତ୍ରିୟଯୋଦ୍ଧା ଅର୍ଜୁନଙ୍କୁ ଏହି ଅତୁଳନୀୟ ଜ୍ଞାନଲାଭର ଯୋଗ୍ୟ ଆଧାର ବୋଲି ନିର୍ଣ୍ଣୟ କରିଥିଲେ । ଯେ ସଂସାର-ଯୁଦ୍ଧରେ ଜୟ-ପରାଜୟରେ ଅବିଚଳିତ, ସେ ଏହି ଶିକ୍ଷାର ଗୂଢତମ ସ୍ତରରେ ପ୍ରବେଶ କରିବାକୁ ସମର୍ଥ । " ନାୟମାତ୍ମା ବଲହୀନେନ ଲଭ୍ୟଃ " । ଯେ ମୁମୁକ୍ଷୁତ୍ଵ ଅପେକ୍ଷା ଭଗବତ୍ ଲାଭର ଆକାଙକ୍ଷା ପୋଷଣ କରନ୍ତି, ସେ ଭଗବତ୍ ସାନ୍ନିଧ୍ୟର ଆସ୍ଵାଦ ପାଇ ନିଜକୁ ନିତ୍ୟମୁକ୍ତ ସ୍ଵଭାବବାନ୍ ବୋଲି ଉପଲବ୍ଧି କରିବାକୁ ଏବଂ ମୁମୁକ୍ଷୁତ୍ଵକୁ ଅଜ୍ଞାନର ଶେଷ,ଆଶ୍ରୟ ବୁଝି ବର୍ଜନ କରିବାକୁ ସକ୍ଷମ ହୁଅନ୍ତି । ଯେ ରାଜସିକ, ତାମସିକ ଅହଂକାରକୁ ପରିହାର କରି ସାତ୍ତ୍ଵିକ ଅହଂକାରରେ ଆବଦ୍ଧ ରହିବାକୁ ଚାହାନ୍ତି ନାହିଁ, ସେହି ଗୁଣାତୀତ ହେବାକୁ ସକ୍ଷମ । ଅର୍ଜୁନ କ୍ଷାତ୍ରଧର୍ମ ପାଳନରେ ରାଜସିକ ବୃତ୍ତି ଚରିତାର୍ଥ କରିଛନ୍ତି, ଅଥଚ ସାତ୍ତ୍ଵିକ ଆଦର୍ଶ ଗ୍ରହଣରେ ରଜଃଶକ୍ତିକୁ ସତ୍ତ୍ଵମୁଖୀ କରିଛନ୍ତି । ଏପରି ପାତ୍ର ଗୀତୋକ୍ତ ଶିକ୍ଷାର ଉତ୍ତମ ଆଧାର । ଅର୍ଜୁନ ସମସାମୟିକ ମହାପୁରୁଷଗଣଙ୍କ ମଧ୍ୟରେ ଶ୍ରେଷ୍ଠ ନ ଥିଲେ । ଅଧ୍ୟାତ୍ମିକ ଜ୍ଞାନରେ ବ୍ୟାସଦେବ ଶ୍ରେଷ୍ଠ, ତତ୍କାଳୀନ ସର୍ବବିଧ ସାଂସାରିକ ଜ୍ଞାନରେ ପିତାମହ ଭୀଷ୍ମ ଶ୍ରେଷ୍ଠ , ଜ୍ଞାନତୃଷ୍ଣାରେ ରାଜା ଧୃତରାଷ୍ଟ୍ର ଓ ବିଦୁର ଶ୍ରେଷ୍ଠ, ସାଧୁତା ଓ ସାତ୍ତ୍ଵିକ ଗୁଣରେ ଧର୍ମପୁତ୍ର ଯୁଧିଷ୍ଠିର ଶ୍ରେଷ୍ଠ, ଭକ୍ତିରେ ଉଦ୍ଧବ ଓ ଅକ୍ରୁର ଶ୍ରେଷ୍ଠ, ସ୍ଵଭାବଗତ ଶୌର୍ଯ୍ୟ ଓ ପରାକ୍ରମରେ ଜ୍ୟୋଷ୍ଠ ଭ୍ରାତା ମହାରଥୀ କର୍ଣ୍ଣ ଶ୍ରେଷ୍ଠ । ତଥାପି ଅର୍ଜୁନଙ୍କୁ ହିଁ ଜଗତ୍ -ପ୍ରଭୁ ବରଣ କରିଥିଲେ , ତାଙ୍କରି ହସ୍ତରେ ଅଚଳା ଜୟଶ୍ରୀ ଓ ଗାଣ୍ଡୀବ ପ୍ରଭୃତି ଦିବ୍ୟ-ଅସ୍ତ୍ର ଅର୍ପଣ କରି ତାଙ୍କ ଦ୍ଵାରା ଭାରତର ସହସ୍ର ସହସ୍ର ଜଗତ୍ -ବିଖ୍ୟାତ ଯୋଦ୍ଧାଙ୍କୁ ନିପାତ କରି ଯୁଧିଷ୍ଠିରଙ୍କର ଅସପତ୍ନ ସାମ୍ରାଜ୍ୟ ଅର୍ଜୁନଙ୍କ ପରାକ୍ରମଲବ୍ଧ ଦାନରୂପେ ସଂସ୍ଥାପନ କରିଥିଲେ ; ଉପରନ୍ତୁ ଅର୍ଜୁନଙ୍କୁ ଗୀତୋକ୍ତ ପରମ ଜ୍ଞାନର ଏକମାତ୍ର ପାତ୍ର ବୋଲି ନିର୍ବାଚିତ କଲେ । ପାର୍ଥହିଁ ମହାଭାରତର ନାୟକ, ପ୍ରଧାନ କର୍ମୀ, ସେହି ମହା କାବ୍ୟର ପ୍ରତ୍ୟକ ଅଂଶ ତାଙ୍କର ଯଶଃକୀର୍ତ୍ତି ଘୋଷଣା କରୁଛି । ଏହା ପୁରୁଷତ୍ତମ ବା ମାହାଭାରତକାର ବ୍ୟାସଦେବଙ୍କ ଅନ୍ୟାୟ ପକ୍ଷପାତ ନୁହେଁ । ଏହି ଉତ୍କର୍ଷ ସଂପୂର୍ଣ୍ଣ ଶ୍ରଦ୍ଧା ଓ ଆତ୍ମ-ସମର୍ପଣର ଫଳ । ଯେ ପୁରୁଷୋତ୍ତମଙ୍କ ପ୍ରତି ପୂର୍ଣ୍ଣ ଶ୍ରଦ୍ଧା ଓ ତାଙ୍କ ଉପରେ ପରିପୂର୍ଣ୍ଣ ନିର୍ଭରତା ରଖି କୌଣସି ଦାବି ନ କରି, ସ୍ଵୀୟ ଶୁଭ ଓ ଅଶୁଭ, ମଙ୍ଗଳ ଓ ଅମଙ୍ଗଳ, ପାପ ଓ ପୂଣ୍ୟର ସମସ୍ତ ଭାର ତାଙ୍କ ଚରଣରେ ଅର୍ପଣ କରନ୍ତି, ନିଜ ପ୍ରିୟ କର୍ମରେ ଆସକ୍ତ ନ ହୋଇ ତଦାଦିଷ୍ଟ କର୍ମ କରିବାକୁ ଇଚ୍ଛୁକ ହୁଅନ୍ତି , ନିଜ ପ୍ରିୟବୃତ୍ତି ଚରିତାର୍ଥ ନ କରି ତତ୍ ପ୍ରେରିତ ବୃତ୍ତି ଗ୍ରହଣ କରନ୍ତି , ନିଜ ପ୍ରସଂଶିତ ଗୁଣ ସାଗ୍ରହରେ ଆଲିଙ୍ଗନ ନ କରି ତଦ୍ଦତ୍ତ ଗୁଣ ଓ ପ୍ରେରଣା ତାଙ୍କରି କାର୍ଯ୍ୟରେ ପ୍ରୟୋଗ କରନ୍ତି, ସେହିଁ ଶ୍ରଦ୍ଧାବାନ୍ ନିରହଂକାର , କର୍ମଯୋଗୀ, ପୁରୁଷୋତ୍ତମଙ୍କ ପ୍ରିୟତମ ସଖା ଏବଂ ତାଙ୍କରି ଶକ୍ତିର ଉତ୍ତମ ଆଧାର ଏବଂ ତାନ୍ଗ୍କ ଦ୍ଵାରାହିଁ ଜଗତର ବିରାଟ କାର୍ଯ୍ୟ ନିର୍ଦୋଷରୂପେ ସମ୍ପନ୍ନ ହୁଏ । ଇସଲାମ୍ ପ୍ରଣେତା ମହମ୍ମଦ୍ ଏହିପରି ଯୋଗୀଶ୍ରେଷ୍ଠ ଥିଲେ । ଅର୍ଜୁନ ବି ସେହିପରି ଆତ୍ମ-ସମର୍ପଣ କରିବାକୁ ସର୍ବଦା ସଚେଷ୍ଟ ଥିଲେ; ସେହି ଚେଷ୍ଟାହିଁ ଶ୍ରୀକୃଷ୍ଣଙ୍କ ପ୍ରସନ୍ନତା ଓ ପ୍ରେମର କାରଣ । ଯେ ସଂପୂର୍ଣ୍ଣ ଆତ୍ମ-ସମର୍ପଣର ଦୃଢ ଚେଷ୍ଟା କରନ୍ତି, ସେ ଗୀତୋକ୍ତ ଶିକ୍ଷାର ଉତ୍ତମ ଅଧିକାରୀ । ଶ୍ରୀକୃଷ୍ଣ ତାଙ୍କ ଗୁରୁ ଓ ସଖା ହୋଇ ତାଙ୍କର ଇହଲୋକ ଓ ପରଲୋକ ସମସ୍ତ ଭାର ଗ୍ରହଣ କରନ୍ତି ।

-କ୍ରମଶଃ .....
No comments:
Post a Comment