ଇରାକ୍ ଯୁଦ୍ଧରେ ଆମେରିକାର ଜଣେ ସୈନିକ ଫୋନ୍ କରି ନିଜର ଘରକୁ ଫେରିବାର ସୁସମ୍ବାଦ ଜଣାଇଲେ. ଏଥିରେ ତାଙ୍କ ପିତା ଖୁସିରେ ଅଧୀର ହୋଇ ପୁଅର ଫେରିବା ସମୟ ଓ ଦିନ ପଚାରିଲେ. ସୈନିକଜଣକ୍ କିଛି ସପ୍ତାହ ମଧ୍ୟରେ ନିଜ ଘରକୁ ଫେରିବାର ଆଶ୍ଵାସନା ଦେଇ ବାପାଙ୍କ ପାଖରୁ ଏକ ଅନୁମତି ମାଗିଥିଲେ. ସେ ତାଙ୍କ ପିତାଙ୍କୁ କହିଲେ ଯେ " ବାପା ମୋର ଜଣେ ବନ୍ଧୁ ଆମ ସହ ରହିବାକୁ ଆଗ୍ରହ ପ୍ରକାଶ କରିଛନ୍ତି. ଆପଣ ଯଦି ଅନୁମତି ଦିଅନ୍ତେ ତେବେ ମୁଁ ତାଙ୍କୁ ମୋ ସହ ଆମ ଘରକୁ ନିଅନ୍ତି". ଏଥିରେ ପ୍ରଶ୍ନ କରିବାର କ'ଣ ଅଛି ପୁତ୍ର ତୁମ ବନ୍ଧୁ ଜଣକ ଆମ ଘରେ ଜଣେ ପୁତ୍ରର ମାନ୍ୟତା ପାଇ ରହି ପାରିବେ. ଏହାତ ଅତି ଉତ୍ତମ କଥା ଯେ ସେ ଆମ ସହ ରହିବାର ଯୋଜନା କରିଛନ୍ତି ବୋଲି ସୈନିକଙ୍କ ପିତା ଉତ୍ତରରେ କହିଥିଲେ. ସୈନିକ ଜଣକ ପିତାଙ୍କ ଏହି ଉତ୍ତରରେ କହିଲେ ଯେ " ବାପା ମୋ ବନ୍ଧୁ ଜଣକ ଯୁଦ୍ଧରେ ଗୋଟିଏ ହାତ ଓ ଗୋଟିଏ ଗୋଡ ହରାଇଛନ୍ତି. ତାଙ୍କୁ ଘରକୁ ନେବା ପୂର୍ବରୁ ମୁଁ ଆପଣଙ୍କ ନିଷ୍ପତ୍ତି ଜାଣିବାକୁ ଚାହୁଁଥିଲି. ହଠାତ୍ ପୁତ୍ରର କଥା ଶୁଣି ସେ ଟିକିଏ ରହି ଯାଇ କହିଲେ ପୁତ୍ର ଜଣେ ଅକର୍ମଣ୍ୟ ବ୍ୟକ୍ତିଙ୍କ ଯତ୍ନ ନେବା ବହୁ କାଠିକର ପାଠ. ଜଣେ ବ୍ୟକ୍ତିଙ୍କ ଗୋଟିଏ ଗୋଡ ଓ ଗୋଟିଏ ହାତ ନଥିବା ଜାଣି ମୋଘରେ ତାଙ୍କୁ ରହିବାକୁ ଦେବା ପରି ଭୂଲ୍ ମୁଁ କରିପାରିବି ନାହିଁ. ତାଙ୍କୁ ଅନ୍ୟ କେଉଁଠାରେ ରହିବାର ବ୍ୟବସ୍ଥା କରିଦିଅ. ବାପାଙ୍କ ଏପରି ନିଷ୍ପତ୍ତି ଶୁଣି ପୁତ୍ର ଜଣକ ଆଗକୁ କିଛି ନକହି ଚୁପ୍ ଚାପ୍ ଫୋନ୍ଟି ରଖିଦେଲେ.
ଏହି ଘଟଣାର ତିନି ମାସ ବିତିଯିବା ପରେ ମଧ୍ୟ ପୁତ୍ର ଜଣକ ଘରକୁ ଫେରିଲେ ନାହିଁ. ଏପରି ସ୍ଥଳେ ପୁତ୍ରର କୌଣସି ଖରବର ନପାଇ ପରିବାରର ଲୋକେ ବ୍ୟତିବସ୍ତ ହୋଇପଡିଲେ. କିନ୍ତୁ ପୁତ୍ରଙ୍କର କୌଣସି ସନ୍ଧାନ ମିଳିଲା ନାହିଁ. କିଛି ଦିନ ପରେ ଜଣେ ଯୁବକ ଗୋଟିଏ ହୋଟେଲ୍ ଉପରୁ ଡେଁଇ ପଦି ଆତ୍ମହତ୍ୟା କରିଥିବା ଖବର ଘରକୁ ଆସିଥିଲା. ମୃତକଙ୍କ ନିକଟରୁ ମିଳିଥିବା ଏକ ଠିକଣା ଅନୁଯାୟୀ ପୋଲିସ୍ ଉକ୍ତ ପରିବାରରେ ଏହି ଖବର ପହଞ୍ଚାଇଥିଲା. କାଳ ବିଳମ୍ବ ନକରି ଘଟଣାସ୍ଥଳକୁ ଯାଇ ପିତା ଜଣକ ଦେଖନ୍ତି ତ ନିଜ ପୁତ୍ର 12 ମହଲା କୋଠା ଉପରୁ କୁଦି ଆତ୍ମହତ୍ୟା କରିଛି. ଏଥି ସହ ନିଜ ପୁତ୍ରର ଗୋଟିଏ ହାତ ଓ ଗୋଟିଏ ଗୋଡ ନଥିବା କଥା ଦେଖି ପୁତ୍ର ସହ ହୋଇଥିବା ବାର୍ତ୍ତାଳପ ବିଷୟ ମଧ୍ୟ ମନେ ପକାଇ ସେ ଅସହାୟ ହୋଇଯାଇଥିଲେ.
ଜଣେ ଅକର୍ମଣ୍ୟ ବ୍ୟକ୍ତି ହୋଇ ନିଜ ପରିବାରର ଲୋକଙ୍କ ପାଇଁ ବୋଝ ହେବା ଅପେକ୍ଷା ଯେ ଆତ୍ମହତ୍ୟା କରିବା ଶ୍ରେୟସ୍କର ଭାବି ପୁତ୍ର ଜଣକ ଯେ ଘରକୁ ଫେରି ନଥିଲେ ଏହା ତାଙ୍କୁ ଅଛପା ରହିନଥିଲା.
ଜଣେ ଅପରିଚିତ ଲୋକର ଅକର୍ମଣ୍ୟତାକୁ ଦିନେ ବୋଝ ଭାବି ପାଦରେ ଆଡେଇ ଦେଇଥିବା ପିତା ଜଣକ ପାଲଟି ଯାଇଥିଲେ ନିର୍ବାକ. ସମୟଚକ୍ରରେ ଅନ୍ୟର ବିଡମ୍ବନାକୁ ତାତ୍ସଲ୍ୟ କରିଥିବା ସେହି ବ୍ୟକ୍ତି ଜଣକୁ ଏବେ ଭାବନାର ଚାହି ଛକରେ. ଉଭୟ ଭାଗ୍ୟ ଓ ଭାବନାର ଦ୍ଵାହି ଦେଇ ଠିକ୍ ଭୂଲର ଅଙ୍କ କଷି ଚାଲିଥିଲେ................ କିଏ ପର........... କିଏ ନିଜର...............

No comments:
Post a Comment