କୁଳନାଶର କଥା :-
କିନ୍ତୁ ସ୍ଵୀୟ ଦୁର୍ବଳତାର ସମର୍ଥନରେ ଅର୍ଜୁନ ଆହୁରି ଗୋଟିଏ ଉଚ୍ଚତର ଯୁକ୍ତି ଆବିଷ୍କାର କଲେ । ଏହି ଯୁଦ୍ଧାରେ କୁଳନାଶ ଓ ଜାତିନାଶ ହେବ, ଅତଏବ ଏହା ଧର୍ମଯୁଦ୍ଧ ନୁହେଁ, ଅଧର୍ମ ଯୁଦ୍ଧ । ଏହି ଭ୍ରାତୃହତ୍ୟାରେ ମିତ୍ରଦୋହ - ଅର୍ଥାତ୍ ଏହା ଦ୍ଵାରା ଯେଉଁମାନେ ସ୍ଵଭାବତଃ ଅନୁକୂଳ ଓ ସହାୟକ ସେମାନଙ୍କର ଅନିଷ୍ଟ କରାହେବ, ଉପରନ୍ତୁ ସ୍ଵୀୟ କୁଳ ଅର୍ଥାତ୍ ଯେଉଁ କୁରୁବଂଶର ଉଭୟ ପକ୍ଷର ଜନ୍ମ ହୋଇଛି, ତାହାର ବିନାଶ ସାଧିତ ହେବ । ପ୍ରାଚୀନ କାଳରେ ଜାତି ପ୍ରାୟହିଁ ରକ୍ତ-ସମ୍ପର୍କ ଉପରେ ପ୍ରତିଷ୍ଠିତ ହେଉଥିଲା । ଏକ ମାହାନ୍ କୁଳ ପ୍ରସାରିତ ହୋଇ ଜାତିରେ ପରିଣତ ହେଉଥିଲା, ଯଥା: ଭୋଜବଂଶ, କୁରୁବଂଶ ଇତ୍ୟାଦି ଭାରତ-ଜାତିର ଅନ୍ତର୍ଗତ କୁଳବିଶେଷ ଗୋଟିଏ ଗୋଟିଏ ବଳଶାଳୀ ଜାତି ହୋଇଥିଲା । କୁଳ ମଧ୍ୟରେ ଯେ ଅନ୍ତର୍ବିରୋଧ ଓ ପରସ୍ପରଙ୍କ ଅନିଷ୍ଟକରଣ, ତାକୁହିଁ ଅର୍ଜୁନ ମିତ୍ରଦୋହ ନାମ ଦେଲେ । ଏହି ମିତ୍ରଦୋହ ନୈତିକ ଦୃଷ୍ଟିରେ ମହାପାପ, ଉପରନ୍ତୁ ଆର୍ଥନୀତିକ ଦୃଷ୍ଟିରେ ଏହା ମଧ୍ୟରେ ଯେଉଁ ମହାନ୍ ଦୋଷ ଅଛି, କୁଳକ୍ଷୟ ତାହାର ଅନିବାର୍ଯ୍ୟ ଫଳ । ସନାତନ କୁଳଧର୍ମର ସମ୍ୟକ୍ ପାଳନ ହେଲା କୁଳର ଉନ୍ନତି ଓ ଅବସ୍ଥିତିର କାରଣ, ଯେଉଁ ମହତ୍ ଆଦର୍ଶ ଓ କର୍ମ-ଶୃଙ୍ଖଳା ଗୃହସ୍ଥ-ଜୀବନରେ ଓ ରାଜନୀତି କ୍ଷେତ୍ରରେ ପିତୃପୁରୁଷଗଣ ସ୍ଥାପିତ ଓ ରକ୍ଷିତ କରିଆସୁଛନ୍ତି, ସେହି ଆଦର୍ଶର ହାନି ବା ଶୃଙ୍ଖଳା ଶିଥିଳ ହେଲେ କୁଳର ଅଧଃପତନ ହୁଏ । ଯେତେଦିନ ପର୍ଯ୍ୟନ୍ତ ସେହି ଆଦର୍ଶ ଓ କର୍ମ-ଶୃଙ୍ଖଳା ରକ୍ଷିତ ହୁଏ, କୁଳ କ୍ଷ୍ଜୀଣ ଓ ଦୁର୍ବଳ ହୋଇପଡିଲେ ତମୋଭାବ ପ୍ରସାର ଫଳରେ ଧର୍ମପାଳନରେ ଶିଥିଳତା ଆସେ, ତାହା ଫଳରେ ଅରାଜକତା, ଦୁର୍ନୀତି ଇତ୍ୟାଦି ଦୋଷ କୁଳରେ ପ୍ରବେଶ କରେ, କୁଳର ମହିଳାଗଣ ଦୁଶ୍ଚରିତ୍ର ହୁଅନ୍ତି ଏବଂ କୁଳର ପବିତ୍ରତା ନଷ୍ଟ ହୁଏ, ନୀଚ ଜାତିର ହୀନଚରିତ୍ର ଲୋକର ଔରସରୁ ମହାନ୍ କୁଳରେ ପୁତ୍ରୋତ୍ପାଦନ ହୁଏ । ସେଥିରେ ପିତୃପୁରୁଷଙ୍କର ପ୍ରକୃତ ସନ୍ତତିଚ୍ଛେଦରେ କୁଳହନ୍ତା ମାନବଙ୍କର ନରକପ୍ରାପ୍ତି ହୁଏ; ଅଧର୍ମର ପ୍ରସାରରେ ବର୍ଣ୍ଣସଙ୍କର ପ୍ରସୁତ ନୈତିକ ଅଧୋଗତି ଓ ନୀଚଗୁଣ ବିସ୍ତାରରେ ଏବଂ ଅରାଜକତା ଇତ୍ୟାଦି ଦୋଷର ସମଗ୍ର କୁଳ ବିନଷ୍ଟ ହୁଏ ଏବଂ ନରକପ୍ରାପ୍ତି ଯୋଗ୍ୟ ହୁଏ । ଜାତିଧର୍ମ ଏବଂ କୁଳଧର୍ମ ଉଭୟହିଁ କୁଳନାଶରେ ବିନଷ୍ଟ ହୁଏ । ଜାତିଧର୍ମ ହେଲା : କୁଳସମୂହରେ ଯେ ମହାନ୍ ଜାତି ହୁଏ, ସେହି ଜାତିର ପୁରୁଷ ପରମ୍ପରାରେ ଆଗତ ସନାତନ ଆଦର୍ଶ ଓ କର୍ମଶୃଙ୍ଖଳା । ତାହାପରେ ଅର୍ଜୁନ ନିଜର ପ୍ରଥମ ସିଦ୍ଧାନ୍ତ ଓ କର୍ତ୍ତବ୍ୟ-କର୍ମ ବିଷୟରେ ନିଶ୍ଚୟତା ପ୍ରକାଶ କରି ଯୁଦ୍ଧ ସମୟରେ ଗାଣ୍ଡୀବ ପରିତ୍ୟାଗ କରି ରଥରେ ବସିପଡିଲେ । କବି ଏହି ଅଧ୍ୟାୟର ଶେଷ ଶ୍ଳୋକରେ ଇଙ୍ଗିତ ଦ୍ଵାରା ଜଣାଇଲେ ଯେ ଶୋକରେ ଅର୍ଜୁନଙ୍କର ବୁଦ୍ଧିଭ୍ରଂଶ ଘଟିଥିଲା ବୋଲି ଅର୍ଜୁନ ଏହିପରି କ୍ଷତ୍ରିୟଙ୍କ ଅନୁଚିତ ଅନାର୍ଯ୍ୟ ଆଚରଣରେ କୃତସଂକଳ୍ପ ହୋଇଥିଲେ ।
ବିଦ୍ୟା ଓ ଅବିଦ୍ୟା :- ଆମ୍ଭେମାନେ ଅର୍ଜୁନଙ୍କ କୁଳନାଶ କଥା ମଧ୍ୟରେ ଗୋଟିଏ ଅତି ବୃହତ୍ ଓ ଉନ୍ନତ ଭାବର ଛାୟା ଦେଖିପାରୁ, ଏହି ଭାବର ସହିତ ଯେଉଁ ଗୁରୁତର ପ୍ରଶ୍ନ ଜଡିତ, ତାହାର ଆଲୋଚନା କରିବା ଏକାନ୍ତ ଆବଶ୍ୟକ । ଆମ୍ଭେମାନେ ଯଦି କେବଳ ଗୀତାର ଆଧ୍ୟାତ୍ମିକ ଅର୍ଥ ଅନ୍ଵେଷଣକରୁ, ଆମ୍ଭମାନଙ୍କର ଜାତୀୟ, ଗୃହସ୍ଥ ଓ ବ୍ୟକ୍ତିଗତ ସାଂସାରିକ କର୍ମ ଓ ଆଦର୍ଶରୁ ଗୀତୋକ୍ତି ଧର୍ମକୁ ସଂପୂର୍ଣ୍ଣ ବିଚ୍ଛିନ୍ନ କରିଦେଉ, ତେବେ ସେହି ଭାବ ଓ ସେହି ପ୍ରଶ୍ନର ମହତ୍ତ୍ଵ ଓ ପ୍ରୟୋଜନୀୟତା ନଷ୍ଟ ହେବ ଏବଂ ଗୀତୋକ୍ତି ଧର୍ମର ସାର୍ବଭୌମ ବିସ୍ତାର ସଙ୍କୁଚିତ ହେବ । ଶଙ୍କର ପ୍ରଭୃତି ଯେଉଁମାନେ ଗୀତାର ବ୍ୟାଖ୍ୟା କରିଛନ୍ତି, ସେମାନେ, ସଂସାରପରାଙମୁଖ ଦାର୍ଶନିକ ଅଧ୍ୟାତ୍ମବିଦ୍ୟାପରାୟଣ ଜ୍ଞାନୀ ବା ଭକ୍ତ ଥିଲେ । ସେମାନେ ଗୀତା ମଧ୍ୟରେ ନିଜର ପ୍ରୟୋଜନ ଜ୍ଞାନ ଓ ଭାବ ଖୋଜି ଯେତିମି, ପାଇଲେ, ସେଥିରେ ସନ୍ତୁଷ୍ଟ ହେଲେ । ଯେଉଁମାନେ ଏକାଧାରରେ ଜ୍ଞାନୀ, ଭକ୍ତ ଓ କର୍ମୀ ସେମାନେହିଁ ଗୀତାର ଗୂଢତମ ଶିକ୍ଷାର ଅଧିକାରୀ । ଗୀତାର ବକ୍ତା ଶ୍ରୀକୃଷ୍ଣ ଜ୍ଞାନୀ ଓ କର୍ମୀ ଥିଲେ, ଗୀତାର ପାତ୍ର ଅର୍ଜୁନ ଭକ୍ତ ଓ କର୍ମୀ ଥିଲେ, ତାଙ୍କର ଜ୍ଞାନଚକ୍ଷୁ ଉନ୍ନୀଳନ ନିମିତ୍ତ ଶ୍ରୀକୃଷ୍ଣ କୁରୁକ୍ଷେତ୍ରରେ ଏହି ଶିକ୍ଷାର ପ୍ରଚାର କଲେ । ଗୋଟିଏ ମହତ୍ ରାଜନୀତିକ ସଂଘର୍ଷ ଗୀତା ପ୍ରଚାରର କାରଣ , ସେହି ସଂଘର୍ଷରେ ଅର୍ଜୁନଙ୍କୁ ମହତ୍ ରାଜନୀତିକ ଉଦ୍ଦେଶ୍ୟସିଦ୍ଧିର ଯନ୍ତ୍ର ଓ ନିମିତ୍ତ ରୂପେ ଯୁଦ୍ଧାରେ ପ୍ରବୃତ କରିବା ଗୀତାର ଉଦ୍ଦେଶ୍ୟ, ଯୁଦ୍ଧକ୍ଷେତ୍ରହିଁ ଶିକ୍ଷାର ସ୍ଥଳ । ଶ୍ରୀକୃଷ୍ଣ ଶ୍ରେଷ୍ଠ ରାଜନୀତିବିଦ୍ ଓ ଯୋଦ୍ଧା , ତାଙ୍କ ଜୀବନର ପ୍ରଧାନ ଉଦ୍ଦେଶ୍ୟ ଧର୍ମରାଖ୍ୟ ସଂସ୍ଥାପନା, ଅର୍ଜୁନ ବି କ୍ଷତ୍ରିୟ ରାଜକୁମାର, ରାଜନୀତି ଓ ଯୁଦ୍ଧା ତାଙ୍କର ସ୍ଵଭାବନିୟତ କର୍ମ । ଗୀତାର ଉଦ୍ଦେଶ୍ୟ ବାଦ୍ ଦେଇ ଗୀତାର ବକ୍ତା, ପାତ୍ର ଓ ପ୍ରଚାରର କାରଣ ବାଦ୍ ଦେଇ, ଗୀତାର ବ୍ୟାଖ୍ୟା କଲେ କିପରି ଚଳିବ ? ମାନବ ସମାଜରେ ପାଞ୍ଚଟି ମୁଖ୍ୟ ପ୍ରତିଷ୍ଠା ଚିରକାଳ ବର୍ତ୍ତମାନ - ବ୍ୟକ୍ତି, ପରିବାର, ବଂଶ ଜାତି, ମାନବ-ସମଷ୍ଟି । ଏହି ପାଞ୍ଚଟି ପ୍ରତିଷ୍ଠା ଉପରେ ଧର୍ମ ବି ପ୍ରତିଷ୍ଠିତ । ଧର୍ମର ଉଦ୍ଦେଶ୍ୟ ହେଲା ଭଗବତ୍ ପ୍ରାପ୍ତି । ଭଗବତ୍ ପ୍ରାପ୍ତିର ଦୁଇଟି ମାର୍ଗ , - ବିଦ୍ୟାକୁ ଆୟତ୍ତ କରିବା ଓ ଅବିଦ୍ୟାକୁ ଆୟତ୍ତ କରିବା - ଏହି ଦୁଇଟିହିଁ ହେଲା ଆତ୍ମଜ୍ଞାନ ଓ ଭଗବତ୍ ଦର୍ଶନର ଉପାୟ । ବିଦ୍ୟାର ମାର୍ଗ ହେଲା ବ୍ରହ୍ମର ଅଭିବ୍ୟକ୍ତି ଅବିଦ୍ୟାମୟ ପ୍ରପଞ୍ଚକୁ ପରିତ୍ୟାଗ କରି ସଚ୍ଚିଦାନନ୍ଦ ଲାଭ ବା ପରମବ୍ରହ୍ମର ବିଲୟ । ଅବିଦ୍ୟାର ମାର୍ଗ ହେଲା, ସର୍ବତ୍ର ଆତ୍ମା ଓ ଭଗବାନଙ୍କୁ ଦର୍ଶନ କରି, ଜ୍ଞାନମୟ ମଙ୍ଗଳମୟ, ଶକ୍ତିମୟ, ପରମେଶ୍ଵରଙ୍କୁ ବନ୍ଧୁ, ପ୍ରଭୁ, ଗୁରୁ, ପିତା, ମାତା ପୁତ୍ର, କନ୍ୟା, ଦାସ, ପ୍ରେମିକ, ପତି, ପତ୍ନୀ, ରୂପେ ପ୍ରାପ୍ତ କରିବା । ଶାନ୍ତି ହେଲା ବିଦ୍ୟାର ଉଦ୍ଦେଶ୍ୟ , ପ୍ରେମ ହେଲା ଅବିଦ୍ୟାର ଉଦ୍ଦେଶ୍ୟ । କିନ୍ତୁ ଭଗବାନଙ୍କ ପ୍ରକୃତି ବିଦ୍ୟା-ଅବିଦ୍ୟାମୟୀ । ଆମ୍ଭେମାନେ ଯଦି କେବଳ ବିଦ୍ୟାର ମାର୍ଗ ଅନୁସରଣ କରୁ, ତେବେ ଅବିଦ୍ୟାମୟ ବ୍ରହ୍ମ ଲାଭ କରିବୁ । ବିଦ୍ୟା ଓ ଅବିଦ୍ୟା ଉଭୟକୁ ଯେ ଆୟତ୍ତ କରିପାରନ୍ତି, ସେ ହିଁ ସଂପୂର୍ଣ୍ଣ ଭାବରେ ବାସୁଦେବଙ୍କୁ ଲାଭ କରନ୍ତି; ସେ ବିଦ୍ୟା ତଥା ଅବିଦ୍ୟାର ଅତୀତ । ଯେଉଁମାନେ ବିଦ୍ୟାର ଚରମ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚିଛନ୍ତି, ସେମାନେ ବିଦ୍ୟା ସାହାଯ୍ୟରେ ଅବିଦ୍ୟାକୁ ଆୟତ୍ତ କରିଛନ୍ତି । ଈଶୋପନିଷଦ୍ ରେ ଏହି ମହାନ୍ ସତ୍ୟ ଅତି ସ୍ପଷ୍ଟ ଭାବରେ ବ୍ୟକ୍ତ ହୋଇଛି :- " ଯେଉଁମାନେ ଅବିଦ୍ୟାର ଉପାସନା କରନ୍ତି, ସେମାନେ ଅନ୍ଧ ଅଜ୍ଞାନରୂପ ତମସ୍ ମଧ୍ୟରେ ପ୍ରବେଶ କରନ୍ତି । ଯେଉଁ ଧୀର ଜ୍ଞାନୀଗଣ ଆମ୍ଭମାନଙ୍କ ପାଖରେ ବ୍ରହ୍ମଜ୍ଞାନ ପ୍ରଚାର କରିଛନ୍ତି, ସେମାନଙ୍କ ମୁଖରେ ଶୁଣିଛୁ ଯେ ବିଦ୍ୟାର ବି ଫଳ ଅଛି, ଅବିଦ୍ୟାର ବି ଫଳ ଅଛି, କିନ୍ତୁ ସେହି ଦୁଇ ଫଳ ସ୍ଵତନ୍ତ୍ର । ଯେ ବିଦ୍ୟା ଓ ଅବିଦ୍ୟା ଉଭୟକୁହିଁ ଜ୍ଞାନ ଦ୍ଵାରା ଆୟତ୍ତ କରିପାରିଛନ୍ତି, ସେହିଁ ଅବିଦ୍ୟା ଦ୍ଵାରା ମୃତ୍ୟୁକୁ ଅତିକ୍ରମ କରି ଅବିଦ୍ୟା ଦ୍ଵାରା ଅମୃତମୟ , ପୁରୁଷୋତ୍ତମଙ୍କ ଆନନ୍ଦ ଭୋଗ କରନ୍ତି । ସମସ୍ତ ମାନବଜାତି ଅବିଦ୍ୟା ଭୋଗକରି ବିଦ୍ୟା ଆଡକୁ ଅଗ୍ରସର ହେଉଛି, ଏହାହିଁ ପ୍ରକୃତ କ୍ରମ-ବିକାଶ । ଯେଉଁମାନେ ଶ୍ରେଷ୍ଠ ସାଧକ, ଯୋଗୀ,ଜ୍ଞାନୀ, ଭକ୍ତ, କର୍ମଯୋଗୀ ସେମାନେ ଏହି ମହତ୍ ଅଭିଯାନର ଅଗ୍ରଗାମୀ ସୈନ୍ୟ , ଦୂର ଗନ୍ତବ୍ୟ ସ୍ଥାନରେ କ୍ଷୀପ୍ରଗତିରେ ପହଞ୍ଚି ଫେରି ଆସନ୍ତି ଓ ମାନବଜାତିକୁ ସୁସମ୍ବାଦ ଶ୍ରବଣ କରାନ୍ତି ଓ ଶକ୍ତି ବିତରଣ କରନ୍ତି । ଭଗବାନଙ୍କ ଅବତାର ଓ ବିଭୁତି ଆସି ଲୋକଙ୍କ ପଥ ସୁଗମ କରି ଦିଅନ୍ତି, ଅନୁକୂଳ ଅବସ୍ଥା ସୃଷ୍ଟି କରନ୍ତି, ବାଧା ବିନାଶ କରନ୍ତି । ଅବିଦ୍ୟାର ବିଦ୍ୟା, ଭୋଗରେ ତ୍ୟାଗ, ସଂସାରରେ ସନ୍ୟାସୀ, ଆତ୍ମା ମଧ୍ୟରେ ସର୍ବଭୂତ, ସର୍ବଭୂତଙ୍କ ମଧ୍ୟରେ ଆତ୍ମା, ଭଗବାନଙ୍କ ମଧ୍ୟରେ ଜଗତ୍ , ଜଗତ୍ ମଧ୍ୟରେ ଭଗବାନ୍ ଏହି ଉପଲବ୍ଧି ହେଲା ଯଥାର୍ଥ ଜ୍ଞାନ, ଏହାହିଁ ମାନବଜାତିର ଗନ୍ତବ୍ୟ ସ୍ଥାନରେ ଗମନ-ନିର୍ଦିଷ୍ଟ ପଥ । ଆତ୍ମଜ୍ଞାନର ସଂକୀର୍ଣ୍ଣତା ହେଲା ଉନ୍ନତିର ପ୍ରଧାନ ଅନ୍ତରାୟ, ଦେହାତ୍ମବୋଧ ଓ ସ୍ଵାର୍ଥବୋଧ ସେହି ସଂକୀର୍ଣ୍ଣତାର ମୂଳକାରଣ, ଅତଏବ ପରକୁ ଆତ୍ମବତ୍ ଦେଖିବା ଉନ୍ନତିର ପ୍ରଥମ ସୋପାନ । ମନୁଷ୍ୟ ଆରମ୍ଭରେ ବ୍ୟକ୍ତିକୁ ନେଇ ରହେ, ନିଜ ବ୍ୟକ୍ତିଗତ ଶାରୀରିକ ଓ ମାନସିକ ଉନ୍ନତିରେ ଭୋଗ ଓ ଶକ୍ତି ବିକାଶରେ ପ୍ରବୃତ୍ତ ରହେ । ମୁଁ ଦେହ, ମୁଁ ମନ, ମୁଁ ପ୍ରାଣ, ମୁଁ ଦେହର ବଳ, ମୁଁ ସୁଖ, ସୌନ୍ଦର୍ଯ୍ୟ , ମନର କ୍ଷିପ୍ରତା, ଆନନ୍ଦ, ସ୍ଵଚ୍ଛତା ପ୍ରାଣର ତେଜ, ଭୋଗ, ପ୍ରଫୁଲ୍ଲତା, ଜୀବନର ଉଦ୍ଦେଶ୍ୟ ଓ ଉନ୍ନତିର ଚରମାବସ୍ଥା ଏହି ହେଲା ମନୁଷ୍ୟର ପ୍ରଥମ ବା ଆସୁରିକ ଜ୍ଞାନ । ଏହାର ବି ପ୍ରୟୋଜନ ଅଛି ; ଦେହ-ମନ-ପ୍ରାଣର ବିକାଶ ତଥା ପରିପୂର୍ଣ୍ଣତା ପ୍ରଥମେ ସାଧନ କରି, ତାହାପରେ ସେହି ପୂର୍ଣ୍ଣବିକଶିତ ଶକ୍ତି ଅନ୍ୟର ସେବାରେ ପ୍ରୟୋଗ କରିବା ଉଚିତ । ଏହି କାରଣରୁ ଆସୁରିକ ଶକ୍ତିର ବିକାଶ ହେଲା ମାନବଜାତିର, ସଭ୍ୟତାର ପ୍ରଥମାବସ୍ଥା, ପଶୁ, ଯକ୍ଷ, ରାକ୍ଷସ, ଅସୁର, ପିଶାଚ ପର୍ଯ୍ୟନ୍ତ ମନୁଷ୍ୟର ମନରେ, କର୍ମରେ, ଚରିତ୍ରରେ ଲୀଳା କରନ୍ତି, ବିକାଶ ପାଆନ୍ତି । ତାହାପରେ ମନୁଷ୍ୟ ଆତ୍ମଜ୍ଞାନ ବିସ୍ତାର କରି, ପରକୁ ଆତ୍ମବତ୍ ଦେଖିବାକୁ ଆରମ୍ଭ କରେ, ଅନ୍ୟ ସ୍ଵାର୍ଥରେ ନିଜ ସ୍ଵାର୍ଥ କୁ ଡୁବାଇବାକୁ ଶିଖେ । ପ୍ରଥମେ ପରିବାରକୁହିଁ ଆତ୍ମବତ୍ ଦେଖେ, ସ୍ତ୍ରୀ-ସନ୍ତାନଙ୍କ ପ୍ରାଣରକ୍ଷା ନିମିତ୍ତ ପ୍ରାଣତ୍ୟାଗ କରେ, ସେମାନଙ୍କର ସୁଖ ନିମନ୍ତେ ନିଜର ସୁଖକୁ ଜଳାଞ୍ଜଳି ଦିଏ । ତା'ପରେ ବଂଶ ବା କୁଳକୁ ଆତ୍ମବତ୍ ଦେଖେ, କୁଳରକ୍ଷା ନିମିତ୍ତ ପ୍ରାଣତ୍ୟାଗ କରେ, ନିଜକୁ ତଥା ସ୍ତ୍ରୀ-ସନ୍ତାନଙ୍କୁ ବଳି ଦିଏ, କୁଳର ସୁଖ ଓ ଗୌରବ ବୃଦ୍ଧି ସକାଶେ ନିଜର ସ୍ତ୍ରୀ ଓ ସନ୍ତାନର ସୁଖକୁ ଜଳାଞ୍ଜଳି କରେ । ତା'ପରେ ଜାତିକୁ ଆତ୍ମବତ୍ ଦେଖେ, ଜାତିରକ୍ଷା ନିମିତ୍ତ ପ୍ରାଣ ବିସର୍ଜନ କରେ, ନିଜକୁ ସ୍ତ୍ରୀ-ସନ୍ତାନଙ୍କୁ, କୁଳକୁ ବଳି ଦିଏ । ଯେପରି ଚିତୋରର ରାଜପୁତକୁଳ, ସମସ୍ତ ରାଜପୁତ ଜାତିର ରକ୍ଷାର୍ଥେ ବାରଂବାର ସ୍ଵେଚ୍ଛାରେ ଆତ୍ମବଳି ଦେଲେ, -ଜାତିର ସୁଖ, ଗୌରବ ଓ ବୃଦ୍ଧି ସକାଶେ ନିଜର ସ୍ତ୍ରୀ, ସନ୍ତାନ କୁଳର ସୁଖ , ଗୌରବର ବୃଦ୍ଧିକୁ ବ୍ୟକ୍ତି ଜଳାଞ୍ଜଳି ଦିଏ । ତା'ପରେ ସମସ୍ତ ମାନବଜାତିକୁ ଆତ୍ମବତ୍ ଦେଖେ, ମାନବ-ଜାତିର ଉନ୍ନତି ସକାଶେ ପ୍ରାଣତ୍ୟାଗ କରେ, ନିଜକୁ , ସ୍ତ୍ରୀ, ସନ୍ତାନକୁ, କୁଳ ଓ ଜାତିକୁ ବଳି ଦିଏ, ସମଗ୍ର ମାନବ ଜାତିର ସୁଖ ଓ ଉନ୍ନତି ସକାଶେ ନିଜର ସ୍ତ୍ରୀ, ସନ୍ତାନମାନଙ୍କର, କୁଳର, ଜାତିର, ସୁଖ, ଗୌରବ ଓ ବୃଦ୍ଧିକୁ ଜଳାଞ୍ଜଳି ଦିଏ । ଏହିପରି ପରକୁ ଆତ୍ମବତ୍ ଦେଖିବା, ପର ନିମିତ୍ତ ନିଜକୁ ଓ ନିଜ ସୁଖକୁ ବଳି ଦେବା ବୌଦ୍ଧଧର୍ମ ଓ ତତ୍ ପ୍ରସୂତ ଖ୍ରୀଷ୍ଟ ଧର୍ମର ପ୍ରଧାନ ଶିକ୍ଷା । ଇଉରୋପର ନୈତିକ ଉନ୍ନତି ଏହି ପଥରେ ଅଗ୍ରସର ହୋଇଛି । ପ୍ରାଚୀନ ଇଉରୋପୀୟଗଣ ବ୍ୟକ୍ତିକୁ ପରିବାରରେ ଡୁବାଇବାକୁ ଶିଖିଥିଲେ; ଆଧୁନିକ ଇଉରୋପୀୟଗଣ କୁଳକୁ ଜାତିରେ ଡୁବାଇବାର ଶିଖିଛନ୍ତି, ଜାତିକୁ ମାନବ ସମଷ୍ଟିରେ ଡୁବାଇବା ବର୍ତ୍ତମାନ ସେମାନଙ୍କ ମଧ୍ୟରେ କଠିନ ଆଦର୍ଶ ବୋଲି ପ୍ରଚାରିତ; ଟଲଷ୍ଟୟ ଇତ୍ୟାଦି ମନିଷୀଗଣ ଏବଂ ସମାଜବାଦୀ, ନୈରାଜ୍ୟବାଦୀ ଇତ୍ୟାଦି ନୂତନ ଆଦର୍ଶର ଅନୁମୋଦକ ଦଳ, ଏହି ଆଦର୍ଶକୁ କାର୍ଯ୍ୟରେ ପରିଣତ କରିବା ସକାଶେ ଉତ୍ସୁକ ହୋଇଛନ୍ତି । ଇଉରୋପୀୟର ଦୌଡ ଏହି ପର୍ଯ୍ୟନ୍ତ । ସେମାନେ ଅବିଦ୍ୟାର ଉପାସକ, ପ୍ରକୃତ ବିଦ୍ୟା ଅବଗତ ନୁହନ୍ତି । ଭାରତର ମନିଷୀଗଣ ବିଦ୍ୟା ଓ ଅବିଦ୍ୟା ଉଭୟକୁ ଆୟତ୍ତ କରିଛନ୍ତି । ସେମାନେ ଜାଣନ୍ତି ଅବିଦ୍ୟାର ପଞ୍ଚ ପ୍ରତିଷ୍ଠା ଭିନ୍ନ ବିଦ୍ୟାର ପ୍ରତିଷ୍ଠାସ୍ଵରୂପ ଭଗବାନ୍ ଅଛନ୍ତି, ତାଙ୍କୁ ନ ଜାଣିପାରିଲେ ଅବିଦ୍ୟା ବି ଜ୍ଞାତ ହୁଏ ନାହିଁ, ଆୟତ୍ତ ହୁଏ ନାହିଁ । ଅତଏବ କେବଳ ପରକୁ ଆତ୍ମବତ୍ ନ ଦେଖି " ଆତ୍ମବତ୍ ପରଦେହେଷୁ " ଅର୍ଥାତ୍ ନିଜ ମଧ୍ୟରେ, ପର ମଧ୍ୟରେ ସମାନ ଭାବରେ ଭଗବାନଙ୍କୁ ଦର୍ଶନ କରିଛନ୍ତି । ନିଜର ଉତ୍କର୍ଷ କରିବୁ, ପରିବାରର ଉତ୍କର୍ଷରେ କୁଳର ଉତ୍କର୍ଷ ସାଧିତ ହେବ ; ଜାତିର ଉତ୍କର୍ଷ କରିବୁ, ଜାତିର ଉତ୍କର୍ଷରେ ସମଗ୍ର ମାନବଜାତିର ଉତ୍କର୍ଷ ସାଧିତ ହେବ' ଏହି ଜ୍ଞାନ ଆର୍ଯ୍ୟ ସାମାଜିକ ବ୍ୟବସ୍ଥା, ତଥା ଆର୍ଯ୍ୟ ଶିକ୍ଷାର ମୂଳରେ ନିହିତ । ପରିବାର ନିମିତ୍ତ, କୁଳ ନିମିତ୍ତ , ସମାଜ ଓ ମାନବଜାତି ନିମିତ୍ତ, ଭଗବାନଙ୍କ ନିମିତ୍ତ ବ୍ୟକ୍ତିଗତ ତ୍ୟାଗ ହେଲା ଆର୍ଯ୍ୟର ମଜ୍ଜାଗତ ଅଭ୍ୟାସ । ଆମ୍ଭମାନଙ୍କ ଶିକ୍ଷାରେ ଆଜି ଯେଉଁ ଦୋଷ ବା ନ୍ୟୁନତା ଦେଖାଯାଉଛି ସେହି ଦୋଷ କେତୋଟି ଐତିହାସିକ କାରଣର ଫଳ । ଯେପରି ଆମ୍ଭେମାନେ ଜାତିକୁ ସମାଜ ମଧ୍ୟରେ ଦେଖୁ, ସମାଜର ହିତରେ ବ୍ୟକ୍ତି ଓ ପରିବାରର ହିତକୁ ଡୁବାଇଦେଉ, କିନ୍ତୁ ଜାତିର ରାଜନୈତିକ ଜୀବନକୁ ଚିରଦିନ ଧର୍ମର ବାହାରେ ରଖି ଆସିଛୁ । ରାଜନୈତିକ ଶିକ୍ଷାରୁ ପାଶ୍ଚାତ୍ୟରୁ ଆମଦାନୀ କରିବାକୁ ହେଲା, - ଅଥଚ ଆମ୍ଭମାନଙ୍କର ବି ପ୍ରାଚୀନ ଶିକ୍ଷା ମଧ୍ୟରେ - ମହାଭାରତରେ, ଗୀତାରେ, ରାଜପୁତନାର ଇତିହାସରେ ରାମଦାସଙ୍କ 'ଦାସବୋଧ' ରେ ଏହି ଶିକ୍ଷା ଆମ୍ଭମାନଙ୍କର ସ୍ଵଦେଶରହିଁ ଥିଲା । ଅତିରିକ୍ତ ବିଦ୍ୟା-ଉପାଦାନରେ, ଅବିଦ୍ୟାର ଭୟରେ, ଆମ୍ଭେମାନେ ସେହି ଶିକ୍ଷାର ବିକାଶ କରିପାରିଲୁ ନାହିଁ, ସେହି ଦୋଷରେ ତମୋଗୁଣର ବଶ ହୋଇ ଜାତିଧର୍ମରୁ ଚ୍ୟୁତ ହୋଇ କଠିନ ଦାସତ୍ଵରେ, ଦୁଃଖ ଓ ଅଜ୍ଞାନରେ ପଡିଲୁ । ଅବିଦ୍ୟା ବି ଆୟତ୍ତ କରିପାରିଲୁ ନାହିଁ । - ବିଦ୍ୟାକୁ ବି ହରାଇ ବସିଲୁ ।

" ତତୋ ଭ୍ୟ ଇବ ତେ ତମୋ ୟ ଉ ବିଦ୍ୟାୟାଂ ଋତାଃ ।"
-କ୍ରମଶଃ...
No comments:
Post a Comment